ଲଗ୍ନ ହିସାବରେ ଜାଣନ୍ତୁ କେଉଁ ଫଳ ଭୋଗିବେ ? କଣ କରିବା ଉଚିତ୍ ଓ କଣ ଅନୁଚିତ୍ ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

କେଉଁ ଲଗ୍ନରେ ଜନ୍ମ ହୋଇଥିଲେ କେଉଁ ଫଳ ଭୋଗ କରିବାକୁ ପଡେ, କଣ କରିବା ଉଚିତ୍ ଓ କଣ ନକରିବା ଉଚିତ୍ ? ବାରୋଟି ଲଗ୍ନ ବିଷୟରେ ଆସନ୍ତୁ ଜାଣିବା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ ଲଗ୍ନ

ଯେଉଁମାନଙ୍କର ମେଷ ଲଗ୍ନରେ ଜନ୍ମ, ସେମାନେ କ୍ରୋଧୀ, ବ୍ୟସନୀ, ବନ୍ଧୁବିରୋଧୀ, ପରାକ୍ରମରେ ଯଶପ୍ରାପ୍ତ ଓ ଗୁଣବାନ୍‌ ହୋଇଥାନ୍ତି। ଯେଉଁକାର୍ଯ୍ୟ ପାଇଁ ଚେଷ୍ଟା କରିବେ ସହଜ ସରଳରେ କାର୍ଯ୍ୟ ସାଧିତ ହୋଇ ଥାଏ। ନିଜର ନିଷ୍ଠା ଓ ସାଧନା ବଳରେ ଶୀର୍ଷ ସ୍ଥାନରେ ପହଁଞ୍ଚିବା ସମ୍ଭବ ହେବ। ମନବଳ ଦୃଢ଼ ହେବ। ମାନସିକସ୍ଥିତିର ପରିବର୍ତ୍ତନ ଆସିବ। ନିଜର ପ୍ରଜତ୍ନଦ୍ୱାରା  ସର୍ବଦା ସଫଳ ହେବେ।

୧- ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ, କେଶର ତିଳକ ଲଗାନ୍ତୁ ଓ ଅଶ୍ଵତ୍ଥ ଗଛରେ ପାଣି ଦିଅନ୍ତୁ।

୨- ନିଜ ଖାଦ୍ୟରୁ ପ୍ରଥମେ ଗାଈ, କାଉ ଓ କୁକୁରକୁ ଖାଇବାକୁ ଦିଅନ୍ତୁ।

୩- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ ଓ ହନୁମାନଙ୍କୁ ବସ୍ତ୍ର ଦିଅନ୍ତୁ।

୪- ଧଳା ବା କଳା ରଙ୍ଗରେ ସୁରମା ଆଖିରେ ଲଗାନ୍ତୁ।

୫- ଘରୁ ବାହାରକୁ ଯିବା ସମୟରେ କିଛି ଗୁଡ ଖାଇ କରି ଯାଆନ୍ତୁ।

୬- ଭାଇ ଓ ମିତ୍ରଙ୍କ ସହିତ ଭଲ ସମ୍ପର୍କ ରଖିବା ଉଚିତ୍ ଓ କ୍ରୋଧ ଭାବ କରନ୍ତୁ ନାହିଁ।

୭- ବେଳେବେଳେ ଗୋଲାପି ବା ଲାଲ୍ ରଙ୍ଗର ଚଦର ପକାଇ ଶୁଅନ୍ତୁ।

୮- ଅନ୍ତନଳୀ ଓ ଦାନ୍ତକୁ ସଫା ରଖନ୍ତୁ।

ବୃଷ ଲଗ୍ନ

ଯେଉଁମାନେ ବୃଷ ଲଗ୍ନରେ ଜନ୍ମ ହୋଇଛନ୍ତି ସେମାନେ ଗୁରୁ-ଗୁରୁଜନ ତଥା ଦେବତାଙ୍କ ଭକ୍ତ, ସର୍ବଦା ବସ୍ତ୍ର ଆଭୁଷରେ ସୁଶୋଭିତ, ଗୁଣବାନ୍‌, ଶୂରବୀର, ପ୍ରତାପୀ ଓ ଯଶ ପ୍ରାପ୍ତି କରିଥାନ୍ତି ।

