ହସ୍ତରେଖା ଶାସ୍ତ୍ର! ଜୀବନ ରେଖା ଦେଖି ଆପଣ ବି ଜାଣିପାରିବେ ଭବିଷ୍ୟତରେ ହେବାକୁ ଥିବା ରୋଗ ଓ ଦୁର୍ଘଟଣା ସମ୍ବନ୍ଧରେ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହସ୍ତରେଖା ଶାସ୍ତ୍ର ରେ ଜୀବନ ରେଖାର ସ୍ଥିତିକୁ ଦେଖି ଭବିଷ୍ୟତରେ ହେବାକୁ ଥିବା ରୋଗ ଏବଂ ଦୁର୍ଘଟଣା ବିଷୟରେ ଆମେ ଆଗରୁ ଜାଣିପାରିବା। ଜୀବନ ରେଖାକୁ ବହୁତ ମହତ୍ବପୂର୍ଣ୍ଣ ବୋଲି କୁହାଯାଏ । ଏହି ରେଖା ପାପୁଲିର ବିଶି ଆଙ୍ଗୁଠି ଓ ବୁଢା ଆଙ୍ଗୁଠି ମଝିରୁ ଆରମ୍ଭ ହୋଇ ବୁଢା ଆଙ୍ଗୁଠିର ତଳ ଭାଗ ଦେଇ ମଣିବନ୍ଧ ଆଡକୁ ଯାଏ । ଏହାକୁ ଲାଇଫଲାଇନ ମଧ୍ୟ କୁହାଯାଏ । ଏହି ରେଖା ରୁ ସ୍ୱାସ୍ଥ୍ୟ ଏବଂ ଜୀବନରେ ହେବାକୁ ଥିବା ମହତ୍ବପୂର୍ଣ୍ଣ ଘଟଣା ସହିତ ମୃତ୍ୟୁ ବିଷୟରେ ମଧ୍ୟ ବିଚାର କରାଯାଏ । ଏହି ରେଖା ଉପରେ ତ୍ରିଭୁଜର ଚିହ୍ନ ହେବା ଶୁଭ ଅଟେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଜୀବନ ରେଖାରୁ ଜଣାପଡେ ଏହି ଖାସ କଥା-

1- ଜୀବନ ରେଖା ଛୋଟ ହୋଇଥିଲେ ବ୍ଯକ୍ତିର ପ୍ରତିରୋଧକ କ୍ଷମତା କମ ହୋଇଥାଏ । ଏହି କାରଣରୁ ବ୍ୟକ୍ତିଙ୍କ ଜୀବନ ଶକ୍ତି ମଧ୍ୟ କମ ହୋଇଥାଏ ।

2- ଜୀବନ ରେଖା ଜଞ୍ଜିର ଭଳି ହୋଇଥିଲେ ସେହି ଲୋକ ଜୀବନରେ ସବୁବେଳେ କୌଣସି ନା କୌଣସି ରୋଗରେ ପୀଡିତ ହୋଇଥାଏ ।

3- ଯଦି ଜୀବନ ରେଖା ସାରୁ ଏବଂ ଝାପସା ହୋଇଥାଏ ତେବେ ସେଭଳି ଲୋକ ଦୀର୍ଘ ଦିନ ପର୍ଯ୍ୟନ୍ତ ରୋଗରେ ପୀଡିତ ରୁହନ୍ତି।

4- ଯଦି ବ୍ଯକ୍ତିର ଜୀବନ ରେଖା ଶେଷକୁ ଗାଈ ଲାଞ୍ଜ ଭଳି ହୋଇଥାଏ ତେବେ ସେହି ବ୍ୟକ୍ତି ସାରା ଜୀବନ ଅସୁବିଧାର ସମ୍ମୁଖୀନ ହୁଏ ।

5- ଜୀବନ ରେଖା ଆରମ୍ଭରୁ ଯଦି ବହୁତ ଗୁଡେ ରେଖା ଥାଏ ତେବେ ସେହି ଲୋକର ଜୀବନରେ ବହୁତ ଅସ୍ଥିରତା ଦେଖାଦିଏ । ଜୀବନ ଦୁଖ ସୁଖ ଦେଇ ଗତି କରେ ।

6- ଜୀବନ ରେଖା ଶେଷ ଭାଗ ଯଦି ଦୁଇ ଭାଗରେ ବାଣ୍ଟି ହୋଇଯାଏ ତେବେ ସେହି ଲୋକର ମୃତ୍ୟୁ ନିଜ ପିତାଙ୍କ ଘର ଠାରୁ ବହୁତ ଦୂରରେ ହୋଇଥାଏ ।

7- ଜୀବନ ରେଖାର ଶେଷରେ ଗୁଣନ ଚିହ୍ନ ଥିଲେ ଅନ୍ତିମ ସମୟରେ ମୃତ୍ୟୁ ବହୁତ ଦୁଃଖଦ ହୋଇଥାଏ।

ଜ୍ଯୋତିଷ ଶାସ୍ତ୍ରରେ ଏହିଭଳି ଅନେକ ତଥ୍ୟ ଅଛି ଯାହା ଦ୍ଵାରା ଆମେ ନିଜ ବିଷୟରେ ବହୁତ କିଛି ଜାଣି ପାରିବା ଓ ଯଦି ଭବିଷ୍ୟତରେ କିଛି ଖରାପ ଥାଏ ତେବେ ତାର ପ୍ରତିକାର କରି ତାକୁ ଆଡେଇଦେଇ ପାରିବା ।  ହସ୍ତ ରେଖା ସମ୍ବନ୍ଧୀୟ, ବାସ୍ତୁ ସମ୍ବନ୍ଧୀୟ ତଥ୍ୟ ସବୁ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଏହି ଲେଖାଟି ଭଲ ଲାଗିଲେ ଅନ୍ୟଙ୍କ ସହ ଶେୟାର କରି ସେମାନଙ୍କୁ ମଧ୍ୟ ଜଣାନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!