ଯଦି ହେବାକୁ ଚାହୁଁଛନ୍ତି ଧନବାନ ତ ଆଜି ହିଁ ଘରେ ଆଣି ରକହନ୍ତୁ ଏହି ଜିନିଷ- Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସବୁ ଲୋକମାନେ ଇଛା କରନ୍ତି ଯେ ଘରେ ସବୁବେଳେ ଧନ ଧାନ୍ୟ ପରିପୂର୍ଣ୍ଣ ରହୁ । କାରଣ ସମସ୍ତେ ଆରାମରେ ଦିନ ବିତେଇବାକୁ ଇଛା କରନ୍ତି । ଏହା ବ୍ୟତୀତ ବର୍ତ୍ତମାନ ସମୟରେ ଭଲରେ ଜୀବନ ବିତେଇବା ଓ ଛୋଟ ବଡ ଆବଶ୍ୟକତା ପୂରଣ ପାଇଁ ମଧ୍ୟ ଅର୍ଥର ଆବଶ୍ୟକ ହୋଇଥାଏ । ଲୋକମାନେ ଧନ ପ୍ରାପ୍ତି ହେବା ପାଇଁ ସବୁବେଳେ ପରିଶ୍ରମ କରୁଛନ୍ତି, କିନ୍ତୁ ଅନେକଥର ଯେତେ ପରିଶ୍ରମ କଲେ ମଧ୍ୟ ଧନ ବୃଦ୍ଧି ହୁଏ ନାହିଁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପ୍ରାୟତଃ ଲୋକମାନେ ଅ-ଭି-ଯୋ-ଗ କରନ୍ତି ଯେ ଘରକୁ ଟଙ୍କା ଆସୁଛି ଓ ବହୁତ ଶୀଘ୍ର ଖର୍ଚ୍ଚ ମଧ୍ୟ ହୋଇଯାଉଛି । ଯଦି ଆପଣଙ୍କ ଜୀବନରେ ଏହି ସ-ମ-ସ୍ୟା ଦେଖାଦେଉଛି ତେବେ ବାସ୍ତୁ ଶାସ୍ତ୍ରରେ ଏହାର ଉପାୟ ଦିଆଯାଇଛି । ଯାହା କି ୩ଟି ଜିନିଷ କୁହାଯାଇଛି ଯେ ଯାହାକୁ ଘରକୁ ଆଣି ରଖିଲେ ସବୁବେଳେ ସୁଖ ସମୃଦ୍ଧି ଓ ସକରାତ୍ମକତା ମିଳିଥାଏ । ଧନ ସ-ମ୍ବ-ନ୍ଧି-ତ ସ-ମ-ସ୍ୟା ଦୂର ହୋଇ ଧନ ଧାନ୍ୟ ପରିପୂର୍ଣ୍ଣ ରହିଥାଏ । ତେବେ ଆସନ୍ତୁ ଜାଣିବା ଏହି ଜିନିଷ କଣ ।

ମୁଖ୍ୟ ଦ୍ଵାରରେ ଭଗବାନ ଶ୍ରୀ ଗଣେଶଙ୍କ ଫଟୋ ବା ମୂର୍ତ୍ତି-

ଭଗବାନ ଶ୍ରୀ ଗଣେଶ ଯେଉଁଠାରେ ବିରାଜମାନ କରନ୍ତି ସେଠାରେ ସବୁବେଳେ ଶୁଭତା ଲାଗି ରୁହେ । ଭଗବାନ ଶ୍ରୀ ଗଣେଶଙ୍କ ସହିତ ରିଦ୍ଧି ସିଦ୍ଧି ଓ ଶୁଭ ଲାଭ ମଧ୍ୟ ବାସ କରନ୍ତି । ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ଵାରର ଦୁଇ ପଟରେ ଭଗବାନ ଶ୍ରୀ ଗଣେଶଙ୍କର ଫଟୋ ବା ମୂର୍ତ୍ତି ଲଗାଇବା ଉଚିତ୍, କିନ୍ତୁ ଧ୍ୟାନ ରଖିବାକୁ ହେବ ଯେ ଶ୍ରୀ ଗଣେଶଙ୍କର ପିଠି ପାଖ ଯେପରି ଦର୍ଶନ ନ କରିବା ଉଚିତ୍ । ଏହା ଦ୍ଵାରା ବାସ୍ତୁଦୋଷ ଦୂର ହୁଏ ଓ ଘରେ ସ-କ-ରା-ତ୍ମ-କ-ତା ଆଗମନ ହୋଇଥାଏ । ଯାହା କି ଘରେ ସୁଖ ସମୃଦ୍ଧି ଓ ଶାନ୍ତି ମିଳିଥାଏ ।

