ଜନ୍ମ ସମୟରେ ରବି କେଉଁ ସ୍ଥାନରେ ରହିଲେ କଣ ଫଳ ମିଳେ ଓ କଣ କରିବା ଉଚିତ ବା ଅନୁଚିତ୍ ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗ୍ରହମାନଙ୍କ ମଧ୍ୟରେ ସୂର୍ଯ୍ୟ ବା ରବି ହେଉଛନ୍ତି ପ୍ରଥମ ଗ୍ରହ ବା ରାଜା ଅଟନ୍ତି । ମେଷରାଶିରେ ଉଚ୍ଚ ତୁଳରାଶିରେ ନିଚ୍ଚ ହୋଇଥାନ୍ତି। ଯଦି ସୂର୍ଯ୍ୟ ବା ରବି ଭଲ ସ୍ଥିତିରେ ଅଛନ୍ତି ତେବେ ଭଲ ଫଳ ମିଳିଥାଏ। ଯଦି ସୂର୍ଯ୍ୟ ବା ରବି ଦୁର୍ବଳ ହୋଇଥାନ୍ତି ତେବେ ଅନ୍ୟ ଗ୍ରହମାନଙ୍କର ଶକ୍ତି ବଢି ଯାଏ। ଜନ୍ମ ସମୟରେ ମେଷ ଠାରୁ ମୀନ ରାଶିରେ ରବି ରହିଲେ କଣ ବିଶେଷ ଫଳ ମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା :-

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ ରାଶିରେ ଥିଲେ:

ଜନ୍ମ ସମୟରେ ଜାତକର କୁଣ୍ଡଳୀରେ ରବି ମେଷ ରାଶିରେ ଥିଲେ ସେହି ଜାତକ ଅତ୍ୟନ୍ତ ସାହସୀ, ପରାକ୍ରମୀ, ତେଜସ୍ୱୀ, ବୁଦ୍ଧିମାନରାଜା, କୁଟୁମ୍ବ, ଧନପ୍ରାପ୍ତି, ସୁଖି ଗୃହସ୍ଥ, ରକ୍ତପିତ୍ତ, ବିକାରଗ୍ରସ୍ଥ, ଉଚ୍ଚବିଚାର ପତି, ସ୍ୱଧର୍ମାଭିମାନୀ, ଧନବାନ, ବିଦ୍ୱାନ, ସେନାପତି, ନେତା, ସତ୍ୟବାଦୀ, ଶାନ୍ତ, ସତ୍ପୁରୁଷ ସହ ସମ୍ପର୍କ, ଶିଳ୍ପୀ, କୃଷକ, ଧାର୍ମିକ, ସାହସୀ, ଚତୁର, ପ୍ରସିଦ୍ଧଭ୍ରମଣପ୍ରିୟ, ଶାସ୍ତ୍ରାସ୍ତ୍ରଧାରୀ, ଗମ୍ଭିର, ଆତ୍ମବଳୀ, ଯୁଦ୍ଧପ୍ରିୟ, ଶୂରବୀର, ବ୍ୟବହାର କୁଶଳ, ସାହସୀ, ଉଦାର, ଯଶସ୍ୱୀ, ପତଳା ଶରୀର, ଚୌଡ଼ାକାନ୍ଧ, ପିଙ୍ଗଳବର୍ଣ୍ଣ ନେତ୍ର, ଉଦରରୋଗୀ, ୨,୩,୧୨,୧୮ ବର୍ଷ ବୟସରେ ଜଳଭୟ, ୭,୧୬,୧୭ବର୍ଷରେ ଜ୍ୱର, ୫୦ବର୍ଷ ବୟସରେ ଚୌରଭୟ ହୋଇଥାଏ।

୧- ପୂର୍ଣ୍ଣ ବିଧିବିଧାନ ସହିତ ମାଆ ମଙ୍ଗଳାଙ୍କର ଉପାସନା କରନ୍ତୁ ଓ ମଙ୍ଗଳବାର ବ୍ରତ ପାଳନ କରନ୍ତୁ। ଇଷ୍ଟଦେବୀଙ୍କ ନିକଟରେ ମଙ୍ଗଳବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ।

୨- ମାଙ୍କଡକୁ ଗୁଡ, ଚଣା, କଦଳୀ ଆଦି ଖାଇବାକୁ ଦିଅନ୍ତୁ ।

୩- ମଙ୍ଗଳବାର ଦିନ ଆମିଷ ଖାଇବେ ନାହିଁ ।

ବୃଷ ରାଶିରେ ରହିଲେ:

