ଦୈନିକ ରାଶିଫଳ: 28 ଜାନୁୟାରୀ ୨୦୨୧, ମା ଲକ୍ଷ୍ମୀଙ୍କ କୃପାରୁ ଏହି ସବୁ ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଜାନୁୟାରୀମାସ ୨୮ତାରିଖ, ଗୁରୁବାର, ମକରମାସ ୧୫ଦିନ, ପୌଷମାସ, ଶୁକ୍ଳପକ୍ଷ, ପୂର୍ଣ୍ଣିମାତିଥି, ପୁଷ୍ୟା ନକ୍ଷତ୍ର, କର୍କଟରାଶିରେ ଚନ୍ଦ୍ର । ତୁଳା, କୁମ୍ଭ ରାଶିର ଘାତବାର । ଆମିଷ, ତୈଳ ନ ଖାଇଲେ ଭଲ । ଶୁଭସମୟ- ପ୍ରାତଃ ୬ଟା ୨୭ମିନିଟ୍ ରୁ ୭ଟା ୫୪ମିନିଟ୍, ଦିବା ୧୦ଟା ୫୪ମିନିଟ୍ ରୁ ୧ଟା ୫ମିନିଟ୍ । ପର୍ବଦିନ- ଗୁରୁପୂର୍ଣ୍ଣିମା ବ୍ରତ, ପୌଷ ପୂର୍ଣ୍ଣିମା, ଦେବାଭିଷେକ, ପୁଷ୍ୟାଭିଷେକ, ରାଜାଭିଷେକ, ବରଗଡରେ ପ୍ରସିଦ୍ଧ ଧନୁଯାତ୍ରା ଶେଷ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ବନ୍ଧୁ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ । ଭାଗୀଦାରୀ ଓ ବନ୍ଧୁମିତ୍ରଙ୍କଦ୍ଵାରା ଲାଭବାନ ହେବେ । ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ । କର୍ମକ୍ଷେତ୍ରରେ ଶୁଭ ସଂବାଦ ପାଇ ଖୁସି ହେବେ । ମାଲିମୋକଦ୍ଦମାରେ ଖେଳ, ନୃତ୍ୟଗୀତ ପ୍ରତିଯୋଗିତାରେ ସଫଳ ହେବେ । ଦୂରେଇ ଯାଇ ଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ । ପରିବାରର ସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସଂପର୍କ ରହିବ । ପରୀକ୍ଷା ପ୍ରତିଯୋଗିତାରେ ଜୟଯୁକ୍ତ ହେବେ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

ବୃଷ:-

ସାମାଜିକ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରିବା ପାଇଁ ଆଗ୍ରହ ବଢିବ । ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବ । ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ ଓ ପ୍ରସାର ପ୍ରଚାର କରିବାର ସୁଯୋଗ ପାଇ ଖୁସି ହେବେ । ରାଜନୈତିକ କ୍ଷେତ୍ରରେ ଶତୃମାନେ ଦୁର୍ବଳ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-

ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ । ଆର୍ଥିକ ଦିଗରୁ ଉନ୍ନତି ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ଆକସ୍ମିକ ଧନପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ଅପେକ୍ଷା କରିଥିବା କାମର ଶୁଭ ସୂଚନା ପାଇବେ । କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ପରୀକ୍ଷା ପ୍ରତିଯୋଗିତା ଓ ମାଲିମୋକଦ୍ଦମାରେ ଶୁଭଫଳ ମିଳିବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

କର୍କଟ:-

କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଓ ପଦୋନ୍ନତି ସହ ନୂତନକର୍ମ ପ୍ରାପ୍ତି ହେବ । ଆୟ ଅପରିବର୍ତ୍ତିତ ରହି ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ବିଚାରବିଭାଗ, ଚିକିତ୍ସାବିଭାଗ, ରାଜନୀତି ବିଭାଗ, ଶିକ୍ଷା ବିଭାଗ ଆଦିରେ କର୍ମରତ ବ୍ୟକ୍ତିମାନେ ଅଧିକ ଲାଭବାନ୍ ହେବେ । ବନ୍ଧୁଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତ ମାନର ଫଳ ପାଇବେ । ଦାମ୍ପତ୍ୟ କଳହର ଅବସାନ ଘଟିବ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ସିଂହ:-

