କାହିଁକି ପାଳନ ହୁଏ ହୋଲି? କଣ ଆପଣ ଜାଣିଛନ୍ତି ଏହା ପଛରେ ଥିବା ଏହି ବଡ କାରଣ!

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଭଗବାନ ଶିବ ଓ ପାର୍ବତୀଙ୍କ କଥା- ହୋଲି ପର୍ବ ପାଳନ କରାଯିବାରେ ଭଗବାନ ଶିବ ମାତାପାର୍ବତୀଙ୍କ ସମ୍ବନ୍ଧ ମଧ୍ୟ ସଂଯୁକ୍ତ ହୋଇଛି । ମାତା ପାର୍ବତୀ ହିମାଳୟର କନ୍ୟା ଥିଲେ, ସେ ଭଗବାନ ଶିବଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଭଗବାନ ଶିବ ସର୍ବଦା ତପସ୍ୟାରେ ମାତି ରହୁଥିଲେ । ଏହି ତପସ୍ୟା ସମୟରେ ମାତା ପାର୍ବତୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ରଖିବା ମୁସ୍କିଲ୍‌ ହେବ । ସେତେବେଳେ ତାଙ୍କୁ ସାହଯ୍ୟ କରିବା ପାଇଁ କାମଦେବ ଆସିଲେ ଓ ପୁଷ୍ପ ବାଣ ଦ୍ୱାରା ଭଗବାନ ଶିବଙ୍କ ତପସ୍ୟା ଭଙ୍ଗ କରିଦେଲେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଭଗବାନ ଶିବଙ୍କ ତପସ୍ୟା ଭଙ୍ଗ କରିବାର ପରିଣାମ ସେ ହୁଏତ ଜାଣିନଥିଲେ, ଯେମିତି ଭଗବାନ ଶିବ ଆଖିଖୋଲିଲେ ସେ କାମଦେବଙ୍କୁ ଦେଖି ତାଙ୍କ ହରକତରେ ବହୁତ କ୍ରୋଧିତ ହେଲେ ଓ ତାଙ୍କର ତୃତୀୟ ଆଖି ଖୋଲି କାମଦେବଙ୍କୁ ଭସ୍ମ କରିଦେଲେ । କିନ୍ତୁ ଠିକ୍‌ ସେହି ସମୟରେ ମାତା ପାର୍ବତୀ ଆସି ପହଁଞ୍ଚିଲେ ଭଗବାନ ଶିବ ତାଙ୍କୁ ଦେଖି ଶାନ୍ତ ହୋଇଗଲେ ଓ ମାତା ପାର୍ବତୀଙ୍କ ବିବାହ ପ୍ରସ୍ତାବକୁ ସ୍ୱୀକାର କଲେ । କୁହାଯାଏ କି ହୋଲି ପର୍ବରେ କାମବାସନାକୁ ଅଗ୍ନିରେ ଜଳାଇ ନିଷ୍କାମ ଭାବରେ ପ୍ରେମ ବିଜୟର ଉତ୍ସବ ପାଳନ କରାଯାଏ ।

ଅନ୍ୟକଥାରେ ଅଛି ଯେ କାମଦେବ ଭସ୍ମ ହେବା ପରେ ତାଙ୍କ ପତ୍ନୀ ରତି ଭଗବାନ ଶିବଙ୍କ ଆରାଧନା କରି ତାଙ୍କୁ ପ୍ରସନ୍ନ କରି କାମଦେବଙ୍କୁ ଜୀବତ କରିବା ପାଇଁ ପ୍ରାର୍ଥନା କରୁଥିଲେ । ଭଗବାନ ଶିବ ତାଙ୍କ ପୂଜାରେ ପ୍ରସନ୍ନ ହୋଇ କାମଦେବଙ୍କୁ ଜୀବତ କରିଥିଲେ । ଯେଉଁଦିନ ଏହି ସବୁ ହୋଇଥିଲା ସେହିଦିନ ଫାଲଗୁନମାସର ପୂର୍ଣ୍ଣିମାତିଥି ହୋଇଥିଲା । ସେହିିଦିନନ ହୋଲି ଉତ୍ସବ ପାଳନ କରାଯାଏ । ଲୋକମାନେ ଗୀତରେ ମାତିରୁହନ୍ତି ଓ ଅଗ୍ନିରେ ଚନ୍ଦନର କାଠ ଦିଆଯାଏ, ଯାହାକି କାମଦେବ ଜଳିଯାଇଥିବା କଷ୍ଟପୀଡାରୁ ମୁକ୍ତି ମିଳେ । କୁହାଯାଏ କି କାମଦେବ ପୁଣି ଜୀବିତ ହେବାର ଖୁସିରେ ପରଦିନ ରଙ୍ଗହୋଲି ଖେଳିଥାନ୍ତି ।

ରାକ୍ଷସୀ ପୁତନାର ବଧ କଥା- ରାକ୍ଷସୀ ପୁତନାର କଥା ମଧ୍ୟ ହୋଲିରେ ସଂଯୁକ୍ତ ହୋଇଛି । କୁହାଯାଏ କି ଯେବେ କଂସକୁ ବ-ଧ କରିବା ପାଇଁ ଜଣେ ଗୋକୁଳରେ ଜନ୍ମ ହୋଇଛି ବୋଲି ପ୍ରଚାର ହୋଇଥିଲା, ସେହିଦିନ ଠାରୁ କଂସ ଯେତେ ପିଲା ଜନ୍ମ ହୋଇଥିଲେ ସେମାନଙ୍କ ଜୀବନ ନେବା ପାଇଁ ନିର୍ଣ୍ଣୟ ନେଇଥିଲେ । ଏହି କାମ କରିବା ପାଇଁ କଂସ ପୁତନା ନାମକ ଏକ ରାକ୍ଷସୀକୁ ଡାକିଲେ । ପୁତନା ପିଲାମାନଙ୍କୁ ନିଜ ସ୍ତନ୍ୟପାନ କରାଇବ ଓ ସେହି ସ୍ତନ୍ୟପାନ କରି ପିଲାମାନଙ୍କ ଜୀବନ ଚାଲିଯିବ ।

କିନ୍ତୁ ଯେବେ ଶ୍ରୀକୃଷ୍ଣଙ୍କ ଜୀବନ ନେବା ପାଇଁ ପ୍ରୟାସ କରିଲେ ତେବେ ଶ୍ରୀକୃଷ୍ଣ ପୁତନାର ସ୍ତନ୍ୟପାନ କରି କରି ପୁତନାକୁ ବ-ଧ କରିଥିଲେ । ଏହିସବୁ ମଧ୍ୟ ଫାଲଗୁନମାସର ପୂର୍ଣ୍ଣିମାତିଥି ଦିନ ହୋଇଥିଲା । ଯାହା ସେହି ଖୁସିରେ ପରଦିନ ହୋଲିପର୍ବ ପାଳନ କରାଯାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!