ଜାଣନ୍ତୁ କୁଣ୍ଡଳୀର କୁମ୍ଭ ରାଶିରେ ଥିଲେ ଚନ୍ଦ୍ର କଣ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

କୁମ୍ଭରାଶିରେ ଚନ୍ଦ୍ର ରହିଥିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଚନ୍ଦ୍ର ମନ, ମାତା, ମାନସିକ ସ୍ଥିତି, ମନୋବଳ, ଦ୍ରବ୍ୟ ବା ବସ୍ତୁ, ଚିତ୍ତ ପ୍ରସନ୍ନତା, ଯାତ୍ରା, ସୁଖ, ଶାନ୍ତି, ଧନ ସମ୍ପତ୍ତି, ଶରୀରର ତରଳ ପଦାର୍ଥ, ରକ୍ତ, ବାମପଟ ଚକ୍ଷୁ, ଛାତି, ଚିନ୍ତା, ମହିଳାଙ୍କ ମାସିକ ଋତୁ ଇତ୍ୟାଦିର କାରକ ହୋଇଥାନ୍ତି । ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ସହ, ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍ । ଜନ୍ମ ସମୟରେ ଯୋଉ ରାଶିରେ ଚନ୍ଦ୍ର ଥାଏ ସେହି ରାଶିରୁ ଆରମ୍ଭ କରିବାକୁ ହୁଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ । ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତ ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ । ଅନେକ ସମୟରେ ସମସ୍ତ ପ୍ରକାର ସୁଖରେ କାଳାତିପାତ କରୁଥିଲେ ମଧ୍ୟ ଚନ୍ଦ୍ରର ଅଶୁଭତ୍ୱ ଯୋଗ ମନରେ କାଳ୍ପନିକ ଚିନ୍ତା ଯୋଗେ ଏବଂ ଆଶଙ୍କା ବସତଃ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ । ଅନେକଥର ଏହି ପ୍ରକାର ଅଜଣା ଆତଙ୍କ ଦୁଃଖ ମଣିଷ ଭୋଗ କରିଥାଏ ।

ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ । କୁମ୍ଭରାଶିରେ ଚନ୍ଦ୍ରଥିଲେ ଜାତକର କୁମ୍ଭରାଶି ହେବ । ଯାହାଫଳରେ ଜାତକ ପଣ୍ଡିତ, ଶାନ୍ତ, ଶତୃଜୟୀ, କାର୍ଯ୍ୟକୁଶଳ, ଆଳସୀ, ସନ୍ତାନସୁଖ, ପର ସନ୍ତତିରେ ପ୍ରେମରଖେ, ଶିଳ୍ପୀ, ଯାତ୍ରାପ୍ରିୟ, ମିଷ୍ଟାନଭୋଜୀ, ଦୟାଳୁ, ଦାନୀ, ପ୍ରିୟଭାଷୀ, ପ୍ରସନ୍ନଚିତ୍ତ, ସୁଗନ୍ଧପ୍ରିୟ ।

ନିତ୍ୟ ଧର୍ମ କାର୍ଯ୍ୟରେ ତତ୍ପର, ସୁନ୍ଦର ମୁଖ ଓ ଅଳ୍ପାହାରୀ, ସାହସୀ, ନିଷ୍କପଟ, ବିନୟୀ, କଷ୍ଟ ସହିଷ୍ଣୁ, ତପସ୍ୱୀ, ଶାନ୍ତ ସ୍ୱଭାବ, ବୁଦ୍ଧିମାନ, କାର୍ଯ୍ୟକୁଶଳ, ଅନେକ ବିଦ୍ୟାଭାସୀ, ଅନେକ ବ୍ୟବସାୟ କରେ, ସୁନ୍ଦର, ଶିଳ୍ପଜ୍ଞ, ବାଲ୍ୟାବସ୍ଥାରେ ଧନୀ, ଧର୍ମାତ୍ମା, ଚତୁର, ପୁତ୍ରବାନ, ବ୍ରାହ୍ମଣ ତଥା ଦେବତାଙ୍କ ଭକ୍ତ ଓ ସମସ୍ତ ପ୍ରକାର ବସ୍ତୁକୁ ସଂଗ୍ରହ କରିଥାନ୍ତି । ଦୟାବାନ, ସ୍ଥିରଚିତ୍ତ, ଶ୍ରେଷ୍ଠ ଧନପ୍ରାପ୍ତି ଓ ଅଳ୍ପ ସନ୍ତାନ ହୋଇଥାନ୍ତି । ଯେଉଁ ଜାତକରେ ଚନ୍ଦ୍ର କୁମ୍ଭରାଶିରେ ସ୍ଥିତ ହୋଇ ଶନି, ମଙ୍ଗଳ କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ।

