ଏହି ସବୁ ସ୍ଵପ୍ନ ଦେଖୁଥିଲେ ସାବଧାନ, ଜାଣନ୍ତୁ କଣ ଦିଏ ସଂକେତ- Swapna Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେବେ ଆମେ ଶୋଇଥିବା ସମୟରେ ସ୍ଵପ୍ନ ଦେଖିଥାଉ ସେହି ସ୍ଵପ୍ନରେ ନିଜକୁ ଏକ ଅଲଗା ସ୍ଥାନରେ ଦେଖିବାକୁ ପାଉ । ସେହି ସମୟରେ ଲାଗେ ଯେପରି ବାସ୍ତବ ଜୀବନରେ ସବୁକିଛି ଘଟୁଛି, କିନ୍ତୁ ଯେବେ ଆମେ ଆଖି ଖୋଲିଥାଉ ତାହା କିଛି ନଥାଏ, ତେଣୁ ଆମେ ସ୍ଵପ୍ନ ଜଗତରୁ ବାହାରି ଆସିଥାଉ ଓ କେବଳ ରହିଥାଏ ଜିଜ୍ଞାସା । ସ୍ଵପ୍ନଶାସ୍ତ୍ରରେ ଏହି ଜିଜ୍ଞାସାକୁ ଶାନ୍ତ କରିବା ପାଇଁ ସ୍ଵପ୍ନର ଅର୍ଥ କୁହାଯାଏ । ସ୍ଵପ୍ନଶାସ୍ତ୍ର ଅନୁସାରେ ଆମେ ଯେଉଁ ସ୍ଵପ୍ନ ଦେଖିଥାଉ ତାହା ଆମର ବାସ୍ତବ ଜୀବନ ସହିତ ଜଡିତ ରହିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହି ସ୍ଵପ୍ନଗୁଡିକ ମଧ୍ୟରୁ ଅନେକ ସ୍ଵପ୍ନ ଶୁଭ ହୋଇଥାଏ ଓ ଅନେକ ସ୍ଵପ୍ନ ଅଶୁଭ ହୋଇଥାଏ ବୋଲି କୁହାଯାଏ । ଏହିଭଳି କିଛି ସ୍ଵପ୍ନ ସ୍ଵପ୍ନଶାସ୍ତ୍ରରେ ଲେଖାଯାଇଛି, ଯାହା ଶୁଭ ବୋଲି କୁହାଯାଏ ନାହିଁ । ସ୍ଵପ୍ନଶାସ୍ତ୍ର ଅନୁସାରେ ଯଦି ଆପଣ ଏହିଭଳି କିଛି ସ୍ଵପ୍ନ ଦେଖୁଛନ୍ତି ତେବେ ତାହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଏହି ସ୍ଵପ୍ନ ଦେଖିଲେ ସ୍ୱାସ୍ଥ୍ୟ ଓ ଅର୍ଥ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ତେଣୁ ଏହାର ପ୍ରତିକାର କରିବା ଉଚିତ୍ ଓ ସ୍ୱାସ୍ଥ୍ୟ ଓ ଧନ ମାମଲାରେ ସତର୍କ ରହିବା ଉଚିତ୍ । ଆସନ୍ତୁ ଜାଣିବା ସେହି ସ୍ଵପ୍ନ ଗୁଡିକ କଣ ଓ ଅଶୁଭ ଫଳାଫଳକୁ ଦୂର କରିବା ପାଇଁ କଣ ପ୍ରତିକାର ?