ରାଜନୀତିରେ ସ୍ଵନାମ ଅର୍ଜନ କରି ପାରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ପନିପରିବା ଫସଲ ଆମଦାନୀରେ ଖୁସି ରହିବେ । ବୁଦ୍ଧିମତା କାରଣରୁ ଅର୍ଥ ଲାଭହେବ ଓ ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ କିଛି ବ୍ୟୟ କରି ପାରନ୍ତି । ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ ପ୍ରାପ୍ତି ହେବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା:-

ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଆୟ ଉପାର୍ଜ୍ଜନର ବୃଦ୍ଧି ଯୋଗେ ଋଣରୁ ମୁକ୍ତି ମିଳିବ । ନୂତନକର୍ମ ଯୋଗୁ ଆୟ ବୃଦ୍ଧି ହେବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । କର୍ମକ୍ଷେତ୍ରରେ ଉଚ୍ଚବର୍ଗରୁ ସମ୍ମାନ ଓ ଶ୍ରଦ୍ଧାର ସ୍ରୋତ ଛୁଟିବ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତିହେବ । ପରାଧୀନତା ବେଡିରେ ଶୃଙ୍ଖଳିତ ହୋଇ ମଧ୍ୟ ନିଜସ୍ଵ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇବେ । ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-

ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବର ବୃଦ୍ଧିହେବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ରାଜନୀତିରେ ଶତ୍ରୁବାଧା ଦୂରେଇ ଯାଇ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ । ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ବ୍ୟସ୍ତତା ନେଇ ସୁଖଶାନ୍ତି ଦୂରେଇଯିବ ଓ ବାଧା ସୃଷ୍ଟି ହେବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ବିଚ୍ଛା:-

ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ । ଅଧିକାରୀ କାମରେ ପ୍ରସନ୍ନ ରହିବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ ଓ ଆୟରସ୍ରୋତ ଖୋଲିଯିବ । ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ । ପୁଞ୍ଜିଲଗାଣ, ଉଦ୍ୟୋଗ, ଧନଆଦାନ ପ୍ରଦାନରେ ଲାଭବାନ୍ ହେବେ । ରାଜନୀତିରେ ସଫଳତା ମିଳିବା ସହ କୃତକାର୍ଯ୍ୟ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ଧନୁ:-

ସମ୍ମାନର ସହିତ ଦିନଚର୍ଯ୍ୟା କରି ଚଳିବାରେ ବାଧା ଉପୁଜିବ ନାହିଁ । ପରିବାରରେ ଖୁସିର ବାତାବରଣ ସ୍ଥାୟି ରହିବ । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରି ପାରିବେ । ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଦେଖା ଦେବ । ବିଗତକଥା ଚିନ୍ତା କରି ମନରେ ଅସନ୍ତୋଷ ଦେଖାଦେଇ ପାରେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ମକର:-

ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ଅଫିସ୍ ରେ ଅପେକ୍ଷା କରିଥିବା କାମର ଶୁଭ ସୂଚନା ପାଇବେ । ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-

କର୍ମକ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ନୂତନ ସମ୍ବନ୍ଧ ସୃଷ୍ଟିହେବ । ପରିବହନ ବ୍ୟବସାୟ ରେ ସମସ୍ୟା ଦେଖାଦେବ । ମାଲିମୋକଦ୍ଦମାରେ ବିଜୟ ଲାଭ କରିବେ । ରାଜନୀତିରେ ଦୂରଯାତ୍ରାରେ କଷ୍ଟ ସ୍ବୀକାରକରି ସଫଳତା ଓ ଲାଭପାଇବେ । ମାନସିକ ବିଷାଦ, ଦାମ୍ପତ୍ୟ କଳହ ଓ ଭୟ ଆଶଙ୍କା ଦୂରେଇ ଯିବ । ବ୍ୟବସାୟିକ କ୍ଷେତ୍ରରେ କେତେକ ଦୀର୍ଘଯୋଜନା ସଫଳ କାରଣରୁ ମନ ଭଲରହିବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ମୀନ:-

ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସ୍ଥିତି ସାମାନ୍ୟ ବଦଳିବ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବା ଫଳରେ ସଫଳତା ଅର୍ଜନ କରିବେ । ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!