ଧନଯୋଗ- କୁଣ୍ଡଳୀର ଦ୍ଵିତୀୟ ଭାବରୁ ଜାଣନ୍ତୁ ଧନ ସମ୍ବନ୍ଧିତ ସମସ୍ତ ତଥ୍ୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଧନ ଅପେକ୍ଷା  ଜାତକରେ ଅଧିକ ସୁଖ ନାହିଁ । ଧନ ପ୍ରାପ୍ତି ପାଇଁ ଜାତକରେ ଧନ ଯୋଗ ବା ଲକ୍ଷ୍ମୀ ଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜାତକରେ ସୃଷ୍ଟି ହୋଇଥିବା ବିଶେଷ ଯୋଗର ପ୍ରଭାବରେ ବ୍ୟକ୍ତି ଧନୀ ହୋଇପାରେ । ଜନ୍ମ କୁଣ୍ଡଳୀର ଦ୍ଵିତୀୟଭାବ ହେଉଛି ଧନ ସମ୍ପତ୍ତିର କାରକ । ଏହି ଦ୍ଵିତୀୟଭାବରେ ଶୁଭଗ୍ରହ ଥିଲେ ଜାତକ ଧନ ସମ୍ପତ୍ତି ପ୍ରାପ୍ତ କରେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପ୍ରଭାବିତ ଜାତକ – ଧନ ଭାବରେ ପ୍ରଭାବିତ ଜାତକ ରାଜାଙ୍କ ପରି ଜୀବନ ବିତାଇଥାଏ । ଏହି ଯୋଗରେ ଜାତକକୁ ବିନା ପରିଶ୍ରମରେ ଧନ ପ୍ରାପ୍ତି ହୁଏ । ଜାତକକୁ ଧନ ପରିଶ୍ରମ ଦ୍ଵାରା ନୁହେଁ ବରଂ ଭାଗ୍ୟରେ ମିଳିଥାଏ । ଧନ ଯୋଗ ଠାରୁ ଅଧିକ ସୁଖମୟ ଆଉ କୌଣସି ଯୋଗ ନାହିଁ । ଏହି ଯୋଗରେ ପ୍ରଭାବିତ ଜାତକ ଦୀର୍ଘାୟୁ ଓ ସୁସ୍ଥ ଜୀବନ ଯାପନ କରିଥାଏ । ଜୀବନ ଯାକ ଧନ ସମ୍ପତ୍ତିରେ ଭରପୁର ହୋଇଥାଏ ।

ପ୍ରଭାବ –

୧- ଲଗ୍ନ ଭାବର ସ୍ଵାମୀ ଦଶମ ଭାବରେ ଥିଲେ ଜାତକ ପିତାଙ୍କ ଠାରୁ ଅଧିକ ଧନ ଅର୍ଜିତ କରିଥାଏ ।

୨- ଯଦି ସପ୍ତମ ଭାବରେ ମଙ୍ଗଳ ବା ଶନି ଗ୍ରହ ରହିଥାନ୍ତି ଅଥବା ଏକାଦଶ ଭାବରେ ରାହୁଙ୍କ ବ୍ୟତୀତ ଅନ୍ୟ ଗ୍ରହ ଉପସ୍ଥିତ ହୋଇଥାନ୍ତି ତେବେ ଜାତକକୁ ବ୍ୟବସାୟରେ ଧନ ଲାଭ ହେବାର ସମ୍ଭାବନା ଥାଏ ।

୩- ଏକାଦଶ ଭାବରେ କେତୁ ଅବସ୍ଥାନ କରିଥିଲେ ଜାତକର ବିଦେଶରେ ଭଲ ଆୟ ହୋଇଥାଏ ।

୪- ଦ୍ଵିତୀୟ ଭାବର ସ୍ଵାମୀ ଅଷ୍ଟମ ଭାବରେ ରହିଲେ ଜାତକର ପରିଶ୍ରମ ଦ୍ଵାରା ଧନ ପ୍ରାପ୍ତି ହୁଏ ।

୫- ବୁଧ ଗ୍ରହ କର୍କଟ ବା ମେଷ ରାଶିରେ ରହିଲେ ଜାତକ ସୁଖରେ ଜୀବନ ବିତାଇଥାଏ ।

୬- ଯଦି ରବି ପଞ୍ଚମ ଭାବରେ, ମଙ୍ଗଳ ଚତୁର୍ଥ ଭାବରେ ଓ ଗୁରୁ ଏକାଦଶ ଭାବରେ ରହିବେ ତେବେ ଜାତକକୁ ପୈତୃକ ସମ୍ପତ୍ତି ଲାଭ ହୁଏ ।

୭- ବୁଧ, ଗୁରୁ ଓ ଶୁକ୍ର ଗ୍ରହ ଏକତ୍ର ହୋଇ ଯେଉଁ ଭାବରେ ରହିଲେ ଜାତକ ଧାର୍ମିକ କାର୍ଯ୍ୟରୁ ଧନ ଅର୍ଜିତ କରେ ।

