ଗୁରୁବାର ଦିନ ଭଗବାନ ବିଷ୍ଣୁ ରୂପୀ ଶାଳଗ୍ରାମଙ୍କର ପୂଜା କଲେ, ମିଳିଥାଏ ଭଗବାନଙ୍କର ବିଶେଷ କୃପା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହିନ୍ଦୁ ଧର୍ମରେ ସମସ୍ତ ଦେବା – ଦେବୀଙ୍କୁ ଅଲଗା ଅଲଗା ଦିନରେ ପୂଜା କାରାଯାଇଥାଏ । ଲୋକମାନଙ୍କର ବିଶ୍ଵାସ ଥାଏ କି ଭଗବାନ ତାଙ୍କର ସବୁ କଷ୍ଟ ଗୁଡିକ ଦୂର କରିଦେବେ । ମାନ୍ୟତା ଅନୁସାରେ ତ୍ରିନାଥଙ୍କୁ ସବୁଠୁ ଉପରେ ରଖାଯାଇଥାଏ । ସେମାନେ ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଏବଂ ମହେଶ । କିନ୍ତୁ ସବୁଦିନ ଅପେକ୍ଷା ଯଦି ଗୁରୁବାର ଦିନ ଭଗବାନ ବିଷ୍ଣୁ ରୂପି ଶାଳଗ୍ରାମର ପୂଜା କରିବେ ତେବେ ଭଗବାନ ବିଷ୍ଣୁଙ୍କର ବିଶେଷ କୃପା ଆପଣଙ୍କ ଉପରେ ରହିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଗୁରୁବାର ଦିନ କରନ୍ତୁ ଭଗବାନ ବିଷ୍ଣୁ ରୂପି ଶାଳଗ୍ରାମର ପୂଜା

ଭଗବାନ ବିଷ୍ଣୁଙ୍କୁ ଶାଳଗ୍ରାମ ରୂପରେ ପୂଜା କରାଯାଇଥାଏ । ଏହି ରୂପରେ ସେ କଳା ରଙ୍ଗର ପଥର ରୂପରେ ଦେଖାଯାନ୍ତି । ଶାଳଗ୍ରାମଙ୍କର ପଥର ନେପାଳରେ ବହୁଥିବା ଗଣ୍ଡକୀ ନଦୀରେ ମିଳିଥାଏ । ଏମିତି ମାନ୍ୟତା ଅଛି କି ଘରେ କେବଳ ଗୋଟିଏ ଶାଳଗ୍ରାମ ହିଁ ରଖିବା ଉଚିତ । ସ୍ନାନ କରିବା ପରେ ହିଁ ଏହାର ପୂଜା କରନ୍ତୁ । ଶାଳଗ୍ରାମଙ୍କର ପୂଜା ତୁଳସୀ ପତ୍ର ଚଢାଇ କରିବା ଦ୍ଵାରା ଧନ, ବୈଭବ ଏବଂ ସନ୍ତାନ ପ୍ରାପ୍ତି ହୋଇଥାଏ । ଶାଳଗ୍ରାମ ପୂଜା କରିବା ସମୟରେ ପ୍ରଥମେ ତାଙ୍କୁ ସ୍ନାନ କରାନ୍ତୁ ଏବଂ ଚନ୍ଦନ ଲଗାନ୍ତୁ । ଏହା ପରେ ଫୁଲ ଏବଂ ଅକ୍ଷତ ଅର୍ପଣ କରନ୍ତୁ ଓ ପୁଣି ତୁଳସୀ ପତ୍ର ଚଢାନ୍ତୁ । ପୁଣି ବିଷ୍ଣୁଙ୍କର ମନ୍ତ୍ର କପ କରି ପ୍ରାର୍ଥନା କରନ୍ତୁ ।

ଶାଳଗ୍ରାମର ପୂଜା ପାଇଁ ସବୁବେଳେ ଆପଣଙ୍କୁ ଘର ସଫା ରଖିବା ଉଚିତ ଏବଂ ଏହା ସହିତ ବିଷ୍ଣୁଙ୍କର ପ୍ରତିମା ପାଖରେ ହିଁ ଶାଳଗ୍ରାମ ରଖିବା ଉଚିତ । ଏହାକୁ ବିଶେଷ ରୂପରେ ସବୁ ଗୁରୁବାର ଦିନ ପୂଜା ଜରିବା ଦ୍ଵାରା ଲକ୍ଷ୍ମୀଙ୍କର ବିଶେଷ କୃପା ଲାଭ ହୋଇଥାଏ ।

ଗୁରୁବାର ଦିନ କରନ୍ତୁ ଏହିଭଳି ଭବାରେ ପୂଜା

ଶାଳଗ୍ରାମର ପୂଜା କରିବା ସମୟରେ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବା ଜରୁରୀ ହୋଇଥାଏ । ପୂଜାରେ ହଳଦିଆ ରଙ୍ଗର ଫୁଲ, ହରଡ ଡାଲି, ଗୁଡ ଏବଂ କିଛି କଦଳୀ ଆବଶ୍ୟକ ହୋଇଥାଏ । ଯଦି ଆପଣ ଗୁରୁବାର ଦିନ ବ୍ରତ କରୁଛନ୍ତି ତେବେ ଆପଣ କଦଳୀ ଭୋଗକୁ ସେବନ କରନ୍ତୁ ନାହିଁ । ତାହାକୁ ପ୍ରସାଦ ରୂପରେ ଘରେ ବାଣ୍ଟି ଦିଅନ୍ତୁ । ଏହା ପରେ ବୃହସ୍ପତି ଦେବତାଙ୍କର କଥା ପଢନ୍ତୁ ଏବଂ ନିଜର ମନୋକାମନାକୁ ମାଗନ୍ତୁ । ଶାଳଗ୍ରାମ ରୂପୀ ବିଷ୍ଣୁ ମାନବାଞ୍ଚିତ ଫଳ ଦେଇଥାନ୍ତି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!