ମକର ସଙ୍କ୍ରାନ୍ତି ଦିନ କରାଯାଇଥିବା ଆପଣଙ୍କର ଏହି ସବୁ ଭୁଲ ବଢାଇପାରେ ଆପଣଙ୍କ ସମସ୍ୟା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମକର ସଙ୍କ୍ରାନ୍ତି ପାଖେଇ ଆସୁଛି । ଏଥିରେ ସୂର୍ଯ୍ୟ ଦେବତାଙ୍କର ଉପାସନା କରାଯାଏ । ଏହି ଦିନ ସୂର୍ଯ୍ୟ ଧନୁ ରୁ ମକର ରାଶିକୁ ପ୍ରବେଶ କରିଥାନ୍ତି ଏଥି ପାଇଁ ଏହାକୁ ମକର ସଙ୍କ୍ରାନ୍ତି କୁହନ୍ତି । ଏହି ଦିନ ଠାରୁ ସୂର୍ଯ୍ୟ ଉତ୍ତର ଦିଗକୁ ବଢିଥାନ୍ତି । ଯାହା ପରେ ଦିନ ବଡ ହେବାକୁ ଲାଗେ । ଏହି ଦିନରୁ ବସନ୍ତ ଋତୁ ର ଆରମ୍ଭ ହୋଇଥାଏ । ଏହା ନୂଆ ବର୍ଷ ପରେ ପାଳନ କରାଯାଉଥିବା ପ୍ରଥମ ପର୍ବ ପରନ୍ତୁ ଏହି ପର୍ବ ପାଳନ କରିବା ପାଇଁ ବହୁତ ସାବଧାନ ହେବାର ଆବଶ୍ୟକ ପଡିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମହିଳାମାନେ ବାଳ ଧୋଇବା ଅନୁଚିତ

ଶାସ୍ତ୍ରରେ କୁହାଯାଇଛି କି ମହିଳା ମାନଙ୍କୁ ଏହି ଦିନ ବାଳ ଧୋଇବା କଥା ନୁହେଁ । ମହିଳାଙ୍କର ବାଳ ସହିତ ଘରର ବାସ୍ତୁ କୁ ଯୋଡି ଦେଖାଯାଏ । ଏମିତିରେ କୌଣସି ବି କାର୍ଯ୍ୟରେ ମହିଳାମାନଙ୍କର ବାଳ ଧୋଇବାକୁ ନେଇ ବହୁତ ପ୍ରକାରର ମାନ୍ୟତା ଅଛି ।

ଗଛ କାଟିବା ଅନୁଚିତ

ଏହି ଦିନ ବସନ୍ତ ଋତୁର ଆରମ୍ଭ ହୋଇଥାଏ ଓ ଏହି ଦିନ ଗଛ କିମ୍ବା ଗଛର ଡାଳ କାଟିବା ଅନୁଚିତ ।

ନିଶା ଠାରୁ ଦୂରେଇ ରୁହନ୍ତୁ

ଶସ୍ୟ ଓ ଭୋଜନର ଏହା ଏକ ବିଶେଷ ପର୍ବ । ଏହି ଦିନ ମଦ, ମାଂସ ଓ ପିଆଜର ସେବନ କରିବା ଅନୁଚିତ । ଏହା ସହିତ ଖରାପ ଶବ୍ଦ ମଧ୍ୟ ପ୍ରୟୋଗ କରିବା ଅନୁଚିତ ।

ସମସ୍ତଙ୍କ ସହିତ ଭଲରେ କଥା ହୁଅନ୍ତୁ ଓ କାହାକୁ ଖରାପ କୁହନ୍ତୁ ନାହିଁ ।

ସନ୍ଧ୍ୟା ପରେ ଭୋଜନ କରନ୍ତୁ ନାହିଁ

ଏହି ଦିନ ସକାଳୁ ଉଠି ଗୁଡ ଚାଉଳ ବା ଅନ୍ୟ ଶସ୍ୟର ଦାନ କରନ୍ତୁ । କୁହାଯାଏ କି ସନ୍ଧ୍ୟା ସମୟରେ ବା ସୂର୍ଯ୍ୟ ଅସ୍ତ ପରେ ଅନ୍ନ ଖାଇବା ଅନୁଚିତ ।

ଦାନ କରନ୍ତୁ

ଏହି ଦିନ ଦାନ ପାଇଁ ବହୁତ ବିଶେଷ ଦିନ ହୋଇଥାଏ । ଏମିତିରେ ଯଦି କୌଣସି ସାଧୁ ସନ୍ଥ ଭିକାରି ଆପଣଙ୍କ ଦ୍ଵାରକୁ ଆସନ୍ତି ତେବେ ତାଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ ।

କାହିଁକି ଆମେ ଗୁଡି ଉଡାଇଥାଉ

ଏହି ଦିନ ଗୁଡି ଉଡାଇବା ପାଇଁ ବହୁତ ଭଲ ଦିନ ହୋଇଥାଏ । ଶୀତଦିନେ ଖେଳ ଖେଳିବା ବହୁତ ଭଲ ହୋଇଥାଏ । ଏମିତିରେ ଗୁଡି ଉଡା ଯାଇଥାଏ ଯାହା କାରଣରୁ ଶରୀରରେ ସୂର୍ଯ୍ୟଙ୍କର କିରଣ ପଡିବ । ଏହା ସହିତ ସକାଳେ ଗୁଡି ଉଡାଇବା ଭଲ ହୋଇଥାଏ । ପ୍ରକୃତରେ ଏହି ଦିନ ସୂର୍ଯ୍ୟ ଦେବତା ନିଜ ପୁଅ ଶନିଙ୍କ ଉପରୁ ରାଗକୁ ଭୁଲି ତାଙ୍କ ଘରକୁ ଯାଇଥିଲେ । ଏହି ଦିନକୁ ସୁଖ ଓ ସମୃଦ୍ଧିର ଦିନ ବୋଲି କୁହାଯାଏ । ମକର ସଙ୍କ୍ରାନ୍ତି କୁ ଦେଶରେ ପୋଙ୍ଗଲ, ମାଘି ଓ ଖିଚଡ଼ି ନାମରେ ମଧ୍ୟ ଲୋକେ ଜାଣନ୍ତି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!