ଜନ୍ମସମୟରେ ଜାତକର କୁଣ୍ଡଳୀରେ ରବି ବୃଷ ରାଶିରେ ରହିଲେ ଜାତକ ପଶୁ, ବାହନ, ଧନଧାନ୍ୟ, ବସ୍ତ୍ର, ଆଭୂଷଣ, ସୁଗନ୍ଧ ପୁଷ୍ପମାଳା ଆଦିରେ ସୁଖି, ସଙ୍ଗୀତଜ୍ଞ, ସାହସୀ, ସ୍ଥାବର ସମ୍ପତ୍ତି, ସୁଖଭୋଗୀ, ମିତ୍ରବହୁତ, ନିଜ ଗୋଡ଼ରେ ନିଜେ ଠିଆ ହୁଏ, ସରକାରୀ ଚାକିରୀରେ ଲାଭ ଓ ନିଜ ଚେଷ୍ଟାରେ ବହୁଧନସମ୍ପତ୍ତିର ଅଧିକାରୀ ହେବେ। ଜୀବନସାଥି ଓ ସନ୍ତାନକୁ ପୀଡ଼ାଭୋଗିବାକୁ ପଡିଥାଏ, ନିଜେ ହୃଦ୍ରୋଗରେ କଷ୍ଟ ପାଇ ଥାନ୍ତି। ଗୁପ୍ତ ପ୍ରେମରେ ରତ, ଗୁପ୍ତକଥା ଓ ଚାଲ୍ବାଜି କଥାରେ ବିରୋଧ, ୬ବର୍ଷଠାରୁ ୧୦ବର୍ଷ ମଧ୍ୟରେ ଉଚ୍ଚରୁ ପତ୍ତନ, ୧୩ବର୍ଷରେ ସର୍ପଭୟ, ୨୫ବର୍ଷରେ ଜଳଭୟ, ୪୨ବର୍ଷରେ ହୃଦ୍ରୋଗର ପ୍ରକୋପ ଦେଖା ଦେବ।

୧- ଇଷ୍ଟଦେବୀଙ୍କ ନିକଟରେ ଶୁକ୍ରବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ।

୨- ପ୍ରତିବର୍ଷ ଜନ୍ମମାସର ଯେକୌଣସି ରବିବାର ଦିନ ରକ୍ତଚନ୍ଦନ, ଗୁଡ, ଗହମ, ତମ୍ବାପାତ୍ର, ଲାଲ୍ ରଙ୍ଗର ବସ୍ତୁ ଦାନକରିବା ସହ ଯଜ୍ଞ କାର୍ଯ୍ୟରେ ସାହାଯ୍ୟ କରିଲେ ଲାଭପ୍ରଦ ହେବ।

୩- ଶୁକ୍ରବାର ଦିନ ଆମିଷ ଖାଇବେ ନାହିଁ।

ମିଥୁନ ରାଶିରେ ଥିଲେ:

ଜନ୍ମସମୟରେ ଜାତକର କୁଣ୍ଡଳୀରେ ମିଥୁନ ରାଶିରେ ରବି ଥିଲେ ଉଚ୍ଚାଭିଳାଷି, ଅତ୍ୟନ୍ତ ସହନଶୀଳ, ଦୃଢ଼ନିଶ୍ଚୟୀ, ପରିଶ୍ରମୀ, କାର୍ଯ୍ୟକ୍ଷେତ୍ରରେ ଉତ୍ସାହ, ସତ୍ୟବାଦି, ମିଷ୍ଟାନଭୋଜନ ପ୍ରିୟ, ଜନସେବକ, ବିଳାସି, ଖୋଲା ହୃଦୟ, ଗମ୍ଭୀର, ସ୍ୱାଭିମାନୀ, ବନ୍ଧୁ ମିତ୍ର ପ୍ରାପ୍ତି, ଆତ୍ମ ନିର୍ଭରଶୀଳ, ବିଚାରବୁଦ୍ଧି ସମ୍ପନ୍ନ, କହାରି ନିର୍ଦ୍ଦେଶକୁ ପସନ୍ଦ ମନେ କରିବେ ନାହିଁ। ବ୍ୟବହାର ଓ ଭାଷାର ମାଧୁର୍ଯ୍ୟ ନେଇ ଲୋକଙ୍କ ଉପରେ ପ୍ରଭୁତ୍ୱ ବିସ୍ତାର କରିପାରିବେ। ପ୍ରତିଭାବାନ ବ୍ୟକ୍ତି, ପ୍ରତିଷ୍ଠିତ ବ୍ୟକ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରି ଆଶା ଆକାଂକ୍ଷା ପୂର୍ଣ୍ଣ କରିବେ। ନିଜର ନିଷ୍ଠା ଓ ସାଧନା ବଳରେ ଶୀର୍ଷ ସ୍ଥାନରେ ପହଁଞ୍ଚିବା ସମ୍ଭବ ହେବ। ମାନସିକସ୍ଥିତି ଦୃଢ଼ ହେବ। ତୃତୀୟ ବର୍ଷରେ ଅଗ୍ନିଭୟ, ୭ବର୍ଷରେ ଶରୀର ପୀଡ଼ା, ୧୦ବର୍ଷରେ ରକ୍ତବିକାର, ୧୨ବର୍ଷରେ ଉଚ୍ଚରୁ ପତନ, ୧୯ବର୍ଷରେ ଜ୍ଵରରୋଗ,୩୨ବର୍ଷରେ କଫରୋଗ ୬୨ବର୍ଷରେ ମଧ୍ୟ କଫରୋଗ ହୋଇଥାଏ

୧- ଦୁର୍ଗା ଦେବୀଙ୍କୁ ପୂଜା କରନ୍ତୁ ଓ କନ୍ୟାମାନଙ୍କୁ ଖାଇବାକୁ ଦିଅନ୍ତୁ।

୨- ଚାଉଳ ଦାନ କରନ୍ତୁ।

୩- ଦୈନିକ ହନୁମାନ ଚଲିସା ପଢନ୍ତୁ।

୪- ଅତିଥି ଓ ଅନ୍ୟମାନଙ୍କୁ ସରବତ, କ୍ଷୀର ବା ପାଣି ପିଇବାକୁ ଦିଅନ୍ତୁ।

୫- ପୁଅର ଜନ୍ମ ଦିନରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଜିନିଷ ଦାନ କରନ୍ତୁ।

