ବାସ୍ତୁଦୋଷ ଓ ରୋଗରୁ ରକ୍ଷା ପାଇବା ପାଇଁ ହୋଲିରେ କରନ୍ତୁ ଏହି ସହଜ ଉପାୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଭାରତରେ ହୋଲି ପର୍ବ ସହିତ ବହୁତ କିଛି ଆସ୍ଥା, ମାନ୍ୟତା ଯୁକ୍ତ ହୋଇଛି । କିଛି ପର୍ବରେ ଘରେ ସୁଖ ଶାନ୍ତି ରଖିବା ପାଇଁ ବିଶେଷ ଉପାୟ ମଧ୍ୟ କରିଥାନ୍ତି । ତନ୍ତ୍ର, ମନ୍ତ୍ର, ଉପଚାରରୁ ଅନେକ ସରଳ ଉପାୟ ବିଭିନ୍ନ ପର୍ବରେ କରାଯାଏ । ହୋଲି ମଧ୍ୟ ଏହିପରି ଏକ ପର୍ବ ଅଟେ ଯାହାକି ପ୍ରେତବାଧା ଠାରୁ ଘରର ସୁଖ, ସମୃଦ୍ଧି, ସନ୍ତାନ, ଦାମ୍ପତ୍ୟ ଜୀବନ ସୁଖଦ ରହିବା ସହିତ ମନୋକାମନା ପୂରଣ ହେବାର କାମନା କରାଯାଏ । ତେବେ ଆସନ୍ତୁ ଜାଣିବା କେତେକ ସରଳ ଉପାୟ ଦ୍ୱାରା ନିଜର ବାଧାବିଘ୍ନରୁ ରକ୍ଷା ପାଇବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ହୋଲିକା ଦହନ ଦର୍ଶନରେ ଲାଭକାରୀ- କୁହାଯାଏ କି ହୋଲିକା ଦହନ ଦର୍ଶନ କରିବା ଆବଶ୍ୟକ । ଏହି ଦର୍ଶନରେ ରାହୁ, କେତୁ ଓ ଶନିଆଦି ଗ୍ରହଦୋଷ ଶାନ୍ତ ହୋଇଯାଏ । ସେହି ହୋଲିକା ଦହନ ସମୟରେ ଗୋମତୀ ଚକ୍ର ହାତରେ ନେଇ ୨୧ଥର ନିଜ ମନମଧ୍ୟରେ ଯେଉଁ କାମନା କରିବ ତାହା ପୂରଣ ହୋଇଥାଏ । ଏହାପରେ ଗୋମତୀ ଚକ୍ରକୁ ହୋଲିକାରେ ପକାଇ ଦିଅନ୍ତୁ ଓ ହୋଲିକାକୁ ପ୍ରଣାମ କରି ଆସନ୍ତୁ । ଏଥିରେ ଅତିଶୀଘ୍ର ମନୋକାମନା ପୂରଣ ହୋଇଥାଏ ।

ହୋଲିର ଭସ୍ମ ମଧ୍ୟ ବହୁତ କାମରେ ଆସେ- ହୋଲି ଦହନ ପରେ ଅଗ୍ନି ଶାନ୍ତହେବା ପରେ ଭସ୍ମକୁ ରଖିବା ଉଚିତ୍‌ । ସେହି ଭସ୍ମକୁ ପ୍ରତ୍ୟେକ ଦିନ ଟୀକା ଲଗାଇଲେ ନଜର ଦୋଷ ଓ ପ୍ରେତବାଧାରୁ ରକ୍ଷା ପାଇବେ । ଯଦି ସେହି ଭସ୍ମକୁ ଚାନ୍ଦିର ଡବାରେ ରଖାଯାଏ ତେବେ ମଧ୍ୟ ସମସ୍ତ ବାଧା ଦୂର ହୋଇଥାଏ ବୋଲି ମାନ୍ୟତା ଅଛି ।

ହୋଲିର ରାତ୍ରରେ – ହୋଲିର ରାତ୍ରରେ ମଧ୍ୟ ବହୁତ ଉପକାର ମିଳେ । ଏଥିରେ ମଧ୍ୟ କାର୍ଯ୍ୟସିଦ୍ଧି ହେବାର ଏକ ସରଳ ଉପାୟ ଅଛି । ରାତ୍ର ସମୟରେ ଏକ କଳାକପଡାରେ ଏକ ପାତ୍ରରେ ହଳଦୀ ରଖି ପୋଟଳୀ କରିଦିଅ । ଆଠଟି ଗୋମତୀ ଚକ୍ର ମଧ୍ୟ ନିଅ । ପୁଣି ସେହି ପୋଟଳୀକୁ ଏକ ଅଶୋସ୍ଥବୃକ୍ଷର ନିକଟରେ ଗାତଖୋଳି ପୋତି ଦିଅ । ସେଠାରେ ଅଟାରେ ତିଆରି ଏକ ଦୀପ ପ୍ରସ୍ତୁତ କରି ସଳୀତା ଘିଅ ଦେଇ ଦୀପ ଜାଳନ୍ତୁ । ଧୂପ ମଧ୍ୟ ଦେଇପାରିବେ । ଏହା ସହିତ କିଛି ମିଷ୍ଟାନ୍ନ ମଧ୍ୟ ଅର୍ପିତ କରନ୍ତୁ ।

ଏବେ ଗୋମତୀ ଚକ୍ରକୁ ସେହି ବୃକ୍ଷରେ ରଖିକରି ଫେରିଆସନ୍ତୁ । ଧ୍ୟାନ ରଖିବାକୁ ହେବ ଯେ ଫେରିବା ସମୟରେ ପଛକୁ ଫେରି ଚାହିଁବେ ନାହିଁ । ଏହାପରେ ଯେବେ ଶୁକ୍ଳପକ୍ଷର ପ୍ରଥମ ଶନିବାର ଦିନ ସେହି ଅଶୋସ୍ଥ ବୃକ୍ଷ ପାଖକୁ ଯାଇ ଗୋମତୀ ଚକ୍ର ବା ଦୀପକୁ ନେଇଆସନ୍ତୁ । ଯେତେବେଳେ ପର୍ଯ୍ୟନ୍ତ କାର୍ଯ୍ୟରେ ସିଦ୍ଧି ହୋଇନାହିଁ ସେତେଦିନ ପର୍ଯ୍ୟନ୍ତ ଗୋମତୀ ଚକ୍ରକୁ ନିଜ ପର୍ସରେ ରଖନ୍ତୁ ଓ ରୋଗୀମାନେ ନିଜ ମୁଣ୍ଡଉପରେ ରଖନ୍ତୁ । ଯେଉଁ କାମନା ଭଲ ମନରେ କରିଥିବେ ତାହା ନିଶ୍ଚୟ ପୂରଣ ହେବାର ସମ୍ଭାବନା ରହିଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!