ଦୈନିକ ରାଶିଫଳ: ୧୭ ଜୁନ୍ ୨୦୨୦, ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କର୍ମରେ ସଫଳତା

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଜୁନ୍ ମାସ ୧୭ ତାରିଖ, ବୁଧବାର, ମିଥୁନ ମାସ ୩ ଦିନ, ଆଷାଢମାସ, କୃଷ୍ଣପକ୍ଷ, ଏକାଦଶୀ ତିଥି, ସକାଳ ୭ଟା ୫୧ମିନିଟ୍ ଗତେ ଦ୍ଵାଦଶୀ ତିଥି, ଅଶ୍ଵିନୀ ନକ୍ଷତ୍ର, ପ୍ରାତଃ ୬ଟା ୫ମିନିଟ୍ ଗତେ ଦ୍ଵିଜା ନକ୍ଷତ୍ର, ମେଷ ରାଶିରେ ଚନ୍ଦ୍ର। କର୍କଟ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର। ପୋଇ, ମସୁର ଡାଲି ନ ଖାଇଲେ ଭଲ। ଶୁଭସମୟ ସକାଳ ୭ଟା ୫୧ମିନିଟ୍ ରୁ ୮ଟା ୨୮ମିନିଟ୍, ଦିବା ୧୦ଟା ୯ମିନିଟ୍ ରୁ ୧୧ଟା ୨୦ମିନିଟ୍, ଦିବା ୨ଟା ୧ମିନିଟ୍ ରୁ ୫ଟା ୩୦ମିନିଟ୍, ସନ୍ଧ୍ୟା ୬ଟା ୨୪ମିନିଟ୍ ରୁ ରାତ୍ର ୯ଟା ୫୮ମିନିଟ୍। ପର୍ବଦିନ ବସୁମତୀ ସ୍ନାନ, ସର୍ବସମ୍ମତ ଯୋଗିନୀ ବା ଖଳିଲାଗି ଏକାଦଶୀ ଉପବାସ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଦୈବୀକୃପା ଫଳରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ସୁନା, ରୁପା, କଂସା, ପିତଳ, ତେଜରାତି, ଷ୍ଟେନସାରୀ, ଔଷଧ ବ୍ୟବସାୟୀମାନଙ୍କୁ ଉତ୍ତମ ଲାଭ ପ୍ରାପ୍ତି ହେବ। କୌଣସି ପୁରାତନ ରୋଗରୁ ମୁକ୍ତି ମିଳିବ। କୌଣସି ପ୍ରତିଷ୍ଠିତ ବରିଷ୍ଠ ବ୍ୟକ୍ତିଙ୍କ ସହ ସାକ୍ଷାତ କରି ଅଟକୁଥିବା କାର୍ଯ୍ୟକୁ ପୂରଣ କରି ପାରିବେ। ପତିପତ୍ନିଙ୍କ ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ। ପରିବାରରେ ଓ କୁଟୁମ୍ବରେ ମାଙ୍ଗଳିକ କାର୍ଯ୍ୟର ଦାୟିତ୍ଵ ନେଇ ଧାଦୌଡ କରିବା ଫଳରେ କଷ୍ଟ ସ୍ଵୀକାର କରିବେ। ଟେନ୍ସନ୍, ଡିପ୍ରେସନ୍ ଓ ବୈଚାରିକ ଅସ୍ଥିରତା ଭିତରେ ଗତି କରି ପାରନ୍ତି। ଧାର୍ମିକ କାର୍ଯ୍ୟରେ ମନ ବଲେଇ ପାରନ୍ତି। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ବୃଷ:-

ମାନସିକ ଓ ଶାରୀରିକ ସ୍ତରରେ ସନ୍ତୁଷ୍ଟ ରହିବେ। କର୍ମକ୍ଷେତ୍ରରେ କମ ପରିଶ୍ରମ କରି ଅଧିକ ଲାଭ ପାଇବା ସହ ମାନସମ୍ମାନ ବୃଦ୍ଧି ହେବ । ପୁରାତନ ମିତ୍ରଙ୍କ ସାହାଯ୍ୟରେ ବ୍ୟବସାୟରେ ପ୍ରଚୁର ଲାଭ ହେବ। ଅଟକିଥିବା ଅର୍ଥ ପ୍ରାପ୍ତି ହେବ।  ଉତ୍ତମ ରୋଜଗାର ହେଲେ ମଧ୍ୟ ଆବଶ୍ୟକ ଦ୍ରବ୍ୟ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହଯୋଗୀ ମାନେ ଅସହଯୋଗ କରିବେ। ସାବଧାନତାର ସହ କାର୍ଯ୍ୟ ନକଲେ ଯେତେ ଶୀଘ୍ର ଆଶାକରୁଥିବେ ସେତେ ବିଳମ୍ବ ହୋଇଯିବ। ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-

ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ। ମାନସିକ ଅଶାନ୍ତି ଦୂର ହେବ। ବାଣିଜ୍ୟ ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ କିନ୍ତୁ ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ବିଶେଷ ଲାଭବାନ ହେବେ। ଆପଣଙ୍କ ସଫଳତା ଓ ବିଜୟର ଢୋଲ ଚତୁଃପାର୍ଶ୍ୱରେ ବାଜିବା ସହ ସବୁ କ୍ଷେତ୍ରରେ ବାଃ ବାଃ ଶୁଣିବେ। ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀ ମାନଙ୍କ ସାନ୍ନିଧ୍ୟରେ ଆସିବେ। ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସମାଧାନ କରି ପ୍ରଶଂସିତ ହେବେ। ପାରିବାରିକସ୍ତର ହସ ଖୁସିରେ କଟିବ।  ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-

ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ। ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ କ୍ୟାରିୟରର ଉନ୍ନତି ହେବ। ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇ କେତେକ କ୍ଷେତ୍ରରେ ସୁବିଧା ଓ ସମ୍ମାନ ପାଇବେ। ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ। ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗି ରହିଥିଲେ ଆଜି ତାହାର ସମାଧାନ କରି ପାରିବେ। ପାରିବାରିକ ପରିସ୍ଥିତି ଯୋଗୁ କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ଠିକ୍ ଭାବେ ସଂପୂର୍ଣ୍ଣ ହେବ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ସିଂହ:-

ଜୀବନଧାରା ପରିବର୍ତ୍ତନ କରି ସୁଖ ସୁବିଧା ପାଇଁ ପ୍ରୟାସରତ ହେବେ। ବ୍ୟବସାୟରେ ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରିବାକୁ ଯାଇ ମିଥ୍ୟା କଳଙ୍କରେ କଳଙ୍କିତ ହେବେ। ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ।ପ୍ରିୟଜନ ଓ ବନ୍ଧୁ ମିତ୍ରଙ୍କ ସମାଗମରେ ସମୟ ବିତିବ। ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ। ଶାରୀରିକ ଅସୁସ୍ଥତା ଦୂର ହେବ। ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରିପାରିବେ। ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ହେବ। ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ। ହରାଇଥିବା ଧନ ପ୍ରାପ୍ତି ହେବ। ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

କନ୍ୟା:-

ସରକାରୀ କର୍ମ କ୍ଷେତ୍ରରେ ପରିବର୍ତ୍ତନ ହେବ। ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହୋଇ ପାରେ। ପ୍ରେମ କ୍ଷେତ୍ରରେ ସଫଳତା ପାଇବେ। ପାଠ ପଢ଼ାରେ ମନଯୋଗ ଦେବେ। କଠିନରୁ କଠିନତମ କାର୍ଯ୍ୟକୁ ଧୈର୍ଯ୍ୟର ସହ ସମ୍ପାଦନ କରି ପାରିବେ। ରାଜନୀତିରେ ଲୋକପ୍ରିୟତା ହାସଲ କରିବେ। ବ୍ୟବସାୟରେ ଲାଭ ଓ କ୍ଷତି ଲାଗି ରହିବ। ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ସୃଷ୍ଟି ହେବ। କୌଣସି ଏକ ଅଶୁଭ ସମାଚାର ଶୁଣି ଦୁଃଖିତ ହେବେ। ସାବଧାନତା ପୂର୍ବକ ଯାନ ବାହନ ଚଳାଚଳ କରନ୍ତୁ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-

ସାସାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ଯେକୌଣସି କାର୍ଯ୍ୟରେ ହାତଦେଲେ ସଫଳତା ମିଳିବ। କୌଣସି ବଡ଼ ବ୍ୟବସାୟିଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ଉନ୍ନତିର ରାସ୍ତା ଖୋଲିଯିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରି ପାରନ୍ତି। ପ୍ରିୟଜନମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ସାହାଯ୍ୟ କରିବେ। ଦାମ୍ପତ୍ୟ ଜୀବନରେ ଆନନ୍ଦ ଓ ଖୁସିର ଲହରୀ ଖେଳିଯିବ। କର୍ମଜୀବୀମାନେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବା ସହ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନରେ ବୃଦ୍ଧି ହେବ। ଉଚ୍ଚାଧିକାରୀଙ୍କୁ ଉପହାର ଦେଇ ସନ୍ତୁଷ୍ଟ କରି କର୍ମକ୍ଷେତ୍ରରେ ଅଧିକ ଆଶାନ୍ୱିତ ହେବେ। ଭାଗୀଦାରି ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିବେ। ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ହେବାସହ ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିବ। ଲୋକପ୍ରିୟତା ହାସଲ କରିବା ଫଳରେ ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ମିଳିବ। ଆଧ୍ୟାତ୍ମିକ ଜ୍ଞାନାର୍ଜନ କରିବାର ସୁବିଧା ସୁଯୋଗ ପାଇବେ। ଶ୍ୱଶୁରଘର ପକ୍ଷରୁ ଆୟର ଗୁପ୍ତସ୍ରୋତ ଖୋଲିଯିବ।ବନ୍ଧୁମିତ୍ରଙ୍କ ସମାଗମରେ ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

