Lal Kitab- ମରିଗଲେ ବି ଭୁଲରେ କରନ୍ତୁ ନାହିଁ ଏହି 6ଟି କାମ, ନଚେତ ସାରା ଜୀବନ କାନ୍ଦିବେ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଲୋକମାନଙ୍କର ଆଚରଣ ବ୍ୟବହାର ଶୁଦ୍ଧ ହେବା ଜରୁରୀ ଅଟେ । ନିଜର ଆଚରଣକୁ ନ ବଦଳାଇଲେ ଅନ୍ୟଥା ଧନ, ସମ୍ପତ୍ତି ନଷ୍ଟ ହୋଇଯାଏ । ଏହା ଛଡା ରୋଗ ଓ ଶୋକ ମଧ୍ୟ ଲାଗିରହିଥାଏ । ସେଥିପାଇଁ କିଛି ନିୟମ ପାଳନ କରିବା ଆବଶ୍ୟକ ଅଟେ । ଏହି ନିୟମ ଗୁଡିକ କଣ ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- ଯେଉଁଠାରେ ମ-ଦ୍ୟ ପାନ କରିବା, ନାରୀ ମାନଙ୍କୁ ଅପମାନିତ କରିବା, ଦେବୀ ଦେବତାଙ୍କୁ ଅପମାନ ଦେବା, ଆମିଷ ଭୋଜନ କରିବା ଓ ଅନୈତିକ କାର୍ଯ୍ୟ କରିବାକୁ ମହତ୍ଵ ଦିଆଯାଏ ସେହି ଘରର ସଦସ୍ୟମାନଙ୍କର ଧନ ଡାକ୍ତରଙ୍କ ପାଖରେ ଖର୍ଚ୍ଚ ହୁଏ ଓ ପାଗଳ ଖାନାରେ ଖର୍ଚ୍ଚ ହୋଇଥାଏ । ଏହା ଛଡା ଯେଉଁ ବ୍ୟକ୍ତି ଟଙ୍କା ସୁଧ ଲଗାଇ ଲୋକଙ୍କୁ ହଇରାଣ କରିଥାଏ ସେହି ବ୍ୟକ୍ତିର ଧନ ମଧ୍ୟ ଡାକ୍ତରଙ୍କ ପାଖରେ ଖର୍ଚ୍ଚ ହୁଏ, ପାଗଳ ଖାନାରେ ଓ କୋର୍ଟ କଚେରୀ ମାମଲାରେ ଟଙ୍କା ଖର୍ଚ୍ଚ ହୋଇଥାଏ ।

ଘରେ କ୍ରୋଧ, କଳହ, କାନ୍ଦିବା ଆଦି ଆର୍ଥିକ ସମୃଦ୍ଧି ଓ ଐଶ୍ଵର୍ଯ୍ୟ ନାଶ କରିଦିଏ । ସେଥିପାଇଁ ଘରେ ଏହି ସବୁରୁ ଦୂରେଇ ରହିବା ଉଚିତ୍ । ତେଣୁ ପରିବାରେର ସ୍ନେହ ଶ୍ରଦ୍ଧା ପ୍ରେମ ଆଦିକୁ ପାଇବା ପାଇଁ ପରସ୍ପର ମଧ୍ୟରେ ଭାବନାକୁ ବୁଝନ୍ତୁ ଓ ପରିବାର ସଦସ୍ୟଙ୍କର କଥା ଶୁଣିବା ଓ ବୁଝିବା କ୍ଷମତା ବଢାନ୍ତୁ । ନିଜର ବିଚାରରେ ଘର ଚଳେଇବାକୁ ଚେଷ୍ଟା କରନ୍ତୁ ନାହିଁ ଓ ସମସ୍ତଙ୍କର ବିଚାରକୁ ସମ୍ମାନ କରନ୍ତୁ ।

