ଦୈନିକ ରାଶିଫଳ: 17 ମାର୍ଚ୍ଚ 2023, ଶୁକ୍ରବାର, ମା’ ସନ୍ତୋଷୀଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା, ମାର୍ଚ୍ଚମାସ ୧୭ ତାରିଖ, ଶୁକ୍ରବାର, ମୀନମାସ ୩ ଦିନ, ଚୈତ୍ରମାସ, କୃଷ୍ଣପକ୍ଷ, ଦଶମୀତିଥି, ଉତ୍ତରାଷାଢା ନକ୍ଷତ୍ର, ଧନୁରାଶିରେ ଚନ୍ଦ୍ର । ବରୀୟାନ ଯୋଗ । ବିଷ୍ଟି କରଣ ଦିବା ୨ଟା ୦୭ମିନିଟ୍ ପରେ ବବ କରଣ । ବିଛା, ଧନୁ ଓ ମୀନ ରାଶିର ଘାତବାର । ତୁଳା, କୁମ୍ଭ ଦିବା ୧୦ଟା ୧୭ମିନିଟ ପରେ ସିଂହ ରାଶିର ଘାତଚନ୍ଦ୍ର । ନିଷିଦ୍ଧ ଖାଦ୍ୟ- କଲମଶାଗ ନ ଖାଇଲେ ଭଲ ଦିବା ୨ଟା ୭ମିନିଟ୍ ପରେ ଶିମ୍ବ, ଆମିଷ ନ ଖାଇଲେ ଭଲ । ଯୋଗିନୀ- ଉତ୍ତରେ ଦିବା ୨ଟା ୭ମିନିଟ୍ ପରେ ଆଗ୍ନେୟେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ଦଶମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଏବଂ ଏକାଦଶୀର ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୮ଟା ୫୬ମିନିଟ୍ ରୁ ଦିବା ୧୧ଟା ୫୫ମିନିଟ୍, ରାତ୍ରି ୮ଟା ୫୩ମିନିଟ୍ ରୁ ରାତ୍ରି ୧୦ଟା ୨୪ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୫୭ମିନିଟ୍ ରୁ ୬ଟା ୪୫ମିନିଟ୍, ସକାଳ ୭ଟା ୩୨ମିନିଟ୍ ରୁ ୮ଟା ୫୬ମିନିଟ୍, ଦିବା ୧୨ଟା ୧୯ମିନିଟ୍ ରୁ ୨ଟା ୪୨ମିନିଟ୍, ଦିବା ୪ଟା ୧୭ ମିନିଟ ରୁ ୫ଟା ୫୩ ମିନିଟ, ସନ୍ଧ୍ୟା ୭ଟା ୨୯ ମିନିଟ ରୁ ୮ଟା ୫୩ ମିନିଟ, ରାତ୍ରି ୧ଟା ୫୫ ମିନିଟ ରୁ ୪ଟା ୨୦ ମିନିଟ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ସାଧୁ ଓ ସଚ୍ଚୋଟ ଭାବେ କାର୍ଯ୍ୟ ତୁଲାଇବାରୁ ସମ୍ମାନର ଅଧିକାରୀ ହେବେ । କର୍ତ୍ତବ୍ୟ ପରାୟଣତା ପ୍ରଦର୍ଶନ କରି ଉପରିସ୍ଥଙ୍କ ଶ୍ରଦ୍ଧାର ପାତ୍ର ହେବେ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ପରୀକ୍ଷା ପରିଣାମ ଅନୁକୂଳ ହେବ । କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାର ମାନ୍ୟତା ଦେଇ ପ୍ରଶଂସିତ ହେବେ । କ୍ରୋଧିତ ହେଲେ ତିଆରି କରିଥିବା କାର୍ଯ୍ୟରେ ସଫଳ ହେବେ ନାହିଁ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବୃଷ:-ଭବିଷ୍ୟତରେ ମିଳିବାକୁ ଥିବା ସମ୍ପତ୍ତି ସମ୍ବନ୍ଧୀୟ ମାମଲା ସମାଧାନ ହୋଇଯିବ । ଲୋକମାନଙ୍କ ସହିତ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ । ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ । ଅଧ୍ୟୟନ, ଅଧ୍ୟାପନ, ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ମିଳିବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ସାବଧାନତା ଅବଲମ୍ବନ ନ କଲେ ଧନ ହାନି ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ସାସାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବା ସହ ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ କରିପାରନ୍ତି । ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ ଓ ସାକ୍ଷାତ୍କାରରେ ସଫଳ ହେବେ । ରାଜନୀତିରେ ଜନହିତକର କାର୍ଯ୍ୟ କରି ପ୍ରଶଂସା ପାଇବେ । ପୁରାତନ ରୋଗରୁ ମୁକ୍ତି ମିଳିବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କର୍କଟ:-ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହୋଇ ମାନସମ୍ମାନ ଅତୁଟ ରହିବ । ବୁଦ୍ଧିମତା କାରଣରୁ ଅର୍ଥ ଲାଭହେବା ସହ ସମୟ ମଧ୍ୟ ଆନନ୍ଦମୟ ହେବ । ବ୍ୟବସାୟୀମାନେ କାରବାରବୃଦ୍ଧି ଫଳରେ ବିଶେଷ ଲାଭବାନ୍ ହେବେ । ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ହେବା ସହ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଛାତ୍ରଛାତ୍ରୀମାନେ ପରିଶ୍ରମର ମୂଲ୍ୟ ନିଶ୍ଚୟ ପାଇବେ । କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ସିଂହ:- ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ଲାଭ ହେବ । କ୍ରୋଧକୁ ଦମନ କରି ହସଖୁସିର ବାତାବରଣ ସୃଷ୍ଟି ହେବ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ ଓ ଆର୍ଥିକ ସଙ୍କଟ ଦୂରେଇଯିବ । ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା:-ଶାରୀରିକ ଅସୁସ୍ଥତା ଦୂର ହେବ ଓ ବ୍ୟବସାୟରେ ପ୍ରବଳ ଲାଭବାନ ହେବେ । ପରୀକ୍ଷା, ପ୍ରତିଯୋଗୀତା, ସାକ୍ଷାତକାରରେ ବିଜୟୀ ହୋଇ ପ୍ରଶଂସା ପାଇବେ । ଶୁଭ ସମାଚାର ଶୁଣି ଖୁସିହେବେ ଓ ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ । ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବା ସହ ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ସୃଷ୍ଟି ହେବ । କଠିନରୁ କଠିନତମ କାର୍ଯ୍ୟକୁ ଧୈର୍ଯ୍ୟରସହ ସମ୍ପାଦନ କରିପାରିବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ତୁଳା:-ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରି ସାମାନ୍ୟ ଲାଭ କରିବେ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇବେ । ଉପରିସ୍ଥଙ୍କ ଶ୍ରଦ୍ଧା ବା କୃପାଭାଜନ ହେବେ । କର୍ତ୍ତବ୍ୟ ପରାୟଣ ପ୍ରଦର୍ଶନ କରି ନିଜର ପାରିଲା ପଣିଆ ଜାହିର କରିବେ । ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ପାରିବାରିକ ସମସ୍ୟାଗୁଡ଼ିକୁ ସୁଧାରି ନେବା ଉଚିତ୍ । ପ୍ରିୟଜନମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ରୂପରେ ସାହାଯ୍ୟ କରିବାକୁ ବାଧ୍ୟ ହେବେ । ପରୀକ୍ଷା ପ୍ରତିଯୋଗିତାରେ ଜୟଯୁକ୍ତ ହେବେ । କଠିନରୁ କଠିନତମ କାର୍ଯ୍ୟକୁ ଧୈର୍ଯ୍ୟରସହ ସମ୍ପାଦନ କରିପାରିବେ । ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ । ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ଧନୁ:-ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟସହଯୋଗ ପାଇବେ । ଅଧିକପରିଶ୍ରମ କରି ସାମାନ୍ୟଲାଭ ପାଇବେ । ବିଳାସ ବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ପୁରୁଣା ସମ୍ପର୍କରେ ତିକ୍ତତା ଆସିବ । ନୂତନକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ । ବହୁମୂତ୍ର ରୋଗୀମାନେ ସାବଧାନ ରହିବା ଉଚିତ୍ । ରାସ୍ତାଘାଟରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ରୋଜଗାର ସମସ୍ୟା ସୁଧୁରି ଯାଇ ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହେବ । ସହକର୍ମୀମାନଙ୍କ ଦ୍ୱାରା ଲାଭବାନ୍ ହେବେ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ବନ୍ଧୁଙ୍କଠାରୁ ସାହାଯ୍ୟ ମିଳିବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କୁମ୍ଭ:-କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ । ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ନୂତନ କର୍ମ ନିଯୁକ୍ତିରେ ସଫଳତା ଲାଭ କରିବେ । ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ । ବ୍ୟବସାୟମାନେ ଅଧିକ ଲାଭ କରିବେ । ତୀର୍ଥାଟନଯୋଗ ଥିବାରୁ ଯାତ୍ରାକାଳରେ ଯନ୍ତ୍ରଣା ଭୋଗିବେ । ନୂତନ ଦ୍ରବ୍ୟ କ୍ରୟ ନକରିବା ଉଚିତ୍ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମୀନ:-କର୍ମକ୍ଷେତ୍ରରେ ନିଜ କର୍ମ ଯୋଗକୁ ଅଧିକ ମହତ୍ତ୍ୱ ଦେବେ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ପରିବାର ବା ଘର ସମ୍ବନ୍ଧୀୟ କୌଣସି ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ । ଦୂରଯାତ୍ରା କଲେ ହଇରାଣ ହରକତ ହେବାକୁ ପଡିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!