ଜାତକ କୁଣ୍ଡଳୀରେ ରବିଙ୍କ ସ୍ଥିତି ଅନୁସାରେ ଜାଣନ୍ତୁ କଣ ଭୋଗିବେ ଓ କିପରି ସତର୍କ ହେବେ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗ୍ରହମାନଙ୍କ ମଧ୍ୟରେ ସୂର୍ଯ୍ୟ ବା ରବି ହେଉଛନ୍ତି ପ୍ରଥମ ଗ୍ରହ ବା ରାଜା ଅଟନ୍ତି। ଯଦି ସୂର୍ଯ୍ୟ ବା ରବି ଭଲ ସ୍ଥିତିରେ ଅଛନ୍ତି, ତେବେ ଭଲ ଫଳ ମିଳିଥାଏ। ଯଦି ସୂର୍ଯ୍ୟ ବା ରବି ଦୁର୍ବଳ ହୋଇଥାନ୍ତି, ତେବେ ଅନ୍ୟ ଗ୍ରହମାନଙ୍କର ଶକ୍ତି ବଢି ଯାଏ। ତେବେ ଆସନ୍ତୁ କିପରି ସୂର୍ଯ୍ୟ ବା ରବି ଗ୍ରହଙ୍କୁ  ଶକ୍ତିଶାଳୀ କରିବେ ଓ ସୁଖରେ ରହିବେ ଜାଣିବା । ଜାତକ କୁଣ୍ଡଳୀରେ ପ୍ରତେକ ଭାବ ଅନୁସାରେ ରବି ଗ୍ରହଙ୍କ ଶୁଭ ଅଶୁଭ ବିଷୟରେ ଭାବଫଳ ଦୀପିକାରେ ଭଲ ଭାବରେ ବୁଝାଇ ତାର ଉପାୟମାନ ଦିଆଯାଇଛି। ଆସନ୍ତୁ ଜାଣିବା ପ୍ରଥମ ଭାବରୁ ଦ୍ୱାଦଶ ଭାବପର୍ଯ୍ୟନ୍ତ ରବିଙ୍କ ସ୍ଥିତି ଫଳ ଓ ସତର୍କତା ବିଷୟରେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପ୍ରଥମ ଭାବ ପାଇଁ ଜ୍ୟୋତିଷ ବାଣୀ:-

ଯଦି ଜାତକରେ ଲଗ୍ନ ବା ପ୍ରଥମ ଭାବରେ ରବି ସ୍ଥିତ ହୋଇଥାନ୍ତି ତେବେ ସେହି ଜାତକ ବାତ ପିତ୍ତରେ ପୀଡ଼ିତ, ଚକ୍ଷୁରୋଗ, ବିଶେଷ କ୍ରୋଧୀ, ସ୍ତ୍ରୀ ପୁତ୍ର ଓ ଧନ ଆଦିର ଚିନ୍ତା କରନ୍ତି।

ସତର୍କତା – ମହତ୍ଵପୂର୍ଣ୍ଣ କାର୍ଯ୍ୟ ସମୟରେ ରାଶିଅନୁଯାୟୀ ବିଭିନ୍ନ ପ୍ରକାର ରଙ୍ଗର ବସ୍ତ୍ର ଧାରଣ କଲେ ଜୀବନ ସୁଖମୟ ହେବ। ପ୍ରତ୍ୟେକ ରବିବାର, ମଙ୍ଗଳବାର ଓ ଗୁରୁବାର ଆମିଷ ଭୋଜନକୁ ତ୍ୟାଗ କରିବା ଉଚିତ୍।  କୌଣସି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ଗୁରୁଜନ, ମାଆ ବାପା, ଗୁରୁଙ୍କୁ ପ୍ରଣାମ କରି ଆରମ୍ଭ କଲେ କାର୍ଯ୍ୟରେ ବାଧା ଆସିବ ନାହିଁ। ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ତମ୍ବାପତ୍ରରେ ମନ୍ଦାରଫୁଲ ସହ ଜଳ ଦାନକରନ୍ତୁ।

