ଭଲ ଲୋକମାନେ କାହିଁକି ସର୍ବଦା ଓ କଷ୍ଟ ପାଇଥାନ୍ତି, କଣ ଆପଣ ଜାଣିଛନ୍ତି ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଦେଖୁଥିବେ ସର୍ବଦା ଗୋଟେ ଭଲଲୋକ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରିଥାଏ । କିନ୍ତୁ ଗୋଟେ ଖରାପ ଲୋକ ସର୍ବଦା ସୁଖ ଶାନ୍ତିରେ ଜୀବନ ଅତିବାହିତ କରିଥାଏ । ଆସନ୍ତୁ ଜାଣିବା କଣ ପାଇଁ ଗୋଟେ ଭଲ ଲୋକ ସର୍ବଦା ଦୁଃଖ ପାଇଥାଏ । ବନ୍ଧୁଗଣ ଗୋଟେ ଥର ସ୍ଵାମୀ ବିବେକାନନ୍ଦ ରାମ କୃଷ୍ଣ ପରମହଂସଙ୍କୁ କିଛି ପ୍ରଶ୍ନ ପଚାରିଲେ ଯାହାର ଜବାବ ମଣିଷର କିଛି ଦୁଶ୍ଚିନ୍ତାକୁ ହଟେଇଦବ । ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକ କଣ ଅଟେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

1ରେ ସ୍ଵାମୀ ବିବେକାନନ୍ଦଙ୍କ ପ୍ରଶ୍ନ ଥିଲା ଗୋଟେ ଭଲ ଲୋକ ସର୍ବଦା କଣ ପାଇଁ ଦୁଃଖ ପାଇଥାଏ । ରାମ କୃଷ୍ଣ ପରମହଂସ କହିଲେ ହିରାକୁ ରଗଡିଲେ ତାହା ଚମକ ହୋଇଥାଏ ସୁନାକୁ ନିଆଁ ରେ ଧୋଇଲେ ତାହା ଚମକିଥାଏ । ତେଣୁ ଭଲ ଲୋକ ଦୁଃଖ ପାନ୍ତି ନାହିଁ ସେମାନେ ଜୀବନର ଅନୁଭବ କଣ ଜାଣିଥାନ୍ତି ।

2ରେ ସ୍ଵାମୀ ବିବେକାନନ୍ଦ ପଚାରିଲେ ଜୀବନ କଣ ପାଇଁ ଏତେ ଜଟିଳ ହୋଇଯାଉଛି ରାମ କୃଷ୍ଣ ପରମହଂସ କହିଲେ ଜୀବନରେ କଣ ଭଲ ଅଟେ ଆଉ କଣ ଖରାପ ଅଟେ ତାହାର ଆଲୋଚନା କରିବା ବନ୍ଦ କରିଦିଅ । ଯଦି ତୁମେ ଏହିବିଷୟରେ ଆଲୋଚନା କରିବ ତାହାଲେ ସେ ତୁମ ଜୀବନକୁ ବହୁତ ଜଟିଳ କରିଦବ । ତୁମେ ଜୀବନକୁ ବହୁତ ଆରାମରେ ଉପଭୋଗ କର ।

3ରେ ସ୍ଵାମୀ ବିବେକାନନ୍ଦ ପଚାରିଲେ ଆମେ କଣ ପାଇଁ ଏତେ ଦୁଃଖୀ ରହୁଛୁ । ରାମ କୃଷ୍ଣ ପରମହଂସ କହିଲେ ଦୁଃଖୀ ରହିବା ତୁମର ଆଦତ ହୋଇ ଗଲାଣି ତେଣୁ ତୁମେ ଖୁସିରେ ରହିପାରୁନ। କେବେବି ତୁମେ କୌଣସି କଥାକୁ ନେଇ ପରିସାନ ରୁହ ନାହିଁ ଦେଖିବ ତୁମେ କେବେ ଦୁଃଖୀ ହେବ ନାହିଁ ।

4ରେ ସ୍ଵାମୀ ବିବେକାନନ୍ଦ ପଚାରିଲେ ଆମେ ସମସ୍ୟାର କାରଣ କଣ ଅଟେ ଜାଣି ପାରୁ ନାହୁଁ ରାମ କୃଷ୍ଣ ପରମହଂସ କହିଲେ ଯଦି ତୁମେ ବାହାରୁ ଭାବିବ ତାହାଲେ ତୁମେ କିଛି ଜାଣିପାରିବ ନାହିଁ । ତୁମେ ମନ ଭିତରୁ ଥରେ ଭାବ ତାହାଲେ ତୁମେ ଜାଣିପାରିବ । 5ରେ ସ୍ଵାମୀ ବିବେକାନନ୍ଦ ପଚାରିଲେ ଖରାପ ସମୟରେ ନିଜର ଚିନ୍ତା ଧାରା କିପରି ରଖିବା ଉଚିତ୍।

ରାମ କୃଷ୍ଣ ପରମହଂସ କହିଲେ ସର୍ବଦା ଧ୍ୟାନ ରଖ ତୁମେ ଏ ପର୍ଯ୍ୟନ୍ତ କେତେ ବାଟ ଚାଲିଆସି ପାରିଲ । ଆଉ କେତେ ବାଟ ଚାଲିବା ବାକି ଅଛି। ତାହାଲେ ତୁମେ ଜାଣିପାରିବ। 6ରେ ସ୍ଵାମୀ ବିବେକାନନ୍ଦ ପଚାରିଲେ କେଉଁ କଥା ଲୋକଙ୍କୁ ବିସ୍ମିତ କରିଦିଏ।

ରାମ କୃଷ୍ଣ ପରମହଂସ କହିଲେ ଲୋକ ଯେବେ କଷ୍ଟରେ ଥାଏ ଈଶ୍ଵରଙ୍କୁ ସ୍ମରଣ କରିଥାଏ କିନ୍ତୁ ଯେବେ ଟିକିଏ ସୁଖ ଅନୁଭବ କରେ ସେତେବେଳେ ଈଶ୍ଵରଙ୍କୁ ଭୁଲିଯାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଜାଣିଲେ ତ ଗୋଟେ ଭଲ ଲୋକ କଣ ପାଇଁ ସର୍ବଦା କଷ୍ଟ ପାଇଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!