୧- ନିଜେ ସଫା ସୁତୁରା ରହି ପରିଷ୍କାର ବସ୍ତ୍ର ପିନ୍ଧନ୍ତୁ ଓ ନିଜ ଘରକୁ ମଧ୍ୟ ସଫା ସୁତୁରା କରନ୍ତୁ।

୨- ଗୁରୁବାର ଓ ଶୁକ୍ରବାର ଦିନ ବ୍ରତ ପାଳନ କରନ୍ତୁ।

୩- ଗୁରୁବାର ଦିନ ଲୁଣ ଓ ଶୁକ୍ରବାର ଦିନ ଖଟା ଦ୍ରବ୍ୟ ଖାଆନ୍ତୁ ନାହିଁ ।

୪- ଧଳା ବସ୍ତ୍ର ଦାନ କରନ୍ତୁ।

୫- ଶୁକ୍ରବାର ଦିନ ପାଣିରେ କିଛି ଅଂଶ ଦହି ମିଶାଇ ସ୍ନାନ କରନ୍ତୁ।

୬- ନିଜ ଖାଦ୍ୟରୁ କିଛି ଅଂଶ ଗାଈ, କୁକୁର ଓ କାଉ ମାନଙ୍କୁ ଖାଇବାକୁ ଦିଅନ୍ତୁ।

୭- ନିଜର ଶରୀର ଓ ଘରକୁ ସଫା ସୁତୁରା ରଖନ୍ତୁ, ସାଫା ବସ୍ତ୍ର ପିନ୍ଧନ୍ତୁ ଓ ସୁଗନ୍ଧିତ ଅତର ବା ସେଣ୍ଟ ବ୍ୟବହାର କରନ୍ତୁ।

୮- ଶୁକ୍ରବାର ବ୍ରତ ପାଳନ କରନ୍ତୁ, ଖଟା ଦ୍ରବ୍ୟ ଖାଆନ୍ତୁ ନାହିଁ ଓ ମାତା ଲକ୍ଷ୍ମୀଙ୍କ ଉପାସନା କରନ୍ତୁ। ଯଦି ବିବାହ କରିଛନ୍ତି ତେବେ ସ୍ତ୍ରୀ ଓ ପରିବାରର ସଦସ୍ୟଙ୍କୁ ଖୁସିରେ ରଖନ୍ତୁ।

ମିଥୁନ ଲଗ୍ନ

ଯେଉଁମାନେ ମିଥୁନ ଲଗ୍ନରେ ଜନ୍ମ ହୋଇଛନ୍ତି ସେମାନେ ବୁଦ୍ଧିମାନ, ସୁନ୍ଦର, ଶୀଳବାନ, ଧନଧାନ୍ୟ ଯୁକ୍ତ, ସୁନ୍ଦର ପୁତ୍ରବାନ, ଉଦାର ଚିତ୍ତ, ଖର୍ଚ୍ଚୀ ଓ ଭଲ ମିତ୍ର ହୋଇଥାନ୍ତି।

୧- ସ୍ୱାସ୍ଥ୍ୟପ୍ରତି ଧ୍ୟାନ ରଖନ୍ତୁ।

୨- ମିଛ କଥା କୁହନ୍ତୁ ନାହିଁ।

୩- ଶ୍ଵଶୁର ଘର ସହିତ ଭଲ ସମ୍ପର୍କ ରଖନ୍ତୁ।

କର୍କଟ ଲଗ୍ନ

ଯେଉଁମାନେ କର୍କଟ ଲଗ୍ନରେ ଜନ୍ମ ହୋଇଛନ୍ତି ସେମାନେ ଦୁର୍ବଳଶରୀର, ମିଠା ଭୋଜନପ୍ରିୟ, ନୀତିବାନ, ଚଞ୍ଚଳସ୍ଵଭାବ, ବୁଦ୍ଧିମାନ, ଜଳକ୍ରୀଡାରେ ପ୍ରିୟ ହୋଇଥାନ୍ତି ।

