ଝିଅ ମାନଙ୍କ ରାଶିରୁ ଜାଣନ୍ତୁ! କିପରି ହୋଇଥାଏ ସେମାନଙ୍କ ପ୍ରେମ ଜୀବନ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରାଶି ଅନୁଯାୟୀ ଜାଣନ୍ତୁ ପ୍ରତ୍ୟେକ ନାରୀର ପ୍ରେମ ଭାବ।

ଯଦି ଆପଣ ପ୍ରେମ କ୍ଷେତ୍ରରେ କିମ୍ବା ବିବାହକ୍ଷେତ୍ରରେ ଅସଫଳ ହୋଇଥାନ୍ତି ତେବେ ପ୍ରତ୍ୟେକ ଶୁକ୍ରବାର ଦିନ ପଦ୍ମଫୁଲରେ ଲକ୍ଷ୍ମୀଙ୍କୁ ଓ ପ୍ରତ୍ୟେକ ବୁଧବାର ଦିନ ସାତକେରା ଦୁବରେ ଗଣେଶଙ୍କୁ ପୂଜା କରି ଫୁଲ ଓ ଦୁବକୁ  ନାଲି ବସ୍ତ୍ରରେ ବାନ୍ଧି ନିଜପାଖରେ ରଖିଲେ ପ୍ରେମରେ ସଫଳତା ସହ ବୈବାହିକ ଜୀବନ ସୁଖମୟ ହେବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ- ଏହିରାଶିର ସ୍ତ୍ରୀ ପ୍ରେମ କରିବା ପାଇଁ ନିରୋଳା ସ୍ଥାନ ଠିକ୍‌ କରିଥାନ୍ତି କିନ୍ତୁ ଏହି ରାଶିର ପ୍ରେମିକାମାନେ ତାଙ୍କର ପ୍ରେମକୁ କ୍ଷୀଣସ୍ଥାୟୀ କରିଥାନ୍ତି ।

ବୃଷ- ଏହିରାଶିର ସ୍ତ୍ରୀ ବା ପ୍ରେମିକା ତାଙ୍କର ପ୍ରେମକୁ ଦୈହିକ ଆକର୍ଷଣରେ ସୀମିତ ରଖିଥାନ୍ତି । ଜାତି, ଅଜାତି ରୂପ ଗୁଣ ବା ଛୋଟ ବଡ଼ ପ୍ରତି ଧ୍ୟାନଦେଇ ନଥାନ୍ତି । କାମ ସରିଗଲା ପରେ ଆପେ ଆପେ ଦୂରେଇ ଯାନ୍ତି ।

ମିଥୁନ- ଏହିରାଶିର ସ୍ତ୍ରୀ ବା ପ୍ରେମିକା ରୂପକୁ ବେଶି ପସନ୍ଦ କରନ୍ତି । ଏହାସହ ପରିଷ୍କାର ଓ ପରିଚ୍ଛନତାକୁ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି । ବିବାହ ପରେ  ନିଜର ସ୍ଵାମୀ ସର୍ବ ଶ୍ରେଷ୍ଠ ଦେବତା ଭାବନ୍ତି।

କର୍କଟ- ଏହିରାଶିର ସ୍ତ୍ରୀ ବା ପ୍ରେମିକା ଆଦର୍ଶବାଦିନୀ ହୋଇଥିବାରୁ ପ୍ରେମ ବ୍ୟାପାରରେ ପ୍ରେମିକମାନଙ୍କୁ ପ୍ରାୟତଃ ଠକନ୍ତି ନାହିଁ ବା ନିଜ ଆଡୁ ଧୋକା ଦିଅନ୍ତି ନାହିଁ ।

ସିଂହ- ଏହିରାଶିର ସ୍ତ୍ରୀ ବା ପ୍ରେମିକା ପ୍ରେମବ୍ୟାପାର ବିଷୟରେ ଭଲ ଭାବରେ ଅବଗତ ହୋଇଥାନ୍ତି । ଅକସ୍ମାତ ପ୍ରେମ ବ୍ୟାପାରରେ ଥରେ ପଡିଗଲେ ନିଜକୁ ବଳି ଦେଇ ଥାନ୍ତି ।