କର୍କଟ ରାଶିରେ ଥିଲେ:

ଜନ୍ମସମୟରେ ଜାତକର କୁଣ୍ଡଳୀରେ କର୍କଟ ରାଶିରେ ରବିଥିଲେ ଜାତକ ସମାୟାନୁସାରେ କାର୍ଯ୍ୟକରେ, ଜ୍ଞାନୀ ଓ ଧନୀଙ୍କ ସହ ମିତ୍ରତା, ତୀବ୍ର ସ୍ମରଣ ଶକ୍ତି ସମ୍ପନ୍ନ, ପୁସ୍ତକ ଲେଖକ, କଳ୍ପନାଶୀଳ, ପରୋପକାରୀ, କପଟହୀନ, କର୍ତ୍ତବ୍ୟ ପରାୟଣ, ସେବାକର୍ମ ବା ସରକାରୀ ଚାକିରୀ କରନ୍ତି, ସମାଜରେ ସମ୍ମାନ ପାଇଥାନ୍ତି, ସାମାଜିକ କାର୍ଯ୍ୟରେ କ୍ଷାତି ଅର୍ଜନ କରନ୍ତି। କିନ୍ତୁ ବାପାଙ୍କ କଥାକୁ ଅବଜ୍ଞା କରିଥାନ୍ତି, ସଜ୍ଜନତାହୀନ, ଅସ୍ଥିରଧନ, ବନ୍ଧୁଙ୍କ ସହ ଅପ୍ରିୟ, କ୍ଷଣକୋପୀ, ଅଧିକାର ପ୍ରାପ୍ତିରେ ଇଚ୍ଛୁକ, ସ୍ୱାର୍ଥପର, ଧନପାଇଁ ଚିନ୍ତାକରନ୍ତି, କଠୋର ହୃଦୟ, ନିଜକଥା କାଟ ଖାଇ ଗଲେ ଆଘାତ ପାଇଥାନ୍ତି। ଚଞ୍ଚଳ, ଉଦରରୋଗୀ, କଫରୋଗରେ କଷ୍ଟ ପାଇଥାନ୍ତି। ୭,୯,୧୨,୧୮,୨୦,୨୧,୩୨, ୪୫, ୫୫ବର୍ଷ ବୟସରେ ସଙ୍କଟମୟ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ।

୧-କେବଳ ମା’ର ସାହାଯ୍ୟ ବା ପରାମର୍ଶରେ ପୋଷାକ କିଣନ୍ତୁ।

୨- ବ୍ୟଭିଚାର ଓ ଅନୈତିକ ସମ୍ପର୍କରୁ ଦୂରେଇ ରୁହନ୍ତୁ।

୩- କେବେ ମଧ୍ୟ ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ।

୪- ମା, ଭଉଣୀ, ମାଉସୀ, ମାତା ଦୁର୍ଗା, ଝିଅକୁ କେବେ ଅପମାନ କରନ୍ତୁ ନାହିଁ।

୫-କୌଣସି କାମ ଆରମ୍ଭ କରିବା ପୂର୍ବରୁ ଏକ ମାଟିର ପାତ୍ରରେ କ୍ଷୀର ପୂରଣ କରି ଏହାକୁ ଘରେ ରଖନ୍ତୁ।

୬- ଯେତେବେଳେ ଅତିଥିମାନେ ଘରକୁ ଆସନ୍ତି, ସେମାନଙ୍କୁ କ୍ଷୀର କିମ୍ବା ସରବତ  ପିଇବାକୁ ଦିଅନ୍ତୁ।

୭- ମାଆଙ୍କ ସହିତ ପୂଜା ସ୍ଥାନକୁ ଯାଆନ୍ତୁ ଓ ଭଗବାନଙ୍କ ପାଖରେ ମୁଣ୍ଡ ଲଗାଇ ପ୍ରଣାମ କରନ୍ତୁ।

ସିଂହ ରାଶିରେ ରହିଲେ:

ଜନ୍ମସମୟରେ ଜାତକର କୁଣ୍ଡଳୀରେ ସିଂହରାଶିରେ ରବି ରହିଲେ ଜାତକ ସୁନ୍ଦର, ପରାକ୍ରମୀ, ବୈଭବଶାଳୀ, ଯଶସ୍ୱୀ, ସ୍ଥିରବୁଦ୍ଧି, ପରୋପକାରୀ, ଅଧିକାର ସମ୍ପନ୍ନ, ରାଜପ୍ରିୟ, ଧନୀ, ଐଶ୍ୱର୍ଯ୍ୟବାନ, ଦୃଢ଼ପ୍ରତିଜ୍ଞା, ଶୂରବୀର, ଧାର୍ମିକ, ଉଚ୍ଚବିଚାରକ, କାମୀ, ପ୍ରଭାବଶାଳୀ, ସାହସୀ, ସତ୍ କର୍ମରେଖର୍ଚ୍ଚି, ଅଚାନକ ଦ୍ରବ୍ୟଲାଭ, କଳାକୁଶଳ, ସତ୍ସଙ୍ଗୀ, ଉତ୍ସାହୀ, ବିଳାସୀ, ଗମ୍ଭୀର, କ୍ରୋଧୀ, ରାଜସମ୍ମାନ ପାଇଥାନ୍ତି। ନିଜର ପ୍ରଜତ୍ନଦ୍ୱାରା ସର୍ବଦା ସଫଳ ହେବେ। ସ୍ୱୟଂ ମାଲିକ ହେବାପାଇଁ ପସନ୍ଦ କରିବେ। କିନ୍ତୁ ପଛବୁଦ୍ଧି, ଭ୍ରମଣପ୍ରିୟ, ହୃଦୟରୋଗୀ ବା ସାମାନ୍ୟ କାଶଥଣ୍ଡା ହୋଇଥାଏ। ୧୨, ୨୨, ୩୨, ୪୨, ୫୨, ୬୨  ବର୍ଷ ମାନଙ୍କରେ ଅଶୁଭଫଳ ମାନ ଭୋଗ କରିବାକୁ ପଡିଥାଏ।