୧- ଯଦି ଘର ସାମ୍ନାରେ କୌଣସି ଗାତ ଅଛି ତେବେ ସେହି ଗାତକୁ ପୁରଣ କରି ଦିଅନ୍ତୁ।

୨- ସ୍ନେହ ଓ ଶ୍ରଦ୍ଧା ଭାବରେ କିଛି ଦାନ କରନ୍ତୁ।

୩- ସାପକୁ ଆଘାତ କରନ୍ତୁ ନାହିଁ ବରଂ କ୍ଷୀର ପିଇବାକୁ ଦିଅନ୍ତୁ।

ସିଂହ ଲଗ୍ନ

ଯେଉଁମାନେ ସିଂହ ଲଗ୍ନରେ ଜନ୍ମ ହୋଇଛନ୍ତି ସେମାନେ ବୁଦ୍ଧିମାନ, ଶୂରବୀର, ଅଳ୍ପାହାରୀ, ଅଭିମାନୀ, ସୁନ୍ଦର ଓ ପରାକ୍ରମୀ ହୁଅନ୍ତି ।

୧- ପ୍ରତ୍ୟେହ ଉଦିତ ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ।

୨- ବାପାଙ୍କୁ ବାଧିଲାଭଳି କୌଣସି କାମ କରନ୍ତୁ ନାହିଁ।

୩- ମଙ୍ଗଳବାର ବ୍ରତ ପାଳନ କରିବା ସହ ଇଷ୍ଟ ଦେବୀଙ୍କୁ ପୂଜା ଆରାଧନା କରନ୍ତୁ।

କନ୍ୟା ଲଗ୍ନ

ଯେଉଁମାନେ କନ୍ୟା ଲଗ୍ନରେ ଜନ୍ମ ହୋଇଛନ୍ତି ସେମାନେ ଗୁଣବାନ, ଜ୍ଞାନୀ, ସୁନ୍ଦର, କୁଶଳ, ଜୀବନସାଥୀପ୍ରିୟ, ପରାକ୍ରମ ରହିତ ଓ ସୁନ୍ଦର ଭେଷଭୂଷା ପ୍ରିୟ ହୋଇଥାନ୍ତି ।

୧- ଘରେ ଦୀପ ଧୂପ ଜାଳନ୍ତୁ |

୨- ଛୋଟ ଝିଅମାନଙ୍କୁ ମିଠା ଓ ଫଳ ଦେଇ ସେମାନଙ୍କର ପାଦ ଛୁଇଁ ଆଶୀର୍ବାଦ ନିଅନ୍ତୁ |

୩- ପ୍ରତି ବୁଧବାର ଦିନ ବରଗଛରେ ପାଣି ଦିଅନ୍ତୁ।

ତୁଳା ଲଗ୍ନ

ଯେଉଁମାନେ ତୁଳା ଲଗ୍ନରେ ଜନ୍ମ ହୋଇଛନ୍ତି ସେମାନେ ଚତୁର, ବୁଦ୍ଧିମାନ, ନିଜପରିବାରରେ ପ୍ରତିଷ୍ଠିତ, ଗୁଣବାନ, ଯଶସ୍ୱୀ, ତେଜସ୍ୱୀ, ପ୍ରତାପୀ ଓ ବାଣିଜ୍ୟ ବ୍ୟବସାୟରେ ନିପୁଣ ହୁଅନ୍ତି ।