କନ୍ୟା- ଏହିରାଶିର ସ୍ତ୍ରୀ ବା ପ୍ରେମିକା ନିଜର ଚାରିତ୍ରିକ ଆଦର୍ଶକୁ ବଜାୟ ରଖିବା ପାଇଁ ଆଗ୍ରହୀ ଥାନ୍ତି । ଲାଜକୁଳୀ ପ୍ରକୃତି ଯୋଗୁଁ ସର୍ବଦା ସତର୍କ ରହିଥାନ୍ତି । ତାଙ୍କର ପ୍ରେମଭାବ ମନଭିତରେ ରଖିଥାନ୍ତି । କିନ୍ତୁ ବେଳେ ବେଳେ ବ୍ୟତିକ୍ରମ ଘଟି ଗୋଡ଼ ଖସିଯାଇଥାଏ ।

ତୁଳା- ଏହିରାଶିର ସ୍ତ୍ରୀ ବା ପ୍ରେମିକା ପ୍ରେମ ବ୍ୟାପାରରେ ଲିପ୍ତ ହୋଇ ପ୍ରତାରିତା ହୋଇଥାନ୍ତି । କେତେକ ପ୍ରେମିକା ପଶୁଭଳି ଆଚରଣ କରି ବିବେକଶୂନ୍ୟ ହୋଇ ପ୍ରେମରେ ଅସଫଳ ହୋଇଥାନ୍ତି ।

ବିଛା- ଏହିରାଶିର ସ୍ତ୍ରୀ ବା ପ୍ରେମିକା ଥରେ ପ୍ରେମରେ ପଡିଗଲେ ତାଙ୍କର ପ୍ରେମ ବିଶୃଙ୍ଖଳିତ ହୋଇ ନାନା ପ୍ରକାର ସମସ୍ୟା ଆସିଥାଏ । ଅନେକ ପ୍ରେମିକା ପାପ ପ୍ରଣୟରେ ଲିପ୍ତ ହୋଇ ଅସଫଳ ମଧ୍ୟ ହୋଇଥାନ୍ତି ।

ଧନୁ- ଏହିରାଶିର ସ୍ତ୍ରୀ ବା ପ୍ରେମିକା ପ୍ରେମ ବିଷୟରେ ସେତେଟା ଜାଣି ନଥାନ୍ତି । ଫଳରେ ନୈରାଶ୍ୟ ଓ ଅଶାନ୍ତିରେ କଟାଇଥାନ୍ତି । ଥରେ ପ୍ରେମ କରି ବସିଲେ ପ୍ରେମ ପଥରେ ପ୍ରତିବନ୍ଧକ ଦେଖାଯାଇଥାଏ ।

ମକର- ଏହିରାଶିର ସ୍ତ୍ରୀ ବା ପ୍ରେମିକା ପରିସ୍ଥିତିରେ ସମୟ ଚକ୍ରରେ ପଡି ଶାରୀରିକ ସମ୍ପର୍କ ରଖିଥାନ୍ତି କିନ୍ତୁ ତାହା ଦୀର୍ଘସ୍ଥାୟୀ ହୋଇ ନଥାଏ । ବିବାହ ପୂର୍ବରୁ ହେଉ ବା ପରେ ହେଉ ସେ ପଥଭ୍ରଷ୍ଟ ହୋଇଯିବାର ବହୁସମ୍ଭାବନା ଥାଏ ।

କୁମ୍ଭ- ଏହିରାଶିର ସ୍ତ୍ରୀ ବା ପ୍ରେମିକା ପ୍ରେମଭାବ ଆନନ୍ଦପୂର୍ଣ୍ଣ ହୋଇ ତାହା ଦୀର୍ଘସ୍ଥାୟୀ ହୋଇଥାଏ । ନିଜର ସତର୍କତା ହେତୁ ବୁଡ଼ି ବୁଡ଼ି ପାଣି ପିଉଥାନ୍ତି ତାହା ବାହାରକୁ ପ୍ରକାଶ ପାଇ ନଥାଏ । କେତେକ କ୍ଷେତ୍ରରେ ବ୍ୟତିକ୍ରମ ମଧ୍ୟ ଦେଖାଯାଏ ।

ମୀନ- ଏହିରାଶିର ସ୍ତ୍ରୀ ବା ପ୍ରେମିକା ସଦାସର୍ବଦା ପ୍ରେମବ୍ୟାପାରରେ ସନ୍ଦେହୀ ମନୋଭାବ ରଖିଥାନ୍ତି । ଏହା ସହ ନିଜର ଚରିତ୍ର ପ୍ରତି ଭୟ ରହୁଥିବାରୁ ଜଣେ ସଫଳ ପ୍ରେମିକା ହୋଇପାରି ନଥାନ୍ତି । କିନ୍ତୁ ମନ ଭିତରେ ପ୍ରେମଭାବ ଜାଗ୍ରତ ହୋଇଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!