ରାହୁଙ୍କର ପଡିବ କୋପଦ୍ରୁଷ୍ଟି, ଯଦି ଘରେ କରୁଛନ୍ତି ଏହି ଭୁଲ- ହୋଇଯିବେ ବର୍ବାଦ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରାହୁଗ୍ରହଙ୍କ ହେତୁ ଜୀବନରେ ଅନେକ ବାଧା ଓ ଦୁର୍ଘଟଣା ବୃଦ୍ଧି ପାଏ । ବ୍ୟକ୍ତି ରୋଗରେ କଷ୍ଟ ଭୋଗ କରନ୍ତି । ମାନସିକ ଚିନ୍ତା ଲାଗିରୁହେ ଓ ମନ ବିଚଳିତ ହୋଇଯାଏ । ସେହିପରି ବାସ୍ତୁ ଶାସ୍ତ୍ର ଅନୁସାରେ ରାହୁଙ୍କ ସ୍ଥିତି ବିଷୟରେ ମଧ୍ୟ କୁହାଯାଇଛି । ଯଦି ଘରର ଦୁଇଟି ସ୍ଥାନ କୁ ସର୍ବଦା ସଫା ସୁତୁରା ନ କରିବେ ତେବେ ରାହୁଗ୍ରହଙ୍କ ପ୍ରଭାବ ପଡିଥାଏ । ତେଣୁ ଘରର ଦୁଇଟି ସ୍ଥାନ କୁ ସର୍ବଦା ସଫା ସୁତୁରା ରଖିବା ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା କେଉଁ ଦୁଇଟି ସ୍ଥାନକୁ କିପରି ସଫା ସୁତୁରା କରିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- ଘରେ ଶୌଚାଳୟ ରାହୁଙ୍କ ସ୍ଥାନ ଅଟେ । ସେଥିପାଇଁ ପୁରୁଣା କାଳରେ ଘରେ ଶୌଚାଳୟ କରୁନଥିଲେ । ଯେବେ ଘରେ ଶୌଚାଳୟ କରିବାର ଆରମ୍ଭ ହେଲା ସେହିଦିନରୁ ଲୋକମାନେ ଘରକୁ ଛାଡି ଅଳ୍ପ ଦୂରରେ ଶୌଚାଳୟ କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଘର ଭିତରେ ହିଁ ଶୌଚାଳୟ ତିଆରି କରାଯାଉଛି ।

୨- ଯଦି ଶୌଚାଳୟ ବା ପାଇଖାନା ଖରାପ ହୋଇଯିବା, ଭାଙ୍ଗିଯିବା, ଅସନା ହେବା ଆଦି ରାହୁଗ୍ରହଙ୍କୁ ନିମନ୍ତ୍ରଣ କରିବା ବୋଲି କୁହାଯାଏ । ଏହାଦ୍ଵାରା ଘରେ ରୋଗ ଓ ଶୋକ ଦେଖାଦେଇଥାଏ ।

୩- ଯଦି  ଅଜାଣତରେ ଆପଣଙ୍କ ପାଇଖାନା ଐଶାନ୍ୟ କୋଣରେ ତିଆରି କରିଛନ୍ତି ତେବେ ବହୁତ ଧନ ହାନି ହେବା ସହିତ ଅଶାନ୍ତି ମଧ୍ୟ ସୃଷ୍ଟି ହୁଏ । ଏହାର ପ୍ରତିକାର ପାଇଁ ପାଇଖାନାର ବାହାର ପଟକୁ ଶୀକାର କରୁଥିବା ଏକ ବାଘର ଚିତ୍ର ବା ଫଟୋ ଲଗାନ୍ତୁ । ପାଇଖାନାରେ ବସିବା ସ୍ଥାନ ଦକ୍ଷିଣ ବା ପଶ୍ଚିମକୁ ମୁଖ ନହେବା ଉଚିତ୍ ।