୧- ମଙ୍ଗଳବାର ଋଣ ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ।

୨- ଭାଇ ଭଉଣୀମାନଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ।

୩- ଚରିତ୍ରକୁ ଶୁଦ୍ଧ ରଖିବା ସହିତ କେବେବି ମିଛ କୁହନ୍ତୁ ନାହିଁ ।

ବିଛା ଲଗ୍ନ

ଯେଉଁମାନେ ବିଛା ଲଗ୍ନରେ ଜନ୍ମ ହୋଇଛନ୍ତି ସେମାନେ ସବୁବିଦ୍ୟାରେ ପାରଙ୍ଗମ, ଚତୁର, ଭଲବିଚାର, ଯୁଗୋପଯୋଗୀ କଥାରେ ପ୍ରୀତି, ଧନବାନ, ଶୂରବୀର, ଭଲଆଚରଣର ହୋଇଥାନ୍ତି।

୧- ଭଉଣୀ, ଝିଅ, ପତ୍ନୀ, ମା, କନ୍ୟାକୁ କେବେ ଅପମାନ କରନ୍ତୁ ନାହିଁ।

୨- ମଙ୍ଗଳବାର ବ୍ରତ ପାଳନ କରି ମଙ୍ଗଳ ଗ୍ରହଙ୍କ ଉପାସନା କରନ୍ତୁ।

୩- କୌଣସି ବଦନାମ କାର୍ଯ୍ୟ କରନ୍ତୁ ନାହିଁ ଓ କୁସଙ୍ଗତ ଠାରୁ ଦୂରେଇ ରୁହନ୍ତୁ।

ଧନୁ ଲଗ୍ନ

ଯେଉଁମାନେ ଧନୁ ଲଗ୍ନରେ ଜନ୍ମ ହୋଇଛନ୍ତି ସେମାନେ ସତ୍ୟବକ୍ତା, ସ୍ଥିରସ୍ୱଭାବ, ବିଦ୍ୟାରେ ଚତୁର, ଯାନ ବାହନାଦି ଯୁକ୍ତ, ଧନବାନ, ପଣ୍ଡିତ ହୋଇଥାନ୍ତି ।

୧- କୌଣସି ନାରୀଙ୍କୁ ଅପମାନ କରନ୍ତୁ ନାହିଁ।

୨- ଗୁରୁବାର ଦିନ ଅଶ୍ଵତ୍ଥ ଗଛରେ ପାଣି ଦିଅନ୍ତୁ।

୩- ଗୁରୁବାର ବ୍ରତ ରଖନ୍ତୁ ଏବଂ ଦୁର୍ଗା ମାତାଙ୍କୁ ପୂଜା କରନ୍ତୁ।

ମକର ଲଗ୍ନ

ଯେଉଁମାନେ ମକର ଲଗ୍ନରେ ଜନ୍ମ ହୋଇଛନ୍ତି ସେମାନେ କଠୋର ପରିଶ୍ରମୀ, ଦୟାଳୁ, ସଠିକ୍‌ ବିଚାର ଦେବା, ପରୋପକାରୀ, ପ୍ରଶାସକ, ବିନମ୍ରଭାବ, ହୀନବୁଦ୍ଧି, ଖରାପ ଆଚରଣ, ଲୋଭୀ, ସନ୍ତାନ ପ୍ରିୟ ହୋଇଥାନ୍ତି।

