ଦୈନିକ ରାଶିଫଳ: ୧ ଜୁନ୍ ୨୦୨୦, ମହାଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଜୁନ୍ ମାସ ତାରିଖ, ସୋମବାର, ବୃଷ ମାସ ୧୯ ଦିନ, ଜ୍ୟେଷ୍ଠମାସ, ଶୁକ୍ଳପକ୍ଷ, ଦଶମୀ ତିଥି, ହସ୍ତା ନକ୍ଷତ୍ର, କନ୍ୟା ରାଶିରେ ଚନ୍ଦ୍ର। ମିଥୁନ ରାଶିର ଘାତବାର। ବୃଷ ରାଶିର ଘାତଚନ୍ଦ୍ର। କଳମଶାଗ ନ ଖାଇଲେ ଭଲ। ଦିବା ୨ଟା ୫୮ମିନିଟ୍ ପରେ ଶିମ୍ବ, ଆମିଷ ନ ଖାଇଲେ ଭଲ। ଶୁଭସମୟ ସକାଳ ୮ଟା ୪୧ମିନିଟ୍ ରୁ ୧୦ଟା ୨୪ମିନିଟ୍, ରାତ୍ର ୯ଟା ୧୩ମିନିଟ୍ ରୁ ୧୦ଟା ୨୨ମିନିଟ୍, ରାତ୍ର ୧୧ଟା ୪୫ମିନିଟ୍ ରୁ ୧୨ଟା ୫ମିନିଟ୍। ପର୍ବଦିନ ଗଙ୍ଗା ଦଶହରା ସ୍ନାନ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ବାକିଥିବା ଅର୍ଥପ୍ରାପ୍ତି ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି  ହେବ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ। ବ୍ୟବସାୟରେ ସ୍ଥିତି ସୁଧୁରିବା ଫଳରେ ନିଜ ପରିଶ୍ରମରୁ ଭଲ ଲାଭ ପାଇବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ଉତ୍ତମ ରୋଜଗାର ମିଳିବ। ନୂତନ କର୍ମ ନିଯୁକ୍ତି ପାଇବେ। ଗୃହସ୍ଥ ଜୀବନ ସୁଖମୟ ହେବ। ନୂତନ ଯୋଜନାରେ ସଫଳତା ମିଳିବ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ପ୍ରେରଣା ସହକର୍ମୀଙ୍କ ସାହାଯ୍ୟ ଓ ଆର୍ଥିକ ସହାୟତା ପାଇ ନୂତନପନ୍ଥା ଅନୁସରଣ କରି ପାରନ୍ତି। ପ୍ରତିକାରମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ବୃଷ:-

ଘାଶତୃ ପରାଜିତ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଆଶାନୁରୂପ ଲାଭ ପାଇବେ। ସଂଚାଳକ, ଓକିଲ, ନ୍ୟାୟଧୀଶ, ଚିକିତ୍ସକ ମାନଙ୍କର ପ୍ରବଳ ଉନ୍ନତି ହେବ। ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ। ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରି ତାଙ୍କ କାର୍ଯ୍ୟରେ ବ୍ୟସ୍ତ ରହିବେ। ପାରିବାରିକ ପ୍ରତିରୋଧ କାମକୁ ଶୃଙ୍ଖଳିତ କରିବେ। ପରୋକ୍ଷ ଶତ୍ରୁତା ଥିଲେ ମଧ୍ୟ ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ। ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ନିଜ ଲୋକ ମନମୋଟିଆ ହୋଇ ପାରନ୍ତି। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍। ପ୍ରତିକାରଅସହାୟକୁ ନିରାଶ କରିବେ ନାହିଁ।

