ମହା ଶିବରାତ୍ରିରେ ବନୁଛି ବିଶେଷ ସଂଯୋଗ, ଏହିଦିନ ଭଗବାନ ଶିବ ଙ୍କର ରୁଦ୍ରାଭିଷେକ କରିବା ଦ୍ଵାରା ପୂର୍ଣ୍ଣ ହୁଏ ସମସ୍ତ ମନୋକାମନା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ମହଶିବରାତ୍ରି ରୂପେ ପାଳନ କରାଯାଏ। ଯାହା ଏହି ବର୍ଷ ୪ ମାର୍ଚ୍ଚରେ ପଡୁଛି । ଏହି ଦିନ ମାତା ପାର୍ବତୀ ତଥା ଭଗବାନ ଶିବଙ୍କର ବିବାହ ହୋଇଥିଲା। ଏହି ବର୍ଷ ସେହି ଦିନ ବହୁତ ଗୁଡିଏ ଶୁଭ ଯୋଗ ଏକା ସହ ପଡୁଛି । ଏହି ପର୍ବ ଏଥର ଶ୍ରବଣା ନକ୍ଷତ୍ର ତଥା ଷୋମବାର ଦିନ ପଡୁଛି ଯାହା ଏକ ଶୁଭଯୋଗ ଅଟେ। ଏହି ଦିନ ଭଗବାନ ଶିବଙ୍କର ରୁଦ୍ରାଭିଷେକ କରିବା ଦ୍ଵାରା ସମସ୍ତ ମନୋକାମନା ପୂର୍ଣ୍ଣ ହେବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମହଶିବରାତ୍ରି ସହ ଜଡିତ ବିଶେଷ କଥା

ଶ୍ରବଣଙ୍କ ସ୍ଵାମୀ ଚନ୍ଦ୍ରମା ଅଟନ୍ତି । ଏହି ଦିନ ସର୍ବାର୍ଥସିଦ୍ଧି ଯୋଗ ମଧ୍ୟ ଅଛି । ଚନ୍ଦ୍ରମା ଭଗବାନ ଶିବଙ୍କର ମସ୍ତକ ଉପରେ ସୋଭା ପାଆନ୍ତି । ଏହି ଦିନ ସୋମବାର ମଧ୍ୟ ଅଟେ, ଏହି ଭଳି ତିନୋଟି ମହା ସଂଯୋଗ ଅଦ୍ଭୁତ ଅଟେ, ଯାହା ବହୁତ କଷ୍ଟରେ ମିଳେ । ସେଥିପାଇଁ ଏହି ବର୍ଷ ମହାଶିବରାତ୍ରି ବହୁତ ଶୁଭକାରୀ ଓ ମଙ୍ଗଳକାରୀ ଅଟେ ।

ଶୁଭ ମୂହୁର୍ତ୍ତ

ଏହି ଦିନ କୌଣସି ବି ସମୟ ଅର୍ଥାତ ଶିବରାତ୍ରି ଆରମ୍ଭ ହୋଇ ସମାପ୍ତ ହେବା ପର୍ଯ୍ୟନ୍ତ ଦିନ ରାତି ଶିବ ପୂଜା କରି ପାରିବେ। ଏହି କଥା ବୈଦିକ ଓ ପୌରାଣିକ ମଧ୍ୟ ଅଟେ ।

କେମିତି କରିବେ ଶିବଙ୍କର ରୁଦ୍ରାଭିଷେକ ?

ଶିବରାତ୍ରି ରେ ଭଗବାନ ଶିବଙ୍କର ରୁଦ୍ରାଭିଷେକ କରିବା ଦ୍ଵାରା ଅନନ୍ତ ପୂଣ୍ୟର ପ୍ରାପ୍ତି ହୁଏ ଏବଂ ଭଗବାନ ଆମର ମନୋକାମନା ପୂର୍ଣ୍ଣ କରନ୍ତି ।

ଏହିସବୁ ଦ୍ରବ୍ୟରେ କରନ୍ତୁ ରୁଦ୍ରାଭିଷେକ

* ଗାଈ କ୍ଷୀରରେ ରୁଦ୍ରାଭିଷେକ କରିଲେ ଶୁଭଫଳ ମିଳିବା ସହ ମନରେ ଥିବା ଇଚ୍ଛା ମଧ୍ୟ ପୂର୍ଣ୍ଣ ହୁଏ ।

* ଯେଉଁମାନେ ରୋଗରେ ପୀଡିତ ବା ଅସୁସ୍ଥ ରହୁଛନ୍ତି, କୌଣସି ବଡ ରୋଗ ପାଇଁ ଚିନ୍ତିତ ରହୁଛନ୍ତି ସେମାନେ କୁଶୋଦକ ଦ୍ଵାରା ରୁଦ୍ରାଭିଷେକ କରିବା ଆବଶ୍ୟକ ।

* ଧନ ପ୍ରାପ୍ତି ପାଇଁ ଦେଶୀ ଘିଅରେ ରୁଦ୍ରଭିଷେକ କରନ୍ତୁ ।

* ବିନା ବାଧା ଆସି କୌଣସି କାମ ସମ୍ପୂର୍ଣ କରିବାକୁ ଚାହୁଁଥିଲେ ତ୍ରିଥ ସ୍ଥାନର ନଦୀ ଜଳରେ ରୁଦ୍ରଭିଷେକ କରନ୍ତୁ ।

* ଆଖୁ ରସ ରେ ରୁଦ୍ରାଭିଷେକ କରିଲେ କାର୍ଯ୍ୟରେ ଦେଖାଦେଉଥିବା ବାଧା ସମାପ୍ତ ହୋଇଥାଏ ଏବଂ ବୈଭବ ରେ ବୁଦ୍ଧି ହୁଏ।

ମହାଶିବରାତ୍ରି ଦିନ କରନ୍ତୁ ମହା ମୃତ୍ୟୁଞ୍ଜୟ ମନ୍ତ୍ରର ଜପ

ଏହି ଦିନ ମହା ମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରିଲେ ରୋଗରୁ ମୁକ୍ତି ମିଳେ ଏବଂ ବ୍ୟକ୍ତି ଦୀର୍ଘାୟୁ ହୁଏ । ଗମ୍ଭୀର ରୋଗରେ ପୀଡିତ ଲୋକ ନିଶ୍ଚିନ୍ତ ଏହି ମନ୍ତ୍ରର ଜପ କରନ୍ତୁ, ଦେଖିବେ ଆପଣଙ୍କୁ ଏହାର ଶୁଭଫଳ ପ୍ରାପ୍ତ ହେବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!