ଦୈନିକ ରାଶିଫଳ: ୪ ଡିସେମ୍ବର ୨୦୧୯, ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ କର୍ମ ଓ ପରୀକ୍ଷା ପ୍ରତିଯୋଗୀତା ରେ ସୁନାମ ମିଳିବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ। ମାନସିକ ଅସ୍ଥିରତା ଦୂର ହେବ। ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ। ବ୍ୟବସାୟରେ ଶତୃମାନେ ଦୂରେଇ ଯିବେ ଓ ଉନ୍ନତି ହେବାସହ ଗୃହବାହାନ ପ୍ରାପ୍ତି ହେବ। କୌଣସି ଶୁଭ କାର୍ଯ୍ୟରେ ଯୋଗ ଦେଇ ହସଖୁସିରେ ସମୟ ବିତାଇବେ। ଆର୍ଥିକ ଦିଗରୁ ସୁବିଧା ସହଯୋଗ ମିଳିବ। ପୈତୃକ ସମ୍ପତ୍ତି ପ୍ରାପ୍ତି ହେବ। ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ।  

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ଯୁବକ ଯୁବତୀମାନେ ପ୍ରତିଯୋଗୀ ପରୀକ୍ଷା ଅଥବା ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ।  କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ଦାମ୍ପତ୍ୟ ଜୀବନରେ ଅଶାନ୍ତିର ଝଡ଼ ଦୂର ହୋଇଯିବ। ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ତ୍ୱରାନ୍ୱିତ ହେବ। ଶୁଭକାର୍ଯ୍ୟ ସମ୍ପାଦନ କରିବେ। ବିଦ୍ୟାର୍ଥୀମାନେ ପରିଶ୍ରମ କରି ପରିଶ୍ରମର ମୂଲ୍ୟ ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-

ଶାରୀରିକ ସୁସ୍ଥତା ଅନୁଭବ କରିବେ। ବିବାଦୀୟ ଓ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଯିବ। ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିଲେ ସମସ୍ତ କ୍ଷେତ୍ରରେ ରକ୍ଷା ପାଇବେ। ପାରିବାରିକକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସନ୍ତାନ-ସନ୍ତତିଙ୍କ ଦିଗରୁ ସୁସମ୍ବାଦ ପାଇ ଆନନ୍ଦିତ ହେବେ। ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ଅନିଶ୍ଚିତ ଆୟ ଉପାର୍ଜ୍ଜନ କରିବେ ଓ ଅଭାବ ଅନାଟନ ଦୂରେଇ ଯିବ। ଘରୋଇ କର୍ମଚାରୀମାନେ ବିବାଦୀୟ ଦୁଃସ୍ଥିତିରେ ଜଡ଼ିତ ହୋଇପାରନ୍ତି। ପ୍ରତିକାର-ବିଦ୍ୟାର୍ଥୀକୁ ସାହାଯ୍ୟ କରନ୍ତୁ।

କର୍କଟ:-

ଅଧିକ ପରିଶ୍ରମ ବଳରେ ଜୀବନ ଶୈଳିରେ ସୁଖ-ସମୃଦ୍ଧି ଓ ପ୍ରତିଷ୍ଠାଲାଭ କରିବେ। ମହିଳାମାନେ ସତ୍‌ କାର୍ଯ୍ୟରେ ଲିପ୍ତ ହେବେ ଓ ସମ୍ମାନିତା ମଧ୍ୟ ହେବେ। ଛାତ୍ରଛାତ୍ରୀମାନେ ବିଦ୍ୟାରତ ହେବେ। ରାଜନୀତି କ୍ଷେତ୍ରରେ ମତାମତ ସଂଗ୍ରହ କରିବେ ଓ ପଦୋନ୍ନତି ହେବାର ସମ୍ଭାବନା ଅଛି। ଧନପ୍ରାପ୍ତିର ସୁଯୋଗ ଥିଲେ ମଧ୍ୟ ବ୍ୟୟ ପ୍ରଚୁର ହେବ। ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚସ୍ଥିତି ରକ୍ଷା କରି ଚଳିବେ। ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପ୍ରତିକାର- ଭୋକିଲା ଲୋକକୁ ଖାଇବାକୁ ଦିଅନ୍ତୁ ।

ସିଂହ:-

ବ୍ୟବସାୟରେ ସାମାନ୍ୟ ପରିଶ୍ରମ କରି ଅତ୍ୟଧିକ ଲାଭ ପାଇବେ। ସ୍ୱର୍ଣ୍ଣାଦି ଧାତୁ ଦ୍ରବ୍ୟ ବ୍ୟବସାୟରେ ମାଲିକମାନଙ୍କର ମନତୃପ୍ତ କରାଇବେ। ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ଆଗ୍ରହୀ ହେବେ। ମହିଳାମାନେ ପରିବାର ମଧ୍ୟରେ ବାତ୍ସଲ୍ୟ ମମତାରେ ଆବଦ୍ଧ ରହିବେ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ ବିଦେଶ ଯାତ୍ରାରେ ଲାଭବାନ ହେବେ।  ଆର୍ଥିକ ଦିଗରୁ ସୁବିଧା, ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। ପ୍ରେମିକ ପ୍ରେମିକା ମାନଙ୍କର ଚିତ୍ତପ୍ରସନ୍ନ ରହିବ ଓ କାର୍ଯ୍ୟ ସିଦ୍ଧି ହେବ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

