ମକର ରାଶିର କେମିତି କଟିବ 2021, କଣ କହୁଛି ଗ୍ରହ ନକ୍ଷତ୍ର ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା ଇଂରାଜୀ ନବବର୍ଷ କେମିତି କଟିବ ବାରୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ଧନୁରେ ରବି, ବୁଧ, କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ମସିହା ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସେପ୍ଟମ୍ବର ମାସ ୧୪ତାରିଖରେ ମକର ରାଶିକୁ ବକ୍ରୀ ହେବେ। ନଭେମ୍ବର ମାସ ୨୧ ତାରିଖରେ ପୁନରାୟ କୁମ୍ଭ ରାଶିକୁ ଗମନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ। ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ ଓ କେତୁ ବିଛା ରାଶିରେ ଅବସ୍ଥାନ କରିବେ।

ମକର:-

୨୦୨୧ ମସିହା ଇଂରାଜୀ ନବବର୍ଷ ଆରମ୍ଭରେ ମକର ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି, ବୁଧ ଦ୍ଵାଦଶ ଭାବରେ, ମଙ୍ଗଳ ଚତୁର୍ଥ ଭାବରେ, ଗୁରୁ, ଶନି ପ୍ରଥମ ଭାବରେ, ଶୁକ୍ର, କେତୁ ଏକାଦଶ ଭାବରେ ଓ ରାହୁ ପଞ୍ଚମ ଭାବରେ ଅବସ୍ଥାନ କରୁଛନ୍ତି। ଯାହା ଫଳରେ ଚନ୍ଦ୍ର, ଶୁକ୍ର, କେତୁ ଶୁଭଫଳ ପ୍ରଦାନ କରିବେ। ଅନ୍ୟ ଗ୍ରହମାନେ ଅଶୁଭଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ଵାରା କେତେକାଂଶରେ ଶୁଭଫଳ ପାଇ ପାରିବେ। ବିଶେଷତଃ ମହାଦଶା ଅନ୍ତର୍ଦ୍ଦଶା ଶୁଭଥିଲେ ଗୋଚର ଗ୍ରହମାନଙ୍କର ପ୍ରଭାବ ସେତେଟା ପଡିବ ନାହିଁ।

ଶୁକ୍ର, କେତୁ ଏକାଦଶ ଭାବରେ ବା ଅୟଭାବରେ ଥିବାରୁ ଏହି ଯୋଗ ଆପଣଙ୍କ ଶକ୍ତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେଉଛି।କାରଣ ନିଜର ଊର୍ଜା ଭାବକୁ ସଂଚାର କରି ଶକ୍ତିର ବିକାଶରେ ବୃଦ୍ଧି କରିବେ। ନିଜର ଭାଗ୍ୟକୁ ବହୁତ ସହଯୋଗ ମିଳିବ। ପାରିବାରିକ ଜୀବନ ମଧୁରମୟ ହେବ। ଜୀବନସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ପ୍ରେମ ସମ୍ବନ୍ଧରେ ମଧ୍ୟ ସୁଖ ପ୍ରାପ୍ତି ହେବ। ସାନ ଭାଇ ଭଉଣୀଙ୍କ ଭବିଷ୍ୟତ ଚିନ୍ତା ମଧ୍ୟ କରିବାକୁ ପଡିବ। ଆତ୍ମ ସମ୍ମାନରେ ବୃଦ୍ଧି ହେବ। ଆତ୍ମ ବିଶ୍ବାସରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ।

ଧୈର୍ଯ୍ୟ ସହିତ କାର୍ଯ୍ୟ କଲେ ନିଶ୍ଚିତ ସଫଳତା ପାଇବେ। ବୃହସ୍ପତି ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରି ଦ୍ଵିତୀୟ ଭାବରେ ରହିବା ଫଳରେ ଆପଣଙ୍କୁ ଆଗକୁ ବଢିବା ପାଇଁ ଧୈର୍ଯ୍ୟ ଓ ସାହାସ ମିଳିବ। ଯାହା ଦ୍ବାରା କାର୍ଯ୍ୟର ବାଧାକୁ ଦୂର କରିପାରିବେ। ବୃହସ୍ପତି ଜ୍ଞାନର ସ୍ବାମୀ ଅଟନ୍ତି। ଅଟକିଥିବା କାର୍ଯ୍ୟ ଓ ଧନ ଦେବା ନେବା ପ୍ରକ୍ରିୟା ବୃଦ୍ଧି ହେବ। ପରିବାରର ସଦସ୍ୟଙ୍କ ସହିତ ସମ୍ପର୍କ ଭଲ ରହିବ ଓ ଘରେ ମାଙ୍ଗଳିକ କାର୍ଯ୍ୟ ମଧ୍ୟ କରିପାରିବେ। ଧନ ବୃଦ୍ଧି ହେବ। ଶିକ୍ଷାରେ ଉନ୍ନତି କରିବେ। ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ଶତୃମାନେ ମଧ୍ୟ ଆପଣଙ୍କ ପ୍ରତି ପ୍ରଭାବିତ ହୋଇପାରନ୍ତି। ଅଟକିଥିବା କାର୍ଯ୍ୟ ପୂରଣ ହେବ।

