ଦୈନିକ ରାଶିଫଳ: 8 ଅକ୍ଟୋବର ୨୦୨୦, ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଅର୍ଥ ଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଅକ୍ଟୋବର ମାସ ୮ ତାରିଖ, ଗୁରୁବାର, କନ୍ୟାମାସ ୨୩ ଦିନ, ମଳ ଆଶ୍ଵିନମାସ, କୃଷ୍ଣପକ୍ଷ, ଷଷ୍ଠୀ ତିଥି । ତୁଳା, କୁମ୍ଭରାଶିର ଘାତବାର। ଧନୁରାଶିର ଘାତଚନ୍ଦ୍ର। ଆମିଷ ନ ଖାଇଲେ ଭଲ। ଶୁଭସମୟ- ପ୍ରାତଃ ୫ଟା ୫୪ମିନିଟ୍ ରୁ ୭ଟା ୪୯ମିନିଟ୍, ଦିବା ୧୦ଟା ୧୩ ମିନିଟ୍ ରୁ ୧୧ ଟା ୪୧ ମିନିଟ୍, ଦିବା ୧ଟା ନିଟ୍ ରୁ ୩ଟା ୩୯ ମିନିଟ୍, ସନ୍ଧ୍ୟା ୬ଟା ୧୧ମିନିଟ୍ ରୁ ରାତ୍ର ୯ଟା ୨୧ମିନିଟ୍।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଆଜି ଆପଣ ନିଜର ମାତା ପିତାଙ୍କ ସହିତ ସୁଖମୟ ସମୟ ବ୍ୟତୀତ କରିବେ । ଜୀବନସାଥିଙ୍କ ସହିତ ଭଲ ସାମଞ୍ଜସ୍ୟ ସ୍ଥାପିତ ହେବ । କୌଣସି ମିତ୍ର ସହ ମିଶି ପଢିବେ । ପ୍ରେମୀ ଯୁଗଲଙ୍କ ପାଇଁ ଆଜିର ଦିନ ଭଲ ଅଟେ । ଆପଣଙ୍କୁ ବିଜନେସରେ କୌଣସି ବଡ ଅଫର ମିଳିପାରେ । କୌଣସି ଖାସ କାମ ପାଇଁ ପରିବାର ଲୋକମାନଙ୍କ ଠାରୁ ସାହାର୍ଯ୍ୟ ମିଳିପାରେ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ:-

ଆଜି ଘର ପରିବାରରେ ରୂପରେଖା ବଦଳି ପାରେ । କୌଣସି ବିଷୟରେ ଯଦି ସମସ୍ୟା ଅଛି ତେବେ ଆଜି ସହଜରେ ସମଧାନ ହୋଇ ଯିବ । ସକାଳ ସମୟରେ ଘରେ ବାୟାମ କରିବା ଦ୍ଵାରା ଆପଣ ଫିଟ ରହିବେ । ଆଜି ଆପଣଙ୍କୁ ବ୍ୟବସାୟ ସହ ଜଡିତ ମାମଲାରେ କିଛି ଭଲ ଅବସର ପ୍ରାପ୍ତ ହେବ । ସାମାଜିକ ସ୍ତରରେ ଆପଣଙ୍କ ଲୋକପ୍ରିୟତା ବଢିବ । ଆପଣଙ୍କୁ କୌଣସି ବଡ ଦାୟିତ୍ଵ ମିଳିପାରେ । ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମିଥୁନ:-

ଆଜି ଆପଣଙ୍କୁ କୌଣସି ଶୁଭ ସମାଚାର ପ୍ରାପ୍ତି ହେବ । ଜୀବନରେ ଆଗକୁ ବଢିବା ପାଇଁ ଚାନ୍ସ ମିଳିବ । ଏହି ରାଶିର ଲୋକମାନଙ୍କ ନିଜର ଅନୁଭବ ଦ୍ଵାର ବଡରୁ ବଡ କାମରେ ସଫଳତା ହାସଲ କରି ନେବେ । ଏହି ରାଶିର ଲୋକମାନଙ୍କୁ ଆୟ ବଢିବାର ଉପାୟ ମିଳିବ। ଆପଣଙ୍କୁ ନିଜର ପରିଶ୍ରମ ହିସାବରେ ନିଶ୍ଚିତ ଫଳ ପ୍ରାପ୍ତି ହେବ । ଜୀବନସାଥିଙ୍କ ସହଯୋଗ ମିଳିବା ଦ୍ଵାରା ଆପଣଙ୍କ ମନ ଉତ୍ସାହିତ ରହିବ । ପ୍ରତିକାର ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ:-

