ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୯, ୨୦୧୮

ଶରଣ ପାଞ୍ଚକାରମ୍ଭ, ବୁଧିବାମନ ଓଷା ଶେଷପାଳି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୫।୧୦ ସେକେଣ୍ଡ  ସୂର୍ଯ୍ୟାସ୍ତ   ସଂଧ୍ୟା ଘଣ୍ଟା ୫।୩୯।୨୭ ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ କନ୍ୟା ୩ ଦିନ ରାଷ୍ଟ୍ରିୟ ଭାଦ୍ରବ ୨୮ଦିନ ବୁଧବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ ଶୁକ୍ଳପକ୍ଷ, ଦଶମୀତିଥୀ ରାତ୍ର ଘଣ୍ଟା ୧୦।୪୦।୨୯ ସେକେଣ୍ଡ

ପୂର୍ବାଷାଢାନକ୍ଷତ୍ର ଦିବା ଘଣ୍ଟା ୧୦।୩୬।୧ ସେକେଣ୍ଡ, ଧନୁଚନ୍ଦ୍ର ସଂଧ୍ୟା ଘଣ୍ଟା ୫।୨୩ମିନିଟ୍

ଶୋଭନଯୋଗ ରାତ୍ର ଘଣ୍ଟା ୧।୨୫।୧୩ ସେକେଣ୍ଡ

ତୈତିଳକରଣ ସକାଳ ଘଣ୍ଟା ୯।୨୧।୩୭ ସେକେଣ୍ଡ, ଗରକରଣ ରାତ୍ର ଘଣ୍ଟା ୧୦।୪୦।୨୯ ସେକେଣ୍ଡ

ରବ୍ୟଂଶଽ ୧।୫୪।୪୨, ସୂକ୍ଷ୍ମଚନ୍ଦ୍ର ରା୮।୨୪।୧୨।୧

ଦିନମାନ ଘଣ୍ଟା ୧୨।୪।୧୬ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୫୫।୪୪ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଉତ୍ତରେ ରାତ୍ର ଘଣ୍ଟା ୧୦।୪୦।୨୯ ସେକେଣ୍ଡ ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୧୦।୪୦।୨୯ ସେକେଣ୍ଡ ମଧ୍ୟେ କଳମ ଶାଗ ଓ ପରେ ଶିମ୍ବ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯୋଦୟରୁ ସକାଳ ଘଣ୍ଟା ୬-୨୫ମିନିଟ୍, ଦିବା ଘଣ୍ଟା ୭-୧୩ମିନିଟ୍ ରୁ ଘଣ୍ଟା ୯-୩୫ମିନିଟ୍, ଘଣ୍ଟା ୧୧-୫୭ମିନିଟ୍ ରୁ ଘଣ୍ଟା ୩-୭ମିନିଟ୍, ଘଣ୍ଟା ୩-୫୪ମିନିଟ୍ ରୁ ଘଣ୍ଟା ୫-୨୯ମିନିଟ୍, ରାତ୍ର ଘଣ୍ଟା ୨-୨୪ମିନିଟ୍ ରୁ ଘଣ୍ଟା ୩-୧୨ମିନିଟ୍।

ଚନ୍ଦ୍ରଶୁଦ୍ଧି

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସଂଧ୍ୟା ଘଣ୍ଟା ୫।୨୩ମିନିଟ୍ ଗତେ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧୦।୩୬।୧ ସେକେଣ୍ଡ ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର। କର୍କଟ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଦିବା ଘଣ୍ଟା ୧୦।୩୬।୧ ସେକେଣ୍ଡ ମଧ୍ୟେ ସାତମାସ ଗଣ୍ଡଦୋଷ, ଫଳ- ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ପୁତ୍ରବତୀ ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଦ୍ୱିପାଦ ଦିବା ଘଣ୍ଟା ୧୦।୩୬।୧ ସେକେଣ୍ଡ ଗତେ ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧୧।୪୦ମିନିଟ୍ ରୁ ଘଣ୍ଟା ୧।୧୦ମିନିଟ୍, କାଳବେଳା- ଦିବା ଘଣ୍ଟା ୮।୩୯ମିନିଟ୍ ରୁ ଘଣ୍ଟା ୧୦।୯ମିନିଟ୍, ବାରବେଳା-ଦିବା ଘଣ୍ଟା ୧୧।୪୦ମିନିଟ୍ ରୁ ଘଣ୍ଟା ୧।୧୦ମିନିଟ୍, କାଳରାତ୍ରି-ରାତ୍ରି ଘଣ୍ଟା ୨।୩୯ମିନିଟ୍ ରୁ ଘଣ୍ଟା ୪।୯ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୫।୧।୫୩।୫୮, ଚନ୍ଦ୍ର ରାଶି-୮।୨୪।୯।୪୬, ମଙ୍ଗଳ ରାଶି-୯।୭।୪୬।୨, ବୁଧ ରାଶି-୫।୦।୫।୫୧, ବୃହସ୍ପତି ରାଶି-୬।୨୫।୪୯।୧୬, ଶୁକ୍ର ରାଶି-୬।୧୧।୫୫।୩, ଶନି ରାଶି-୮।୮।୩୩।୨୨, ରାହୁ ରାଶି-୩।୧୦।୩୬।୫୪, କେତୁ ରାଶି-୯।୧୦।୩୬।୫୪।

ଉଦୟଲଗ୍ନ-

ସକାଳ ଘଣ୍ଟା ୭।୩୭ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୯।୪୯ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୪ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୨।୧୦ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୩।୫୯ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୫।୩୫ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ରାତ୍ରି ଘଣ୍ଟା ୭।୮ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୮।୫୧ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୫୧ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧।୩ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୧୭ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୫।୨୬ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ଋଣଦାନ ଓ ଗ୍ରହଣ, ଖଡ୍ଗଧାରଣ, ବାଣିଜ୍ୟକରଣ, କ୍ରୟବିକ୍ରୟ, ବିହନବୁଣାଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୧୦।୩୬।୧ ସେକେଣ୍ଡ ମଧ୍ୟେ  ପୂର୍ବାଷାଢାନକ୍ଷତ୍ର  ଧନୁରାଶି  ଶୁକ୍ରମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୧୦।୩୬।୧ ସେକେଣ୍ଡ ପରେ  ସଂଧ୍ୟା ଘଣ୍ଟା ୫।୨୩ମିନିଟ୍ ମଧ୍ୟେ ଉତ୍ତରାଷାଢା ନକ୍ଷତ୍ର  ଧନୁରାଶି  ରବିମହାଦଶାରେ ଜନ୍ମହୋଇଛି । ସଂଧ୍ୟା ଘଣ୍ଟା ୫।୨୩ମିନିଟ୍ ପରେ ଉତ୍ତରାଷାଢା ନକ୍ଷତ୍ର  ମକରରାଶି ରବିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!