ଲକ୍ଷ୍ମୀ ମାଙ୍କ ବଡ ଭଉଣୀ ହେଉଛନ୍ତି ଅଲକ୍ଷ୍ମୀ, କରନ୍ତି ଏହିସବୁ ଘରେ ବାସ – ତାଙ୍କୁ ଦରିଦ୍ରତାର ଦେବୀ ବୋଲି ମଧ୍ୟ କୁହାଯାଏ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସତ୍ୟ ଯୁଗରେ ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା ସେତେବେଳେ କେତେ ଧନ ରତ୍ନ ଉପରତ୍ନ ମିଳିଥିଲା । ମାତା ଲକ୍ଷ୍ମୀ ମଧ୍ୟ ସେହି ସମୁଦ୍ରରୁ ପ୍ରକଟ ହୋଇଥିଲେ । କୁହାଯାଏ କି ସମୁଦ୍ର ମନ୍ଥନ ସମୟରେ ମାତା ଲକ୍ଷ୍ମୀଙ୍କ ପୂର୍ବରୁ ମାତା ଅଲକ୍ଷ୍ମୀ ମଦିରା ନେଇ ପ୍ରକଟ ହୋଇଥିଲେ । ସେଥିପାଇଁ ଲକ୍ଷ୍ମୀଙ୍କ ବଡ ଭଉଣୀ ବୋଲି କୁହାଯାଏ । ଭାଗବତ ମହାପୁରାଣରେ ଏହା ଉଲେଖ କରାଯାଇଛି । ମାତା ଅଲକ୍ଷ୍ମୀଙ୍କ କେତେ ଗୁଡିଏ ତଥ୍ୟ ରହିଛି  ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମାତା ଅଲକ୍ଷ୍ମୀଙ୍କ ପ୍ରଥମ କଥା-

କିଛି ତଥ୍ୟ ଅନୁସାରେ ଯେତେବେଳେ ମାତା ଅଲକ୍ଷ୍ମୀ ପ୍ରକଟ ହୋଇଥିଲେ ସେ ଭଗବାନ ବିଷ୍ଣୁଙ୍କୁ ବିବାହ କରିବା ପାଇଁ ଇଛା ପ୍ରକାଶ କରିଥିଲେ । କିନ୍ତୁ ଭଗବାନ ବିଷ୍ଣୁ ତାଙ୍କ ସାନ ଭଉଣୀ ଲକ୍ଷ୍ମୀଙ୍କୁ ବିବାହ କରିଥିଲେ । ଏହା ଶୁଣି ମାତା ଅଲକ୍ଷ୍ମୀ ବହୁତ କ୍ରୋଧିତ ହୋଇଥିଲେ । କୁହାଯାଏ କି ମାତା ଅଲକ୍ଷ୍ମୀଙ୍କ କ୍ରୋଧ ଭାବକୁ ଶାନ୍ତ କରିବା ପାଇଁ  ଭଗବାନ ବିଷ୍ଣୁ ତାଙ୍କୁ ପିପଳ ବୃକ୍ଷରେ ବିରାଜମାନ ହେବା ପାଇଁ ଆଶୀର୍ବାଦ ଦେଇଥିଲେ ଏବଂ ଶପଥ କରି କହିଥିଲେ ଯେ ପ୍ରତି ଶନିବାର ଦିନ ମାତା ଲକ୍ଷ୍ମୀଙ୍କୁ ନେଇ ସେହି ପିପଳ ବୃକ୍ଷ ନିକଟକୁ ଆସି ଦେଖା କରିବେ । ତେଣୁ ଶନିବାର ଦିନ ପିପଳ ବୃକ୍ଷକୁ ପୂଜା କରିଲେ ଶୁଭଫଳ ମିଳିଥାଏ ।