କନ୍ୟା:-

କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବାସହ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, ସମସ୍ୟା ଦୂର ଓ ଉଚ୍ଚ ଆଶାରେ ଆଗେଇବେ। ବ୍ୟବସାୟରେ ନିଜସ୍ଵାର୍ଥ ପାଇଁ ଠିକିଲେ ଶିଖିବା ସ୍ଵଭାବ ପ୍ରକାଶ ପାଇବ ଓ ପ୍ରତିଦ୍ଵନ୍ଦିତା ସହ ଆୟ ବଢିବ। କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇ ଯିବା ସହ ଅଶାନ୍ତିର ଝଡ ଶାନ୍ତ ହେବ।  ମହିଳାମାନଙ୍କର କର୍ମକ୍ଷେତ୍ରରେ ପଦୋନ୍ନତି, ସୁଖ, ସମ୍ପତ୍ତି ଲାଭ ଓ ସାହାଯ୍ୟ ପ୍ରାପ୍ତି ହେବ। ଅର୍ଥ ସଂପର୍କିତ  ଚୁକ୍ତିପତ୍ର କଲେ ଲାଭବାନ ହେବେ। ଘରଠୁ କର୍ମକ୍ଷେତ୍ରକୁ ପ୍ରମୁଖତା ଦେଇ ସେଥିପାଇଁ ଆଧିକ ସମୟ ମଧ୍ୟ ଉତ୍ସର୍ଗ କରିବାକୁ ପଡିବ। ପ୍ରତିକାର- ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

ତୁଳା:-

ଋଣରୁ ମୁକ୍ତି ହେବାପାଇଁ ଯୋଜନା କରିବେ। ରାଜନୀତି କ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ଦୂର ହୋଇଯିବ। ମହିଳାମାନେ ସନ୍ତାନ-ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ। ପାରିବାରିକ ସ୍ଥିତିରେ ସୁଦୃଢ ହେବ ଓ ସୁବିଧା ସୁଯୋଗ ପାଇ ଖୁସିହେବେ। ମାନସିକ ଦୁଶ୍ଚିନ୍ତା ଦୂର ହେବ। ଧର୍ମକ୍ଷେତ୍ରରେ ଲିପ୍ତ ରହିବେ। ଶତ୍ରୁବାଧା ଦୂରେଇ ଯିବ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରତିଦ୍ବନ୍ଦିତାରେ ବିଜୟୀ ହୋଇ ପଦ ପଦବୀରେ ଅଧିଷ୍ଠିତ ହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ସ୍ଵାସ୍ଥ୍ୟରେ ଉନ୍ନତି ସହ ଆୟ ମଧ୍ୟ ଉତ୍ତମ ହେବ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ। ସାମାଜିକ ପତିଆରା ଅମଳିନ ରହିବା ସହ କିଛି ଅର୍ଥ ଧାର୍ମିକ କ୍ଷେତ୍ରରେ ଦାନ କରିବାକୁ ବାଧ୍ୟ ହେବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ। ମାନସିକ ବିଷାଦ, ଦାମ୍ପତ୍ୟକଳହ, ଭୟ ଆଶଙ୍କା ଦୂରେଇ ଯିବ। ପାରିବାରିକକ୍ଷେତ୍ରରେ ସ୍ନେହ ସଦ୍ଭାବ ବିରାଜମାନ କରିବ। ମହିଳାମାନଙ୍କ ମାନସିକ ସ୍ଥିତି ଭଲ ରହିବ ଓ ଧୈର୍ଯ୍ୟ ସହନ ଶୀଳତା କାଏମ ରହିବ। ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ। କର୍ମମୁଖରତା ଯୋଗେ ବିଚ୍ଛିନ୍ନ ହୋଇ ପଡ଼ିବା ଅସମ୍ଭବ ନୁହେଁ। ପ୍ରତିକାର- ଅସହାୟକୁ ଖାଇବାକୁ ଦିଅନ୍ତୁ।

