କେବେ ବି ଆପଣ ଏହି ୨ଟି ଭୁଲ କାର୍ଯ୍ୟ କରନ୍ତୁ ନାହିଁ ନଚେତ ବହୁତ କଷ୍ଟ ଭୋଗ କରିବାକୁ ପଡିବ ଏବଂ କେବେ ମଧ୍ୟ ଧନ ପ୍ରାପ୍ତି ହେବ ନାହିଁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବେଳେବେଳେ ମନୁଷ୍ୟ ଜୀବନରେ ଏପରି ଘଟଣା ଘଟେ ଯେ ଜଣେ ବ୍ୟକ୍ତି ରାତାରାତି ସର୍ବସ୍ଵାନ୍ତ ହୋଇଯାଏ ଓ ଆଉ କିଏ ଧୀରେ ଧୀରେ ସର୍ବସ୍ଵାନ୍ତ ହୋଇଥାନ୍ତି । ଯେଉଁମାନେ ରାତାରାତି ସର୍ବସ୍ଵାନ୍ତ ହୋଇଥାନ୍ତି ତାହା ପଛରେ ତାର ସତ୍ୟତା ଜାଣିବେ ଯେ ସେମାନେ ପୂର୍ବରୁ ଏପରି କିଛି କାର୍ଯ୍ୟ କରିଛନ୍ତି ଯାହା କି ବର୍ତ୍ତମାନ ସମୟରେ ସର୍ବସ୍ଵାନ୍ତ ହୋଇଛନ୍ତି । କର୍ମ ଆମର ମୁଖ୍ୟ ଅଟେ । ଆମେ ଯେପରି କର୍ମ କରିବୁ ସେହିପରି କର୍ମର ଫଳ ମଧ୍ୟ ପାଇବୁ । ସାଧାରଣ ଭାଷାରେ ଖରାପ କାର୍ଯ୍ୟକୁ ଅପକର୍ମ କୁହାଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆମେ ଜୀବନରେ ଅଜାଣତରେ ଏପରି କିଛି କାର୍ଯ୍ୟ କରିଥାଏ ତାହାର ପ୍ରଭାବରେ ହଠାତ ହେଉ ବା ଧୀରେଧୀରେ ହେଉ ଆମକୁ ସେହି କାର୍ଯ୍ୟର ପରିଣାମ ଭୋଗ କରିବାକୁ ପଡିଥାଏ । ଆସନ୍ତୁ ଜାଣିବା କେଉଁ କାରଣରୁ ଦୁଃଖ ଭୋଗ କରିବାକୁ ପଡିଥାଏ । ଯାହା କି ଅନୁତାପ କରିବାକୁ ସୁଯୋଗ ମିଳେ ନାହିଁ । ଯେଉଁମାନେ ଜୀବନସାରା ଖରାପ କାର୍ଯ୍ୟ କରିଥାନ୍ତି ସେମାନଙ୍କୁ ଯମରାଜାଙ୍କ ଭୟଙ୍କର ଦୂତମାନେ ଦେଖା ଦିଅନ୍ତି ।

୧- ଭୋଜନ

ବାସୀ ଖାଦ୍ୟ ଖାଇବା, ଦକ୍ଷିଣ ଦିଗକୁ ମୁହଁ କରି ଖାଇବା, ଖାଇବା ମଝିରେ ପାଣି ପିଇବା ଓ ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା, ଯେଉଁ ଥାଳିରେ ଖାଇବା ସେହି ଥାଳିରେ ହାତ ଧୋଇବା, ଖାଦ୍ୟକୁ ନିନ୍ଦା କରିବା, ଭାଙ୍ଗି ଯାଇଥିବା ଥାଳିରେ ଖାଦ୍ୟ ଖାଇବା ଆଦି ଏପରି କେତେକ ଭୁଲ କର୍ମ ଅଛି ଯାହା ଆପଣଙ୍କୁ ରୋଗ ଶୋକ ଭୋଗ କରିବାକୁ ପଡିବ । ଏହା ବ୍ୟତୀତ ଅଧିକାଂଶ ସମୟରେ ଏକୁଟିଆ ଖାଇବା, ଖାଇବା ମଝିରେ ଉଠି ଅନ୍ୟ କାମ କରିବା, ଖାଦ୍ୟରେ ଲୁଣ କମ ହୋଇଛି, ରାଗ ହୋଇଛି ବା ସ୍ବାଦିଷ୍ଟ ହୋଇନାହିଁ ଏପରି ମଧ୍ୟ କହିବା ଅନୁଚିତ୍ । ଉପରୋକ୍ତ ନିୟମକୁ ନ ମାନିଲେ କୋଷ୍ଠକାଠିନ୍ୟ, କର୍କଟ ଓ ଅର୍ଶ ଭଳି ରୋଗ ହୁଏ ।

୨- ନିଦ

ଆପଣ ଯେତିକି ଜାଗ୍ରତ ହେଉଛନ୍ତି ସେତିକି ପରିମାଣରେ ମଧ୍ୟ ଶୁଅନ୍ତୁ । ଯଦି ଆପଣ କମ ଶୋଉଛନ୍ତି ଅଧିକ ସମୟ ଚାହୁଁଛନ୍ତି ତେବେ ସନ୍ତୁଳନ ବିଗିଡି ଯାଏ । ଯଦି ସକାଳେ ଶୀଘ୍ର ଉଠୁଛନ୍ତି ତେବେ ଆପଣ ୪ଘଣ୍ଟା ଶୋଇବା ନିହାତି ଜରୁରୀ ଅଟେ । ଆବଶ୍ୟକତା ଅନୁସାରେ ନ ସୋଇ ଯଦି ବିଳମ୍ବରେ ଉଠୁଛନ୍ତି ତେବେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏହା ବ୍ୟତୀତ ଭାଙ୍ଗି ଯାଇଥିବା ଖଟରେ ଶୋଇବା, ଗୋଡ ଉପରେ ଗୋଡ ପକାଇବା ବା ଦକ୍ଷିଣ ଦିଗକୁ ଗୋଡ କରି ଶୋଇବା ଦ୍ଵାରା ଆୟୁଷ ହାନି ହୁଏ ଓ ଭବିଷ୍ୟତ ଉପରେ ଦୁଷ୍ପ୍ରଭାବ ପଡେ । ଗୋଡ ନ ଧୋଇ ଶୋଇବା, ବେଶି ରାତି ପର୍ଯ୍ୟନ୍ତ ଚାହିଁବା ମଧ୍ୟ ଆୟୁଷ ହାନି ହୁଏ । ସୂର୍ଯ୍ୟ ଉଦୟ ହେଉଥିବା ବା ସୂର୍ଯ୍ୟ ଅସ୍ତ ହେଉଥିବା ସମୟରେ ସୋଇଲେ ଶରୀର ରୋଗିଣା ହୋଇଯାଏ ଓ ଆୟୁଷ ହାନି ହୁଏ । ଏହିପରି ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦ୍ଵାର ସାମ୍ନାକୁ ଗୋଡ କରି ଶୋଇବା ଅନୁଚିତ୍ । ଜ୍ୟୋତିଷ ସମ୍ବନ୍ଧୀୟ ଆହୁରି ଅନେକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!