ଦ୍ୱିତୀୟ ଭାବ ପାଇଁ ଜ୍ୟୋତିଷ ବାଣୀ:-

ଯଦି ଜାତକର ଦ୍ୱିତୀୟ ଭାବରେ ରବି ସ୍ଥିତ ହୋଇଥାନ୍ତି ତେବେ ସେହି ଜାତକ ଭାଗ୍ୟବାନ୍‌, ଧନବାନ୍‌, ଯାନବାହନ ଯୁକ୍ତ, ଭଲ କାର୍ଯ୍ୟରେ ଧନ ବ୍ୟୟ କରି ଥାନ୍ତି, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇ ଥାନ୍ତି। କିନ୍ତୁ ଧର୍ମପୀଠରେ ଓ ଶ୍ଵଶୁର ଘର ଲୋକଙ୍କ ସହିତ ବିରୋଧୀ ହୋଇପାରନ୍ତି। ଆର୍ଥିକ ସମସ୍ୟା ସାମାନ୍ୟ ରହିବ।

ସତର୍କତା –  ଉନ୍ନତି ଓ ସୁଖ ଶାନ୍ତି ପାଇଁ ସବୁବେଳେ ଭାଇଙ୍କୁ ସାହାଯ୍ୟ କରନ୍ତୁ। ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ତମ୍ବାପତ୍ରରେ ମନ୍ଦାରଫୁଲ ସହ ଜଳ ଦାନ କରନ୍ତୁ। ପ୍ରତ୍ୟେକ ରବିବାର, ମଙ୍ଗଳବାର ଓ ଗୁରୁବାର ଆମିଷ ଭୋଜନକୁ ତ୍ୟାଗ କରିବା ଉଚିତ୍। ଭୋକିଲା ଲୋକକୁ ନିରାଶ କରିବେ ନାହିଁ।

ତୃତୀୟ ଭାବ ପାଇଁ ଜ୍ୟୋତିଷ ବାଣୀ:-

ଯଦି ଜାତକର ତୃତୀୟ ଭାବରେ ରବି ସ୍ଥିତ ହୋଇଥାନ୍ତି ତେବେ ସେହି ଜାତକ ସରଳହୃଦୟ, ସତ୍ୟବାଦୀ, ଅତ୍ୟନ୍ତ ପ୍ରତାପୀ, ବିକ୍ରମୀ, ଭାତୃବର୍ଗଙ୍କ ଠାରୁ ସୁଖୀ, ରାଜଦ୍ୱାରୁ ଧନପ୍ରାପ୍ତି ଓ ଶତୃମାନଙ୍କୁ ନାଶ କରିଥାନ୍ତି। ଏକ ନିର୍ଭୀକ ସିଂହ ଯାହା କି ମୃତ୍ୟୁକୁ ମଧ୍ୟ ଭୟ କରେ ନାହିଁ। କିନ୍ତୁ ନିର୍ଭୀକତା ଓ ସତ୍ୟବାଦୀ ହେତୁ ଭାଇ ବନ୍ଧୁମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାନ୍ତି।

ସତର୍କତା – ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ। ଭାଇଙ୍କ ପ୍ରତି ସ୍ନେହ ଭାବ ରଖନ୍ତୁ। ସତ୍ୟକୁ ଜାରି ରଖନ୍ତୁ। ମିଛ ଓ ଠକ ଠାରୁ ଦୂରେଇ ରୁହନ୍ତୁ। ପ୍ରତ୍ୟେକ ରବିବାର, ମଙ୍ଗଳବାର ଓ ଗୁରୁବାର ଆମିଷ ଭୋଜନକୁ ତ୍ୟାଗ କରନ୍ତୁ।