୨- ନିଜର ଜୀବନ ସାଥି ଓ ଝିଅ ମାତା ଲକ୍ଷ୍ମୀ ଦେବୀଙ୍କ ସମାନ ହୋଇଥାନ୍ତି, କଦାପି ସେମାନଙ୍କର ଅପମାନ କରନ୍ତୁ ନାହିଁ କିମ୍ବା ଅଶୁଭ କଥା କୁହନ୍ତୁ ନାହିଁ । ମାଆଙ୍କୁ ଦେବୀ ପାର୍ବତୀଙ୍କ ସ୍ୱରୂପ କୁହାଯାଏ । ଯିଏ ମାଆଙ୍କୁ ଦୁଃଖ ଦେଇଥାଏ ସେ କଦାପି ସୁଖରେ ରହିପାରିବ ନାହିଁ । ଯେଉଁମାନେ ଏହି ନିୟମକୁ ମାନନ୍ତି ନାହିଁ ସେ କଦାପି ସୁଖୀ ହୋଇ ପାରିବେ ନାହିଁ । ଯଦି ଜୀବନ ସାଥିଙ୍କୁ କଷ୍ଟ ଦେଉଥାନ୍ତି ଓ କନ୍ୟା ମାଆ କାନ୍ଦି କାନ୍ଦି ଘର ଛାଡି ପଳାଇ ଯାଆନ୍ତି ତେବେ ଏହି ପାପକର୍ମରେ ଘର ସୁଖ ମଧ୍ୟ ଦୂରେଇଯାଏ । ଧନ, ବସ୍ତ୍ର, ମାନ ସମ୍ମାନ ଦେଇ ସ୍ତ୍ରୀଙ୍କୁ ସୁଖରେ ରଖନ୍ତୁ ।

୩- ଆଗ୍ନେୟ ଓ ନୈରୁତ ମୁଖି ଘରେ ରହୁ ଛନ୍ତି ଘରକୁ ସଫା ସୁତୁରା ରଖନ୍ତୁ । ଘରର ଚାରି କୋଣକୁ ସଫା ରଖନ୍ତୁ । ବିଶେଷ କରି ଐଶାନ୍ୟ, ଉତ୍ତର ଓ ବାୟବ୍ୟ କୋଣକୁ ସର୍ବଦା ଖାଲି କରନ୍ତୁ ଓ ସଫା ରଖନ୍ତୁ । ଘରେ କଳା, ଜାମୁନି ଓ ବାଇଗଣି ରଙ୍ଗ ବ୍ୟବହାର କରନ୍ତୁ ନାହିଁ । ଯେପରିକି ଚଦର, ପର୍ଦା ବା ଘରର ରଙ୍ଗ ବ୍ୟବହାର ନ କରିବା ଉଚିତ୍ ।  କଦାପି ବ୍ରହ୍ମମୂହୁର୍ତ୍ତ ବା ସନ୍ଧ୍ୟା ସମୟରେ ଝାଡୁ ନ କରିବା ଉଚିତ୍ । ଘରେ ବୁଢିଆଣୀ ଜାଲ ସଫା କରନ୍ତୁ । ଘରର ଛାତ ଉପରେ ବାଉଁଶ ଓ ଦରକାର ହେଉନଥିବା ବସ୍ତୁ ବା ସାମଗ୍ରୀ ମଧ୍ୟ ରଖନ୍ତୁ ନାହିଁ । ଯଦି ଘରେ ପୂଜା ସ୍ଥାନ କରିନାହାନ୍ତି ତେବେ ଐଶାନ୍ୟ କୋଣକୁ ପୂଜା ସ୍ଥାନ ତିଆରି କରନ୍ତୁ ।

୪- ସଂଧିକାଳରେ ପ୍ରବଳ ଅନିଷ୍ଟ ଶକ୍ତି ରହିଥାଏ, ତେଣୁ ଏହି ସମୟରେ ଶୋଇବା, ଖାଇବା, ପିଇବା, ଗାଳିଦେବା, ଝଗଡା କରିବା, ଅଭଦ୍ର ଓ ଅସତ୍ୟ କହିବା, କ୍ରୋଧ କରିବା, ଅଭିଶାପ ଦେବା, ଯାତ୍ରା କରିବା, ଶପଥ ନେବା, ଧନ ଦେବା ବା ନେବା, କାନ୍ଦିବା, ବେଦ ମନ୍ତ୍ରର ପାଠ କରିବା, ଶୁଭ କାର୍ଯ୍ୟ କରିବା, ଚୌକାଠ ଉପରେ ଛିଡା ହେବା ଆଦି ନ କରିବା ଉଚିତ୍ । ଏହି ନିୟମକୁ ନ ମାନିଲେ ବ୍ୟକ୍ତି ଅନେକ ପ୍ରକାର ଅସୁବିଧାର ସାମ୍ନା କରିଥାଏ ।