୧- ଲୋଭ ଓ ସ୍ୱାର୍ଥପରତା ଠାରୁ ଦୂରେଇ ରୁହନ୍ତୁ।

୨- ଆପଣଙ୍କର ଯୋଜନାଗୁଡିକ ଗୁପ୍ତ ରଖନ୍ତୁ।

୩- ଆପଣଙ୍କ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ।

୪- ମା ଓ ବାପାଙ୍କୁ ଅପମାନ କରନ୍ତୁ ନାହିଁ।

୫- ଅନ୍ୟମାନଙ୍କ ପରାମର୍ଶ ଅନୁଯାୟୀ  ଅଧିକ କାମ କରିବା ଉଚିତ୍ ନୁହେଁ।

୬- ଲୋକମାନଙ୍କର ସେବା କରନ୍ତୁ।

୭- ଏକାଦଶୀ ବ୍ରତ ପାଳନ କରନ୍ତୁ।

୮- ସୂର୍ଯ୍ୟଙ୍କୁ ପୂଜା କରି ତାଙ୍କ ଉପାୟ କରନ୍ତୁ।

୯- ପିଲାମାନଙ୍କୁ ଭଲ ଭାବରେ ଧ୍ୟାନ ଦିଅନ୍ତୁ।

୧୦- ଧାର୍ମିକତାର କାର୍ଯ୍ୟ କରନ୍ତୁ। ସମୟ ଭଲ ରହିବ।

କନ୍ୟା ରାଶିରେ ରହିଲେ:

ଜନ୍ମସମୟରେ ଜାତକର କୁଣ୍ଡଳୀରେ କନ୍ୟାରାଶିରେ ରବି ରହିଲେ ଜାତକ ସୁନ୍ଦର, କମନୀୟ, ପରାକ୍ରମୀ, ଶତୃଜୟୀ ସଙ୍ଗୀତଜ୍ଞ, ପ୍ରିୟବାଦୀ, ରାଜାଦ୍ୱାରା ଧନପ୍ରାପ୍ତି, ଦେବବ୍ରାହ୍ମଣ ଭକ୍ତ, ବାହନ ତଥା ଭୂମିସୁଖ ଲାଭ, ମଧୁରଭାଷୀ, ଜୀବନସାଥୀପ୍ରିୟ, ଧର୍ମ କର୍ମରେ ପ୍ରବୃତ୍ତି, ପ୍ରସନ୍ନଚିତ୍ତ, ଯଶସ୍ୱୀ, ଚିତ୍ରକଳା, ଗଣିତ ଓ କାବ୍ୟକଳାରେ କୁଶଳ, ଲେଖକ, ସମ୍ପାଦକ, ଦୁର୍ବଳ, ତର୍କବାଦୀ, ଫଟୋଗ୍ରାଫି, ଶିଳ୍ପ, ସାହିତ୍ୟ, ବ୍ୟବସାୟ, ବ୍ୟାଙ୍କକର୍ମୀ, ଋଣ ଆଦାନ ପ୍ରଦାନ କାରୀ, ଏକାନ୍ତବାସ ପ୍ରିୟ, ସାବଧାନରେ କାର୍ଯ୍ୟକରନ୍ତି, ମିତ୍ରକୁ ବିଶ୍ୱାସ କରି ଠକାମୀରେ ପଡିଥାନ୍ତି, ମନ୍ଦାଗ୍ନିରୋଗରେ ପୀଡ଼ିତ ହୋଇଥାନ୍ତି। ୨,୫,୮,୧୩,୧୫, ୨୬,୩୦, ୩୩,୪୩,୫୧ ବର୍ଷ ମାନଙ୍କରେ ଅଶୁଭଫଳ ମାନ ଭୋଗ କରିବାକୁ ପଡିଥାଏ।

୧- ରାତିରେ କ୍ଷୀର ପିଇବା ବିଷ ସମାନ ହେବ।

୨- କାହାକୁ ଜଳ ଦାନ କରନ୍ତୁ ନାହିଁ କି ଥଣ୍ଡାପାନୀୟ ପ୍ରୟୋଗ କରନ୍ତୁ ନାହିଁ।

୩- ମାଆ, ଝିଅ ଓ ଭଉଣୀ ସହିତ ଭଲ ସମ୍ପର୍କ ରଖନ୍ତୁ।

୪- ମାଂସ ଓ ମଦ୍ୟପାନ କରନ୍ତୁ ନାହିଁ। ସକରାତ୍ମକ ଚିନ୍ତାଧାରା ଗ୍ରହଣ କରନ୍ତୁ।

୫- ଧାର୍ମିକ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ କ୍ଷୀର ଦାନ କରନ୍ତୁ ନାହିଁ।