ଚତୁର୍ଥ ଭାବ ପାଇଁ ଜ୍ୟୋତିଷ ବାଣୀ:-

ଯଦି ଜାତକର ଚତୁର୍ଥ ଭାବରେ ରବି ସ୍ଥିତ ହୋଇଥାନ୍ତି ତେବେ ସେହି ଜାତକ ଅତ୍ୟନ୍ତ ଶୋଭାଯୁକ୍ତ, ରାଜଯୋଗ ଭୋଗ କରିଥାନ୍ତି। ଜାଗା, ଜମି, ବାସଗୃହ ଓ ଯାନବାହାନ ଯୁକ୍ତ ହୋଇଥାନ୍ତି। ବନ୍ଧୁବିରୋଧୀ, ଶତୃଙ୍କ ଦ୍ଵାରାହାନୀ ଓ ଅଶାନ୍ତ ଚିତ୍ତ ହୋଇଥାନ୍ତି। ମାଆ ଦୁଖିତ ରୁହନ୍ତି।

ସତର୍କତା – ନାରୀ ମାନଙ୍କୁ ମାଆର ସମ୍ମାନ ଦିଅନ୍ତୁ। ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ। ପ୍ରତ୍ୟେକ ରବିବାର, ମଙ୍ଗଳବାର ଓ ଗୁରୁବାର ଆମିଷ ଭୋଜନକୁ ତ୍ୟାଗ କରନ୍ତୁ। ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ତମ୍ବାପତ୍ରରେ ମନ୍ଦାରଫୁଲ ସହ ଜଳ ଦାନ କରନ୍ତୁ।

ପଞ୍ଚମ ଭାବ ପାଇଁ ଜ୍ୟୋତିଷ ବାଣୀ:-

ଜାତକର ପଞ୍ଚମ ଭାବରେ ରବି ସ୍ଥିତ ହୋଇଥାନ୍ତି ତେବେ ସେହି ଜାତକ ଭାଗ୍ୟବାନ୍, ତୀକ୍ଷ୍ଣ ବୁଦ୍ଧିମାନ, ଜ୍ଞାନୀ ବିବେକୀ, ମାୟାବୀ, ମନ୍ତ୍ର ଔଷଧୀ କାର୍ଯ୍ୟରେ ସଂଲଗ୍ନ, ଚତୁର, ରାଜଦ୍ୱାରୁ ଧନ ପାଇଥାନ୍ତି, ମିତ୍ରଙ୍କଠାରୁ ଦୁଃଖ ଭୋଗନ୍ତି ଓ ସନ୍ତାନ ପ୍ରାପ୍ତିରେ ବିଳମ୍ବ ହୋଇଥାଏ।

ସତର୍କତା – ପୁଅ ସହିତ ଭଲ ସମ୍ପର୍କ ରଖିବା ଉଚିତ୍। ପ୍ରତ୍ୟେକ ରବିବାର, ମଙ୍ଗଳବାର ଓ ଗୁରୁବାର ଆମିଷ ଭୋଜନକୁ ତ୍ୟାଗ କରନ୍ତୁ। ମାଦକ ଦ୍ରବ୍ୟ ଠାରୁ ଦୂରେଇ ନରହିଲେ ଜୀବନ ନଷ୍ଟ ହେବାର ରାସ୍ତା ଖୋଲିଯିବ। ପ୍ରତ୍ୟେକ ରବିବାରରେ ବେଲଗଛ ମୂଳରେ ଗୁଡପାଣି ଢାଳି ସାତଥର ପ୍ରଦକ୍ଷିଣ କରନ୍ତୁ।

ଷଷ୍ଠ ଭାବ ପାଇଁ ଜ୍ୟୋତିଷ ବାଣୀ:-

ଯଦି ଜାତକର ଷଷ୍ଠ ଭାବରେ ରବି ସ୍ଥିତ ହୋଇଥାନ୍ତି ତେବେ ସେହି ଜାତକ ରୋଗ, ଋଣ, ଶତୃଙ୍କୁ ବିନାଶ କରନ୍ତି, ରାଜା ଓ ବନ୍ଧୁମିତ୍ରମାନଙ୍କୁ ସୁଖ ଦେଇ ଥାନ୍ତି, ପିତୃରୁଣ ପରିଶୋଧ କରନ୍ତି, କିନ୍ତୁ ବ୍ୟବସାୟରେ କ୍ଷତି ସହିବାକୁ ପଡେ, ମନରେ ଭୟଭାବ ଜାଗ୍ରତ ହୁଏ ଓ ପଶୁଙ୍କ ଠାରୁ କଷ୍ଟ ଭୋଗ କରିଥାନ୍ତି। ନିଜ ଜିଦିରେ ନିଜ ଘରକୁ ଜଳୁଥିବାର ଦେଖି ମଧ୍ୟ ଖୁସି ହୁଅନ୍ତି। ।

