କେମିତି ହେବା ଆବଶ୍ୟକ ଘରର ମୁଖ୍ୟ ଦ୍ଵାର, ଏହି ୫ଟି କଥା ଜାଣିବା ଅଟେ ବହୁତ ଜରୁରୀ ! Vastu tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେଉଁ ପରିବାରରେ ସବୁବେଳେ କିଛି ନା କିଛି କଥାକୁ ନେଇ କଳି ଝଗଡା ହୁଏ, ଆର୍ଥିକ ଚିନ୍ତା ଲାଗି ରୁହେ, ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ ଓ ପରିବାରର ଯେ କୌଣସି ସଦସ୍ୟ ରୋଗରେ ପୀଡିତ ହୋଇଥାନ୍ତି ତେବେ ସେହି ଘର ବାସ୍ତୁଦୋଷ ହୋଇପାରେ । ଘରର ଯେ କୌଣସି ଭାଗରେ ମଧ୍ୟ ବାସ୍ତୁଦୋଷ ଥାଇପାରେ । ଯେପରିକି ମୁଖ୍ୟ ଦ୍ଵାରର କବାଟରେ ମଧ୍ୟ ବାସ୍ତୁଦୋଷ ଥାଇପାରେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ତେବେ ଆସନ୍ତୁ ଜାଣିବା ମୁଖ୍ୟ ଦ୍ଵାର ସହିତ ଜଡିତ କିଛି ବାସ୍ତୁଦୋଷ ବିଷୟରେ । ଜୀବନରେ ରଙ୍ଗର ମଧ୍ୟ ବିଶେଷ ମହତ୍ଵ ଥାଏ । ତେଣୁ ଘରର ରଙ୍ଗ ଓ କବାଟ ରଙ୍ଗ ମଧ୍ୟ ବାସ୍ତୁଦୋଷ ସହିତ ଜଡିତ ରହିଛି ।

ବାସ୍ତୁଶାସ୍ତ୍ର ଅନୁସାରେ ଘର ମୁଖ୍ୟ ଦ୍ଵାର କବାଟ କେବେ ମଧ୍ୟ କଳା ରଙ୍ଗ ନ ଲଗାଇବା ଉଚିତ୍ । ଏହି କଳା ରଙ୍ଗ ଲଗାଇଲେ ସବୁବେଳେ ଧନ ହାନି ହୋଇଥାଏ ।

ଘରର ମୁଖ୍ୟ ଦ୍ଵାର କବାଟ ଘରର ଭିତରର ଅନ୍ୟ କବାଟ ଠାରୁ ବଡ ହେବା ଆବଶ୍ୟକ । କାରଣ ଘରର ମୁଖ୍ୟ ଦ୍ଵାର କବାଟ ଅନ୍ୟ କବାଟ ଠାରୁ ଛୋଟ ହେଲେ ଆର୍ଥିକ ଚିନ୍ତା ଲାଗିରୁହେ ।

ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ କରିବା ଉଚିତ୍ । ଏଥିରେ ଘର ଭିତରେ ନକରାତ୍ମକ ଊର୍ଜା ପ୍ରବେଶ କରିପାରେ ନାହିଁ । ଘରେ ଶାନ୍ତି ମଧ୍ୟ ମିଳିଥାଏ ।

ଘରର ମୁଖ୍ୟ ଦ୍ଵାର କବାଟରେ ମଧ୍ୟ ଯେ କୌଣସି ଶବ୍ଦ ନ ହେବା ଉଚିତ୍ । ବେଳେ ବେଳେ କବାଟ ପ୍ରତି ଧ୍ୟାନ ରଖି ତାର ଯତ୍ନ ନେବା ଆବଶ୍ୟକ । କବାଟରେ ଶବ୍ଦ ସୃଷ୍ଟି ହେଲେ ମଧ୍ୟ ପରିବାରର କ୍ଷତି ହୋଇଥାଏ ।

ଘରର ମୁଖ୍ୟ ଦ୍ଵାରରେ ଶ୍ରୀ ଗଣେଶଙ୍କର ମୂର୍ତ୍ତି, ଫଟୋକୁ ଘର ଭିତରକୁ ପଛପଟ କରି ରଖନ୍ତୁ ନାହିଁ । କାରଣ ଶ୍ରୀ ଗଣେଶଙ୍କର ପଛ ପଟ ଦରିଦ୍ରତା ଆସେ ଓ ନକରାତ୍ମକ ଊର୍ଜା ସୃଷ୍ଟି ହୁଏ । ଯଦି ଶ୍ରୀ ଗଣେଶଙ୍କର ମୂର୍ତ୍ତି ବା ଫଟୋ ରଖିଛନ୍ତି ତେବେ ଦ୍ଵାରର ଦୁଇପଟକୁ ମୁହଁ କରି ଦୁଇଟି ଗଣେଶଙ୍କୁ ଆଗ ପଛ କରି ରଖନ୍ତୁ । ଏଥିରେ ସକାରାତ୍ମକ ଊର୍ଜା ସୃଷ୍ଟି ହୁଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!