୫- ଦକ୍ଷିଣ ଦିଗକୁ ଗୋଡ କରି ଶୋଇବା ନାହିଁ । ସନ୍ଧ୍ୟା ସମୟରେ ଶୋଇବା, ପଢିବା ଓ ଖାଇବା ଅନୁଚିତ୍ । ଶୋଇବା ପୂର୍ବରୁ ଗୋଡକୁ ଭଲ ଭାବରେ ଧୋଇବେ, କିନ୍ତୁ ଓଦା ଗୋଡରେ ଶୋଇବେ ନାହିଁ, କାରଣ ଧନ ନାଶ ହୋଇଥାଏ । ଦାନ୍ତ ସଫା ଓ ଚମକଦାର ରଖିବା । ବାରମ୍ବାର ଛେପ ପକାଇବା, ଛିଙ୍କିବା ବା କାଶିବା ଆଦି ଅଭ୍ୟାସକୁ ଦୂର କରନ୍ତୁ । ଏହି ନିୟମ ପାଳନ କଲେ ବ୍ୟକ୍ତି ସୁସ୍ଥ ରହିଥାଏ ।

୬- ହିନ୍ଦୁ ଧର୍ମରେ ଖାଇବା ବେଳେ ଓ ପିଇବା ବେଳେ ମଧ୍ୟ ନିୟମ ପାଳନ କରାଯାଏ । ଯେପରିକି ଖାଇବା ଥାଳିକୁ ଚଟେଇ, ଟେବୁଲ ଉପରେ ସମ୍ମାନର ସହିତ ରଖାଯାଏ । ଖାଇବା ବେଳେ ଥାଳିକୁ କଦାପି ବାମ ହାତରେ ଧରିବେ ନାହିଁ । କାରଣ ଏପରି କରିଲେ ଖାଇବା ପ୍ରେତ ଭୁତମାନେ ଖାଇଥାନ୍ତି । ସେହିପରି ଖାଇବା ପରେ ସେହି ଥାଳିରେ ହାତ ଧୋଇବେ ନାହିଁ । ଖାଇବା ଥାଳିକୁ ରୋଷେଇ କରୁଥିବା ସ୍ଥାନରେ, ଖଟ ଉପରେ ବା ଖଟ ତଳେ ରଖିବେ ନାହିଁ । ଖାଉଥିବା ବେଳେ ପାଣି ପିଅନ୍ତୁ ନାହିଁ । ଖାଇବା ଅଧଘଣ୍ଟା ପରେ ପାଣି ପିଇବା ଉଚିତ୍ ।

୭-ସର୍ବଦା ପୂର୍ବ ବା ଉତ୍ତରକୁ ମୁହଁ କରି ଖାଇବା ଉଚିତ୍ । ଯଦି ସମ୍ଭବ ହେଉଛି ତେବେ ରୋଷେଇ ଘରେ ହିଁ ବସି ଖାଆନ୍ତୁ । ଏଥିରେ ରାହୁ ଗ୍ରହ ଶାନ୍ତ ହୋଇଥାନ୍ତି ।

୮-ସେହିପରି ଜୋତା ବା ଚପଲ ପିନ୍ଧି ଖାଦ୍ୟ ଖାଆନ୍ତୁ ନାହିଁ । ରାତିରେ ଭାତ ସହିତ ଦହି ଓ ଛତୁ  ନ ଖାଇବା ଉଚିତ୍ । ସେହିଭଳି ତିଥି, ନକ୍ଷତ୍ର, ବାର ଦେଖି କଣ ଖାଇବା ଓ କଣ ନ ଖାଇବା ଉଚିତ୍ ଦେଖି ଖାଦ୍ୟ ଖାଇବା ଆବଶ୍ୟକ । ଏହିପରି ନିୟମରେ ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!