ସାନ ଭାଇ ଭଉଣୀଙ୍କ ଠାରୁ ଭଲ ଶୁଭ ଖବର ଶୁଣିବାକୁ ମିଳିବ। ଯାତ୍ରାରେ ସଫଳ ହେବେ। ଯାହା ଫଳରେ ଆପଣଙ୍କ କାର୍ଯ୍ୟ ଓ ପରାକ୍ରମରେ ଉନ୍ନତି ହେବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ ଏବଂ ମାନ ସମ୍ମାନ ମଧ୍ୟ ପ୍ରାପ୍ତି ହେବ। କିନ୍ତୁ ରାହୁସନ୍ତାନ ଭାବରେ ଶନି ଜନ୍ମରାଶିରେ ବର୍ଷଶେଷ ଯାଏ ରହୁଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେବେ। କାର୍ଯ୍ୟରେ ବାଧା ଦେଖାଦେବ। ଆପଣଙ୍କ ମାନ ସମ୍ମାନ, ଶିକ୍ଷା ଓ ସନ୍ତାନଙ୍କର ନକରାତ୍ମକ ପରିଣାମ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ମିଶ୍ରିତଫଳ ପ୍ରାପ୍ତି ହେବ। ବେଳେବେଳେ କାର୍ଯ୍ୟରେ ବୃଦ୍ଧି ହେବ ଓ ଅଚାନକ ଭାବରେ ହେଉଥିବା କାର୍ଯ୍ୟ ବିଗିଡି ଯିବ। ଯାହା କି ଦାମ୍ପତ୍ୟ ଜୀବନରେ ତିକ୍ତତା ସୃଷ୍ଟି ହେବ ଓ ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ମଧ୍ୟ ରହି ପାରନ୍ତି। ବିଶେଷ କରି ନୂତନ ସମ୍ପର୍କରେ ସଂଘର୍ଷ କରିବାକୁ ପଡିପାରେ। ପାରିବାରିକ ବିବାଦ ମଧ୍ୟ ହୋଇପାରେ। ଜୀବନ ସାଥିଙ୍କ ପ୍ରତି ବିଶ୍ଵାସ ରଖନ୍ତୁ।

ଅଶୁଭ ଗ୍ରହମାନଙ୍କ ପାଇଁ ପ୍ରତିକାର କରିଚାଲିଲେ କୌଣସି ବିପଦ ପାଖ ମାଡିବନି। ୧- ପ୍ରାଣପ୍ରତିଷ୍ଠିତ ସମ୍ପୂର୍ଣ୍ଣ ସର୍ବକଷ୍ଟ ନିବାରଣ ମହାଯନ୍ତ୍ର ପୂଜା କରିବା ସହ ନିମ୍ନ ବୀଜମନ୍ତ୍ରକୁ ପ୍ରତିଦିନ ୭ ମାଳା ଜପ କରନ୍ତୁ ଔଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନିଶ୍ଚରାୟ ନମଃ। ଔଁ ଗ୍ରାଂ ଗ୍ରୀଂ ଗ୍ରୌଂ ସଃ ଗୁରୁବେ ନମଃ। ୨- ପ୍ରଥମ ମାସର ଯେକୌଣସି ଶନିବାରଦିନ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ସୀସା, ରାଶି, ସୋରିଷତେଲ, ନୀଳବସ୍ତ୍ର, କଳାଫୁଲ, କମ୍ବଳ ଓ ପନିକି ବା ଛୁରୀ ଦାନ କରି ଦିଅନ୍ତୁ। ୩- ରବିବାର ଦିନ ବ୍ରତ ପାଳନ କରନ୍ତୁ ଓ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!