ମଙ୍ଗଳ ଗୋଚର ହେଲେ କେଉଁ ରାଶିକୁ କିଫଳ ଦିଅନ୍ତି? ଦେଖନ୍ତୁ କଣ କହୁଛି ଜ୍ଯୋତିଷ ଶାସ୍ତ୍ର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମଙ୍ଗଳ ଗୋଚର ହେଲେ କେଉଁ ରାଶିକୁ କିଫଳ ଦିଅନ୍ତି ଓ କଣକରିବେ ଅଶୁଭ ମଙ୍ଗଳଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ଗ୍ରହ ସଞ୍ଚାର ସମୟେ ଚନ୍ଦ୍ରର ବଳାବଳ ଗ୍ରହମାନେ ଚନ୍ଦ୍ରବଳ ଆଶ୍ରୟ କରିଣ । ଶୁଭାଶୁଭ ଫଳ ସବୁ କରନ୍ତି ପ୍ରଦାନ । ଯଥା ମନଯୋଗ ବିନା କାର୍ଯ୍ୟର ବିଫଳ । ଚନ୍ଦ୍ର ବଳ ବିନା ଗ୍ରହ ନ ଦିଅନ୍ତି ଫଳ । ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମଙ୍ଗଳ- ସାହସ, ବୀରପଣ, ଶୌର୍ଯ୍ୟ, ଶକ୍ତି, କ୍ରୋଧ, ସେନାପତି, ଯୁଦ୍ଧ, ଶତୃ, ଅସ୍ତ୍ରଶସ୍ତ୍ର, ଦୁର୍ଘଟଣା, ଭୂମି, ଅଚଳ ସମ୍ପତ୍ତି, ଛୋଟ ଭାଇଭଉଣୀ, ବୈଜ୍ଞାନିକ, ଡାକ୍ତର, ଯାନ୍ତ୍ରିକ କାର୍ଯ୍ୟ, ପୁଲିସ୍‌, ସେନା, ମୁଣ୍ଡ, ପଶୁଭୟ, ଦୁର୍ଘଟଣା, ଜଳିବା, ଘା, ଶଲ୍ୟ ଚିକିତ୍ସା, ଅପରେସନ୍‌, ଉଚ୍ଚ ରକ୍ତଚାପ, ଗର୍ଭପାତ ଇତ୍ୟାଦିର କାରକ ହୋଇଥାନ୍ତି । ମଙ୍ଗଳ ଜନମ ହୋଇଲେ ଜାଣିବ ସକଳ କଥାକୁ ଭୟ ଶୁଭ କର୍ମମାନ ଅଶୁଭ ହୁଅଇ ଦ୍ୱିତୀୟରେ ଧନକ୍ଷୟ ତୃତୀୟରେ ଶତୃନାଶ ହୋଇ ପୁଣି ଯଶମାନ ପରାପତ ଚତୁର୍ଥରେ ଶତୃ ବୃଦ୍ଧି ଯେ ନିଶ୍ଚୟ ପଞ୍ଚମେ ଶତୃ ନିପାତ ଷଷ୍ଠମଙ୍ଗଳରେ ସ୍ଥାନ ପ୍ରାପ୍ତିକରେ ଆନନ୍ଦରେ କଟେ କାଳ ସପ୍ତମ ମଙ୍ଗଳେ ଶୀରପୀଡ଼ା ହେବ ନିରତେ ଆତ୍ମ ବିକଳ ଅଷ୍ଟମରେ ଶତୃଭୟ ଦୁର୍ଘଟଣା ପ୍ରାଣପୀଡା ଉପୁଜଇ ନବମରେ କାର୍ଯ୍ୟନାଶ ହୁଏ ପୁଣି ଶୋକ ବାର୍ତ୍ତାଯେ ମିଳଇ ଦଶମ ମଙ୍ଗଳେ ସୁଖ୍ୟାତି ଅର୍ଜନ ଆବର ମିଳଇ ଧନ ଏକାଦଶେ ନାନା ଶୁଭଫଳ ମିଳେ ବସ୍ତୁଲାଭଟି ପ୍ରମାଣ ଦ୍ୱାଦଶ ମଙ୍ଗଳେ ବ୍ୟାଧିଯେ ପ୍ରବଳ ଆବରଟି ଧନକ୍ଷୟ ଦାମ୍ପତ୍ୟହାନିଯେ ଅସ୍ତ୍ରାଘାତ ହେବ ଦୁଃଖେ କଟିବ ସମୟ ।

