ପାଦର ଆଙ୍ଗୁଠିରୁ ଜଣାପଡିବ ବୈବାହିକ ଜୀବନର ରାଜ୍ – ଜାଣନ୍ତୁ ଘରେ କାହା କଥା ରହିବ, ସ୍ଵାମୀର ନା ସ୍ତ୍ରୀର??

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆଙ୍ଗୁଠିରୁ ଜଣାପଡିବ ବୈବାହିକ ଜୀବନର ରାଜ୍

ଯଦି ଆପଣ କୌଣସି ବ୍ୟକ୍ତିର ଅଭ୍ୟାସ, ଗୁଣ, ସ୍ଵଭାବ ଆଦି ସମ୍ବନ୍ଧରେ ଜାଣିବାକୁ ଚାହୁଁଛନ୍ତି ତେବେ ତାଙ୍କ ପାଦର ଆକାର ଦେଖିକି ଆପଣ ତାଙ୍କ ସ୍ଵଭାବ ବିଷୟରେ ଜାଣି ପାରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀର ଗଠନ, ଆକାର, ରଙ୍ଗ ଆଦିରୁ ବ୍ୟକ୍ତିର ବ୍ୟକ୍ତିତ୍ବ ବିଷୟରେ ଜଣା ଯାଇପାରେ, ଏବଂ ଏହା ଦ୍ଵାରା ଭବିଷ୍ୟତ ମଧ୍ୟ ଜଣା ପଡିଥାଏ।  କୌଣସି ବ୍ୟକ୍ତିର ପାଦର ଗଠନକୁ ଦେଖି ବହୁତ ସହଜରେ ସେହି ସ୍ତ୍ରୀ ବା ପୁରୁଷର ବ୍ୟବହାର, ବିଚାର ଓ କାର୍ଯ୍ୟ କ୍ଷେତ୍ରରେ ସେ କିପରି ଅଟନ୍ତି ଏହା କୁହାଯାଇପାରିବ। ବିଶେଷତଃ ସ୍ଵାମୀ ସ୍ତ୍ରୀଙ୍କ ଭିତରେ କାହାର ଗୁରୁତ୍ଵ ଅଧିକା ରହିବ ବା ସେମାନଙ୍କ ସମ୍ପର୍କ କିପରି ରହିବ ଏହା ସେମାନଙ୍କ ପାଦ ଦେଖି ଜଣାପଡିଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଦୁଇଟି ଅପରିଚିତଙ୍କୁ ବନ୍ଧନରେ ବାନ୍ଧି ଥାନ୍ତି

ସ୍ଵାମୀ ସ୍ତ୍ରୀର ସମ୍ପର୍କ ବହୁତ ମୂଲ୍ୟବାନ, ଏହା ଜନ୍ମ ଜନ୍ମର ବନ୍ଧନ। ଦୁଇଟି ଅପରିଚିତ ବ୍ୟକ୍ତିଙ୍କୁ ସମାଜ ବା ସେମାନଙ୍କ ପରିବାରର ଲୋକମାନେ ସାରା ଜୀବନ ଏକାଠି ରହିବା ପାଇଁ ଗୋଟେ ବନ୍ଧନରେ ବାନ୍ଧି ଥାନ୍ତି। ସଂସାରରେ ସମସ୍ତେ କେବେ ନ କେବେ ହାତଛାଡି ଏକା କରି ଚାଲିଯାଆନ୍ତି, କିନ୍ତୁ  କେବଳ ସ୍ଵାମୀ ସ୍ତ୍ରୀ ଦୁଇଜଣ ନିଜର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ଏକାଠି ରୁହନ୍ତି। ଏହି ଗୃହସ୍ତ ଜୀବନର ଅନ୍ତ କେବଳ ଜଣଙ୍କର ବା ଦୁଇଜଣଙ୍କର ମୃତ୍ୟୁ ପରେ ହିଁ ହୋଇଥାଏ, ସେଇଥିପାଇଁ ସେମାନଙ୍କୁ ଜୀବନସାଥୀ ବୋଲି କୁହାଯାଏ।

ଜିବନର ଏହି ଚଲା ପଥରେ ବହୁତ ଦୁଖ କଷ୍ଟ ଆସିଥାଏ, କେଉଁଠି ଜଣେ ଠିକ ହେଲେ ଆଉ ଜଣେ ଭୁଲ ତ ଜଣେ ନରମ ହେଲେ ଆଉ ଜଣେ କଠୋର ହୋଇଥାଏ। ସେମିତି ଦେଖିବାକୁ ଗଲେ ଏହା ପରିସ୍ଥିତି ଉପରେ ନିର୍ଭର କରେ। କିନ୍ତୁ ଆଜି ଆମେ ଅପଣଙ୍କୁ ନିଜ ପାଦର ଗଠନକୁ ନେଇ କହିବୁ ଆପଣଙ୍କ ବୈବାହିକ ଜୀବନ କେମିତି ରହିବ ଓ କାହାର ସବୁ କଥା ରହିବ।

ବୁଢା ଆଙ୍ଗୁଠି ପାଖ ଆଙ୍ଗୁଠି ବଡ ଥିଲେ

ଯେଉଁ ଲୋକଙ୍କ ପାଦର ବୁଢା ଆଙ୍ଗୁଠି ପାଖ ଆଙ୍ଗୁଠି ବଡ ଓ ଶେଷ ଆଙ୍ଗୁଠି ଛୋଟ, ସେମାନେ କୌଣସି କାର୍ଯ୍ୟ ହେଉ ତାକୁ ନିଆରା ଉପାୟରେ କରିବାକୁ ପସନ୍ଦ କରନ୍ତି। ଏହା ବ୍ଯତୀତ ସେମାନେ ଅନ୍ୟ ଉପରେ ମାଲିକାନା ଜାହିର କରିବାକୁ ମଧ୍ୟ ପସନ୍ଦ କରନ୍ତି। ତଥା ଏମିତି ଆକୃତିର ପାଦ ବ୍ୟକ୍ତିକୁ ଆଧିକାର ଦାବି କରିବା ବାଲା ବନେଇଥାଏ। ଏମିତି ପାଦ ଥିବା ବ୍ୟକ୍ତି ଚାହାଁନ୍ତି ତାଙ୍କୁ ସବୁଠି ମାନସମ୍ମାନ ମିଳୁ ଓ ସମସ୍ତେ ତାଙ୍କ କଥାକୁ ମନି ଚଳନ୍ତୁ।

ବିବାହ ପରେ ମାଳିକାନା ଯାହିର କରନ୍ତି

ଯଦି ଏପରି ହୁଏ ନାହିଁ ତେବେ ସେମାନେ କ୍ରୋଧିତ ହୋଇଯାଆନ୍ତି। ବିବାହ ପରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯାହାର ପାଦ ଏଭଳି ସେମାନେ ଅନ୍ୟ ଉପରେ ମାଳିକାନା ଯାହିର କରନ୍ତି। ଯଦି ଜଣଙ୍କର ପାଦ ଏମିତି ତେବେ କିଛି ଅସୁବିଢ ହେବ ନାହିଁ, କିନ୍ତୁ ଯଦି ଦୁଇ ଜଣଙ୍କ ପାଦ ଏମିତି ତେବେ ସେମାନଙ୍କ ମଧ୍ୟରେ ସର୍ବଦା ଅହଂ ଭାବକୁ ନେଇ ମନୋମାଳିନ୍ୟ ଲାଗିରହିବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!