ଲକ୍ଷ୍ମୀ ମାତାଙ୍କ କୃପା ପାଇବା ପାଇଁ ଶୁକ୍ରବାର ଦିନ କରନ୍ତୁ ଏହି ଉପାୟ, ଘରେ ବଢିବ ସୁଖ ସମୃଦ୍ଧି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ସହ ଶୁକ୍ର ଗ୍ରହଙ୍କ ସହ ସମ୍ବନ୍ଧିତ ମଧ୍ୟ ଅଟେ । ଏହି ଦିନ ଶୁକ୍ର ଗ୍ରହଙ୍କୁ ଶାନ୍ତ କରିବା ପାଇଁ କେତେ ଗୁଡିଏ ଉପାୟ କରାଯାଇ ପାରିବ । ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୁଏ । ଆଜି ଆମେ ଆପଣଙ୍କୁ ଅଳେଇଚର ଏକ ଏଭଳି ଉପାୟ କହିବୁ ଯାହା ଧନ, ସମ୍ପତି ଦେବା ସହ ଆପଣଙ୍କ ସବୁ ମନୋକାମନା ମଧ୍ୟ ପୂର୍ଣ୍ଣ କରିବେ । ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ କି ଏହି ଉପାୟ ଶୁକ୍ରବାର ରାତି ୧୨ଟା ପରେ ହିଁ କରନ୍ତୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏମିତି କରିବେ ଉପାୟ-

ଶୁକ୍ରବାର ରାତି ୧୨ଟା ପୂର୍ବରୁ ପ୍ରଥମେ ଭଲଭାବେ ହାଥ ଗୋଡ ଧୋଇ ସ୍ବଚ୍ଛ ହୁଅନ୍ତୁ ଏବଂ ଧଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ।

ଏହା ପରେ କମଳ ଫୁଲର ଆସନ ଉପରେ ବସିଥିବା ମା ଲକ୍ଷ୍ମୀଙ୍କ ଫୋଟୋକୁ ଘରର କୌଣସି ଶାନ୍ତ ଓ ସଫା ଜାଗାରେ ସ୍ଥାପନ କରନ୍ତୁ ।

ବର୍ତ୍ତମାନ ଏହି ଫୋଟୋ ସମ୍ମୁଖରେ ୩ଟି ଅଳେଇଚ ରଖି ନିଜ ଇଷ୍ଟଦେବଙ୍କର ଧ୍ୟାନ କରନ୍ତୁ । ଏହା ପରେ ମା ଲକ୍ଷ୍ମୀ – ଭଗବାନ ବିଷ୍ଣୁଙ୍କର ଧ୍ୟାନ କରି ଶୁକ୍ରଦେବଙ୍କୁ ନିଜର ସବୁ ମନୋକାମନା ପୂର୍ଣ୍ଣ କରିବା ତଥା ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ମନ ହିଁ ମନରେ ପ୍ରାର୍ଥନା କରନ୍ତୁ ।

ଏହା ପରେ ଶୁକ୍ର ମନ୍ତ୍ର ଊଂ ଦ୍ରାଂ ଦ୍ରୀଂ ଦ୍ରୌଂ ସ: ଶୁକ୍ରାୟ ନମଃର ୨୧ ଥର ଜପ କରନ୍ତୁ ।

ଏବେ ତିନୋଟି ଅଳେଇଚ ନିଜ ଡାହାଣ ହାତର ମୁଠିରେ ରଖନ୍ତୁ ଏବଂ ନବଗ୍ରହଙ୍କର ଧ୍ୟାନ କରି ନିଜର ସମସ୍ୟାକୁ ଦୂର କରିବାର ପ୍ରାର୍ଥନା କରନ୍ତୁ ।

ଏହା ପରେ ମୁଠି ଖୋଲନ୍ତୁ ଏବଂ ସେଥିରେ ୩ନି ଥର ଫୁଙ୍କନ୍ତୁ । ଏବେ ଅଳେଇଚକୁ ଗୋଟେ ପାତ୍ରରେ ରଖି ମୁଖ୍ୟ ଦ୍ଵାରକୁ ନେଇ ଯାଆନ୍ତୁ ।

ବର୍ତ୍ତମାନ ସେଥିରେ କିଛି କର୍ପୁର ରଖି ତାକୁ ଜଳାଇ ଦିଅନ୍ତୁ । ତାହା ସଂପୂର୍ଣ୍ଣ ଜଳିବା ପରେ ତୁଳସୀ ଗଛ ମୂଳରେ ଢାଳି ଦିଅନ୍ତୁ ।

ତୁଳସୀ ଗଛ ନ ଥିଲେ ନଦୀରେ ମଧ୍ୟ ପ୍ରବାହିତ କରି ପାରିବେ। କିଛି ଦିନ ପରେ ଆପଣଙ୍କୁ ଏହାର ପ୍ରଭାବ ପରିଲିଖିତ ହେବ ।

ଏହି ଉପାୟ ନିଶ୍ଚୟ କରିକି ଦେଖନ୍ତୁ, ଦେଖିବେ ଜୀବନରେ ବହୁତ ସୁଖ ଓ ସମୃଦ୍ଧି ମିଳିବ । ଆଗକୁ ଏମିତି ସବୁ ଉପାୟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!