ନବଗ୍ରହଙ୍କର ଗୋଚର ଫଳ ଏ ପାରାଶର ଲେଖିଛନ୍ତି । ଦଶା ଶୁଭଥିବ ଗୋଚରେ ଶୁଭଯେ ବିଚାରିବେ ଭାବିଛିନ୍ତି । ଦଶା ଶୁଭଥିବ ଗୋଚରେ ଅଶୁଭ ଥିବେ ଯଦି ଗ୍ରହଗଣ । ଶୁଭଫଳ ସବୁ ନଷ୍ଟ ହୋଇଯାଏ ମିଳଇ ବହୁ କଷଣ । ମଙ୍ଗଳ ଜନ୍ମହେଲେ ଶତ୍ରୁଭୟ, ଦ୍ୱିତୀୟରେ ଧନନାଶ, ତୃତୀୟରେ ଅର୍ଥଲାଭ, ଚତୁର୍ଥରେ ଶତ୍ରୁଭୟ, ପଞ୍ଚମରେ ପ୍ରାଣକଷ୍ଟ, ଷଷ୍ଠରେ ବିତ୍ତଲାଭ, ସପ୍ତମରେ ଶୋକ, ଅଷ୍ଟମରେ ଅସ୍ତ୍ରାଘାତ, ନବମରେ କାର୍ଯ୍ୟହାନି, ଦଶମରେ ଶୁଭ, ଏକାଦଶରେ ଭୂମିଲାଭ ଏବଂ ଦ୍ୱାଦଶରେ ରୋଗ, ଅନର୍ଥ ଓ ଅର୍ଥନାଶ ହେବ ।

ପ୍ରତିକାର:- ମଙ୍ଗଳ ଜନ୍ମ ରାଶିରେ ଗୋଚର ହେଲେ୧- କୌଣସି ବ୍ୟକ୍ତିଙ୍କଠାରୁ ମାଗଣାରେକୌଣସି ବସ୍ତୁ ନିଅନ୍ତୁ ନାହିଁ । ଦ୍ଵିତୀୟ ମଙ୍ଗଳ ହେଲେ୨-ଅରୁଆଚାଉଳ, ରୂପା, କ୍ଷୀର, ନାଲିବସ୍ତ୍ର ମନ୍ଦିରରେ ଦାନ କରନ୍ତୁ । ତୃତୀୟ ମଙ୍ଗଳ ହେଲେ୩-ନିଜର ଭାଇମାନଙ୍କୁ ଅଶୁଭ ବଚନ କୁହନ୍ତୁ ନାହିଁ ଓ ଆଦର ସମ୍ମାନ ଦିଅନ୍ତୁ । ଯେ କୌଣସି ଚମଡାରେ ତିଆରି ବସ୍ତ୍ର ପିନ୍ଧନ୍ତୁ ନାହିଁ । ଚତୁର୍ଥ ମଙ୍ଗଳ ହେଲେ ୪-ମଙ୍ଗଳବାର ବ୍ରତ ପାଳନ କରନ୍ତୁ । ଗ୍ରାମଦେବତୀଙ୍କ ପାଖରେ ଖିରୀ ଭୋଗ ଲଗେଇ ଅସହାୟ ମାନକୁ ଖାଇବାକୁ ଦିଅନ୍ତୁ । ପଞ୍ଚମ ମଙ୍ଗଳ ହେଲେ ୫-ମାଆବାପା, ଜେଜେ ଜେଜେମାଙ୍କ ସେବା କରନ୍ତୁ ତମ୍ବା ପଇସାଟିଏ ପକେଟରେ ରଖନ୍ତୁ । ଷଷ୍ଠ ମଙ୍ଗଳ ହେଲେ ୬-ଯାତ୍ରା କରିବା ପୂର୍ବରୁ ମାତାଙ୍କ ହାତରୁ ଦହିଭାତ ଖାଇକରି ଯାଆନ୍ତୁ ।

ସପ୍ତମ ମଙ୍ଗଳ ହେଲେ ୭-ପ୍ରତିଦିନ ବରଗଛରେ ଜଳ ଦିଅନ୍ତୁ ଓ ଯେ କୌଣସି ମନ୍ଦିରରେ ଗୋଟାମୁଗ କିଛି ଦାନ କରନ୍ତୁ । ଅଷ୍ଟମ ମଙ୍ଗଳ ହେଲେ ୮-ମଙ୍ଗଳବାରେ ଅସହାୟଙ୍କୁ କଦଳୀ ଦାନ କରନ୍ତୁ । ନବମ ମଙ୍ଗଳ ହେଲେ ୯-ପ୍ରତିଦିନ ଅଶୋସ୍ଥ ବୃକ୍ଷ ମୂଳରେ କ୍ଷୀର ଢ଼ାଳନ୍ତୁ । ଦଶମ ମଙ୍ଗଳ ହେଲେ ୧୦-ଘରୁ ବାହାରକୁ ଯିବା ବେଳେ ମୁହଁ ମିଠା କରି ଯାଆନ୍ତୁ । ଏକାଦଶ ମଙ୍ଗଳ ହେଲେ ୧୧-ମୁଖ୍ୟ ଦରଜାର ବାମପଟେ ନତୁବା ଛାତ ଉପରେ କିଛି ଚିନି ବିଞ୍ଚି ଦିଅନ୍ତୁ । ରୂପାର ଗୋଲିକରି ଗଳାରେ ପିନ୍ଧନ୍ତୁ । ଦ୍ଵାଦଶ ମଙ୍ଗଳ ହେଲେ ୧୨-ପକ୍ଷୀମାନଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!