ସତର୍କତା – ବାପାଙ୍କ ଉପରେ କ୍ରୋଧ କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଓ ଚରିତ୍ରକୁ ସିଦ୍ଧ ରଖନ୍ତୁ। ରବିବାର ବ୍ରତ ପାଳନ କରିବା ଉଚିତ୍।

ସପ୍ତମ ଭାବ ପାଇଁ ଜ୍ୟୋତିଷ ବାଣୀ:-

ଯଦି ଜାତକର ସପ୍ତମ ଭାବରେ ରବି ସ୍ଥିତ ହୋଇଥାନ୍ତି ତେବେ ସେହି ଜାତକ ରାଜାଙ୍କ ସମାନ ବିକ୍ରମୀ, ଓ ସୁଖୀ ହୋଇଥାନ୍ତି, କିନ୍ତୁ ଜୀବନସାଥି କଷ୍ଟ ପାଇଥାନ୍ତି, ଅଧିକ ଚିନ୍ତାଦ୍ୱାରା ମନ କଷ୍ଟ, ମାଆଙ୍କୁ କଷ୍ଟ ଓ ବେଳେ ବେଳେ ଆର୍ଥିକ କଷ୍ଟ ଭୋଗ କରି ଥାନ୍ତି ।

ସତର୍କତା – ସକାଳେ ଓ ସନ୍ଧ୍ୟା ସମୟରେ କାହାକୁ ଦାନ ଦିଅନ୍ତୁ ନାହିଁ। ନିଜେ ମଧ୍ୟ ମାଗଣାରେ କୌଣସି ଦ୍ରବ୍ୟ କାହାରି ଠାରୁ ଗ୍ରହଣ କରନ୍ତୁ ନାହିଁ। ପ୍ରତ୍ୟେକ ରବିବାରରେ ବେଲଗଛ ମୂଳରେ ଗୁଡପାଣି ଢାଳି ସାତଥର ପ୍ରଦକ୍ଷିଣ କରନ୍ତୁ।

ଅଷ୍ଟମ ଭାବ ପାଇଁ ଜ୍ୟୋତିଷ ବାଣୀ:-

ଯଦି ଜାତକର ଅଷ୍ଟମ ଭାବରେ ରବି ସ୍ଥିତ ହୋଇଥାନ୍ତି ତେବେ ସେହି ଜାତକ ଦୀର୍ଘାୟୁ ହୋଇଥାନ୍ତି, ସ୍ଥାବର ଅସ୍ଥାବର ସମ୍ପତ୍ତି ଭୋଗ କରନ୍ତି। କିନ୍ତୁ ନଖାଇବା ପଦାର୍ଥକୁ ମଧ୍ୟ  ଖାଇଥାନ୍ତି, ଋଣୀ, ଗୁପ୍ତରୋଗରେ ପୀଡ଼ିତ ହୋଇ  ଧନନାଶ ହୋଇଥାଏ।

ସତର୍କତା – ବନ୍ଧୁଙ୍କ ସହିତ ଶତୃତାଭାବ କରନ୍ତୁ ନାହିଁ। ମାଆବାପା, ଗୁରୁଙ୍କୁ ଅସମ୍ମାନ କରନ୍ତୁ ନାହିଁ। ଅନ୍ୟଠାରୁ ସାହାଯ୍ୟ ପାଇବା ପାଇଁ ଅପେକ୍ଷା କରିବା ଉଚିତ୍ ନୁହେଁ। ପ୍ରତ୍ୟେକ ରବିବାର, ମଙ୍ଗଳବାର ଓ ଗୁରୁବାର ଆମିଷ ଓ ମାଦକଦ୍ରବ୍ୟ ଠାରୁ ଦୂରେଇ ନରହିଲେ କଷ୍ଟ ଭୋଗିବାର ରାସ୍ତା ଖୋଲିଯିବ।