୧- ଘରେ କେବେବି ଉଲଗ୍ନ  ରୁହନ୍ତୁ ନାହିଁ।

୨- ପ୍ରାଚୀନମାନଙ୍କର ଆଶୀର୍ବାଦ ଗ୍ରହଣ କରନ୍ତୁ ।

୩- ସାପକୁ ଆଘାତ କରନ୍ତୁ ନାହିଁ, ସର୍ପ ଦେବତାଙ୍କୁ କ୍ଷୀର ପିଇବାକୁ ଦିଅନ୍ତୁ।

କୁମ୍ଭ ଲଗ୍ନ

ଯେଉଁମାନେ କୁମ୍ଭ ଲଗ୍ନରେ ଜନ୍ମ ହୋଇଛନ୍ତି ସେମାନେ ମଧୁର ଭାଷୀ, କାମିକା, ଶ୍ରେଷ୍ଠ ବ୍ୟକ୍ତିଙ୍କ ପ୍ରତି ପ୍ରୀତିଭାବ, ଚଞ୍ଚଳ, ଚପଳ, ବୁଦ୍ଧିମାନ, ଉଚ୍ଚାଭିଳାଷି, ଅତ୍ୟନ୍ତ ସହନଶୀଳ, ଦୃଢ଼ନିଶ୍ଚୟୀ, ପରିଶ୍ରମୀ, କାର୍ଯ୍ୟକ୍ଷେତ୍ରରେ ଉତ୍ସାହ, ସତ୍ୟବାଦି, ମିଷ୍ଟାନଭୋଜନ ପ୍ରିୟ, ଜନସେବକ, ବିଳାସି, ଖୋଲା ହୃଦୟ, ଗମ୍ଭୀର, ସ୍ୱାଭିମାନୀ ଓ ଶତୃଙ୍କୁ ନାଶ କରିଥାନ୍ତି ।

୧. ଶନିଙ୍କ ନିକଟରେ ଶନିବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ ।

୨. ଶନିବାର ଦିନ ଆମିଷ ଖାଇବେ ନାହିଁ ଓ ପୋଡ଼ା ଦ୍ରବ୍ୟ କିଛି ଖାଇବେ ।

୩. ବାଡିଅଁଳା ମୂଳ ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ ।

ମୀନ ଲଗ୍ନ

ଯେଉଁମାନେ ମୀନ ଲଗ୍ନରେ ଜନ୍ମ ହୋଇଛନ୍ତି ସେମାନେ ବ୍ରାହ୍ମଣ, ଦେବତାଙ୍କ ଭକ୍ତ, ତାମ୍ରବର୍ଣ୍ଣ, ଅଳ୍ପାହାରୀ, ସ୍ୱରୂପବାନ, ଗୁଣବାନ, ସୁନ୍ଦର ଚକ୍ଷୁ,  ଚତୁର, ସ୍ୱର୍ଣ୍ଣ ରତ୍ନାଦିରେ ସୁଶୋଭିତ, ଶ୍ରେଷ୍ଠ ମୁର୍ତ୍ତିମାନ, ପରୋପକାରୀ ହୋଇଥାନ୍ତି। ନିଜ ଚେଷ୍ଟାରେ ବହୁଧନସମ୍ପତ୍ତିର ଅଧିକାରୀ, ଆତ୍ମ ନିର୍ଭରଶୀଳ, ବିଚାରବୁଦ୍ଧି ସମ୍ପନ୍ନ, କହାରି ନିର୍ଦ୍ଦେଶକୁ ପସନ୍ଦ ମନେ କରିବେ ନାହିଁ। ସ୍ୱୟଂ ମାଲିକ ହେବାପାଇଁ ପସନ୍ଦ କରିବେ। ଗୁରୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରତିକାର ସ୍ୱରୂପ-

୧. ନାରାୟଣଙ୍କ ନିକଟରେ ଗୁରୁବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ ।

୨. ଗୁରୁବାର ଦିନ ଆମିଷ ଖାଇବେ ନାହିଁ ।

୩. ବ୍ରାହ୍ମଣଝାଟିଆ ମୂଳ ଗୁରୁବାର ଦିନ ସଂଗ୍ରହ କରି ହଳଦିଆ ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ସ୍ତ୍ରୀମାନେ ବାମବାହୁରେ ବାନ୍ଧନ୍ତୁ ।

 


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!