ଯଦି ଆପଣଙ୍କ ଭିତରେ ବି ଅଛି ଏହି ଗୁଣ, ସାରା ଦୁନିଆ ଚୁମିବ ଆପଣଙ୍କ ପାଦ- Chanakya Niti

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆଚାର୍ଯ୍ୟ ଚାଣକ୍ୟ ଜଣେ ଶ୍ରେଷ୍ଠ ବିଦ୍ଵାନ, ବୁଦ୍ଧିମାନ ଓ ଯୋଗ୍ୟ ଶିକ୍ଷକ ଥିଲେ । ସେ ରାଜନୀତି, କୂଟନୀତିରେ କୌଶଳ ପ୍ରୟୋଗ କରିବା ସହିତ ମହାନ ଅର୍ଥଶାସ୍ତ୍ରଜ୍ଞ ମଧ୍ୟ ଥିଲେ । ସେ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିଥିବା ହେତୁ କୌଟିଲ୍ୟ ଓ ବିଷ୍ଣୁ ଗୁପ୍ତ ନାମରେ ପରିଚିତ ଥିଲେ । ଚାଣକ୍ୟ ନିଜର ଅଧ୍ୟୟନ, ଜ୍ଞାନ ଓ ଜୀବନରୁ ପ୍ରାପ୍ତ ଅନୁଭବକୁ ଗ୍ରନ୍ଥରେ ଲେଖିଛନ୍ତି । ସେ ଲେଖିଥିବା ନୀତିଗୁଡିକ ବ୍ୟକ୍ତିକୁ ଜୀବନରେ ଆଗକୁ ବଢିବା ଓ ଲକ୍ଷ ପ୍ରାପ୍ତି କରିବା ପାଇଁ ପ୍ରେରିତ କରିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ନୀତିଶାସ୍ତ୍ରର ନିୟମ ବ୍ୟକ୍ତିର ଜୀବନରେ ବିଭିନ୍ନ ଧନ ମାନ, ବନ୍ଧୁତ୍ଵ, ଶତୃ, କର୍ମକ୍ଷେତ୍ର ଓ ସାମାଜିକ ଜୀବନକୁ ଉଜ୍ଵଳ କରିଥାଏ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ବ୍ୟକ୍ତିର ଭଲ ସ୍ଵଭାବ ହିଁ ସମାଜରେ ଉନ୍ନତି କରିଥାଏ । ସେଥିପାଇଁ ବ୍ୟକ୍ତିକୁ ନିଜର ସ୍ଵଭାବ ବ୍ୟବହାର ପ୍ରତି ଧ୍ୟାନ ରଖିବା ଉଚିତ୍ । ବ୍ୟକ୍ତିମାନେ ସବୁବେଳେ ମନ୍ଦ ଗୁଣକୁ ତ୍ୟାଗ କରିବା ଉଚିତ୍ ଓ ଭଲ ଗୁଣ ଆଚରଣ କରିବା ଉଚିତ୍ । ଭଲ ଗୁଣ ଆଚରଣ କଲେ ବ୍ୟକ୍ତି ନିଜ ଜୀବନରେ ସଫଳତା ଓ ସମ୍ମାନ ପାଇଥାଏ । ଯଦି ଜୀବନରେ ମାନ ସମ୍ମାନ ଓ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ଏହି ଭଲ ଗୁଣ ଆଚରଣ କରନ୍ତୁ । ଆସନ୍ତୁ ଜାଣିବା ସେହି ଶ୍ରେଷ୍ଠ ଗୁଣ ଗୁଡିକ ବିଷୟରେ ।

ଭଲ ସଙ୍ଗତି – ଭଲ ସାଙ୍ଗ ଜୀବନର ବହୁତ ମହତ୍ଵପୂର୍ଣ୍ଣ ଭୂମିକା ପୂରଣ କରିଥାଏ । ବ୍ୟକ୍ତି ଯେଉଁଭଳି ସାଙ୍ଗ ସହିତ ମିଶେ ସେହିପରି ନିଜ ଜୀବନ ତାର ବ୍ୟାପକ ପ୍ରଭାବ ପଡିଥାଏ । ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ବ୍ୟକ୍ତିକୁ ନିଜର ସାଙ୍ଗମାନଙ୍କ ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ୍ । ସବୁବେଳେ ମୂର୍ଖ ଖରାପ ଲୋକମାନଙ୍କ ଠାରୁ ଦୂରେଇ ରହିବା ଓ ଭଲ ଜ୍ଞାନୀ ବୁଦ୍ଧିମାନ ଲୋକଙ୍କ ସହିତ ସମ୍ପର୍କ ରଖିବା ଉଚିତ୍ । ଯେଉଁ ଲୋକମାନେ ଭଲ ସ୍ଵଭାବର ଲୋକମାନଙ୍କ ସହିତ ସମ୍ପର୍କ ରଖନ୍ତି ସେହି ବ୍ୟକ୍ତିମାନେ ନିଜ ଜୀବନରେ ସଫଳତା ଓ ମାନ ସମ୍ମାନ ପ୍ରାପ୍ତ କରିଥାନ୍ତି ।