କର୍ମଚାରୀମାନେ ସହକର୍ମୀମାନଙ୍କ ସହିତ କେତେକ କ୍ଷେତ୍ରରେ ଭଲ କାମ କରି ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ପାଇବା ସହ ପ୍ରଶଂସିତ ହେବେ। ବ୍ୟବସାୟରେ ସୁଯୋାଗ ହାତ ପାଆନ୍ତାରେ ଆସି ଆର୍ଥିକ କ୍ଷେତ୍ରରେ ସଫଳତା ଦେଖାଦେବ। ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ କ୍ଷେତ୍ରରେ ସଫଳ ହେବେ। କିଛି ନୂତନ କର୍ମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ। ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ। ଛାତ୍ର ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଅମନଯୋଗୀ ହୋଇ ପାରନ୍ତି। କଳିଝଗଡ଼ା, ବାଦବିବାଦ, ମାଲିମୋକଦ୍ଦମା ସୃଷ୍ଟି ହୋଇ ପାରେ। ପ୍ରତିକାର ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମକର:-

 ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଖୁସି ରହିବ। କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବାକୁ ଚେଷ୍ଟା କରିବେ। ପ୍ରେମ କ୍ଷେତ୍ରରେ ସଫଳ ହେବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନେବା ପୂର୍ବରୁ ପରିବାରସହ ଆଲୋଚନା କରିବା ଉଚିତ୍। ଶତୃମାନେ ଦୂରେଇ ଯିବେ। ଅପେକ୍ଷା କରିଥିବା କାମର ଶୁଭସୂଚନା ମିଳିବ। ଛୋଟ ଛୋଟ କାମକୁ ବୁଝିବିଚାରି ନକଲେ ଦ୍ଵନ୍ଦରେ ପଡି ପାରନ୍ତି। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କୁମ୍ଭ:-

ସରକାରୀ ସାହାଯ୍ୟ ପାଇ ପାରିବେ। ଛାତ୍ର ଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ହେବେ। ଆର୍ଥିକ ଉନ୍ନତି ହେବା ସହ ଯେକୌଣସିରେ କାର୍ଯ୍ୟରେ ହାତ ଦେଲେ ସେଥିରେ ସଫଳ ହେବେ। ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ପାଇବା ସହ ସ୍ଵନମ ଅର୍ଜନ କରି ପାରିବେ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଥିଲେ ସାମାନ୍ୟ ଚେଷ୍ଟାରେ ସମାଧାନ କରି ପ୍ରଶଂସିତ ହେବେ। ବ୍ୟବସାୟରେ ଉନ୍ନତି, ଆର୍ଥିକ ସ୍ଥିତିରେ ବୃଦ୍ଧି, ଲାଭ ପ୍ରାପ୍ତିହେବା ସହ ବ୍ୟୟ ତୁଳନାରେ ଆୟ ବହୁତ ଅଧିକ ହେବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-

ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ଶୁଭକାମ କରି ପ୍ରଶଂସିତ ହେବେ। ସାହିତ୍ୟଚର୍ଚ୍ଚା ଓ ସଭାସମିତିରେ ସଫଳତା ମିଳିବ। ପରିବହନରେ ବିଶେଷ ଲାଭବାନ ହେବେ। କେତେକ କର୍ମରେ ସଫଳତା ପ୍ରାପ୍ତି ହେବ। କଳେବଳେ କୌଶଳରେ ଅର୍ଥ ସଂଗ୍ରହ ଅଭିଯାନ କରି ସଫଳତା ପାଇବେ। ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ଛାତ୍ରଛତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପଢ଼ା ପଢ଼ିରେ ମନଯୋଗ ଦେବେ। ଈର୍ଷାପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇବେ। ପରକଥାରେ ପଡି ପରିବାରଲୋକଙ୍କୁ ଭୁଲ୍ ବୁଝନ୍ତୁ ନହିଁ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!