ଯଦି ଆପଣ ସୁଖଶାନ୍ତିରେ ଜୀବନ ଜାପନ କରିବାକୁ ଚାହୁଁଥାନ୍ତି ତେବେ କେବେବି ଏହି ୫ଟି ଭୁଲ କାର୍ଯ୍ୟ କରନ୍ତୁ ନାହିଁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜୀବନକୁ ସୁଖ ଶାନ୍ତିରେ ବଞ୍ଚିବା ପାଇଁ ,ଆମିଷ ବହୁତ କିଛି କରିଥାଏ । କିନ୍ତୁ ଆପମ୍ନ ଦେଖିଥିବେ କିଛି ଲୋକ ସତ ଚେଷ୍ଟା କଲେ ମଧ୍ୟ ଜୀବନରେ କେବେ ସୁଖୀ ହୋଇପାରନ୍ତି ନାହିଁ । ତେବେ ଆପଣ ଭାବୁଥିବେ ଏହା କାହିଁକି, କଣ ପାଇଁ ଆମ ସହ ଏଭଳି ହେଉଛି । ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କିଛି କହିବାକୁ ଯାଉଛୁ । ଯଦି ଆପଣ ସୁଖ ଶାନ୍ତିରେ ରହିବାକୁ ଚହୁଁଛନ୍ତି ତେବେ ଭୁଲରେ ବି ଏହି ୫ଟି କାମ କରନ୍ତୁ ନାହିଁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now
Image Courtesy: Google

ସିଟି ବା ହ୍ଵିସିଲ ବଜେଇବା ଅର୍ଥ ସଙ୍କଟକୁ ଡାକିବା

କୁହାଯାଏ କି ଘରେ ବା ରାତିରେ ସିଟି ନ ବଜାଇବା ଉଚିତ୍ । କାରଣ ରାତିରେ ସିଟି ବଜାଇଲେ ଅତୃପ୍ତ ଆତ୍ମା ସକ୍ରିୟ ହୋଇଯାନ୍ତି । ଏହା ବ୍ୟତୀତ ରାତିରେ ସିଟି ବଜାଇଲେ ଅଶୁଭ ଘଟେ ଓ ସାପମାନେ ମଧ୍ୟ ଘରକୁ ପ୍ରବେଶ କରନ୍ତି । ଏଥିରେ ଶନିଦେବ କ୍ରୋଧିତ ହୁଅନ୍ତି । ଯାହାଫଳରେ ଅଯଥା ଧନ ହାନି ହେବା ସହ ଗୃହର ସଦସ୍ୟ ମାନଙ୍କୁ ଅନେକ କଷ୍ଟ ମଧ୍ୟ ଭୋଗ କରିବାକୁ ପଡେ ।

ନିରନ୍ତର କ୍ରୋଧ କରିବା

ଅନେକ ବ୍ୟକ୍ତିଙ୍କର ସ୍ଵଭାବ କ୍ରୋଧଭାବ ହୋଇଥାଏ । ପ୍ରତିଦିନ କ୍ରୋଧ କରିଲେ ମାନସିକ ଚିନ୍ତା ବୃଦ୍ଧି ପାଏ । ମସ୍ତିଷ୍କର ସବୁ ନାଡୀ ଦୁର୍ବଳ ହୋଇଯାଏ । ପରିବାରର ସଦସ୍ୟମାନେ ଦୂରେଇ ଯାଆନ୍ତି । ଜୀବନସାଥୀ ମଧ୍ୟ ଦୂରେଇ ଯାଆନ୍ତି । କିନ୍ତୁ କ୍ଷଣିକ କ୍ରୋଧରେ ବ୍ୟକ୍ତି ଏପରି କିଛି କାମ କରିଦିଏ ଯାହା କି ସେ କଳ୍ପନା କରିପାରନ୍ତି ନାହିଁ । ପରେ ଅବଶ୍ୟ  ଅନୁତାପ କରିଥାନ୍ତି କିନ୍ତୁ ନେଦିଗୁଡ କହୁଣି ଦରିଲା ପରେ । କ୍ରୋଧ କରିବାର ଅସୁବିଧାକୁ କଳନା କରା ଯାଇ ପାରେ । କ୍ରୋଧ କରିବା ଅର୍ଥ ଦୁଃଖଶୋକକୁ ନିମନ୍ତ୍ରଣ କରିବା ।

