କୁଣ୍ଡଳୀରେ କର୍କଟ ରାଶିରେ ଥିଲେ ମଙ୍ଗଳ, କଣ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

କର୍କଟ ରାଶିରେ ମଙ୍ଗଳ ରହିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଖୁସିକାରକ ଗ୍ରହ ଗ୍ରହମଣ୍ଡଳରେ ସେନାପତିତ୍ୱ ପଦ ଅଧିକାର କରିଛନ୍ତି । ରକ୍ତ ସମ୍ବନ୍ଧିୟ ଓ ପେଟ ଉପରେ ମଙ୍ଗଳଙ୍କର ବିଶେଷ ପ୍ରଭାବ ରହିଥାଏ । ମଙ୍ଗଳ ତୃତୀୟ ଭାବର କାରକ । ମେଷ ଓ ବିଛା ରାଶିର ଅଧିପତି ଗ୍ରହ । ଗହମ, ଘିଅ, ଗୁଡ, କେଶର, ଲାଲ୍‌ ଚନ୍ଦନ, ଲାଲ୍‌ ଫୁଲ, ଲାଲ୍‌ ବସ୍ତୁ, ଅଗ୍ନି, ପୃଥିବୀ, ରାଜ୍ୟ ଓ ଘରର କାରକ ଗ୍ରହ । ଭୂମି ସମ୍ବନ୍ଧିତ ସମସ୍ତ ସମ୍ପତ୍ତିର ମାଲିକ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଥାନା, ଫାଣ୍ଡି, କୋର୍ଟ, କଚେରୀ ଓ ମାଲିମୋକଦ୍ଦମାର ମଧ୍ୟ କାରକ । ଜାତକ କୁଣ୍ଡଳୀରେ ମଙ୍ଗଳ ଅଶୁଭ ଥିଲେ ବ୍ୟକ୍ତି ଜୀବନରେ କେବେବି ଗୃହସୁଖ ପାଏ ନାହିଁ । ମଙ୍ଗଳ ସାହାସ, ସୌର୍ଯ୍ୟ, ଧୈର୍ଯ୍ୟ, ଉର୍ଜା, ବଳ ବିକ୍ରମ, ଆତ୍ମବିଶ୍ୱାସ, ଉତ୍ସାହର କାରକ । ସାନ ଭାଇ, ଭଉଣୀଙ୍କ ସହ ସମ୍ବନ୍ଧର କାରକ । ତମ୍ବା, ପ୍ରବାଳ ରତ୍ନ, କ୍ରୋଧ, ହିଂସା ମଙ୍ଗଳର କାରକ । କର୍କଟ ରାଶିରେ ମଙ୍ଗଳ ରହିଲେ ଜାତକ:- ପରଧନରେସୁଖି, ଭୂମୀ, ସେବକ ଚାକର ସୁଖି, ଧନି, ଘରଆଦିରେ ସୁଖୀ ହୋଇଥାଆନ୍ତି ।

କିନ୍ତୁ ମଙ୍ଗଳ ଯଦି ଶନି କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ତେବେ ସେ ଜାତକ ଅଧିକଶତୃ, ଦୁର୍ବୁଦ୍ଧି, ପରଘରେ ବାସକରନ୍ତି, ଦୀନ ଦରିଦ୍ର, ମାନସିକ ଦୁର୍ବଳତା, ଚିନ୍ତିତ, ଆପଣା ଲୋକଙ୍କର ଅକାଳ ବିୟୋଗ, ରୋଗୀ, ଅଳ୍ପ ସନ୍ତତି, ନିଜେସେବକ ଓ ଦୁଷ୍ଟ ହୋଇଥାନ୍ତି। ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକଦିନ ପକ୍ଷୀମାନଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ। ୨- ଜନ୍ମଦିନରେ ଅରୁଆଚାଉଳ, ରୂପା, କ୍ଷୀର, ନାଲିବସ୍ତ୍ର ମନ୍ଦିରରେ ଦାନ କରନ୍ତୁ। ୩- ମଙ୍ଗଳ ବାରଦିନ ଅଶୋସ୍ଥ ବୃକ୍ଷ ମୂଳରେ କ୍ଷୀର ଢ଼ାଳନ୍ତୁ।

୪- ପ୍ରତ୍ୟେକ ମାସର ଯେକୌଣସି ମଙ୍ଗଳବାରେ ଅସହାୟଙ୍କୁ କଦଳୀ ଦାନ କରନ୍ତୁ। ୫:-ସନ୍ତାନଙ୍କୁ କଷ୍ଟରୁ ରକ୍ଷା କରିବା ପାଇଁ କିଛି ରାଶି, କ୍ଷୀର, ଗୁଡପଣା କରି ଭୂମିରେ ଗାତଖୋଳି ଢ଼ାଳି ପୋତି ଦିଅନ୍ତୁ। ୬- ମଙ୍ଗଳଙ୍କ ସମ୍ବନ୍ଧିତ ବସ୍ତୁ ବା ରକ୍ତ ପ୍ରବାଳରତ୍ନ, ସୁନା, ତମ୍ବା, ମସୁର ଡାଲି, ଗୁଡ, ଘିଅ, ଲାଲ୍ ବସ୍ତ୍ର, ଲାଲ୍ କନିଆର ଫୁଲଗଛ, କେଶର, କସ୍ତୁରୀଆଦି ଘରେ ସ୍ଥାପିତ କରନ୍ତୁ ଲାଭ ମିଳିବ। ୭- ଚନ୍ଦ୍ରଙ୍କ ସମ୍ବନ୍ଧିତ ବସ୍ତୁ ରୂପା, ଚାଉଳ, ମିଶ୍ରି, ଦହି, ଧଳାବସ୍ତ୍ର, ଧଳାଫୁଲ, ଶଙ୍ଖ, କର୍ପୁର, ଧଳା ଚନ୍ଦନ ପ୍ରତିବର୍ଷ ଜନ୍ମଦିନରେ ଗରିବମାନଙ୍କୁ ବାଣ୍ଟିଦିଅନ୍ତୁ। ୮- ପ୍ରତିଦିନ ଅଶୋସ୍ଥ ବୃକ୍ଷ ମୂଳରେ ପାଣି ଢ଼ାଳନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!