୮- ସପ୍ତମ ଘରେ ଶନି ଓ ମଙ୍ଗଳ ରହିଲେ ଜାତକ ଖେଳ, ଜୁଆରୁ ପଇସା କମେଇଥାଏ ।

୯- ଦଶମ ଭାବ ବୃଷ, ତୁଳା ରାଶିହୋଇ ଯଦି ଶନି ଓ ଶୁକ୍ର ରୁହନ୍ତି ଜାତକ ଜୀବନସାଥୀଙ୍କ ମାଧ୍ୟମରେ ଧନ ଲାଭ କରିଥାନ୍ତି ।

୧୦- ସପ୍ତମ ଭାବରେ ମଙ୍ଗଳ, ଶନି ଓ ରାହୁ ରହିଲେ ଜାତକ କମିଶନ କାର୍ଯ୍ୟରୁ ଧନ ଅର୍ଜିତ କରେ ।

୧୧- ଷଷ୍ଠ, ଅଷ୍ଟମ ଓ ଦ୍ଵାଦଶ ଭାବର ସ୍ଵାମୀଙ୍କର ଷଷ୍ଠ, ଅଷ୍ଟମ, ଏକାଦଶ ଓ ଦ୍ଵାଦଶ ଘର ସହିତ ସମ୍ବନ୍ଧ ହେଲେ ଜାତକକୁ ଅଚାନକ ଧନ ଲାଭ ହୁଏ ।

୧୨- ତୁଳା, ମକର ବା କୁମ୍ଭ ରାଶି ଚତୁର୍ଥ ଭାବହୋଇ ଶନିଗ୍ରହ ଏଠାରେ ରହିଲେ ଜାତକ ଏକ ସମ୍ପନ୍ନ ଗଣିତଜ୍ଞ, ଆକାଉଣ୍ଟେଣ୍ଟ ଓ ଅର୍ଥରକ୍ଷକ ହୋଇଥାନ୍ତି ।

୧୩- ପଞ୍ଚମେଶର ଦଶମ ଭାବରେ ଧନାଧିପ ରହିଲେ ଜାତକର ସନ୍ତାନଙ୍କ ଦ୍ଵାରା ଧନ ଲାଭ ହୁଏ ।

ଉପାୟ-

୧- ଗୁରୁବାର ଦିନ ଅଟାରେ ଗୁଡ ମିଶାଇ ରୋଟି ପ୍ରସ୍ତୁତ କରି ସନ୍ଧ୍ୟା ସମୟରେ ଗାଈକୁ ଖାଇବାକୁ ଦିଅନ୍ତୁ । ଏହାକୁ ୩ଟି ଗୁରୁବାର ପର୍ଯ୍ୟନ୍ତ କରିଲେ ଧନର ଅଭାବ ହୁଏ ନାହିଁ ।

୨- ଓଁ ଶ୍ରୀ ହ୍ରୀଙ୍ଗ ଶ୍ରୀଙ୍ଗ କମଳେ କମଳାଳୟେ ପ୍ରସିଦ ଶ୍ରୀଙ୍ଗ ହ୍ରୀଙ୍ଗ ଓଁ ମହାଲକ୍ଷ୍ମୀୟି ନମଃ । ପ୍ରତିଦିନ ପଦ୍ମ ମାଳରେ ଏହି ମନ୍ତ୍ରକୁ ଜପ କରିଲେ କରଜରୁ ମୁକ୍ତି ମିଳିଥାଏ ।

୩- ମାତା ଲକ୍ଷ୍ମୀଙ୍କ ନିକଟରେ ୧୧ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଦୀପ ଜଳାଇବେ ଓ ଶେଷ ଦିନରେ ୧୧ ଜଣ କନ୍ୟାକୁ ଖାଇବାକୁ ଦେଇ ଗୋଟିଏ ଗୋଟିଏ ଟଙ୍କା ବା ମେହେନ୍ଦି ଦାନ କରନ୍ତୁ ।

୪- ଅଚାନକ ଧନ ପ୍ରାପ୍ତି ପାଇଁ ବରଗଛ ଜଟାରେ ଏକ ଗଣ୍ଠି ପକାଇ ଦିଅନ୍ତୁ, କିନ୍ତୁ ଧନ ପ୍ରାପ୍ତି ହେବା ପରେ ଏହିଗଣ୍ଠିକୁ ଖୋଲି ଦିଅନ୍ତୁ ।

୫- ନାଲି ରଙ୍ଗର କପଡାରେ କଳା ହଲଦିରେ ସିନ୍ଦୁର ଲଗାଇ ଧୂପ ଦେଇ ଦୁଇଟି ପଇସା ରଖି କପଡାକୁ ଗୁଡାଇ ଆଲମୀରା ବା ବାକ୍ସରେ ରଖିଦିଅନ୍ତୁ । ଏଥିରେ ଧନ ପ୍ରାପ୍ତି ହୁଏ ।

୬- ଧନ ଲାଭ ହେତୁ ଶୁକ୍ରବାର ଦିନ ଗୋଧୂଳି ସମୟରେ ଶ୍ରୀ ମହାଲକ୍ଷ୍ମୀ ବା ତୁଲସୀ ଗଛ ନିକଟରେ ଗାଈ ଘିଅରେ ଦୀପ ଜାଳନ୍ତୁ । ଏହି ଉପାୟରେ ଧନ ପ୍ରାପ୍ତି ହୁଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!