ମିଥୁନ:-

ଘାଶତୃମାନେ ତଳମୁହାଁ ହେବେ। କଳକାରଖାନା, କୋଇଲା ଖଣି, ରେଳବିଭାଗ, ଡାକ ଓ ତାର ବିଭାଗ, ଟ୍ରାନ୍ସପୋର୍ଟ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅଧିକ ପରିଶ୍ରମ କରି ପ୍ରଶଂସା ପାଇବେ। ମାଲିମକଦ୍ଦମାରେ ବିଜୟଲାଭ ହେବ। ସମସ୍ତ ସମସ୍ୟା ଅପସରି ଯିବ। ସନ୍ତାନ ଯୋଗେ ଆନନ୍ଦିତ ହେବେ। ବେପାର ବଣିଜରେ ପ୍ରଚୁର ଲାଭ ମିଳିବ। ଉଚ୍ଚଶିକ୍ଷା ନିମିତ୍ତ ଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ। ଆଧ୍ୟାତ୍ମିକ, ଧର୍ମ ଅନୁଷ୍ଠାନ, ଯଜ୍ଞାନୁଷ୍ଠାନ, ପଞ୍ଚାୟତ କ୍ଷେତ୍ରରେ ଉତ୍ସାହିତ ହେବେ। କୌଣସି କ୍ଷେତ୍ରରେ ଆଗକୁହା ନ ହୋଇ କର୍ମନିଷ୍ଠା ମଧ୍ୟରେ ନିଜକୁ ସୀମିତ ରଖିବା ହିତକର। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

କର୍କଟ:-

ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇ ସୁଚାରୁରୂପେ ଚଳେଇ ପାରିବେ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ପ୍ରଗତି, ଲାଭ, ଭୌତିକ ସଂବୃଦ୍ଧି ବୃଦ୍ଧି ହେବ। କମ୍ପାନୀ, ବ୍ୟାଙ୍କ, କମ୍ପ୍ୟୁଟର ଇତ୍ୟାଦି ବିଭାଗରେ ନୂତନ କର୍ମପ୍ରାପ୍ତି ହୋଇ ପାରେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳହେବେ।  ସୁଯୋଗ ପାଇ ସଫଳତା ଅର୍ଜନ କରିବେ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଅଧସ୍ତନ କର୍ମୀଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରି ସଫଳତାର ଶୀର୍ଷରେ ପହଞ୍ଚି ପାରିବେ। ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହି ପାରିବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-

ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ। କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ। ସନ୍ତାନଙ୍କ ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ। କର୍ମକ୍ଷେତ୍ରରେ ଉତ୍ତମ ରୋଜଗାର କରି ପାରିବେ। ବନ୍ଧୁ ମିତ୍ରଙ୍କର ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରି ପାରନ୍ତି। ପ୍ରତିକାରମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କନ୍ୟା:-

ସନ୍ତାନଙ୍କ ପାଇଁ ଉଚିତପନ୍ଥା ଗ୍ରହଣ କରିବେ। ସରକାରୀ ସାହାଯ୍ୟ ପାଇବା ଫଳରେ ଉତ୍ସାହ ଉଦ୍ଦିପନା ବୃଦ୍ଧି ପାଇବ।  ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବା ସହ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। କେତେକ କ୍ଷେତ୍ରରେ ସଂଘର୍ଷ ଦ୍ଵାରା ସଫଳତା ମିଳିବ। ଅଧିକାରୀଙ୍କ ଠାରୁ ସହଯୋଗ ମିଳିବା ଫଳରେ ଦୀର୍ଘ ଦିନର ଆଶା ପୂରଣ ହେବ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ପ୍ରତିକାରମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ତୁଳା:-