Image Courtesy: Google

ଘମଣ୍ଡି

ବହୁତ ଲୋକ ଅଛନ୍ତି ସେମାନେ କିଛି ନୁହନ୍ତି, କିନ୍ତୁ ଗର୍ବ ଅହଂଭାବ କରନ୍ତି ଓ ଲୋକମାନଙ୍କୁ ଅଯଥାରେ ତିରଷ୍କାର କରନ୍ତି । କିଛି ଲୋକ ଅଛନ୍ତି ସେମାନେ ଧନ, ସମ୍ପତ୍ତି, ସ୍ଥିତି, ମାନ ସମ୍ମାନକୁ ନେଇ ଗର୍ବ କରିଥାନ୍ତି । ଏହା ସତ୍ୟ ଯେ ପ୍ରତେକ ଲୋକଙ୍କର ଗର୍ବଭାବ ଅଛି, କିନ୍ତୁ ଯଦି ଅଧିକ ଗର୍ବ କରନ୍ତି ତେବେ ଏହାର ପତ୍ତନ ମଧ୍ୟ ସୁନିଶ୍ଚିତ ହୋଇଥାଏ ।

କୃପଣ

କୃପଣକୁ କଞ୍ଜୁସ୍ ମଧ୍ୟ କୁହାଯାଏ । ଏହି କୃପଣ ବ୍ୟକ୍ତିମାନେ ଚର୍ମ ଚାଲିଯିବ କିନ୍ତୁ ଶକ୍ତି ଦିଅନ୍ତି ନାହିଁ । ଏଭଳି ବ୍ୟକ୍ତି ମାନେ ସ୍ଵ ଅର୍ଜିତ ଧାନ ଓ ପରିବାରର ଯେକୌଣସି ବ୍ୟକ୍ତିର ରୋଜଗାର କରିବା ଅର୍ଥକୁ ବ୍ୟବହାର କରିବାକୁ ସକ୍ଷମ ନୁହନ୍ତି । ଜଣେ କୃପଣ ବ୍ୟକ୍ତିକୁ ମୃତ ବ୍ୟକ୍ତି ପରି ବିବେଚନା କରାଯାଏ । ଏହି ବ୍ୟକ୍ତି କୌଣସି କଲ୍ୟାଣମୂଳକ କାର୍ଯ୍ୟ ପାଇଁ ଆର୍ଥିକ ଦୃଷ୍ଟିରୁ  କୌଣସି ଧାର୍ମିକ କାର୍ଯ୍ୟରେ ଦାନ କିମ୍ବା ଅଂଶଗ୍ରହଣ କରିବାକୁ ବାରଣ କରିଥାଏ । ଯାହାଫଳରେ ରୋଗଶୋକରେ ଜର୍ଜରିତ ହୋଇ ଶେଷ ନିଶ୍ଵାସ ଛାଡିଥାନ୍ତି ।

Image Courtesy: Google

ବିମୁଢ

ବିମୁଢକୁ ଦ୍ଵନ୍ଦରେ ଥିବା ବ୍ୟକ୍ତି କୁହାଯାଏ । ଦ୍ଵନ୍ଦରେ ଥିବା ବ୍ୟକ୍ତିକୁ ମଧ୍ୟ ବୁଦ୍ଧିମାନ କୁହାଯାଏ । ସେମାନେ ସବୁବେଳେ ଦ୍ଵନ୍ଦରେ ରୁହନ୍ତି । ଏହପରି ବ୍ୟକ୍ତି ନିଜେ ସଠିକ ଭାବରେ ନିର୍ଣ୍ଣୟ କରି ପାରନ୍ତି ନାହିଁ । ତାଙ୍କ ଜୀବନରେ ଅନ୍ୟ କେହି ଜଣେ ପ୍ରତେକ କ୍ଷେତ୍ରରେ ନିଷ୍ପତି ନେଇଥାନ୍ତି ।

ସୂଚନା- ଏହାକୁ ବିଶ୍ଵାସ କରିବା ପାଠକ ପାଠିକାଙ୍କ ବିବେକ ଉପରେ ନିର୍ଭର କରେ । ଗ୍ରହ ପୀଡା ନିବାରଣ ପାଇଁ କେଉଁ ଉପାୟ କରିବେ ଆସନ୍ତୁ ଜାଣିବା । ଆଚାର୍ଯ୍ୟ ବରାହମିହିର ତାଙ୍କ ପ୍ରସିଦ୍ଧ “ବରାହ ସଂହିତା”ରେ ଗ୍ରହ ପୀଡା ନିବାରଣ ପାଇଁ ପ୍ରତିକାର କରିବା ବିଷୟରେ ଉଲ୍ଲେଖ କରିଛନ୍ତି । ଅସାଧ୍ୟ ରୋଗ ପାଇଁ “ରୁଦ୍ରସୂକ୍ତ” ପାଠ ବା ମହାମୃତ୍ୟୁଞ୍ଜୟ ଜପ କରିଲେ ଶୁଭଫଳ ପ୍ରାପ୍ତି ହୋଇ ଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!