ନବମ ଭାବ ପାଇଁ ଜ୍ୟୋତିଷ ବାଣୀ:-

ଯଦି ଜାତକର ନବମ ଭାବରେ ରବି ସ୍ଥିତ ହୋଇଥାନ୍ତି ତେବେ ସେହି ଜାତକ ଭାଗ୍ୟବାନ୍, ଧର୍ମାତ୍ମା, ପିତୃସୁଖରେ ସୁଖୀ, ଉଚ୍ଚପଦ ପଦବୀରେ ଅଧିଷ୍ଠିତ ହୁଅନ୍ତି, ନ୍ୟାୟୀ, ବିଚାରବନ୍ତ, ଅତ୍ୟଧିକ ଚିନ୍ତାଶୀଳ ଓ ଧନମାନ ପ୍ରତିଷ୍ଠା  ପାଇ ଥାନ୍ତି। ଧୈର୍ଯ୍ୟର ସହିତ ସବୁ ହାସଲ କରିବାର କ୍ଷମତା ଥାଏ। କିନ୍ତୁ ଭାଇଙ୍କ ଠାରୁ ଦୁଃଖ ପାଇଥାନ୍ତି, ଜାତକ ଯେ ପର୍ଯ୍ୟନ୍ତ ଧାର୍ମିକକାର୍ଯ୍ୟ ପ୍ରତି ଆଗ୍ରହୀ ହେବେ ନାହିଁ ସେ ପର୍ଯ୍ୟନ୍ତ ଭାଗ୍ୟ ଆପଣଙ୍କ ସପକ୍ଷ ହେବ ନାହିଁ।

ସତର୍କତା – ଧର୍ମ ଓ ଭଗବାନଙ୍କୁ ନିନ୍ଦା କରନ୍ତୁ ନାହିଁ। ମାଆବାପା, ଗୁରୁ ଗୁରୁ ଜନଙ୍କୁ ଅସମ୍ମାନ କରନ୍ତୁ ନାହିଁ। ପ୍ରତ୍ୟେକ ରବିବାରରେ ଅରଖଗଛ ମୂଳରେ କ୍ଷିରପାଣି ଢାଳନ୍ତୁ।

ଦଶମ ଭାବ ପାଇଁ ଜ୍ୟୋତିଷ ବାଣୀ:-

ଯଦି ଜାତକର ଦଶମ ଭାବରେ ରବି ରହିଥାନ୍ତି ତେବେ ସେହି ଜାତକ ରାଜଯୋଗ ଭୋଗ କରିଥାନ୍ତି, ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୁଅନ୍ତି, ଧନସମ୍ପତ୍ତିରେ ଘର ପରିପୂର୍ଣ୍ଣ ହୁଏ, ସବୁକାର୍ଯ୍ୟରେ ସିଦ୍ଧିଲାଭ ହୁଏ, ପୁତ୍ର, ମିତ୍ରଙ୍କ ଠାରୁ ସୁଖ ପାଇ ଥାନ୍ତି। କିନ୍ତୁ ମାଆବାପାଙ୍କର ବୈରୀ ହୋଇ ଥାନ୍ତି, ଲୋକମାନେ ତାଙ୍କ ସତ୍ୟକୁ ବିଶ୍ଵାସ କରନ୍ତି ନାହିଁ, ସତର୍କତା- ମାଆବାପାଙ୍କୁ ସମ୍ମାନ ଦିଅନ୍ତୁ। ନଚେତ୍ ଅସୁବିଧାରେ ପଡିବେ। କାହାରି ସହ ମୁଣ୍ଡ ପକାନ୍ତୁ ନାହିଁ। ପ୍ରତ୍ୟେକ ରବିବାରରେ ଅରଖଗଛ ମୂଳରେ କ୍ଷିରପାଣି ଢାଳନ୍ତୁ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ପ୍ରତ୍ୟେକ ରବିବାର, ମଙ୍ଗଳବାର ଓ ଗୁରୁବାରରେ ମାଦକଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