୬- ଗଣେଶଙ୍କୁ ପୂଜା କରନ୍ତୁ।

୭- ଏକାଦଶୀ ବ୍ରତ ପାଳନ କରନ୍ତୁ।

୮- କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।

ତୁଳା ରାଶିରେ ଥିଲେ:

ଜନ୍ମସମୟରେ ଜାତକର କୁଣ୍ଡଳୀରେ ତୁଳା ରାଶିରେ ରବିଥିଲେ ଜାତକ ସାହସୀ, ଚତୁର, ଦୂରଦର୍ଶିତା, ଉତ୍ସାହୀ ନିଜର ଦାୟିତ୍ଵକୁ ଭୟ କରନ୍ତି ନାହିଁ। ଭଲ କାମ କରନ୍ତି। ନିଜର ସ୍ଵଭାବକୁ ନେଇ ବହୁତ ସାବଧାନ ରୁହନ୍ତି। ନିଜକୁ ସନ୍ତୁଳିତ ରଖିବା ପାଇଁ ବେଳେ ବେଳେ ଖେଳ କୁଦରେ ଭାଗ ନିଅନ୍ତି। ଆଦର୍ଶବାଦି ହୁଅନ୍ତି। ଅନ୍ୟମାନଙ୍କୁ ଚିହ୍ନିବା ବୁଝିବା ପାଇଁ ସକ୍ଷମତା ଥାଏ। ଛୋଟ ଛୋଟ କଥାକୁ ବିଚାର କରିବାର କ୍ଷମତା ଥାଏ। ନିଜର ବ୍ୟକ୍ତିତ୍ଵ ପରି ଅନ୍ୟ ଲୋକଙ୍କ ସହିତ ରହିବାକୁ ଭଲ ପାଆନ୍ତି। ଅନ୍ୟକୁ ସାହାଯ୍ୟ କରିବା ଅଭ୍ୟାସ ବେଳେ ବେଳେ ଉନ୍ନତିରେ ବାଧା ସୃଷ୍ଟି କରେ। ନିଜର ଆଦର୍ଶ ତଥା ବାସ୍ତବିକତାରେ ସନ୍ତୁଳନ ରଖି କାର୍ଯ୍ୟ କଲେ ବହୁତ ଭଲ। କିନ୍ତୁ ଜାତକର ଭାବନାକୁ ଲୋକମାନେ ବେଳେ ବେଳେ ଅଣଦେଖା କରିଥାନ୍ତି। ନିଜର ସଂସ୍କାରକୁ ନେଇ ବିଚଳିତ ହୁଅନ୍ତି, କ୍ରୋଧ ଭାବକୁ ନିୟନ୍ତ୍ରଣ ରଖିବା ଓ କଥାକୁ ବୁଝିବାକୁ ଚେଷ୍ଟା କରିବା ଉଚିତ୍। ଅନ୍ୟ ଲୋକମାନଙ୍କର ଭାବନାକୁ ବୁଝି ସମ୍ମାନ ଦେଲେ ବହୁତ ଭଲ। ରାଜାଙ୍କୁଭୟ, ଲୋକ ଉପକାରୀ, ଧନଧାନ୍ୟ ବିହିନ, ପରକର୍ମରେ ଲିପ୍ତ, ପରଦେଶରେ ବାସ, ଆତ୍ମବଳ ହୀନ, ଶତ୍ରୁବିରୋଧିଙ୍କ ସାମ୍ନା କରିବାକୁ ପଡିଥାଏ। ୨,୪, ୭,୮,୧୨,୧୬,୨୧,୩୩,୪୧,୫୧ବର୍ଷ ମାନଙ୍କରେ ସଙ୍କଟମୟ ପରିସ୍ଥିତି ଦେଖା ଦେଇଥାଏ।

୧- ମାଆଙ୍କ ଆଦେଶ ପାଳନ କରନ୍ତୁ ଓ ମାଆଙ୍କୁ ଅପମାନ କର ନାହିଁ।

୨- ୨୪ ବର୍ଷ ପୂର୍ବରୁ ବିବାହ କରନ୍ତୁ ନାହିଁ।

୩- ଚରିତ୍ରକୁ ସୁଦ୍ଧ ରଖନ୍ତୁ।

୪- କ୍ଷୀର କିମ୍ବା ପାଣି ବିକ୍ରୟ କରିବାର ବ୍ୟବସାୟ କରନ୍ତୁ ନାହିଁ।

୫- ଏକାଦଶୀ ବ୍ରତ ପାଳନ କରନ୍ତୁ।

୬- ଦୁର୍ଗା ମାତାଙ୍କୁ ପୂଜା କରନ୍ତୁ।

୭- ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ।

୮- ଶ୍ମଶାନ ମଧ୍ୟରେ ଥିବା କୂଅରୁ ପାଣି ଆଣି ଘରେ ରଖନ୍ତୁ।

ବିଚ୍ଛା ରାଶିରେ ରହିଲେ:

ଜନ୍ମସମୟରେ ଜାତକର କୁଣ୍ଡଳୀରେ ବିଚ୍ଛାରାଶିରେ ରବି ରହିଲେ ଜାତକ ଚିକିତ୍ସାଶାସ୍ତ୍ର, ଇଂଜିନିୟରିଂ, ରାଜନୀତିରେ ସଫଳତା ମିଳେ, ସାହସୀ, ଉଦ୍ୟୋଗୀ, ଲୋକମାନ୍ୟ, ଦୃଢ଼ପ୍ରତିଜ୍ଞ, ସ୍ଵାଭିମାନୀ, ଭୟ ଓ ଦୁଃଖ ସମୟରେ ଧୈର୍ଯ୍ୟଧାରୀ, ମାଲିମୋକଦ୍ଦମାରେ ଲଢ଼ି ଜୟଯୁକ୍ତ ହୋଇଥାନ୍ତି। ଭଲ ବ୍ୟବସାୟରେ ଜୀବନ ବିତାଇ ଥାନ୍ତି। ଜୀବନର ଦ୍ୱିତୀୟ ପର୍ଯ୍ୟାୟରେ ସଫଳ ପାଇ ଅନେକ କାମ କଲାପରେ ସ୍ଵନମ ଅର୍ଜନ କରନ୍ତି। କିନ୍ତୁ କ୍ରୋଧି, କୃପଣ, କଳହୀ, ବାପ ମାଙ୍କ ବିରୋଧି, ବିଷ, ଅଗ୍ନି ଓ ଅସ୍ତ୍ରରେ ଆଘାତ ପାଇଥାନ୍ତି, ଉନ୍ନତି ହୀନ, ମିତ୍ର ଓ ଶତୃ ସମାନ ଥାଆନ୍ତି। ଅଧିକ ଭ୍ରମଣ କରନ୍ତି, ଉଗ୍ରସ୍ୱଭାବ ଥାଏ। ପାଣିକୁ ଭୟକରନ୍ତି, ପେଟରୋଗୀ ହୋଇଥାନ୍ତି। ୧, ୧୩, ୧୫, ୨୫, ୩୫, ୪୫ବର୍ଷ ମାନଙ୍କରେ ସଙ୍କଟମୟ ପରିସ୍ଥିତି ଦେଖା ଦେଇଥାଏ।

୧- ଜୁଆ, ସଟ୍ଟା ଠାରୁ ଦୂରରେ ରହିବା ଉଚିତ୍।

୨- ମାଂସ, ମଦ୍ୟପାନ ଓ ଅନୈତିକତା ଠାରୁ ଦୂରେଇ ରୁହନ୍ତୁ।

୩- ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

୪- ମିଛ କୁହନ୍ତୁ ନାହିଁ।

୫- ଯେ କୌଣସି ପ୍ରକାର ପ୍ରତାରଣାରୁ ଦୂରେଇ ରୁହନ୍ତୁ।

୬ – ଘରେ ରୂପା ଜିନିଷ ରଖନ୍ତୁ।

୭- ଏକାଦଶୀ ବ୍ରତ ପାଳନ କରନ୍ତୁ।

୮- ବୃଦ୍ଧ ଓ ପିଲାମାନଙ୍କର ପାଦ ଛୁଇଁ ଆଶୀର୍ବାଦ ନିଅନ୍ତୁ।

ଧନୁ ରାଶିରେ ଥିଲେ:

ଜନ୍ମସମୟରେ ଜାତକର କୁଣ୍ଡଳୀରେ ଧନୁ ରାଶିରେ ରବିଥିଲେ ଜାତକ ଅତ୍ୟନ୍ତ ବୁଦ୍ଧିମାନ, ଧନବାନ, ସନ୍ତୋଷୀ, ସଜ୍ଜନଭକ୍ତ, ଧାର୍ମିକ, ବିଚାରକ, ଲୋକୋପକାରୀ, ସ୍ୱଜନପ୍ରିୟ, ସନ୍ତାନସୁଖି, ସଙ୍ଗୀତପ୍ରିୟ, ରାଜାଙ୍କଦ୍ୱାରା ସମ୍ମାନିତ, ସ୍ୱଜାତିରେ ନେତା, ଐଶ୍ୱର୍ଯ୍ୟବାନ, ଉତ୍କର୍ଷଶୀଳ, ବ୍ୟବସାୟରେ ଲାଭବାନ, ଦୂରଦର୍ଶି, ଅନ୍ୟାୟ ବିରୋଧି, ଅନ୍ୟର ଦୁଃଖ, ସୁଖ, ଭାବନା, ଇଚ୍ଛାବୁଝି ତାକୁ ଆଦର କରନ୍ତି, ଆଶାବାଦୀ, ବାପାମାଙ୍କ ଭକ୍ତ, ତୀର୍ଥଯାତ୍ରୀ, ଚିତ୍ରକର, ଶିକ୍ଷକ, ଦୟାଳୁ, ଯଶସ୍ୱୀ, ବନ୍ଧୁ ହିତୈଷୀ, ବିବେକୀ, ଯେଗଭ୍ୟାସି, ଆସ୍ତିକ, ଶାନ୍ତ, ଶିଳ୍ପଜ୍ଞ ଓ ସମସ୍ତ ବ୍ୟବସାୟରେ ନିପୁଣ ହୋଇଥାନ୍ତି। ପ୍ରତ୍ୟେକ କାମରେ ସଫଳତା ପାଇଥାନ୍ତି, ଭବିଷ୍ୟତ ପାଇଁ ଭଲ ଯୋଜନା କରିଥାନ୍ତି। କିନ୍ତୁ ସାମାନ୍ୟକ୍ରୋଧି ଯୋଗେ ଅନେକ କାର୍ଯ୍ୟରେ ଅସଫଳ ହୋଇଥାନ୍ତି। ୯, ୧୧, ୧୬, ୨୪, ୨୬, ୩୭, ୪୭ବର୍ଷ ମାନଙ୍କରେ ଅଶୁଭଫଳମାନ ଭୋଗ ହୋଇଥାଏ।