ଅଲକ୍ଷ୍ମୀଙ୍କ ଦ୍ଵିତୀୟ କଥା-

କୁହାଯାଏ କି ଅଲକ୍ଷ୍ମୀ ଗରିବ ଓ ଦରିଦ୍ରଙ୍କ ଦେବୀ ଅଟନ୍ତି ଓ  ସମୁଦ୍ର ମନ୍ଥନ ସମୟରେ ମାତା ଅଲକ୍ଷ୍ମୀ ପ୍ରକଟ ହେବା ପରେ ସେ ଜଣେ ମହର୍ଷିଙ୍କୁ ବିବାହ କରିଥିଲେ । କହିବା ଅନୁଯାଇ ସମୁଦ୍ର ମନ୍ଥନ ସମୟରେ କିଛି ଉପରତ୍ନ ମଧ୍ୟ ବାହାରିଥିଲା । ସେଥିମଧ୍ୟରୁ ଅଲକ୍ଷ୍ମୀ ମଧ୍ୟ ବାହାରିଥିଲେ । ମାନ୍ୟତା ଅନୁସାରେ ଅଲକ୍ଷ୍ମୀ ସମୁଦ୍ରରୁ ମଦିରା ନେଇ ବାହାରିଥିଲେ ଓ ସେହି ମଦିରା ଦୈତ୍ୟଙ୍କୁ ଦିଆଯାଥିଲା । ଦେବୀ ଅଲକ୍ଷ୍ମୀ ଉଦ୍ଦାଳକ ନାମକ ଜଣେ ମହର୍ଷିଙ୍କ ସହିତ ବିବାହ ହୋଇଥିଲା । ସେହି ବିବାହ ପରେ ମହର୍ଷି ତାଙ୍କୁ ନେଇ ନିଜ ଆଶ୍ରମକୁ ଗଲେ, ସେତେବେଳେ ମାତା ଅଲକ୍ଷ୍ମୀ ଆଶ୍ରମରେ ପ୍ରବେଶ କରିବାକୁ ମନା କରିଦେଲେ ଏବଂ କହିଲେ ଯେ ସେ ପ୍ରବେଶ କରିଲେ ଗୃହରେ ଧନହାନୀ ହେବ ଓ ସୁଖ-ଶାନ୍ତି ଦୂର ହୋଇଯିବ ।

ଦେବୀ ଅଲକ୍ଷ୍ମୀଙ୍କ ଅନୁସାରେ ସେ କେବଳ ସେହି ଘରେ ରହିବେ ଯେଉଁ ଘରେ ଆବର୍ଜନା ଗନ୍ଧ, ଲଢେଇ-ଝଗଡା, ଅଧର୍ମ ବା ପାପ କର୍ମ କରୁଥିବେ ସେଠାରେ ରହିବେ । ଯେଉଁ ଲୋକ ନିଜ ଘରକୁ ସଫା-ସୁତୁରା କରି ପ୍ରତି ଦିନ ପୂଜା-ଅର୍ଚନା କରନ୍ତି ସେଠାରେ ଅଲକ୍ଷ୍ମୀ ପ୍ରବେଶ କରିପାରନ୍ତି ନାହିଁ । କାରଣ ସେଠାରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି ।

ନିଶ୍ଚିତ ଘରକୁ ସଫା ରଖନ୍ତୁ-

ସେଥିପାଇଁ ଆପଣ ନିଜ ଘରକୁ ସଫା ରଖନ୍ତୁ ଓ ପ୍ରତି ଦିନ ପୂଜା-ଅର୍ଚନା କରନ୍ତୁ ।   ଏହିପରି କରିଲେ ଆପଣଙ୍କ ଘରେ ଅଲକ୍ଷ୍ମୀ ବାସ କରିପାରିବେ ନାହିଁ ଓ ଜୀବନସାରା ସୁଖ-ଶାନ୍ତିରେ ରହିବେ । ଯଦି ଆପଣ ନିଜ ଘରକୁ ଅସନା କରନ୍ତି, ସଫା କରନ୍ତି ନାହିଁ ତେବେ ଘରେ ଅଲକ୍ଷ୍ମୀ ବିରାଜମାନ ହୋଇଥାନ୍ତି ତେଣୁ ଧନହାନୀ ହୁଏ ଓ ବହୁତ ଚେଷ୍ଟା କରିଲେ ମଧ୍ୟ ଦରିଦ୍ରତା ଲାଗିରୁହେ ଓ ସୁଖ-ଶାନ୍ତି ଦୂରେଇ ଯାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!