ଧନୁ:-

ଦାମ୍ପତ୍ୟ କଳହ ଦୂର ହେବ। ମନ ଓ ଶରୀର ଭଲ ରହିବ। ଛାତ୍ର ଛାତ୍ରୀମାନଙ୍କର ପଢ଼ାପଢିରେ ମନ ଲାଗିବା ହେତୁ ସଠିକ୍‌ ଉତ୍ତର ଲେଖି ପାରିବେ। ଘରୋଇ କର୍ମଚାରୀଙ୍କ ନିଜଲୋକମାନେ ସାହାଯ୍ୟ ସହଯୋଗ କରିବେ। ପାରିବାରିକକ୍ଷେତ୍ରରେ ଅଶାନ୍ତି ବିଶୃଙ୍ଖଳା ଦୂରେଇଯାଇ ସହନ ଶୀଳତା କାଏମ ରହିବ। ପିଲାମାନଙ୍କ ସମସ୍ୟା ବିଷୟରେ ଚିନ୍ତା କରି ଖୁସି ରହିବେ। ଯୁବକ ଯୁବତୀମାନଙ୍କର ଆୟ ଉପାର୍ଜନରେ ବାଧା ସୃଷ୍ଟି ହେବନାହିଁ। ପ୍ରେମିକ ପ୍ରେମିକା ମାନଙ୍କର ହତାଶାଭାବ ଦୂରହେବ। ତିର୍ଥସ୍ଥାନକୁ ଯାତ୍ରା କରି ଉଦରପୀଡ଼ା, ରକ୍ତଚାପ ରୋଗରୁ ମୁକ୍ତି ପାଇ ପାରନ୍ତି। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

ଯେଉଁକାର୍ଯ୍ୟ କରିବେ ସେ କାର୍ଯ୍ୟରେ ଯଶଲାଭ ହେବ କିନ୍ତୁ ଚିନ୍ତାଧାରା ପୂର୍ଣ୍ଣମାତ୍ରାରେ ଘାରି ରହିବ। ନୂତନ ଗୃହାଦି ନିର୍ମାଣ ବା ନୂତନ ଦ୍ରବ୍ୟାଦି ଲାଭ ହେବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବାର ସମ୍ଭାବନା ଅଛି। ପାରିବାରିକ କ୍ଷେତ୍ରରେ ସମସ୍ତ ବିବାଦ ମେଣ୍ଟିଯିବ। ଚାକିରୀରେ ସମ୍ମାନ ମିଳିବା ହେତୁ ସନ୍ତୁଷ୍ଟ ରହିବେ। ଛାତ୍ରଛାତ୍ରୀମାନେ ଧୈର୍ଯ୍ୟଶୀଳ ହେବେ। ପିଲାମାନଙ୍କ କାର୍ଯ୍ୟପ୍ରତି ଦ୍ରୁଷ୍ଟି ରଖିବା ଉଚିତ୍ ହେବ। ଯୁବକ ଯୁବତୀମାନଙ୍କର କର୍ମକ୍ଷେତ୍ରରେ ସମ୍ମାନ ଓ ସନ୍ତୋଷ ସୃଷ୍ଟି ହେବ। ପ୍ରେମିକ ପ୍ରେମିକା ମାନଙ୍କର ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ।  ପ୍ରତିକାର-କାହାରିଠାରୁ ମାଗଣା ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

କୁମ୍ଭ:-

ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ। ବିଚାର ବିଭାଗ ରାୟ ସପକ୍ଷରେ ଯିବ। ବ୍ୟବସାୟରେ ପରିଶ୍ରମ କଲେ ନିଶ୍ଚୟ ଲାଭ ହେବ। ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ। ଆର୍ଥିକ ଦିଗର ଅଭିବୃଦ୍ଧି କାରଣରୁ ଗଠନମୂଳକ ତଥା ସେବାସମ୍ବନ୍ଧିତ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣକରିବେ। ଶତ୍ରୁ ନାଶ ଯୋଗେ ନିରୁପଦ୍ରବ ଜୀବନଚର୍ଯ୍ୟାର ଅଧିକାରୀହେବେ। ଛାତ୍ରଛାତ୍ରୀମାନଙ୍କର ସୁଖ୍ୟାତି ଲାଭ ହେବ ମାତ୍ର ତତ୍ପର ହେବା ଆବଶ୍ୟକ। ରାଜନୀତି କ୍ଷେତ୍ରରେ ସାବଧାନରେ ଚଳିବା ଦରକାର ନତୁବା ପ୍ରତ୍ୟେକ କ୍ଷେତ୍ରରେ ପରିହାସ ମୂଳକ ହେବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।  

ମୀନ:-

ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ଛାତ୍ର ଛାତ୍ରୀମାନେ ପରୀକ୍ଷା, ପ୍ରତି ଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ। ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ରାଜନୀତି କ୍ଷେତ୍ରରେ ସ୍ଵାର୍ଥକୁ କେନ୍ଦ୍ରକରି ସବୁଥିରେ ପଶିବାର ସୁଯୋଗ  ପାଇବେ। ମହିଳାମାନଙ୍କର ଦାମ୍ପତ୍ୟ କଳହ ମେଣ୍ଟିଯିବ, ମାନସିକ ଶାନ୍ତିମିଳିବ, ପଶୁ ସମ୍ପଦପ୍ରାପ୍ତିହେବ, ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ। ଯୁବକ ଯୁବତୀମାନଙ୍କର ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!