ଦୈନିକ ରାଶିଫଳ: ୧୯ ଅପ୍ରେଲ ୨୦୧୯, ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି ସବୁ ରାଶିର ବ୍ୟବସାୟ ଓ କର୍ମରେ ଉନ୍ନତି ହେବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୧୯ ଅପ୍ରେଲ ୨୦୧୯

ମେଷ:-

ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବାସହ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ବ୍ୟବସାୟରେ ଆଶାତିତ ଲାଭ କରି କିଛି ନୂତନ ପଦାର୍ଥ ସଂଗ୍ରହ କରି ହେବ। ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ବୈଷୟିକ ଅଭିବୃଦ୍ଧି ପାଇଁ ସମାଧାନର ରାସ୍ତା ପ୍ରସ୍ତୁତ କରିବେ। ମାଲିମୋକଦ୍ଦମାରେ ବିରୋଧୀମାନଙ୍କୁ ପରାସ୍ତ କରି ବିଜୟୀ ହେବେ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଆମୋଦ, ପ୍ରମୋଦ, ମନୋରଞ୍ଜନ, ଦୀର୍ଘ ଯାତ୍ରା, ଛୋଟ ବଡ଼ ମିଟିଂରେ ଯୋଗ ଦେବେ। ପ୍ରତିକାର:- ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ମହିଳାମାନେ ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଲୋକ ସମ୍ପର୍କ, ସମାଜ ସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ। ସରକାରୀ କର୍ମଚାରୀ ମାନେ ପ୍ରତିଷ୍ଠାର ଅଧିକାରୀ ହେବେ। ନିମ୍ନବର୍ଗ କର୍ମୀଙ୍କ ପ୍ରତି ସତର୍କ ରହି ଚଉଆଖିଆହୋଇ କର୍ତ୍ତବ୍ୟ ପାଳି ଚାଲିଲେ ପରେ ହଇରାଣ ହେବେ ନାହିଁ। ମାଲିମୋକଦ୍ଦମାରେ ଉତ୍ସାହ ବୃଦ୍ଧି ହେବ। ରାଜନୀତି ସ୍ତରରେ ମୁଣ୍ଡ ଉଚ୍ଚା ରହିବ। ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମିଥୁନ:-

ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ ଓ ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ। ଆୟ ଉତ୍ତମ ଓ ବ୍ୟୟ ହ୍ରାସ ପାଇବାସହ ଅର୍ଥଲାଭର ଯୋଗ ରହିଛି। କୌଣସି ବ୍ୟାଙ୍କରୁ ମଧ୍ୟ ଋଣ ପାଇବା ଯୋଗ ଅଛି। ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁଁ  ନୂତନ  ବ୍ୟବସାୟର ଯୋଜନା କରିବେ। ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟି ହେବ। ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନ ପ୍ରାପ୍ତି ହେବ। ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ। ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ। ପ୍ରତିକାର- ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ।

କର୍କଟ:-

ବ୍ୟବସାୟରେ ଦୁଃସ୍ଥିତିର ସମସ୍ୟା ଅନେକାଂଶରେ ହ୍ରାସ ପାଇବ। କିଛି ନୂତନ ଯୋଜନା ମିଶାଇବା ଫଳରେ ବିଶେଷ ଲାଭବାନ୍ ହେବେ। କୁଳଶ୍ରେଷ୍ଠ ଓ କୀର୍ତ୍ତିଶାଳୀ ଭଳି ଦିବ୍ୟ ଗୁଣ ଗୁଡିକ ବିକାଶ ହେବ। ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ମିଳିବ। ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ। ବ୍ୟବସାୟ ବାଣିଜ୍ୟ ଓ ପରିବହନକ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ ଓ ଦୂରଯାତ୍ରାର ସୁଯୋଗ ପାଇବେ। ମହିଳାମାନେ ଅଳଙ୍କାର କ୍ରୟ କରି ପାରନ୍ତି ଓ ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ। ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ପ୍ରଶଂସା ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-

ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ସ୍ଵାସ୍ଥ୍ୟରେ ଉନ୍ନତି ହେବାରୁ ମନ ଭଲ ରହିବ। ମହିଳାମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ। ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। କୃଷିଜିବୀମାନଙ୍କୁ ସରକାରୀ ସାହାଯ୍ୟ ମିଳିପାରେ। ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ପରୀକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

କନ୍ୟା:-

ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ। ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ଚାକିରୀଜୀବିମାନଙ୍କର ପରିବର୍ତ୍ତନର ଝଲକ ଦୃଶ୍ୟହେବ। ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା  ଓ ମାଲିମକଦ୍ଦମାର ଅବସାନ ହେବ। ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ। ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ତୁଳା:-

କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନୀତିରେ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନବୃଦ୍ଧି ସହ କୃତକାର୍ଯ୍ୟ ହେବେ। ମହିଳା ମାନଙ୍କର ଉଚ୍ଚଆଶା ସଫଳ ହେବ। ବିଦେଶ ଯାତ୍ରାରେ ଲାଭବାନ ହେବେ। ପିଲାମାନଙ୍କ କାର୍ଯ୍ୟପ୍ରତି ଦ୍ରୁଷ୍ଟି ରଖିବା ଉଚିତ୍ ହେବ। ବ୍ୟବସାୟରେ ଉନ୍ନତି ଓ ଲାଭ ପ୍ରାପ୍ତି ହେବ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ ଏବଂ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ। ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ବିଚ୍ଛା:-

ସୁଖ ସମୃଦ୍ଧି ବୃଦ୍ଧି ସହ ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ। ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବେ। ମୂଲ୍ୟବାନ ବା ସୌଖୀନ ପଦାର୍ଥ ସଂଗ୍ରହ ତଥା ନିର୍ମାଣ କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ସମର୍ଥ ହୋଇ ପାରିବେ। ପାରିବାରିକ ସୁଖ ସମୃଦ୍ଧିରେ ମୁଖ୍ୟଭୂମିକା ତୁଲାଇବେ। ଆର୍ଥିକ ଦିଗରୁ ସୁବିଧା ଜନକ ପରିସ୍ଥିତି ଦେଖାଦେବ।  ମାନସିକ ଏକାଗ୍ରତା ବଜାୟ ରହିବ। ଦୂରଯାତ୍ରାର ସୁଯୋଗ ପାଇବେ। ପ୍ରମୋଶନ ସୂଚନାପାଇ ଖୁସି ହେବେ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତ୍କାରରେ ସଫଳ ହେବେ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ଧନୁ:-

ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ। ବାଦବିବାଦ ମାଲିମକଦ୍ଦମାର ଅବସାନ ହେବ। ନୂତନ କାର୍ଯ୍ୟ ଆରମ୍ଭ କରି ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ଉଚ୍ଚପଦସ୍ଥ କର୍ମକର୍ତ୍ତାମାନଙ୍କର କର୍ମଉପରେ ନଜର ପଡ଼ିପାରେ। ମହିଳାମାନେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ପାଇବେ। ପାରିବାରିକ ଜୀବନରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ। ଜୁଆ ଓ ଲଟେରୀ ଖେଳରେ ମନମୁତାବକ ଲାଭବାନ ହେବାର ସମ୍ଭାବନା। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

ଗୁରୁଗୁରୁଜନଙ୍କ ଆଶୀର୍ବାଦ ବହୁକ୍ଷେତ୍ରରେ ସୁରକ୍ଷା ଦେବ। ସମାଜସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରି ପାରିବେ। କର୍ମକ୍ଷେତ୍ରରେ ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ। ମହିଳାମାନେ ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେମଧ୍ୟ ସମାଧାନ କରି ପ୍ରଶଂସିତ ହେବେ। ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ବୁଦ୍ଧିମତା କାରଣରୁ ଉତ୍ତମ ରୋଜଗାର କରିପାରିବେ ଓ ପ୍ରଚୁର ଅର୍ଥ ଲାଭହେବ। ଶିଳ୍ପ, ବାଣିଜ୍ୟ, ପରିବହନ ବ୍ୟବସାୟ ଓ ନିର୍ମାଣକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ପ୍ରତିକାର:- ଗୋମାତାକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ। ବ୍ୟବସାୟ କ୍ଷେତ୍ରରେ ବନ୍ଧୁଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ। ଭୋଗବିଳାସରେ ସାମିଲ ହେବାକୁ ଅବସର ସୃଷ୍ଟି କରି ପାରିବେ। ଅର୍ଥ ଉପାର୍ଜନରେ ଏକନିଷ୍ଠ ହେଲେ ଧନାଢ୍ୟ ହେବାର ରାସ୍ତା ଖୋଲିଯିବ। ଋଣମୁକ୍ତି ହେବାପାଇଁ ଯୋଜନା ପ୍ରସ୍ତୁତ କରି ପାରିବେ। ଶୁଭ ଲାଭ ମଧ୍ୟେ ପାରିପାର୍ଶ୍ଵିକ ବାତାବରଣ ପ୍ରତି ସଚେତନତା ବୃଦ୍ଧି ପାଇବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। ରାଜନୀତିରେ କୋଲସମ୍ପର୍କ ବୃଦ୍ଧି ଓ ନିଜର ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ମୀନ:-

ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ। କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଭୁଜାତ ଦ୍ରବ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ମହିଳାମାନେ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ। ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ଯୁବକ ଯୁବତୀ ମାନଙ୍କର ଚାକିରି କ୍ଷେତ୍ରରେ ଉନ୍ନତି ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!