କେତୁ ଧନୁ ରାଶିକୁ ଚଳନ ଫଳରେ ଏହି ୨ଟି ରାଶି ପାଇଁ ସମୟ ହେବ ଖରାପ, ନିଶ୍ଚୟ କରନ୍ତୁ ଏହି ପ୍ରତିକାର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନେ ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି, ଦାରିଦ୍ରତା ଭୋଗ କରିବାକୁ ପଡୁଛି, ବନ୍ଧନଯୋଗ ଆଦି ଦେଖାଦେଉଛି, କର୍ମକ୍ଷେତ୍ରରେ ନିର୍ଯ୍ୟାତିତ ହେଉଛନ୍ତି ବା ମନମୁତାବକ କର୍ମ ପ୍ରାପ୍ତି ହେଉ ନାହିଁ ଏବଂ ଅଶୁଭ କେତୁ ପ୍ରଭାବିତ ଲୋକ ଶିରାପ୍ରଶିରା ଜନିତ ରୋଗ, କର୍ଣ୍ଣରୋଗ, ଚର୍ମରୋଗ, ରକ୍ତ ବିକାର, ନିମ୍ନ ଓ ଉଚ୍ଚରକ୍ତଚାପ, ପ୍ରଦର, ଅର୍ଶଭଗନ୍ଦର ଆଦି ରୋଗରେ ପୀଡିତ ହୋଇଥାନ୍ତି। ସେମାନଙ୍କ ଜାତକରେ କେତୁଙ୍କ ଯୋଗେ ବା କେତୁ ଅଶୁଭ ଥିବାରୁ ଏହିପ୍ରକାର ହେଉଛି ବୋଲି ଜାଣିବାକୁ ହେବ। ଯେଉଁ ଜାତକ ପୂର୍ବଜନ୍ମରେ ମାତା ମାତାମହ ଓ ସର୍ପଙ୍କ ଅଭିଶାପ ଗ୍ରସ୍ଥ ହୋଇଥିବ ସେ ଭୟଙ୍କର ରୋଗରେ ପୀଡାପାଇ ଥାଏ। ଦୁର୍ଘଟଣା ଓ ବିଚ୍ଛେଦ ମଧ୍ୟ ଘଟିଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କେତୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରତିକାର ସ୍ୱରୂପ-

୧. ଗଣେଶଙ୍କ ନିକଟରେ ଗୁରୁବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ।

୨. ଗୁରୁବାର ଦିନ ଆମିଷ ଖାଇବେ ନାହିଁ ।

୩. ଅଶ୍ୱଗନ୍ଧା ଚେର ଗୁରୁବାର ଦିନ ସଂଗ୍ରହ କରି ପଞ୍ଚବର୍ଣ୍ଣି ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ସ୍ତ୍ରୀମାନେ ବାମବାହୁରେ ବାନ୍ଧନ୍ତୁ ।

୪. ସମ୍ଭବ ହେଲେ ସାପକୁ କ୍ଷୀର ପିଆନ୍ତୁ।

୫. ଶିବାଭିଷେକ କରେଇ ପାରିଲେ ବହୁତ ଭଲ ଫଳ ମିଳିବ।

ଯେଉଁମାନଙ୍କର ମାନସିକ ଅଶାନ୍ତି, ପାରିବାରିକ ଅଶାନ୍ତି, ଦାମ୍ପତ୍ୟ ସୁଖ ହାନୀ, ଜାଗା ଜମିକୁ ନେଇ ସମସ୍ୟା ଦେଖାଦେଉଥାଏ କିମ୍ବା ରୋଗ, ଋଣ, ଶତୃଙ୍କ ଦ୍ୱାରା ପୀଡ଼ିତ ହେଉଥାନ୍ତି ସେମାନେ ଏହି ପୀଡ଼ାରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ତିନିଆଞ୍ଜୁଳା ଜଳଦାନ କରନ୍ତୁ। ଅଷ୍ଟଧାତୁର ମୁଦିଟିଏ କରି ଗୁରୁବାର ଦିନ ତିନିଘଣ୍ଟା କ୍ଷୀରରେ ପକାଇ ଦକ୍ଷିଣ ହସ୍ତର ଅନାମିକା ଆଙ୍ଗୁଠିରେ ଧାରଣ କରନ୍ତୁ । ପ୍ରତ୍ୟେକ ଦିନ ଗୁରୁ ଗୁରୁଜନ ଓ ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ। ବୁଲା କୁକୁରକୁ କିଛି ଖାଦ୍ୟ ଦିଅନ୍ତୁ ଏହାଦ୍ୱାରା ଧୀରେ ଧୀରେ ସମସ୍ୟା ଗୁଡିକ ସମାଧାନ ହୋଇଯାଇ ପାରିବ।

କର୍କଟ, ତୁଳା, କୁମ୍ଭ ଓ ମୀନ ରାଶିର କେତୁ ଗୋଚରରେ ଅତ୍ୟନ୍ତ ଶୁଭଫଳ ଦେବେ । ମେଷ, ବୃଷ, ସିଂହ, ବିଛା, ଧନୁ ଓ ମକର ରାଶିର ଗୋଚରରେ ସମଫଳ ପ୍ରଦାନ କରିବେ । ମିଥୁନ ଓ କନ୍ୟା ରାଶିର ଗୋଚରରେ ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!