ଜାତକ ପାପକର୍ମରତ, ଦୁଷ୍ଟସାଙ୍ଗ, ଧନହାନୀ, ରଣଗ୍ରସ୍ଥ, ବିଚକ୍ଷଣବୁଦ୍ଧି, ଅତ୍ୟନ୍ତକାମୀ, ନିର୍ଦ୍ଧନ, ଅନ୍ୟସହ ଖରାପ ବ୍ୟବହାର, ଦାମ୍ପତ୍ୟଆସକ୍ତ, ମଦ୍ୟପୀ, ଦୁଃଖୀ, ଦୁର୍ବଳ ଶରୀର, କେହି ଗୁପ୍ତ ସଙ୍ଗଠନର ସଦସ୍ୟ ହୋଇଥାନ୍ତି । ଜୀବନର ୫, ୧୫, ୨୫, ୩୫, ୪୫ବର୍ଷ ମାନଙ୍କରେ ବିଶେଷ ଅଶୁଭଫଳ ଭୋଗ କରିବାକୁ ପଡିଥାଏ । ଯାହାକି ଧନରହିତ, କାମରେ ପୀଡିତ, ପରହାତରେ ଧନ, ପ୍ରଥମ ବର୍ଷରେ ଶରୀର କଷ୍ଟ ହୋଇଥାଏ । ପାଞ୍ଚବର୍ଷରେ ଅଗ୍ନିଭୟ, ବିଦ୍ୟାରମ୍ଭ ଓ ବାରବର୍ଷରେ ପୁଣି ଅଗ୍ନି ଭୟ ହୋଇଥାଏ ।

ଆଠ ବର୍ଷ ବୟସରେ ସର୍ପଭୟ, ଚୋରମାନଙ୍କ ଦ୍ୱାରାଭୟ ପ୍ରାପ୍ତ, ୯୦ବର୍ଷ ପର୍ଯ୍ୟନ୍ତ ପରମାୟୁ ଭୋଗ କରିଥାନ୍ତି । ଭାଦ୍ରବମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀତିଥି ଶନିବାର ଦିନ ଦ୍ୱିଜା ନକ୍ଷତ୍ରରେ ନିର୍ବାଣପ୍ରାପ୍ତ ହୋଇଥାଏ । ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ୧- ଚନ୍ଦ୍ରଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ମୋତିରତ୍ନ, ରୂପା, ଅରୁଆଚାଉଳ, ମିଶ୍ରି, ଦହି, ଧଳାବସ୍ତ୍ର, ଧଳାଫୁଲ, ଶଙ୍ଖ, କର୍ପୁର, ଧଳାଚନ୍ଦନ ଆଦି ଘରେ ସ୍ଥାପିତ କରନ୍ତୁ । ୨- ପ୍ରତିଦିନ ଯେ କୌଣସି ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରନ୍ତୁ ।

୩- ଭୈରବଙ୍କ ଉପାସନା କରନ୍ତୁ । ୪- ମାଆବାପାଙ୍କ ସେବା କରନ୍ତୁ ଓ ଆଶୀର୍ବାଦ ରୂପରେ ଚନ୍ଦ୍ରଙ୍କ ସମ୍ବନ୍ଧିତ ବସ୍ତୁ ଦାନ ନିଅନ୍ତୁ । ୫- ଘରେ ନୂଆ କଳ ଲଗାନ୍ତୁ ଅଯଥାରେ ପାଣି ବୋହିଯିବାକୁ ଦିଅନ୍ତୁ ନାହିଁ । ୬- ବେଳେବେଳେ କ୍ଷୀରରେ ତିଆରି ହୋଇଥିବା ମିଠା ପିଲାମାନଙ୍କୁ ବାଣ୍ଟନ୍ତୁ । ୭- ପ୍ରତିଦିନ ଅଶୋସ୍ଥ ବୃକ୍ଷମୂଳରେ ଦୀପ ଜଳାନ୍ତୁ । ୮- ପ୍ରତିଦିନ ସକାଳୁ ଉଠି ସୂର୍ଯ୍ୟଙ୍କୁ ନମସ୍କାର କରିଲେ ଚନ୍ଦ୍ର ପ୍ରସନ୍ନ ହୁଅନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!