ଆଜି ଆପଣ କେବଳ ଘର କାମରେ ବ୍ୟସ୍ତ ରହିବେ । କିନ୍ତୁ ଆପଣଙ୍କ ସମସ୍ୟା କିଛି ବଢିପାରେ । ଜୀବନସାଥିଙ୍କ ସହଯୋଗ ପାଇବା ପାଇଁ ଚେଷ୍ଟା କରିବାକୁ ପଡିପାରେ । ଆଜି ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା କରିବେ । ଆଜି ମସଲା ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରୁହନ୍ତୁ । ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବ ନାହିଁ । ପ୍ରତିକାର- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-

ଏହି ରାଶିର ଲୋକମାନଙ୍କୁ ଜୀବନସାଥିଙ୍କ ସାହାର୍ଯ୍ୟ ଦ୍ଵାରା ଆପଣଙ୍କ ସମସ୍ତ କାମ ପୁରା ହେବାର ରାସ୍ତା ଦେଖାଦେବ । ଆଜି ବନ୍ଧୁତାର ଲାଭ ମିଳିବ । ଆଜି ଆପଣଙ୍କୁ ଟଙ୍କା ଆୟ କରିବାର ନୂତନ ଜରିଆ ମିଳିବ । ଆପଣଙ୍କୁ କିଛି କାମରେ ସଫଳତା ମଧ୍ୟ ମିଳିବ । କିନ୍ତୁ ଅନ୍ୟ କିଛି କାମରେ ସଫଳତା ମିଳିବ ନାହିଁ । ସ୍ୱାସ୍ଥ୍ୟ କିଛି ଖାସ ରହିବ ନାହିଁ । ଯୋଗ କରିବା ଦ୍ଵାରା ଆପଣଙ୍କ ସୁସ୍ଥ ରହିବେ । କୌଣସି କାମକୁ ନେଇ ଜଲ୍ଦି ନିଷ୍ପତି ନିଅନ୍ତୁ ନାହିଁ । କାମ ଖରାପ ହୋଇପାରେ । କାହାକୁ ବି ଅପମାନିତ କରନ୍ତୁ ନାହିଁ । ପ୍ରତିକାର ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା:-

ଆଜି ଆପଣ କୌଣସି ଜରୁରୀ କାମକୁ ପୂର୍ଣ କରିବେ । ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ଆପଣଙ୍କ ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ । ବନ୍ଧୁମାନଙ୍କ ସହିତ ସମୟ ବିତାଇବା ଦ୍ଵାରା ଖୁସି ମିଳିବ । ଧନ ସହ ଜଡିତ ଚିନ୍ତା ଦୂର ହେବ । ଆପଣ ନିଜର କାର୍ଯ୍ୟକ୍ଷମତା ଦ୍ଵାରା ନିଜକୁ ପ୍ରମାଣିତ କରିବେ । ନିଦ ପୁରା ହେବା କାରଣରୁ ଆପଣ ସତେଜ ଅନୁଭବ କରିବେ । କାମରେ ସଫଳତା ସୁନିଶ୍ଚିତ ମିଳିବ । ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-

ଭବିଷ୍ୟତରେ କୌଣସି ବିଶେଷ କାମ ପାଇଁ ଆଜି ବନ୍ଧୁର ଉପଦେଶ ନେବାକୁ ପଡିବ । ଯାହା ଦ୍ଵାରା ଆପଣଙ୍କ କାମ ସହଜ ହୋଇଯିବ । ସ୍ୱାସ୍ଥ୍ୟ ଦ୍ରୁଷ୍ଟିରେ ଆପଣ ଅଳସୁଆ ଅନୁଭବ କରିବେ । ଆପଣଙ୍କୁ ବ୍ୟାୟମ କରିବା ବହୁତ ଜରୁରୀ ଅଟେ । ଏହା ଦ୍ଵାରା ଆପଣଙ୍କୁ ଫ୍ରେସ ଅନୁଭବ କରିବେ । ଆଜି ଆପଣଙ୍କୁ କୌଣସି ଅଜଣା ବ୍ୟକ୍ତି ଉପରେ ବିଶ୍ଵାସ କରିବା ଉଚିତ ନୁହେଁ । ଏହି ରାଶିର ଛାତ୍ରମାନେ ଘରେ ବସି କିଛି ନୂତନ ଜିନିଷ ଶିଖିବାକୁ ଚେଷ୍ଟା କରିବେ । ପ୍ରତିକାର- ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

ଆଜି ବ୍ୟାପାରରେ ସଫଳତା ପାଇଁ ନୂଆ ଉପାୟ ମିଳିବ । ଧନ ଲାଭର ଅଫର ମିଳିବ । ଛୋଟ ପିଲାମାନଙ୍କ ପାଇଁ ଆଜି ଘର ପରିବାରର ବାତାବରଣ ଭଲ ରହିବ । ଆଜି ବାପା ମା ଗୁରୁଜନମାନଙ୍କ ପାଦ ଛୁଅନ୍ତୁ। ଆପଣ ନିଜର କ୍ୟାରିୟରକୁ ଭଲ କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ଚେଷ୍ଟା ସଫଳ ହେବ । କିଛି ଲୋକମାନେ ଆପଣଙ୍କ ସକାରତ୍ମକ ଚିନ୍ତା ଦ୍ଵାରା ପ୍ରଭାବିତ ହେବେ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-