୪- ବାସ୍ତୁ ଶାସ୍ତ୍ର ଅନୁସାରେ ଗାଧୋଇବା ଘରେ ଚନ୍ଦ୍ରଙ୍କ ବାସ ଓ ପାଇଖାନା ଘରେ ରାହୁଙ୍କ ବାସ ହୋଇଥାଏ । ଯଦି ଚନ୍ଦ୍ର ଓ ରାହୁ ଏକାଠି ଗୋଟିଏ ସ୍ଥାନରେ ରହିବେ ତେବେ ଏହା ଗ୍ରହଣ ଯୋଗ ସୃଷ୍ଟି ହୁଏ । ଏଥିରେ ଚନ୍ଦ୍ର ଦୂଷିତ ହୋଇଯାନ୍ତି, ଯାହା ଫଳରେ ଅନେକ ପ୍ରକାର ଦୋଷ ଉତ୍ପନ୍ନ ହୁଏ, କାରଣ ଚନ୍ଦ୍ର ମନ ଓ ଜଳ କାରକ ହୋଇଥାନ୍ତି । ଯାହାକି ରାହୁଙ୍କୁ ବିଷ ସମାନ କୁହାଯାଏ । ଏହିପରି ଜଳ ବିଷ ଯୁକ୍ତ ହୋଇଯାଏ । ଯାହା ମସ୍ତିଷ୍କକୁ ଖରାପ କରିଦିଅନ୍ତି । ଯାହାର ପ୍ରଭାବ ପ୍ରଥମେ ବ୍ୟକ୍ତିର ମନ ଉପରେ ପଡିଥାଏ ଓ ଶରୀର ଉପରେ ପ୍ରଭାବ ପଡିଥାଏ ।

୫- ଶୌଚାଳୟକୁ ସ୍ଵଚ୍ଛ, ଶୁଖିଲା ଓ ସୁନ୍ଦର ରଖନ୍ତୁ । ଯଦି ଶୌଚାଳୟରେ ସୁଗନ୍ଧିତ ବାତାବରଣ ରହିବ ତେବେ ରାହୁ ଦୋଷ ଦୂର ହେବ । ଏଥିପାଇଁ ଶୌଚାଳୟର ଯେ କୌଣସି କୋଣରେ ଏକ ପାତ୍ରରେ କର୍ପୁର ଭର୍ତ୍ତି କରି ରଖିଦିଅନ୍ତୁ । ଏହା ବ୍ୟତୀତ ବଡଦାନା ଲୁଣ ମଧ୍ୟ ଏକ କାଚ ପାତ୍ରରେ ଶୌଚାଳୟରେ ରଖିପାରିବେ ।

ସିଢି-

୧- ସିଢିରେ ମଧ୍ୟ ରାହୁ ଗ୍ରହଙ୍କ ବାସ ହୋଇଥାଏ । ଯଦି ସିଢି ଭାଙ୍ଗି ଯାଇଥାଏ ବା ଅସନା ହୋଇଥାଏ ତେବେ ରାହୁ ଗ୍ରହ ସକ୍ରିୟ ହୁଅନ୍ତି । ଯଦି ସିଢି ସଫା, ସ୍ଵଚ୍ଛ ଓ ସୁନ୍ଦର ହୋଇ ନାହିଁ ତେବେ ରାହୁ ସକ୍ରିୟ ହୋଇ ଜୀବନକୁ ଉତ୍ଥାନ ପତ୍ତନ କରନ୍ତି । ଶତୃମାନେ ମଧ୍ୟ ସକ୍ରିୟ ହୁଅନ୍ତି ଓ ବ୍ୟକ୍ତି କରଜ ଋଣରେ ବୁଡି ରୁହେ ।

୨- ସିଢିକୁ ପୂର୍ବରୁ ପଶ୍ଚିମ ବା ଉତ୍ତରରୁ ଦକ୍ଷିଣକୁ ତିଆରି କରିବା ଉଚିତ୍ । କଦାପି ଉତ୍ତରରୁ ପୂର୍ବକୁ ସିଢି କରିବା ନାହିଁ । ଯଦି ଅଜାଣତରେ ଅନ୍ୟ ଦିଗକୁ ସିଢି ନିର୍ମାଣ ହୋଇଛି ତେବେ ସଫା ସୁତୁରା ରଖିବା ଉଚିତ୍ ଓ ସିଢିକୁ ସୁନ୍ଦର କାଇବାକୁ ଚେଷ୍ଟା କରନ୍ତୁ । ଶିଡିର ମଧ୍ୟ ଭାଗରେ କାନ୍ଥରେ ପାଞ୍ଚୋଟି ବଡ କଉଡି ଅଲେଟେଇ ଲଗେଇ ଦିଅନ୍ତୁ ।

୩- ବସ୍ତୁ ଶାସ୍ତ୍ର ଅନୁସାରେ ରାହୁ ଦୋଷ ଉତ୍ପନ୍ନ ହେଲେ ଜୀବନରେ ଅନେକ ଘଟଣା ଓ ଦୁର୍ଘଟଣା ବୃଦ୍ଧି ପାଇଥାଏ । ଅର୍ଥାତ୍ ଘରର ଶୌଚାଳୟ ଓ ସିଢିକୁ ସର୍ବଦା ସାଫା ସୁତୁରା ଓ ଦୋଷମୁକ୍ତ ରଖିବା ଉଚିତ୍ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!