ଧନୁ ରାଶିରୁ ମକର ରାଶିକୁ ରବି କରିବେ ସଂକ୍ରମଣ, କଣ ରହିବ 12 ଟି ରାଶି ଉପରେ ଏହାର ପ୍ରଭାବ ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ତା ୧୪ / ୧/ ୨୦୨୨ ମସିହା ଶୁକ୍ରବାର ଦିନ ଧନୁରାଶିରୁ ମକର ରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ରବିଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରବି ମହାଗ୍ରହଙ୍କୁ ସବୁ ଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ବୋଲି କୁହାଯାଏ । ଜନ୍ମକୁଣ୍ଡଳୀରେ ଅନ୍ୟ ଗ୍ରହ ଯେଉଁ ପରିସ୍ଥିତିରେ ରହିଲେ ମଧ୍ୟ ରବି ମହାଗ୍ରହ ଶୁଭ ସ୍ଥିତିରେ ରହିବା ଆବଶ୍ୟକ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ରବି ମହାଗ୍ରହ ଆତ୍ମାର ପ୍ରତିନିଧିତ୍ୱ କରିଥାନ୍ତି । ସ୍ୱୟଂ ଶକ୍ତି, ଜ୍ଞାନବିଜ୍ଞାନ, ମାନସମ୍ମାନ, ପଦପ୍ରତିଷ୍ଠା, ବାପାଙ୍କ ସୁଖ, ସରକାରୀ ଚାକିରୀ, ଉଚ୍ଚପଦ ପଦବୀ, ଯଶ, କୀର୍ତ୍ତି, ପ୍ରଶସ୍ତି, ଆୟୁ, ରାଜା, ରାଜନୀତି, ମସ୍ତିସ୍କ, ହାଡ, ସ୍ୱାସ୍ଥ୍ୟ ଚିକିତ୍ସା, ହୃଦୟ, ଉଋ, ପିତ୍ତ, ଚକ୍ଷୁ, ରକ୍ତ ପ୍ରବାହ, ଗରମ ତଥା କରେଣ୍ଟ ଆଦିର କାରକ ସୂର୍ଯ୍ୟ ବା ରବି ମହାଗ୍ରହ ଅଟନ୍ତି । ରବିଗ୍ରହ ଯଦି ଶୁଭରେ ରହିଥାନ୍ତି ତେବେ ଶୁଭଫଳ ପ୍ରଦାନ କରି ଥାନ୍ତି । ଯଦି ଅଶୁଭରେ ସ୍ଥିତ ହୋଇଥାନ୍ତି ତେବେ ଜୀବନରେ ସୁଖ ମିଳେ ନାହିଁ ।

ମେଷ:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଦଶମଭାବରେ ବା କର୍ମଭାବରେ ଅବସ୍ଥାନ କରିବେ । ଯାହାଫଳରେ ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ଜମିବାଡ଼ି ନେଇ କେତେକ ସମସ୍ୟା ସମାଧାନ ହୋଇ ଯିବ । ଆର୍ଥିକଦିଗରୁ ଉନ୍ନତି ହେବା ସହ ସ୍ୱାସ୍ଥ୍ୟ ଠିକ୍ ରହିବ । ଭୋଗବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ ସାଙ୍ଗକୁ ସ୍ୱାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଲାଗି ରହିବ । ଉଚ୍ଚକର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବ । ସହକର୍ମୀ ମାନଙ୍କର ସମର୍ଥନ ଓ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ । ଆକସ୍ମିକଧନ ପ୍ରାପ୍ତି ହେବ । ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଯେ କୌଣସିକାର୍ଯ୍ୟରେ ହାତଦେଲେ ସଫଳ ହେବେ । କଠିନ ପରିଶ୍ରମ କରି ସ୍ଥାନ ସ୍ଥିତି ବଜାୟ ରଖି ପାରିବେ । ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ଦେଇ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ । ଭାଇ ଭଉଣୀମାନଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ । ସନ୍ତାନମାନଙ୍କ ଭବିଷ୍ୟତ ନେଇ ଖୁସି ରହିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ନବମ ଭାବରେ ବା ଭାଗ୍ୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ପ୍ରଚୁର ଲାଭବାନ ହେବେ । ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ । ବ୍ୟବସାୟରେ ସଫଳତା, ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । କୌଣସି କାର୍ଯ୍ୟକ୍ରମରେ ସମ୍ମାନିତ ହେବେ । ନୂତନ କର୍ମ ସଂସ୍ଥାରେ ନିଯୁକ୍ତି ପାଇବାର ଯୋଗ ମଧ୍ୟ ରହିଛି । କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ । ପ୍ରେମିକ ପ୍ରେମିକାମାନେ ଆମୋଦ-ପ୍ରମୋଦ, ମନୋରଞ୍ଜନ, ନୃତ୍ୟଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ମଜ୍ଜି ରହିବେ । ଭାଇ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ । କଳକାରଖାନା ଓ ଶିଳ୍ପ ପ୍ରଭୃତିର ମାଲିକମାନେ ଏବଂ କଣ୍ଟ୍ରାକ୍ଟରମାନେ ଆନନ୍ଦିତ ହେବେ । ବିଦେଶ ଯାତ୍ରାରେ ସଫଳ ହେବେ । ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରି ବ୍ୟବହାରକୁଶଳ, ଅନୁଶାସନ ପ୍ରିୟ, ଗୁଣିଜ୍ଞାନୀ, ଯୋଗ୍ୟ, ଆଜ୍ଞାପାଳକ, ସୌଭାଗ୍ୟଶାଳୀ ହେବେ । ପ୍ରତିକାର- ପ୍ରତ୍ୟେକ ଦିନ ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଅଷ୍ଟମ ଭାବରେ ବା ନିଧନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବା ସହ ଶୁଭ ସୂଚନା ମଧ୍ୟ ପାଇବେ । ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ଆନନ୍ଦିତ ହେବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ଗୃହରେ ଥିବା କଳହ, ପତି-ପତ୍ନୀ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତା ଭାବର ସମାଧାନ ହେବ । ବ୍ୟବସାୟୀମାନେ ଆବଶ୍ୟକତା ଠାରୁ ଅଧିକ ଆଦାନ-ପ୍ରଦାନ କରି ଉଚିତ ଲାଭ ପାଇବେ । ରାଜନୈତିକ କ୍ଷେତ୍ରରେ ନିଜର ଏକ ନିମ୍ନ ବାହ୍ୟରୂପ ଧାରଣ କରିବା ସହିତ ବିଜ୍ଞତାର ସହିତ ପରିସ୍ତିତିର ସମ୍ମୁଖୀନ ହେବା ଶ୍ରେୟସ୍କର । ଶିକ୍ଷାକ୍ଷେତ୍ରରେ ରୁଚି ବୃଦ୍ଧି ପାଇବା ସହ ପରୀକ୍ଷା ପରିଣାମ ଅନୁକୂଳ ହେବ । ପାରିବାରିକ ଜୀବନରେ ବନ୍ଧୁ ବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇ ଶାନ୍ତି ଅନୁଭବ କରିବା ସହ ମାନ ସମ୍ମାନ ବୃଦ୍ଧି ହେବ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କର୍କଟ:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ସପ୍ତମ ଭାବରେ ବା ଜାୟା, ବ୍ୟବସାୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସ୍ୱାସ୍ଥ୍ୟରେ ଉନ୍ନତି ହୋଇ ଗୃହସ୍ଥ ଜୀବନ ସୁଖମୟ ହେବ । ସରକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟକରି ପଦୋନ୍ନତି ପାଇବେ । ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ମିଳିବ । ନୂତନ ଗୃହସୁଖ ଓ ଯାନବାହନ ସୁଖ ମିଳିବ । ସମସ୍ତ କାର୍ଯ୍ୟ ମନଇଛା ଅନୁସାରେ ସମ୍ପନ୍ନ ହେବ । ଜନ ସମ୍ପର୍କ ବୃଦ୍ଧି ପାଇବ । ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ଓ ସାକ୍ଷାତରେ ଉନ୍ନତି ହେବ । ବକେୟା ଅର୍ଥ କିଛି ମିଳିବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ପାରିବାରିକ କ୍ଷେତ୍ରରେ ସ୍ନେହ-ସଦ୍ଭାବ ବଜାୟ ରହିବ । ବିଦ୍ୟାର୍ଥିମାନେ ବିଦ୍ୟାରେ ଉନ୍ନତି କରିବା ସହ ପରୀକ୍ଷା, ପ୍ରତିଯୋଗିତାରେ ବିଜୟୀ ହେବେ । ନୂତନକର୍ମ ନିଯୁକ୍ତି ପାଇବେ । କାର୍ଯ୍ୟର ପ୍ରଗତିପାଇଁ ସମସ୍ତପ୍ରକାର ପ୍ରୟାସ କରିବେ । ଦୂରଯାତ୍ରାରେ ଆଶା ମୁତାବକ ଫଳ ପାଇବେ । ଆକସ୍ମିକ ଧନପ୍ରାପ୍ତି ହେବ । ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ । ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ସିଂହ:- ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଷଷ୍ଠଭାବରେ ବା ରୋଗ, ରୁଣ, ଶତ୍ରୁ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଆତ୍ମୀୟ ଶତ୍ରୁତା, ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟା ଓ ଗୃହ, ଜମି କିମ୍ବା ପାରିବାରିକ ସମସ୍ୟାର ସମାଧାନରେ ସଫଳତା ଅର୍ଜନ ତଥା ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ । ଦୂରଯାତ୍ରାର ସୁଯୋଗ ପାଇବେ । ପୁରାତନ ରୋଗର ପ୍ରକୋପ ହ୍ରାସ ପାଇବ । କର୍ମକ୍ଷେତ୍ରରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ପ୍ରସିଦ୍ଧି, ମାନସମ୍ମାନ ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ । ବ୍ୟବସାୟକ୍ଷେତ୍ରରେ କଠିନ ପରିଶ୍ରମ କରି ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବେ । ହାତ ପାହାନ୍ତାରେ ଥିବା ସୁଯୋଗ ଆପେ ଆପେ ଆସିଯିବ । ବ୍ୟବସାୟ ପାଇଁ ଯୋଗାଯୋଗ କରିଥିବା କ୍ଷେତ୍ରରୁ ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ । ଅଧ୍ୟୟନ, ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । କଳା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ । କର୍ମକ୍ଷେତ୍ରରେ ଯୋଗାଯୋଗ କଲେ ଆଶା କରୁଥିବା ସ୍ଥାନକୁ ସ୍ଥାନାନ୍ତରଣ ହେବେ ଏବଂ ନୂତନକର୍ମ ମଧ୍ୟ ପ୍ରାପ୍ତି ହୋଇ ପାରେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:-ରାଶି ଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ପଞ୍ଚମଭାବ ବା ସନ୍ତାନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସାମାଜିକ ପ୍ରତିଷ୍ଠା ବଢ଼ିବା ସହ ସୁଖ ସମୃଦ୍ଧି ବୃଦ୍ଧି ହେବ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଭ୍ରାତୃ ବିବାଦ, ପଡ଼ୋଶୀ କଳହର ସମାଧାନ ହେବ । କର୍ମକ୍ଷେତ୍ରରେ ଦୀର୍ଘଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ ଓ ସହକର୍ମୀମାନଙ୍କ ସହିତ ମତଭେଦ ସମାପ୍ତ ହେବ । ବିଦ୍ୟାରେ ଉନ୍ନତି