ଏକାଦଶ ଭାବ ପାଇଁ ଜ୍ୟୋତିଷ ବାଣୀ:-

ଯଦି ଜାତକର ଏକାଦଶ ଭାବରେ ରବି ରହିଥାନ୍ତି ତେବେ ସେହି ଜାତକ ଧନବାନ, ରାଜନେତା, ରାଜ୍ୟର  ଅଧିକାରୀଙ୍କ ଅଧିକାର, ଶତୃଙ୍କଠାରୁ ବିଜୟୀ, ସୁଖୀ, ଗାଇବା ବଜେଇବାରେ ଆଗ୍ରହୀ, ପରୋପକାରୀ ଓ ଯଶସ୍ବୀ  ହୋଇ ଥାନ୍ତି। କିନ୍ତୁ ପୁତ୍ରଙ୍କ ଠାରୁ କ୍ଳେଶ ବା ପୁତ୍ରପାଇଁ ଦୁଖିତ ହୁଅନ୍ତି। ନିଜେ ନିଜର ଧ୍ୟାନ ମଧ୍ୟ ରଖନ୍ତି।

ସତର୍କତା – ମାଆବାପା, ଗୁରୁ ଗୁରୁ ଜନଙ୍କୁ ଅସମ୍ମାନ କରନ୍ତୁ ନାହିଁ। ପ୍ରତ୍ୟେକ ରବିବାରରେ ଅରଖଗଛ ମୂଳରେ କ୍ଷିରପାଣି ଢାଳନ୍ତୁ। ପ୍ରତ୍ୟେକ ରବିବାର, ମଙ୍ଗଳବାର ଓ ଗୁରୁବାରରେ ମାଦକଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ। ଯଦି ମାଦକଦ୍ରବ୍ୟ ଓ ଆମିଷ ଖାଉଥାନ୍ତି ତେବେ ପିଲାମାନଙ୍କର କ୍ଷତିହେବ। ନ୍ୟାୟ ଦେବା ସମୟରେ ଅହଂକାର କରନ୍ତୁ ନାହିଁ।

ଦ୍ୱାଦଶ ଭାବ ପାଇଁ ଜ୍ୟୋତିଷ ବାଣୀ:-

ଯଦି ଜାତକର ଦ୍ୱାଦଶ ଭାବରେ ରବି ରହିଥାନ୍ତି ତେବେ ସେହି ଜାତକ ତର୍କଶାସ୍ତ୍ରରେ ନିପୁଣ, ବାଦବିବାଦ, ମାଲିମୋକଦ୍ଦମାରେ ସଫଳ, ଯୁଦ୍ଧରେ ବିଜୟ, ଶଯ୍ୟା ସୁଖ ହାନୀ, ବିଦେଶରେ ହାନୀ, ବାପା, ଦାଦା, ଜେଜେଙ୍କ ଠାରୁ ଶାରୀରିକ ଓ ମାନସିକ କଷ୍ଟ ଭୋଗ କରି ଥାନ୍ତି। ଅନ୍ୟମାନଙ୍କ ଅସୁବିଧାକୁ ନିଯେ ମୁଣ୍ଡେଇ ଥାନ୍ତି।

ସତର୍କତା ଯଦି ଆପଣ ଧର୍ମ ଓ ଆଧ୍ୟାତ୍ମିକ ଶକ୍ତି ଉପରେ ବିଶ୍ବାସ କରନ୍ତି ତେବେ ଆପଣ ଖୁସିରେ ସୋଇପାରିବେ। ଅସହାୟଙ୍କ ସେବା କରିଲେ ଓ ନାରୀ ମାନଙ୍କୁ ଯଥା ସମ୍ମାନ ଦେଉ ଥିଲେ ପ୍ରଗତିର ରାସ୍ତା ଖୋଲିଯିବ। ପ୍ରତ୍ୟେକ ରବିବାରରେ ବେଲଗଛ ମୂଳରେ ଗୁଡପାଣି ଢାଳି ସାତଥର ପ୍ରଦକ୍ଷିଣ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!