ମଧୁର ବାଣୀ – ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ବ୍ୟକ୍ତିକୁ ସବୁବେଳେ ମଧୁର କଥା କହିବା ଉଚିତ୍ । ମଧୁର କଥା ଅନ୍ୟମାନଙ୍କୁ ପ୍ରଭାବିତ କରିଥାଏ । ଏହି ମଧୁର କଥା ଦ୍ଵାରା ଶତୃକୁ ମଧ୍ୟ ମିତ୍ର କରିଥାଏ । ଯେଉଁ ଲୋକମାନେ ସବୁବେଳେ ସବୁ କ୍ଷେତ୍ରରେ ମଧୁର କଥା କୁହନ୍ତି ସେହି ବ୍ୟକ୍ତି ସବୁ ଜାଗାରେ ମାନ ସମ୍ମାନ ପ୍ରାପ୍ତ ହୋଇଥାନ୍ତି । ନିଜ ଜୀବନ ହେଉ ବା କର୍ମକ୍ଷେତ୍ରରେ ହେଉ ଏହି ବ୍ୟକ୍ତିମାନେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ସେଥିପାଇଁ ମଧୁର ବାଣୀ କହୁଥିବା ବ୍ୟକ୍ତିମାନେ ନିଜ ଜୀବନରେ ଶୀଘ୍ର ସଫଳତା ପାଇଥାନ୍ତି ।

ବିନମ୍ରତା ହେଲା ଶ୍ରେଷ୍ଠ ଗୁଣ – ଚାଣକ୍ୟ ନୀତି ଅନୁସାରେ ବ୍ୟକ୍ତିକୁ ସର୍ବଦା ନିଜର ବ୍ୟବହାର ନମ୍ର ସରଳତା ରଖିବା ଉଚିତ୍ । ଯେଉଁ ଲୋକମାନେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତି ସେହି ବ୍ୟକ୍ତି ସବୁ କ୍ଷେତ୍ରରେ ସମ୍ମାନ ପାଇଥାନ୍ତି । ଏହି ଲୋକମାନେ ନିଜର କର୍ମକ୍ଷେତ୍ରରେ ମଧ୍ୟ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ଶାନ୍ତ ସରଳ ସ୍ଵଭାବର ବ୍ୟକ୍ତିମାନଙ୍କୁ ସମସ୍ତେ ସାହାଯ୍ୟ ସହଯୋଗ କରିବାକୁ ତତ୍ପର ରୁହନ୍ତି । ଏହି ଭଲ ନମ୍ର ହେତୁ ଜୀବନରେ କାର୍ଯ୍ୟ ଓ ବ୍ୟବହାର ବଳରେ ସଫଳତା ମଧ୍ୟ ପ୍ରାପ୍ତ କରିଥାନ୍ତି । ସଫଳତା ପ୍ରାପ୍ତ କରିବା ପରେ ମଧ୍ୟ ବ୍ୟକ୍ତିକୁ ନିଜର ସ୍ଵଭାବରେ ନମ୍ରତା ରଖିବା ଉଚିତ୍ ।

ଧର୍ମ ମାର୍ଗ – ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେଉଁ ଲୋକମାନେ ଧର୍ମ ମାର୍ଗରେ ଚଳନ୍ତି ସେମାନେ ସବୁ ସ୍ଥାନରେ ସମ୍ମାନ ପାଇଥାନ୍ତି । ଧର୍ମ ମାର୍ଗରେ ଯାଉଥିବା ଲୋକମାନଙ୍କୁ ସଫଳତା ଡେରିରେ ମିଳିଲେ ମଧ୍ୟ ସେହି ସଫଳତା ବ୍ୟକ୍ତିକୁ ବହୁତ ସମ୍ମାନ ଦେଇଥାଏ ଓ ବହୁତ ଦିନ ପର୍ଯ୍ୟନ୍ତ ସେହି ସମ୍ମାନ ମିଳିଥାଏ । କିଛି ଲୋକମାନେ ମନ୍ଦ କାର୍ଯ୍ୟ ବା ମିଛକଥା କହି ସଫଳତା ପ୍ରାପ୍ତ କରିଥାନ୍ତି, କିନ୍ତୁ ସେହି ସଫଳତା ଶୀଘ୍ର ଦୂର ହୋଇଯାଏ ଓ ସତ କଥାଟା ସମସ୍ତଙ୍କ ସାମ୍ନାକୁ ଆସିବା ପରେ ମାନ ସମ୍ମାନ ମଧ୍ୟ ଦୂରେଇଯାଏ । ସେଥିପାଇଁ ଯେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ଧର୍ମ ମାର୍ଗକୁ ନଛାଡିବା ଉଚିତ୍ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!