ଗୋଟିଏ ସ୍ଥାନରେ ଏକାଠି ପଶୁ ପଲ ଦେଖିବା-

ସ୍ଵପ୍ନଶାସ୍ତ୍ର ଅନୁସାରେ ଯଦି ଆପଣ ଗୋଟିଏ ଜାଗାରେ ଅନେକ ପଶୁ ପଲ ଏକାଠି ହୋଇଥିବା ଦେଖନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ବୋଲି କୁହାଯାଏ । ଏହା ସହିତ ଯଦି ଆପଣ ଜଙ୍ଗଲି ପଶୁମାନଙ୍କୁ କ୍ରୋଧିତ ଅବସ୍ଥାରେ ସ୍ଵପ୍ନ ଦେଖୁଛନ୍ତି ତେବେ ମଧ୍ୟ ଏହା ଅଶୁଭ ହୋଇଥାଏ । ଏହି ସ୍ଵପ୍ନ ଦେଖିଲେ ବଡ ଧରଣର ସ୍ୱାସ୍ଥ୍ୟ ସମସ୍ୟା ଭୋଗ କରିବାକୁ ପଡିଥାଏ । ଯଦି ଆପଣ ଏହି ପଶୁପାଲ ସ୍ଵପ୍ନ ଦେଖୁଛନ୍ତି ତେବେ ତାର ଅଶୁଭ ପ୍ରଭାବରୁ ରକ୍ଷା ପାଇବା ପାଇଁ ଲାଲ୍ ରଙ୍ଗର ବସ୍ତ୍ର ଯେ କୌଣସି ଗରିବ ବ୍ୟକ୍ତି ବା ଭିକାରୀକୁ ଦାନ କରନ୍ତୁ ।

ସ୍ଵପ୍ନରେ ଯେ କୌଣସି ବସ୍ତ୍ରରେ ହଳଦିଆ ରଙ୍ଗର ଦାଗ ଦେଖିବା-

ଆମେ ଅନେକଥର ଅଜବ ପ୍ରକାରର ସ୍ଵପ୍ନ ଦେଖିଥାଉ । ଯାହାକୁ ଦେଖି କିଛି ବୁଝି ହୁଏ ନାହିଁ । ସେହିପରି ବସ୍ତ୍ରରେ ଦାଗ ଲାଗିବା ମଧ୍ୟ ସ୍ଵପ୍ନ ଦେଖିଥାଉ । ସ୍ଵପ୍ନଶାସ୍ତ୍ରରେ କୁହାଯାଇଛି ଯେ ଯଦି ଆପଣ ଯେ କୌଣସି ବସ୍ତ୍ରରେ ହଳଦିଆ ରଙ୍ଗର ଦାଗ ଲାଗିଥିବା ସ୍ଵପ୍ନ ଦେଖୁଛନ୍ତି ତେବେ ଏହି ସ୍ଵପ୍ନ ଧନ ହାନି ହେବାର ସଂକେତ ଦେଇଥାଏ । ତେଣୁ ଧନ ସମ୍ବନ୍ଧିତ ମାମଲାକୁ ଭଲ ଭାବରେ ବୁଝି ସୁଝି ନିର୍ଣ୍ଣୟ ନେବା ଉଚିତ୍ । ଏହି ସ୍ଵପ୍ନର ଅଶୁଭ ପ୍ରଭାବ ଦୂର କରିବା ପାଇଁ ପ୍ରାତଃ ସମୟରେ ସ୍ନାନ କରିବା ପରେ ଦେବୀ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ସହିତ ଲାଲ୍ ରଙ୍ଗର ବସ୍ତ୍ର ଅର୍ପିତ କରିବା ଉଚିତ୍ ।

ସ୍ଵପ୍ନରେ କଳା ରଙ୍ଗର ବିଲେଇ ଦେଖିବା-

ବିଲେଇକୁ ଦେଖିଲେ ଅଶୁଭ ହୁଏ ବୋଲି କୁହାଯାଏ । ଏହି ବିଲେଇକୁ ସ୍ଵପ୍ନରେ ଦେଖିଲେ ମଧ୍ୟ ଶୁଭ ହୁଏ ନାହିଁ । ଯଦି ଆପଣ ସ୍ଵପ୍ନରେ କଳା ରଙ୍ଗର ବିଲେଇକୁ ଦେଖନ୍ତି ତେବେ ଏହା କୌଣସି ଅଘଟଣ ଘଟିବାର ସଂକେତ ମିଳିଥାଏ । କୁହାଯାଏ କି ଏହି ସ୍ଵପ୍ନ ଦେଖିଲେ ଶରୀର ଓ ଯେ କୌଣସି ପ୍ରକାରର ମାନସିକ ଚିନ୍ତା ସାମ୍ନା କରିବାକୁ ପଡିଥାଏ । ଯଦି ଆପଣଙ୍କୁ ଏହି ସ୍ଵପ୍ନ ବାରମ୍ବାର ଦେଖାଯାଏ ତେବେ ଏହି ଅଶୁଭ ପ୍ରଭାବରୁ ରକ୍ଷା ପାଇବା ପାଇଁ ଶିବଲୀଙ୍ଗରେ ଜଳ ଅଭିଷେକ କରିବା ଉଚିତ୍ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!