ଆଜି ଆପଣଙ୍କ ଖୁସି ଭରା ବ୍ୟବହାର ଘରର ପରିବେଶକୁ ସୁଖମୟ କରିଦେବ । ଚାକିରି କରୁଥିବା ଲୋକମାନଙ୍କୁ କିଛି ଖୁସି ଖବର ମିଳିପାରେ । ଆପଣଙ୍କୁ ଆଜି କିଛି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ସାମାଜିକ ସ୍ତରରେ ଆପଣଙ୍କୁ ସାହାର୍ଯ୍ୟ ମିଳିବ । ଏହା ଦ୍ଵାରା ଆପଣଙ୍କ ମାନ ସମ୍ମାନ ମିଳିବ । ମିଡିଆ କ୍ଷେତ୍ର ସହ ଜଡିତ ଲୋକମାନଙ୍କୁ କିଛି ଭଲ ଅବସର ପ୍ରାପ୍ତ ହେବ । କିନ୍ତୁ ଜୀବନସାଥିଙ୍କ ସହ ଛୋଟ କଳହ ହୋଇପାରେ । ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-

ଆଜି ଆପଣଙ୍କୁ ଆର୍ଥିକ ଲାଭର ନୂଆ ଉପାୟ ମିଳିବ । ଆଜି ଅଧିକ ଘରୋଇ କାର୍ଯ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ପାରେ । ନିଜର ସ୍ୱାସ୍ଥ୍ୟକୁ ନେଇ ଆପଣ ସକାଳ ଓ ସନ୍ଧ୍ୟା ସମୟରେ ଘରେ EXCERCISE କରନ୍ତୁ । ଏହା ଦ୍ଵାରା ଆପଣ ସତେଜ ମନେ କରିବେ । ଆଜି ଆପଣଙ୍କୁ ଅନ୍ୟ ବ୍ୟକ୍ତିଙ୍କ ନକାରାତ୍ମକ ଚିନ୍ତାଦ୍ଵାରା ବଞ୍ଚିବାକୁ ହେବ । ପରିବାର ଲୋକମାନଙ୍କ ସହିତ କୌଣସି ମାମଲାକୁ ନେଇ କଥାବାର୍ତ୍ତା କରିବେ । ଟଙ୍କା ନେବା ଦେବାରେ ଆପଣଙ୍କୁ ସାବଧାନ ହେବାକୁ ହେବ । ପ୍ରତିକାର- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-

ଆଜି ପରିବାରରେ ଖୁସୀର ବାତାବରଣ ହେବ । କିନ୍ତୁ ଦାମ୍ପତ୍ୟ ଜୀବନରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କିଛି ସାମଞ୍ଜସ୍ୟ ଦେଖାଦେଇପାରେ । ସ୍ୱାସ୍ଥ୍ୟ ମାମଲାରେ ଆପଣ ସୁସ୍ଥ ରହିବେ । ଲୋକମାନେ ଆପଣଙ୍କ କଥାରେ ପ୍ରଭାବିତ ହେବେ । ଏହା ସହିତ ଆପଣଙ୍କ ସହିତ ଯୋଡି ହେବା ପାଇଁ ଚେଷ୍ଟା କରିବେ । IT ସେକ୍ଟର ସହ ଜଡିତ ଛାତ୍ରମାନଙ୍କୁ ସଫଳତାର ଖବର ମିଳିବ । ଭାଇ ଭଉଣୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ । କୌଣସି କାମରେ ଆପଣଙ୍କୁ ସେମାନଙ୍କ ସହଯୋଗ ମିଳିବ । ଘରର ସୁଖସମୃଦ୍ଧିରେ ବୁଦ୍ଧି ହେବ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-

ଆଜି ଆପଣଙ୍କ ଭିତରେ ଆତ୍ମବିଶ୍ଵାସ ଅଧିକ ରହିବ । ଏହା ସହିତ ଆପଣଙ୍କୁ କରୁନଥିବା କାମ କରିବାର ଅବସର ମିଳିବ । ଆଜି ପରିବାର ସହିତ ଭବିଷ୍ୟତ ଧାର୍ମିକ ଯାତ୍ରାର ଯୋଜନା କରିବେ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ଆପଣ କୌଣସି ନୂଆ କାମ ବିଷୟରେ ଚିନ୍ତା କରିବେ । ଦାମ୍ପତ୍ୟ ଜୀବନରେ ବୁଝି ସୁଝି ନିଷ୍ପତି ନିଅନ୍ତୁ । ଆପଣଙ୍କ ଦିନ ଖାସ ଭଲ ରହିବ ନାହିଁ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!