ଘଟିବା ସହ ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟ ଯୁକ୍ତ ହୋଇ ନୂତନ କର୍ମ ପ୍ରାପ୍ତିର ସୁଯୋଗ ପାଇ ପାରନ୍ତି । ବାଦବିବାଦ, ମାଲିମୋକଦ୍ଦମାରେ କୃତକାର୍ଯ୍ୟ ହେବେ । ଜନ ସମାଜରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବା ସହ ଭାଇ ବନ୍ଧୁ ମିତ୍ରମାନଙ୍କର ସାହାଯ୍ୟ ସହଯୋଗ ପାଇ ସୁଖ ସମୃଦ୍ଧି ବୃଦ୍ଧି ହେବ । ପାରିବାରିକ କ୍ଷେତ୍ରରେ ପୁରୁଣା ସମସ୍ୟାର ସମାଧାନ ହୋଇ ସ୍ଥିତି ସୁଧିରିଯିବ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ । ସମୟ ପ୍ରାୟତଃ ଅନୁକୂଳ ରହିବା ଫଳରେ ଆଶାତୀତ ଲାଭ ପାଇବାର ରାସ୍ତା ପରିସ୍କାର ହୋଇଯିବ । ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ନତୁବା ସବୁଜ ରୁମାଲ ଟିଏ ପାଖରେ ରଖନ୍ତୁ ।

ତୁଳା:-ରାଶି ଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଚତୁର୍ଥ ଭାବରେ ବା ସୁଖ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ଜାଗା, ଜମି, ଗୃହପୋକରଣ କ୍ରୟ କରିବା ପାଇଁ ଯୋଗାଯୋଗ କରିପାରିବେ । ସାମାଜିକ ଉତ୍ସବରେ ଯୋଗ ଦେଇ ପ୍ରସଂଶିତ ହେବେ । ଶତ୍ରୁହାନୀ, ସହଯୋଗ ପ୍ରାପ୍ତି, ମିତ୍ରଲାଭ, ଶରୀର ସୁସ୍ଥ ରହିବ । ଋଣ ପ୍ରାପ୍ତି, କର୍ମତତ୍ପର, ବ୍ୟବସାୟରେ ସଫଳତା ପାଇବେ । ଉଚ୍ଚ ସମ୍ମାନ ଲାଭ, ମନରେ ଉତ୍ସାହ ଓ ମିଷ୍ଠାନ୍ନ ଭୋଜନ ପ୍ରାପ୍ତି ହେବ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ସଫଳତା ପ୍ରାପ୍ତି ହେବ । ଚିତ୍ତପ୍ରସନ୍ନ, କାର୍ଯ୍ୟ ସିଦ୍ଧି ହେବ । ଅନେକ ସମସ୍ୟା ଦୂର ହେବା ସହ ଉଚ୍ଚ ଆଶାରେ ଆଗେଇବେ । ବ୍ୟବସାୟରେ ସାହସୀ ଓ ଦୃଢସଂକଳ୍ପ ଫଳରେ ଲାଭବାନ ହେବେ । ପୂରାତନ ବନ୍ଧୁ ଓ ମିତ୍ରଙ୍କ ସହଯୋଗ ଅଧିକ ଲାଭଦାୟକ ହେବ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ବିଚାର ବିଭାଗ ରାୟ ସପକ୍ଷରେ ଯିବ । ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବା ଫଳରେ ମିତ୍ର ଓ ସହଯୋଗୀଙ୍କ ଠାରୁ ଆଶାତୀତ ସହଯୋଗ ପ୍ରାପ୍ତି ହେବ । ପରିବାରରେ ମାନ ମନାନ୍ତର ଦୂର ହେବ । ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ବିଛା:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ତୃତୀୟ ଭାବରେ ବା ବିକ୍ରମ ଭାବରେ ଅବସ୍ଥାନ କରିବେ । ଯାହାଫଳରେ କର୍ମକ୍ଷେତ୍ରରେ ପଦୋନ୍ନତିରେ ସଫଳତା ଲାଭ କରିବା ସହ ଯେ କୌଣସି କାମରେ ହାତ ଦେଲେ, ସଫଳତା ପାଇବେ । ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ ବୃଦ୍ଧି ପାଇବ । ସେୟାର ବଜାରରେ ମୁନାଫା ମିଳିବ । ଆର୍ଥିକ ସ୍ଥିତିରେ ବୃଦ୍ଧିହେବ । ପରିବର୍ତ୍ତନଶୀଳ ଭାଗ୍ୟ ନେଇ ଜୀବନ ଶୈଳୀ ଗଢିବେ । ଛାତ୍ର ଛାତ୍ରୀ ମାନେ ବହୁ ଦିଗରୁ ଉପକୃତ ହେବେ । ବାହ୍ୟ ପ୍ରତିପତ୍ତି ଉଣା ହେବ ନାହି । ସନ୍ତାନମାନେ ସୁନାମ ଅର୍ଜନ କରିବେ । ପଡୋଶୀ ଓ କୁଟୁମ୍ବଙ୍କ ସହ ମତାନ୍ତର ମନାନ୍ତର ମେଣ୍ଟିଯିବା ଫଳରେ ଅଧିକ ପରିଶ୍ରମ କରି ଲକ୍ଷ୍ୟ ସିଦ୍ଧି କରିବେ । ରାଜନୀତି କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପରିବାରରେ ଧନମାନ ଦିଗରୁ ସୁରକ୍ଷିତ ରହିବେ । ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ଯେଉଁ କାର୍ଯ୍ୟ ପାଇଁ ଆପଣ ଲମ୍ବା ସମୟର ପ୍ରୟାସରତ ଥିଲେ ତାହା ଖୁବ୍ ଶୀଘ୍ର ପୂରଣ ହେବ । ପ୍ରତିକାର- ନାଲିବସ୍ତ୍ର ପରିଧାନ କରନ୍ତୁ । ନତୁବା ନାଲି ରୁମାଲ ଟିଏ ପାଖରେ ରଖନ୍ତୁ ।

ଧନୁ:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଦ୍ଵିତୀୟ ଭାବରେ ବା ଧନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସମାଜ ସେବାରେ ସ୍ଵନାମ ଅର୍ଜନ କରି ପାରିବେ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ । କର୍ମକ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗକରି ଗଠନମୂଳକ ଦିଗପ୍ରତି ଆଗ୍ରହୀ ହେବେ ଓ ଉତ୍ତମ ରୋଜଗାର କରି ପାରିବେ । ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ ପାଇଁ ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି । ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ । ସେନା ନାୟକ ବା ପୁଲିସ ହାକିମ, ଅଥବା ପ୍ରଶାସକ ମାନଙ୍କର ଉନ୍ନତି ହେବ । ଛାତ୍ର ଛାତ୍ରୀମାନେ ପ୍ରତ୍ୟୁତ୍ମନ ମତିତା କାରଣରୁ ଖୁସି ଗପ ଓ ମଉଜ ମଜଲିସ୍ କରିବେ । କିନ୍ତୁ ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ । ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ନୂତନ ଗୃହନିର୍ମାଣ ପାଇଁ ପ୍ରସ୍ତୁତି କରି ପାରନ୍ତି । ଦୂରବନ୍ଧୁ ଖୁବ୍ ସାହାଯ୍ୟ କରିବେ । ଆତ୍ମବିଶ୍ଵାସ ଦ୍ଵାରା ଅନ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର କରି ପାରିବେ । ଅକସ୍ମାତ ଭୂମିଲାଭ ଯୋଗ ମଧ୍ୟ ଘଟିବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅତ୍ୟନ୍ତ ଶୁଭ ଦାୟକ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମକର:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ପ୍ରଥମ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ପାଇବ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ମାନସିକ ଶାନ୍ତି ସହ ପୁରାତନ ରୋଗର ଉପଶମ ହୋଇ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ପରହାତରେ ଥିବା ଧନ ସହଜରେ ପ୍ରାପ୍ତି ହେବ । ଜାଗା, ଜମି, ଗୃହପୋକରଣ କ୍ରୟ କରି ପାରନ୍ତି । ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବ । ବେପାର ବଣିଜରେ ପ୍ରଚୁର ଲାଭ ମିଳିବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ସହଯୋଗୀମାନେ ସହଯୋଗ କରିବା ଫଳରେ କର୍ମଚାରୀ ମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ଅତି ଉତ୍ତମ ଫଳ ଭୋଗିବେ ଗ୍ରହ ଅନୁକୂଳ ହେତୁ ଲୋକ ସମର୍ଥନ ବୃଦ୍ଧି ପାଇବ । ପ୍ରଶାସନ, ପ୍ରକାଶନ, ଅଧ୍ୟୟନ, ଅଧ୍ୟାପନା ଓ ସାହିତ୍ୟଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ । ସନ୍ତାନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଫଳ ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କୁମ୍ଭ:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ବ୍ୟୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ କେତେକ ମୁଲ୍ୟବାନ ଆସବାବ ପତ୍ର କ୍ରୟ କରିବେ । ପାରିବାରିକ କ୍ଷେତ୍ରରେ ଭୂଲ ବୁଝାମଣା କଟି ଯାଇ ଶାନ୍ତିର ବାତାବରଣ ସୃଷ୍ଟି ହେବ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଧାଁ ଦଉଡ଼ କରିବାକୁ ପଡ଼ିବ ଓ ସହକର୍ମୀମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନ ମୂଳକ କାର୍ଯ୍ୟ ହାତକୁ ନେବେ । ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟର ପ୍ରସାର ପ୍ରଚାର ଫଳରେ ଆଶାତୀତ ଆୟ ବୃଦ୍ଧି ପାଇବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ବନ୍ଧୁ ବାନ୍ଧବଙ୍କ ଦ୍ଵାରା କୌଣସି ଜଟିଳ ସମସ୍ୟାର ସମାଧାନ ହେବ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଆରମ୍ଭ କରିପାରନ୍ତି । ସତର୍କତା ଅବଲମ୍ବନ ନକଲେ କୌଣସି ଭୁଲ୍ କାମରେ ଫଶିଯିବେ । ପ୍ରତିକାର- ବୁଲା କୁକୁରକୁ ପ୍ରତ୍ୟେକଦିନ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଏକାଦଶ ଭାବରେ ବା ଲାଭଭାବରେ ଅବସ୍ଥାନ କରିବେ । ଯାହାଫଳରେ ଭାଗ୍ୟର ପ୍ରବଳତା ହେତୁ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ । ନୂତନକର୍ମ ନିଯୁକ୍ତିରେ ସଫଳ ହେବେ । ନୂତନ ଗୃହ, ନୂତନ ଯାନ, ନୂତନ ବ୍ୟବସାୟ, ନୂତନ ଜାଗା ଜମିପ୍ରାପ୍ତି ହେବ । ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ରାଜନୈତିକ କ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ସାମୟିକ ରକ୍ତଚାପ ବା ଶିରୋପୀଡା ଜନିତ ପୀଡାରୁ ମୁକ୍ତି ମିଳିବ । ଦିବ୍ୟ ଗୁଣ ଗୁଡିକ ପ୍ରକାଶ ପାଇବ । ଉଚ୍ଚଆଶା ସଫଳହେବ । ବିଦେଶ ଯାତ୍ରାରେ ଲାଭବାନ୍ ହେବେ । ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ ଓ ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ । ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବା ଫଳରେ ସରକାରୀ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ପ୍ରତିକାର- ତୁଲସୀ ମୂଳ ମାଟି ମସ୍ତକରେ ଧାରଣ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!