ତୁଳସୀ ଗଛ-

ସନାତନ ଧର୍ମରେ ତୁଳସୀ ଗଛକୁ ବହୁତ ପୂଜନୀୟ ଓ ପବିତ୍ର ମନାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ଘରେ ତୁଳସୀ ଗଛରେ ପ୍ରତିଦିନ ସକାଳେ ପାଣି ଦିଆଯାଏ ଓ ସନ୍ଧ୍ୟା ସମୟରେ ଦୀପ ଜଳାଯାଏ ସେହି ଘରେ ସବୁବେଳେ ମାତା ଲକ୍ଷ୍ମୀ ଦେବୀଙ୍କ କୃପା ମିଳିଥାଏ । ବାସ୍ତୁ ଅନୁସାରେ ମଧ୍ୟ ତୁଳସୀ ଗଛ ଲଗେଇବା ବହୁତ ଶୁଭ ହୁଏ ବୋଲି କୁହାଯାଏ । ଯେଉଁଠାରେ ତୁଳସୀ ଗଛ ଲଗାଯାଇଥାଏ ସେଠାରେ ସକରାତ୍ମକ ଊର୍ଜା ସଂଚାର ହୋଇଥାଏ । ଏହି ସକରାତ୍ମକ ଊର୍ଜା ଆପଣଙ୍କ ଜୀବନରେ ଧନ ଧାନ୍ୟ ଓ ଉନ୍ନତି କରିବାରେ ସାହାଯ୍ୟ ମିଳିଥାଏ ।

ଦକ୍ଷିଣାବର୍ତୀ ଶଙ୍ଖ-

ଶଙ୍ଖ ମାତା ଲକ୍ଷ୍ମୀ ଦେବୀ ଓ ଭଗବାନ ବିଷ୍ଣୁଙ୍କର ପ୍ରିୟ ଅଟେ । ମାତା ଲକ୍ଷ୍ମୀ ଦେବୀଙ୍କର ଉତ୍ପତ୍ତି ସମୁଦ୍ର ମନ୍ଥନ ସମୟରେ ଜଳରୁ ଜାତ ହୋଇଥିଲେ । ସେହିପରି ଏହି ଶଙ୍ଖ ମଧ୍ୟ ସମୁଦ୍ର ମନ୍ଥନ ସମୟରେ ଜଳରୁ ଉତ୍ପତ୍ତି ହୋଇଥିଲା । ଶଙ୍ଖ ଅନେକ ପ୍ରକାରର ଅଛି, ଏହି ସବୁ ଶଙ୍ଖର ନିଜ ନିଜ ମହତ୍ଵ ମଧ୍ୟ ରହିଛି । କିନ୍ତୁ ଏହି ଶଙ୍ଖ ମଧ୍ୟରୁ ଦକ୍ଷିଣାବର୍ତୀ ଶଙ୍ଖକୁ ବହୁତ ଦୁର୍ଲଭ ମନାଯାଏ । ଏହି ଶଙ୍ଖ ଧନ ବୃଦ୍ଧି କରାଇଥାଏ । କହିବାକୁ ଗଲେ ଏହାକୁ ମାତା ଲକ୍ଷ୍ମୀ ଦେବୀଙ୍କର ସ୍ୱରୂପ କୁହାଯାଏ । ମାନ୍ୟତା ଅଛି ଯେ ଯେଉଁ ଘରେ ଏହି ଶଙ୍ଖ ରହିଛି ସେହି ଘରେ କଦାପି ଅର୍ଥର ଅଭାବ ହୁଏ ନାହିଁ । ଯଦି ଆପଣଙ୍କ ଘରେ ଏହି ଦକ୍ଷିଣାବର୍ତୀ ଶଙ୍ଖ ନାହିଁ ତେବେ ଅନ୍ୟ ଯେ କୌଣସି ଶଙ୍ଖ ମଧ୍ୟ ରଖିବା ଉଚିତ୍ । ପ୍ରତିଦିନ ଘରେ ଶଙ୍ଖ ବଜାଇଲେ ଘରର ସବୁ ନକରାତ୍ମକ ଊର୍ଜା ଦୂର ହୋଇଯାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!