ଦୈନିକ ରାଶିଫଳ: 15 ଜାନୁୟାରୀ 2022, ମା ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା, ଜାନୁୟାରୀ ମାସ ୧୫ ତାରିଖ, ଶନିବାର, ମକର ମାସ ୨ ଦିନ, ପୌଷ ମାସ, ଶୁକ୍ଳପକ୍ଷ, ତ୍ରୟଦଶୀ ତିଥି ମୃଗଶିରା ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ର । ବ୍ରହ୍ମ ଯୋଗ ଦିବା ୨ଟା ୩୨ମିନିଟ୍ ଗତେ ଇନ୍ଦ୍ର ଯୋଗ । କୌଳବ କରଣ, ଦିବା ୧୧ଟା ୪୦ମିନିଟ୍ ଗତେ ତୈତିଳ କରଣ । ବୃଷ, ସିଂହ, କନ୍ୟା ରାଶିର ଘାତବାର । ବିଛା ରାଶିର ଘାତଚନ୍ଦ୍ର ସକାଳ ୯ଟା ୫୦ମିନିଟ୍ ଗତେ କନ୍ୟା ରାଶିର ଘାତଚନ୍ଦ୍ର । ବାଇଗଣ ନ ଖାଇଲେ ଭଲ ରାତି ୧୨ଟା ୫୭ମିନିଟ୍ ପରେ ବିରି ଜାତୀୟ ଦ୍ରବ୍ୟ ନ ଖାଇଲେ ଭଲ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯୋଗିନୀ- ଦକ୍ଷିଣେ ରାତି ୧୨ଟା ୫୭ମିନିଟ୍ ପରେ ପଶ୍ଚିମେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ତ୍ରୟୋଦଶୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ପ୍ରାତଃ ୬ଟା ୨୭ମିନିଟ୍ ରୁ ୭ଟା ୪୯ମିନିଟ୍, ଦିବା ୧ଟା ୧୮ମିନିଟ୍ ରୁ ଦିବା ୨ଟା ୪୦ମିନିଟ୍, ଦିବା ୪ଟା ୨ମିନିଟ୍ ରୁ ୫ଟା ୨୪ମିନିଟ୍, ସନ୍ଧ୍ୟା ୫ଟା ୨୪ମିନିଟ୍ ରୁ ରାତ୍ରି ୭ଟା ୨ମିନିଟ୍, ରାତ୍ରି ୪ଟା ୪୯ମିନିଟ୍ ରୁ ୬ଟା ୨୭ମିନିଟ୍ । ଶୁଭସମୟ- ଦିବା ୧୦ଟା ୩୫ମିନିଟ୍ ରୁ ୧ଟା, ରାତ୍ର ୮ଟା ୧ମିନିଟ୍ ରୁ ରାତ୍ର ୧୦ଟା ୩୬ମିନିଟ୍, ରାତ୍ର ୧୨ଟା ୨୩ମିନିଟ୍ ରୁ ରାତ୍ର ୨ଟା ୫ମିନିଟ୍, ରାତ୍ର ୨ଟା ୫୯ମିନିଟ୍ ରୁ ରାତ୍ର ୪ଟା ୪୨ମିନିଟ୍ ।

ମେଷ:-ସହକର୍ମିଙ୍କ ସହଯୋଗ ଫଳରେ କର୍ମକ୍ଷେତ୍ରରେ ଲାଭମିଳିବ । ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ । ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ପାଇବ । ରାଜନୀତିରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ବ୍ୟବସାୟୀ ମାନଙ୍କ ପାଇଁ ଭଲ ଲାଭ ଦାୟକ ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-ବ୍ୟବସାୟୀଙ୍କର କଠିନ ପରିଶ୍ରମ କରିବା ଫଳରେ କାରବାରର ବୃଦ୍ଧି ହେବା ସହ ଗ୍ରାହକ ମାନଙ୍କ ସମ୍ପର୍କରେ ଉନ୍ନତି ହେବ । ଖେଳ, କୁଦ, ପ୍ରତିଯୋଗିତା ପରୀକ୍ଷା ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ପାରିବାରିକ କ୍ଷେତ୍ରରେ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁରସ୍ୱାଦ ଅନୁଭବ କରିବେ । ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରଜ କରିବାକୁ ପଡିପାରେ । ଆୟ ବ୍ୟୟରେ ତାଳମେଳ ରହିବ ନାହିଁ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ଦେହମନ ଭଲ ରହିବ । ନକାରାତ୍ମକ ଦ୍ରବ୍ୟକୁ ତ୍ୟାଗକରି ସକାରାତ୍ମକ ଦ୍ରବ୍ୟକୁ ଗ୍ରହଣକରି ଆଗକୁ ବଢିବାର ପ୍ରୟାସ କରିବେ । ବନ୍ଧୁମିତ୍ରଙ୍କ ଦ୍ଵାରା ସହାୟତା ମିଳିବ । ପ୍ରେମିକ ପ୍ରେମିକା ମାନଙ୍କର ମନ ଖୁସି ରହିବ । ପ୍ରତିଦ୍ୱନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ ଓ ଉଚ୍ଚପ୍ରଶଂସିତ ହେବେ, ମାଲିମୋକଦ୍ଦମାରେ ସଫଳ ହେବେ । ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନସ୍ଥିତି ଅଟଳ ରଖି ପାରିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ରାଜନେତା ମାନଙ୍କର ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ଦେଇ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ଶାରୀରିକ ପିଡ଼ା, ମାନସିକ ଦୁଶ୍ଚିନ୍ତା, ଋଣଭାର, ଶତ୍ରୁବାଧା ଦୂରେଇ ଯିବ ଓ ଶରୀର ସୁସ୍ଥ ରହିବ । ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ଓ ସାକ୍ଷାତରେ ଉନ୍ନତି ହେବ । ବକେୟା ଅର୍ଥ କିଛି ମିଳିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ସିଂହ:-ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ରାଜନୀତିରେ ପଦ ପଦବୀ ଲାଭହେବା ସହ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ଯେ କୌଣସିକାର୍ଯ୍ୟରେ ହାତଦେଲେ ସଫଳହେବେ । ପିଲାମାନଙ୍କ ପ୍ରତି ସତର୍କ ରହି ଆନନ୍ଦିତ ହେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କନ୍ୟା:-ରାଜନୀତିରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ବ୍ୟବସାୟରେ ଦୁଃସ୍ଥିତିର ସମସ୍ୟା ଅନେକାଂଶରେ ହ୍ରାସ ପାଇବ ଓ କିଛି ନୂତନ ଯୋଜନା ମିଶାଇବା ଫଳରେ ବିଶେଷ ଲାଭବାନ୍ ହେବେ । ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ । ପିଲାମାନଙ୍କ କାର୍ଯ୍ୟରେ ଉନ୍ନତି ହେବ । ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-ବହୁକ୍ଷେତ୍ରରେ ପ୍ରିୟତା, ବନ୍ଧୁମିଳନ ତୀର୍ଥ ଭ୍ରମଣ ଓ ସଂସ୍କୃତିକ ତଥା ସାମାଜିକ କାର୍ଯ୍ୟରେ ଭାଗନେଇ ଲୋକ ସମ୍ପର୍କ ବୃଦ୍ଧି ହେବ । ପାରିବାରିକ ଶାନ୍ତିଶୃଙ୍ଖଳା ବୃଦ୍ଧି ହେବା ସହ ଗଠନମୂଳକ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ବିଦ୍ୟା କ୍ଷେତ୍ରରେ ଯଶ ପ୍ରାପ୍ତି ହେବ । ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରି ପାରିବେ । ଧୈର୍ଯ୍ୟ ଓ ସଂଯମ ରଖିବା ଆବଶ୍ୟକ । ବନ୍ଧୁମିତ୍ର ମାନଙ୍କର ଓ ବରିଷ୍ଠ କର୍ମୀଙ୍କ ପ୍ରିୟପାତ୍ର ହେବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ବିଚ୍ଛା:-ଶାରୀରିକ ପୀଡାରେ ପରିବର୍ତ୍ତନ ଦେଖାଦେବା ସହ ଶିକ୍ଷାକ୍ଷେତ୍ରରେ ତେଜସ୍ୱୀ ହେବେ । ଚାକିରୀରେ ପ୍ରମୋଶନ ମିଳିବାର ଯୋଜନା ପ୍ରସ୍ତୁତ ହେବ । ଗୋ-ସଂପଦ, ଭୂମି, ବସ୍ତ୍ରଆଭୂଷଣ, ବାହାନାଦି ପ୍ରାପ୍ତି ହୋଇ ପାରେ । ଅଚାନକ ଭାବରେ କୌଣସି ସୁସମ୍ବାଦ ଶୁଣିବେ । ଖାଦ୍ୟ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ବିଶେଷ ଲାଭବାନ ହେବେ । ବେମାର, ବୃଦ୍ଧଜନ ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇ ଆୟ ବୃଦ୍ଧି ପାଇବ । ନୂତନକର୍ମ ନିଯୁକ୍ତି ପାଇବେ । ଦୂର ଯାତ୍ରାକରି ଉଦ୍ଵେଶ୍ୟ ପୂର୍ଣ୍ଣ କରି ପାରିବେ । ରାଜନୀତିରେ କୃତକାର୍ଯ୍ୟ ହେବେ । ବ୍ୟବସାୟ ବୃଦ୍ଧି ପାଇ ଲାଭାଂଶ ଉପରେ ସୁ ପ୍ରଭାବ ପଡିବ । କୋର୍ଟ କଚେରୀରେ ସଫଳତା ମିଳିବ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷାରେ ଜୟଯୁକ୍ତ ହେବେ । ଦେଇଥିବା ଧନ ଫେରି ପାଇବା ଫଳରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମକର:-ଘରର କେହି ଉନ୍ନତିର ବିଶେଷ ସ୍ତରକୁ ଉଠିଯିବେ । ଅସହାୟ ମାନଙ୍କୁ ସାହାଯ୍ୟ କରିବା ଫଳରେ ଲୋକମାନଙ୍କ ନିକଟରେ ମାନସମ୍ମାନ ପ୍ରତିଷ୍ଠା ପ୍ରତିପ୍ରତ୍ତି ବୃଦ୍ଧି ପାଇବ । ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ । ବ୍ୟବସାୟୀ ମାନଙ୍କର ଲାଭ ଅଧିକ ହେବା ଫଳରେ ମନ ଖୁସି ରହିବ । ରାଜନୀତିରେ ଫାଇଦା ଉଠାଇବାକୁ ଚେଷ୍ଟାକରି ସଫଳ ହେବେ । ପଢାପଢିରେ ମାନସିକ ଶାନ୍ତି ମିଳିବ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

କୁମ୍ଭ:-କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ । ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ । କୃଷିଦ୍ରବ୍ୟ ବାଣିଜ୍ୟରେ ବ୍ୟୟ ଅପେକ୍ଷା ଆୟ ଅଧିକ ହେବ । ବନ୍ଧୁମାନଙ୍କ ସାହାଯ୍ୟ ପାଇ ପାରିବାରିକ ତିକ୍ତତାର ସମାପ୍ତି ହେବ । ଗୃହୋପକରଣ କ୍ରୟ କରି ପାରନ୍ତି । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରି ପାରନ୍ତି । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମୀନ:-ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବ । ଅଚାନକ ଯାତ୍ରା ଫଳରେ ବିଶେଷ ଉପକୃତ ହେବେ । ଅଟକିଥିବା ଧନ ସହଜରେ ପ୍ରାପ୍ତ ହେବା ସହ ପାରିବାରିକ କ୍ଷେତ୍ରରେ ସ୍ନେହ-ସଦ୍ଭାବ ବୃଦ୍ଧି ପାଇବ । ବିଗିଡିଯାଇଥିବା କାର୍ଯ୍ୟ ସୁଧୁରିଯିବ । କର୍ମକ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ । ବ୍ୟବସାୟୀ ମାନଙ୍କର ଲାଭ ଅଧିକ ହେବା ଫଳରେ ମନ ଖୁସି ରହିବ । ଖେଳ, କୁଦ, ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!