୧- ନାକ ବା କାନକୁ ବିଦ୍ଧ କରିବା ପରେ ଏଥିରେ ୪୩ ଦିନ ରୂପା ତାର ପିନ୍ଧନ୍ତୁ।

୨- ମନ୍ଦିରରେ ଅରୁଆ ଚାଉଳ, ଚଣାଡାଲି ଦାନ କରନ୍ତୁ।

୩- ହସ୍ପିଟାଲରେ କିମ୍ବା ଶ୍ମଶାନରେ ଜଳ ଦାନ କରନ୍ତୁ।

୪- ଧର୍ମ, ଦେବୀ ଦେବତା ଓ ପିତୃପୁରୁଷଙ୍କୁ ସମାଲୋଚନା କରନ୍ତୁ ନାହିଁ।

୫- ମାଆ ବାପାଙ୍କୁ ଅପମାନ କରନ୍ତୁ ନାହିଁ।

୬- ଆମିଷ ଓ ମାଦକଦ୍ରବ୍ୟ ଇତ୍ୟାଦି ସେବନ କରନ୍ତୁ ନାହିଁ।

୭- ମିଛ କୁହ ନାହିଁ ଓ ଆଚରଣକୁ ଶୁଦ୍ଧ ରଖନ୍ତୁ।

ମକର ରାଶିରେ ଥିଲେ:

ଜନ୍ମସମୟରେ ଜାତକର କୁଣ୍ଡଳୀରେ ମକର ରାଶିରେ ରବିଥିଲେ ଜାତକ ମଧୁରଭାଷୀ, କ୍ରିୟାକୁଶଳ, ତର୍କଶାସ୍ତ୍ରଜ୍ଞ, ସାହସୀ ଓ ଧୈର୍ଯ୍ୟବାନ, ନେତା, ସେନାପତି, ମୁଖିଆ, ସ୍ୱତନ୍ତ୍ରତାପ୍ରିୟ, ସ୍ୱଚ୍ଛନ୍ଦ, ଚାକିରୀ ଓ ବ୍ୟବସାୟ ଦ୍ୱାରା ଜୀବିକା ନିର୍ବାହ କରିଥାନ୍ତି। ଜୋତା ସିଲେଇଠାରୁ ଚଣ୍ଡିପାଠ  ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ନିପୁଣ ହୋଇ ଥାନ୍ତି। କିନ୍ତୁ ଉତ୍ସବହୀନ, ଧନହୀନ, ନିରାସ, ସୁଖହୀନ, ଭ୍ରମଣଶୀଳ, ସ୍ୱଜନବିରୋଧି, ପରଅବଲମ୍ବି, ଦୁଃଖୀ, ଆଶାୟୀ, ଦୁର୍ବଳ, ଲଜ୍ୟାଶୀଳ, ଚିନ୍ତିତ, ଅପମାନିତ, ଉଦ୍ବିଘ୍ନ, ବହୁତଗପନ୍ତି, ଅଧିକ ଚିନ୍ତା କରି ରୋଗରେ ପୀଡ଼ିତ ହୋଇ ଥାନ୍ତି। ଜୀବନରେ ୭, ୧୩, ୨୦, ୨୫, ୩୫, ୪୨, ୪୮ବର୍ଷ ମାନଙ୍କରେ ଅଶୁଭଫଳ ମାନ ଭୋଗ ହୋଇଥାଏ।

୧- ପ୍ରତିଦିନ ମନ୍ଦିରକୁ ଯାଆନ୍ତୁ।

୨- ବୃଦ୍ଧ ବୃଦ୍ଧାଙ୍କୁ ଖାଇବାକୁ ଦିଅନ୍ତୁ କିମ୍ବା ଜଗନ୍ନାଥଙ୍କୁ ପୂଜା ଆରାଧନା କରନ୍ତୁ।

୩- ମାଛମାନଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

୪- ଶ୍ରମିକମାନଙ୍କୁ କ୍ଷୀର କିମ୍ବା ସରବତ ପିଇବାକୁ ଦିଅନ୍ତୁ।

୫- ରୂପା ଖଣ୍ଡକୁ ଘରର ଆଲମାରୀରେ ରଖିବା ଉଚିତ୍।

କୁମ୍ଭ ରାଶିରେ ରହିଲେ:

ଜନ୍ମସମୟରେ ଜାତକର କୁଣ୍ଡଳୀରେ କୁମ୍ଭରାଶିରେ ରବି ରହିଲେ ଜାତକ ସତ୍ୟପ୍ରିୟ, ସଙ୍ଗୀତ, ଶିଳ୍ପ, ସାହିତ୍ୟ, ଲେଖନରେ କୁଶଳ, ସାମାଜିକ ସଂସ୍ଥା ପରିଚାଳକ, କାର୍ଯ୍ୟକୁଶଳ, ଅନ୍ନ ବସ୍ତ୍ରରେ ଖୁସୀ, ଚତୁର, ଅପରିଚିତକୁ ଶୀଘ୍ର ଆପଣାର କରିପାରନ୍ତି। କିନ୍ତୁ ଅପ୍ରିୟ ସତ୍ୟ କହିବା ଦ୍ୱାରା ଶତୃ ସଂଖ୍ୟା ବୃଦ୍ଧିପାଇ ଥାଏ। ଧନ, ସନ୍ତାନ ଓ ଜୀବନ ସାଥିଙ୍କପାଇଁ ଚିନ୍ତିତ ରୁହନ୍ତି। ମାନସିକ ଦୁଃଖି, କ୍ରୋଧି, ସ୍ୱାର୍ଥପର, ମିତ୍ରଠାରୁ ଶତୃ ଅଧିକ, ନେତ୍ରରୋଗୀ, ହୃଦୟ ରୋଗର ସମ୍ଭାବନା ଥାଏ ଓ ଥଣ୍ଡାରୋଗ ମଧ୍ୟ ଲାଗି ରହେ। ଜୀବନର ୫, ୧୨, ୧୮, ୨୮, ୩୨, ୪୦, ୪୭ବର୍ଷ ମାନଙ୍କରେ ଅଶୁଭଫଳମାନ ଭୋଗ ହୋଇଥାଏ ଓ କଷ୍ଟ ଭୋଗ କରିବାକୁ ପଡେ।

୧- ରାତିରେ କ୍ଷୀର ପିଅନ୍ତୁ ନାହିଁ।

୨- ଆମିଷ ଓ ମାଦକଦ୍ରବ୍ୟ ଇତ୍ୟାଦି ସେବନ କରନ୍ତୁ ନାହିଁ।

୩- ମାଂସାଶୀ ପଶୁ ପକ୍ଷୀମାନଙ୍କୁ ପାଳନ କରନ୍ତୁ ନାହିଁ।

୪- ମାଆ ବାପାଙ୍କର ଯତ୍ନ ନିଅନ୍ତୁ।

୫- ନାସ୍ତିକ ଚିନ୍ତାଧାରାରୁ ଦୂରରେ ରୁହନ୍ତୁ ଓ ଅପକର୍ମରୁ ଦୂରେଇ ରୁହନ୍ତୁ।

ମୀନ ରାଶିରେ ରହିଲେ:

ଜନ୍ମସମୟରେ ଜାତକର କୁଣ୍ଡଳୀରେ ମୀନ ରାଶିରେ ରବି ରହିଲେ ଜାତକ ବୁଦ୍ଧିମାନ, ପରୋପକାରୀ, ସୁଖି, ବ୍ୟବସାୟୀ, ସଜ୍ଜନପ୍ରିୟ, ଧନୀ, ଗମ୍ଭୀର, ଶାନ୍ତ, ଉତ୍ସାହୀ, ଧାର୍ମିକ, ବିଚାରସଂପନ୍ନ, ଶତୃ ଓ ମିତ୍ର ସମାନ ସଂଖ୍ୟକ, ନୃତ୍ୟକଳା ପ୍ରିୟ, ଧୈର୍ଯ୍ୟବାନ, ପ୍ରେମୀ, ବିବେକୀ, ଜ୍ଞାନୀ, ଶ୍ୱଶୁରଘର ଧନପ୍ରାପ୍ତି, ସାହିତ୍ୟ ଓ ଇଂଜିନିୟରିଂ କାର୍ଯ୍ୟରେ ସଫଳତା ମିଳେ, ଜଳୀୟବସ୍ତୁ ବ୍ୟବସାୟରେ ପ୍ରଚୁର ଲାଭହୁଏ। କିନ୍ତୁ ଅଜଣାଭୟ, ଶାରୀରିକ କଷ୍ଟ, ପୀତଜ୍ୱର ଓ ରକ୍ତ ଦୋଷରେ ପୀଡ଼ିତ ହୁଅନ୍ତି। ଜୀବନରେ ୫ବର୍ଷରେ ଜଳଭୟ ୧୮, ୨୨, ୩୩, ୪୨, ୫୧, ୫୬ ବର୍ଷମାନଙ୍କରେ ଅଶୁଭଫଳ ମିଳେ ଓ ସଙ୍କଟମୟ ପରିସ୍ଥିତି ଦେଖା ଦେଇଥାଏ।

୧- ତୀର୍ଥଯାତ୍ରା ଦ୍ୱାରା ଭାଗ୍ୟ ପରିବର୍ତ୍ତନ ହେବ।

୨- ଏକାଦଶୀ ବା ପ୍ରଦୋଷ ବ୍ରତ ପାଳନ କରନ୍ତୁ।

୩- ଶନିବାର ଦିନ ଛାୟା ଦାନ କରନ୍ତୁ।

୪- ଯେ କୌଣସି ମନ୍ଦିରରେ ରବି ସମ୍ବନ୍ଧୀୟ ଜିନିଷ ଦାନ କରନ୍ତୁ। (ତମ୍ବା, ଲାଲବସ୍ତ୍ର, ଲାଲଫୁଲ, ଗୁଡ, ଘିଅ, ଲାଲଚନ୍ଦନ, ଅରୁଆ ଚାଉଳ।)

୫- ବର୍ଷା ଜଳ କିମ୍ବା ପ୍ରବାହିତ ନଦୀ ଜଳକୁ ଏକ ପାତ୍ରରେ ଭର୍ତ୍ତି କରି ଘର ଭିତରେ ରଖନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!