ଦୈନିକ ରାଶିଫଳ: ୧୪ ଜାନୁୟାରୀ ୨୦୧୯, ଆଜି ମକର ସଙ୍କ୍ରାନ୍ତି, ଭଗବାନ ଶିବ ଶଙ୍କର ଆଶୀର୍ବାଦ ଢାଳିବେ ଏହି ସବୁ ରାଶି ଉପରେ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୧୪ ଜାନୁୟାରୀ ୨୦୧୯

ମେଷ:

ଭୋଗ ବିଳାସକୁ ତୁଚ୍ଛ ମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ। ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ। ରାଜନୀତିରେ ସ୍ୱାର୍ଥରକ୍ଷା କରିବାରେ ସମର୍ଥ ହେବେ। ମହିଳାମାନେ କଠିନ ପରିଶ୍ରମ କରି ପ୍ରଶଂସା ପାଇବେ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ। କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରଜ କରିବାକୁ ବାଧ୍ୟ ହେବେ। ଋଣପ୍ରାପ୍ତି ଓ ଋଣମୁକ୍ତିର ରାସ୍ତା ପରିଷ୍କାର ହେବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:

ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ। ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ଋଣ ଭରଣା ପାଇଁ ଚେଷ୍ଟା କରିବେ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ। ମହିଳାମାନେ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣାତାକୁ ମୁଖ୍ୟ କରି ହସଖୁସିରେ ଚଳିବେ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚ ପ୍ରଶଂସିତ ହେବେ। ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

ମିଥୁନ:

ବ୍ୟବସାୟୀମାନଙ୍କର କାରବାର ବଢ଼ିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହି ପାରିବେ। ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ। ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ରାଜନୀତି କ୍ଷେତ୍ରରେ ସୁ ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାରେ ସାମର୍ଥ୍ୟ ବଢ଼ିବ। ମହିଳାମାନେ ପତିପ୍ରାଣା ହୋଇ ପରିବାରରେ ପ୍ରୀତିଭାଜନ ହେବେ। ଶୁଭ ସମ୍ବାଦପାଇ ଖୁସିହେବେ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:

ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବେ। କର୍ମଚାରୀ ଓ ଶ୍ରମିକମାନେ ବେଶି ଉପକୃତ ହେବେ। ତଳ ମହଲରୁ ଆଶାତୀତ ଲାଭ ପାଇବେ। ପୈତୃକ ସମ୍ପତ୍ତିପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ। କୋର୍ଟ କଚେରୀ ମାମଲାରେ ବିଳମ୍ବ ହେବ। ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେଲେ ବି ବଡ଼ନେତାଙ୍କୁ ସନ୍ତୁଷ୍ଟ କରିବା କାଠିକର ପାଠ ହେବ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରି ପାରନ୍ତି। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ସିଂହ:

କର୍ମକ୍ଷେତ୍ରରେ ଯେତିକି ପାଇବା କଥା ସେତିକି ହିଁ ପାଇବେ। ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ। ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ। ନିମ୍ନବର୍ଗ କର୍ମୀଙ୍କ ପ୍ରତି ସତର୍କ ରହି ଚଉଆଖିଆ ହୋଇ କର୍ତ୍ତବ୍ୟ ପାଳି ନ ଚାଲିଲେ ପରେ ହଇରାଣ ହେବେ। ରାଜନୀତି ସ୍ତରରେ ମାନହାନି ହେଲାଭଳି ପରିସ୍ଥିତି ଦେଖାଦେଇ ପାରେ। ମହିଳାମାନେ ସନ୍ତୁଷ୍ଟ ରହିଲେବି ଆର୍ଥିକ, ପାରିବାରିକ ଓ ବ୍ୟବସାୟିକ କ୍ଷେତ୍ରରେ ସମସ୍ୟା ଦେଖାଦେଇ ପରେ। ବିଭିନ୍ନ ପ୍ରକାର ସମସ୍ୟାଦେଇ ଗତି କରିବେ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

କନ୍ୟା:

ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶମାନ ବୃଦ୍ଧି  ସହିତ ଉତ୍ତମ ଆୟର ପଥ ପରିସ୍କାର କରିବେ। ଦୂରଯାତ୍ରା କରି ଯଶ, ମାନ, ପ୍ରତିଷ୍ଠାର ଅଧିକାରୀ ହେବେ। ରାଜନୀତି, ବିଜ୍ଞାନ, ବୈଷୟିକ ବିଦ୍ୟା, ଜ୍ୟୋତିଷ, ଦର୍ଶନ, ଅଧ୍ୟାପକ, ଓକିଲ, ପୋଲିସ, ଚିକିତ୍ସକମାନଙ୍କର ବିଶେଷ ଉନ୍ନତିହେବ। ମହିଳାମାନେ ଅଳ୍ପରେ  ସନ୍ତୁଷ୍ଟ ହେବେ। କର୍ମକ୍ଷେତ୍ରରେ ବନ୍ଧୁଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ। ଭଗୀଦାରିକ୍ଷେତ୍ରରେ ଆଖିବନ୍ଦ କରି ଯେକୌଣସି ପଦକ୍ଷେପ ନେଇ ପାରନ୍ତି। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ଓ ସାକ୍ଷାତ୍କାରରେ ବିଜୟୀହେବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ତୁଳା:

ବ୍ୟବସାୟୀମାନେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବେ। କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ। ମହିଳା ମାନଙ୍କର ଚାକିରି କ୍ଷେତ୍ରରେ ଉନ୍ନତି, ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢ଼ିବ। କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ। ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତିଅଟଳ ରଖି ପାରିବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

ବିଚ୍ଛା:

ବ୍ୟବସାୟମାନେ ଅଧିକ ଲାଭ କରିବେ। କର୍ମକ୍ଷେତ୍ରରେ ନିଜ କର୍ମ ଯୋଗକୁ  ଅଧିକ ମହତ୍ତ୍ୱ ଦେବେ। ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ। ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ। ଛୋଟ ଛୋଟ କାମକୁ ବୁଝିବିଚାରି ନକଲେ ଦ୍ଵନ୍ଦରେ ପଡିବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:

ବ୍ୟବସାୟୀମାନେ ଅଳ୍ପ ପରିଶ୍ରମ କରି ଅଧିକ  ଲାଭ ପାଇବେ। କ୍ଷୟକ୍ଷତି ଘଟିବାର ଆଶଙ୍କା ନାହିଁ। ମାଲି ମୋକଦ୍ଦମାରେ ଅନାଗ୍ରହ ସୃଷ୍ଟି ହେବ। ରାଜନୀତି କ୍ଷେତ୍ରରେ ଆସ୍ୱସ୍ତି ଲାଭ କରିବେ। ବିଦେଶଯାତ୍ରାରେ ଯଶଲାଭ, ପରିବାରରେ ମାନ ମନାନ୍ତର ଦୂର ହେବ। ମାନସିକ ଏକାଗ୍ରତା ରଖି ପାରିବେ। ଶୁଭ ସମ୍ବାଦପାଇ ଖୁସିହେବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତିହେବ। ମହିଳାମାନେ ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ମକର:

ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ।  ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ। ବିଦେଶ ଯାତ୍ରାରେ ଲାଭବାନ ହେବେ। ପୈତୃକ ସମ୍ପତ୍ତିପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ। ବ୍ୟବସାୟମାନେ ଅଧିକ ଲାଭ କରିବେ। କର୍ମକ୍ଷେତ୍ରରେ ନିଜ କର୍ମ ଯୋଗକୁ  ଅଧିକ ମହତ୍ତ୍ୱ ଦେବେ। ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି। ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତିହେବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:

ସମସ୍ୟା ଦୂରହେବ ଓ ଉଚ୍ଚ ଆଶାରେ ଆଗେଇବେ। ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଆୟ ବଢିବ। କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ। ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇ ଯିବ। ମାଲି ମୋକଦ୍ଦମାରେ ଅନାଗ୍ରହ ସୃଷ୍ଟି ହେବ। ରାଜନୀତି କ୍ଷେତ୍ରରେ ଆସ୍ୱସ୍ତି ଲାଭ କରିବେ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ। ପିଲାମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ ହେବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମୀନ:–

କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରି ପ୍ରଚୁର ଲାଭ କରିବେ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ମହିଳାମାନେ କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସଚ୍ଚୋଟ  ଭାବେ ଦାୟିତ୍ୱ ତୁଲାଇବେ। ଉପରିସ୍ଥଙ୍କ ଶ୍ରଦ୍ଧା ବା କୃପାଭାଜନ ହେବେ। କର୍ତ୍ତବ୍ୟ ପରାୟଣ ପ୍ରଦର୍ଶନ କରି ନିଜର ପାରିଲା ପଣିଆ ଜାହିର କରିବେ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପ୍ରତିକାର-ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!