ଛାତ୍ରଛାତ୍ରୀମାନଙ୍କର ସୁଖ୍ୟାତି ଲାଭ ହେବ ମାତ୍ର ତତ୍ପର ହେବା ଆବଶ୍ୟକ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ। ସାଧାରଣ ପରିବର୍ତ୍ତନ ଯୋଗେ ଆଶା ଆକାଂକ୍ଷା ପୂରଣ ହୋଇ ପାରିବ। ପ୍ରତିବେଶୀଙ୍କ ସହ ମନାନ୍ତର ମତାନ୍ତର ମେଣ୍ଟି ଯାଇପାରେ।କୌଣସି ପ୍ରକାର ଅସୁବିଧା ହେବନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ। ମାଙ୍ଗଳିକ କାର୍ଯ୍ୟର ଦାୟିତ୍ୱ ନେଇ ପ୍ରଶଂସା ପାଇବେ। ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ। ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି। ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ରାଜନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ଶିକ୍ଷା କ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ। ସହକର୍ମୀଙ୍କ କାମ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ। କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟଭାର ହାତକୁ ନେବେ। ବ୍ୟବସାୟରେ ଅଚାନକ ଭାବରେ ପରିବର୍ତ୍ତନ ହୋଇପାରେ। ଆପଣଙ୍କ ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ। ମନ ବିଚଳିତରୁ ଶାନ୍ତି ଅନୁଭବ କରିବେ। ଘରର ଉପଯୋଗ ସାମଗ୍ରୀ କ୍ରୟ କରି ପାରନ୍ତି। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ। ସାମାଜିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ।  ବାଦବିବାଦ, ପରୀକ୍ଷା, ପ୍ରତିଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଆମୋଦ ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ। ଶିଳ୍ପୀ, ସହିତ୍ୟିକ, ସଂଗୀତଜ୍ଞ, ଯାନ୍ତ୍ରିକ ମାନେ କ୍ଷାତି ଅର୍ଜନ କରିବେ। ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

କର୍ମକ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ବଢ଼ିବ। ସହଯୋଗୀମାନେ ଉନ୍ନତିପାଇଁ ଚେଷ୍ଟା କରିବେ। ବ୍ୟବସାୟରେ କିଛି ନୂତନ ଯୋଜନା ମିଶାଇବା ଫଳରେ ବିଶେଷ ଲାଭବାନ୍ ହେବେ। କୁଳଶ୍ରେଷ୍ଠ ଓ କୀର୍ତ୍ତିଶାଳୀ ଭଳି ଦିବ୍ୟ ଗୁଣ ଗୁଡିକ ବିକାଶ ହେବ। ସମାଜ ସେବାରେ ସ୍ଵନାମ ଅର୍ଜନ କରି ପାରିବେ। ଶୁଭକାର୍ଯ୍ୟ ପାଇଁ ଇଚ୍ଛାକରି ଉତ୍ତମ ରୋଜଗାର କରିପାରିବେ। ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ। ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ।  ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

କୁମ୍ଭ:-

ରାଜନୀତିରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣା ଦୂର ହେବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବା ସାଙ୍ଗକୁ ମର୍ଯ୍ୟଦା ଜନକ ପରିସ୍ଥିତି ସୃଷ୍ଟି କରିବେ। କେତେକ ସ୍ଥଳରେ ବିଭ୍ରାନ୍ତି ଉପୁଯିବ ଓ ସରକାରୀ କୋପ ଭାଜନ ହେବାଭଳି ସମସ୍ୟା ମୁଣ୍ଡେଇବେ। ସେଥିପାଇଁ କିଛି ଆର୍ଥିକ ଦଣ୍ଡ ମଧ୍ୟ ସହିବାକୁ ପଡିବ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ। ବ୍ୟବସାୟରେ ଲାଭ କ୍ଷତି ପ୍ରତି ଭ୍ରୂକ୍ଷେପ କରିବେ ନାହିଁ ଯାହା ଫଳରେ ମନଅଧିକ ପ୍ରଭାବିତ ହେବ। ଛାତ୍ରଛାତ୍ରୀ ମାନେ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ।  ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-

ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହୋଇ ପାରେ। ସାମାଜିକ କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ବୃତ୍ତିଗତ ଦୃଷ୍ଟିରୁ ସ୍ଵାଭିମାନ ସୁରକ୍ଷିତ ରହିବା ଫଳରେ ଅନେକ କ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନୀତିରେ ସମ୍ମାନର ସହିତ କୃତକାର୍ଯ୍ୟ ହେବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!