ଜାଣନ୍ତୁ କେଉଁ ଦୀପ ଜଳାଇବା ଦ୍ଵାରା ଶନିଦେବଙ୍କ ସହିତ ୯ ଟି ଗ୍ରହ ହେବେ ପ୍ରଶନ୍ନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୀପାବଳି ହେଉଛି ଆଲୋକର ପର୍ବ । ଏହି ମହା ପର୍ବ ରେ ରାଗିଥିବା ବା କୁ ଦୃଷ୍ଟି କିମ୍ବା ଅଶୁଭ ପ୍ରଭାବ ପକାଉଥିବା ଗ୍ରହ ମାନଙ୍କୁ କେବଳ ମନ୍ତ୍ର ଦ୍ଵାରା ନୁହେଁ ବରଂ ଦୀପ ରେ ମଧ୍ୟ ଶାନ୍ତ କରିପାରିବେ । କୁଣ୍ଡଳୀରେ ଥିବା ଗ୍ରହ ଦୋଷକୁ ଖଣ୍ଡନ କରି ସେମାନଙ୍କର ଶୁଭତ୍ଵକୁ ପ୍ରାପ୍ତ କରିପାରିବେ । ଆସନ୍ତୁ ଜାଣିବା ଗ୍ରହ ମାନଙ୍କୁ ଶାନ୍ତି କରାଇବା ହେତୁ କେଉଁ ଗ୍ରହ ପାଇଁ କେଉଁ ଦୀପ ଜାଳାଇବା ଆବଶ୍ୟକ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ରବି-

 

ଯଦି ଆପଣଙ୍କ କୁଣ୍ଡଳୀରେ ରବି ଦୁର୍ବଳ ଅଛନ୍ତି ତେବେ ତାଙ୍କୁ ପ୍ରଶନ୍ନ କରି ସକାରାତ୍ମକ ଭାବେ ବଳବାନ କରିବା ପାଇଁ ଅଟାରେ ତିଆରି ଦୀପ ଜଳାଇବା ଉଚିତ । ଅଟାର ଦୀପ ତିଆରି କରି ତାର ଚାରିପଟେ ସଳିତା ଲାଗାଇ, ସେଥିରେ ଶୁଦ୍ଧ ଘିଅ ଢାଳି ଦୀପ ପ୍ରଜ୍ଵଳିତ କରିବା ଆବଶ୍ୟକ । ତମ୍ବାର ଦୀପ ଜଳାଇଲେ ମଧ୍ୟ ସୂର୍ଯ୍ୟ ଦେବ ପ୍ରଶନ୍ନ ହେବେ ।

ଚନ୍ଦ୍ର-

ଯଦି କୁଣ୍ଡଳୀରେ ଚନ୍ଦ୍ର ନିଚ୍ଚରେ ଓ ଅପନଙ୍କ ପାଇଁ ଅଶୁଭ ହୋଇ ଅଛନ୍ତି, ତେବେ ତାଙ୍କୁ ଶୁଭ କରିବା ପାଇଁ ଚାନ୍ଦିର ଦୀପ ଲଗାନ୍ତୁ । ଏହା ଦ୍ଵାରା ଚନ୍ଦ୍ର ବଳବାନ ହୋଇ ଶୁଭ ଫଳ ପ୍ରଦାନ କରିବେ ।

ମଙ୍ଗଳ-

ମଙ୍ଗଳ ଗ୍ରହର ଶାନ୍ତି ପାଇଁ ବୀଟ୍ କୁ ଦୀପ ଭଳି କାଟି ସେଥିରେ ଶୁଦ୍ଧ ଘିଅ ର ବତୀ ଜଳାଇବା ଦ୍ଵାରା ମଙ୍ଗଲ ଗ୍ରହ ସକାରାତ୍ମକ ରୂପରେ ବଳିଷ୍ଠ ହୋଇଥାଏ । ତମ୍ବା ର ଦୀପ ପ୍ରଜ୍ଵଳିତ କଲେ ମଧ୍ୟ ମଙ୍ଗଲ ଗ୍ରହ ଶାନ୍ତ ହୋଇଥାଏ ।

ବୁଧ-

କୁଣ୍ଡଳୀରେ ଯଦି ବୁଧ ଅଶୁଭ ଅଛନ୍ତି ଓ କ୍ଷତି କରୁଛନ୍ତି, ତେବେ ବ୍ୟକ୍ତି ବୁଧଙ୍କୁ ଶୁଭ କରିବା ପାଇଁ ମାଟିର ଦୀପରେ ଗାଈ ଘିଅ ପକାଇ ଲଗାନ୍ତୁ । ଏହା କରିବା ଦ୍ଵାରା ବୁଧ ଗ୍ରହର ଶୁଭତା ପ୍ରାପ୍ତି ହୋଇଥାଏ, ଏବଂ ସେହି ଗ୍ରହ ଲାଭପ୍ରଦ ହୋଇଥାଏ ।

ଗୁରୁ-

ବୃହସ୍ପତି ବା ଗୁରୁ ଯଦି ନିଚ୍ଚ ଅବସ୍ଥାରେ ଅଛନ୍ତି ଏବଂ ନକାରାତ୍ମକ ରୂପରେ ସକ୍ରିୟ ଅଛନ୍ତି, ତେବେ ତାଙ୍କର ପ୍ରଭାବକୁ କମ କରିବା ପାଇଁ ଜାତକକୁ ପିତ୍ତଳ ଦୀପରେ ଘିଅ ପକାଇ ପ୍ରଜ୍ଵଳିତ କରିବା ଆବଶ୍ୟକ । ଏହା କରିଲେ ଗୁରୁ ଶୁଭ ଫଳ ପ୍ରଦାନ କରିବେ । ଯଦି ସକ୍ଷମ ଅଟନ୍ତି ତେବେ ସୁନାର ଦୀପ ମଧ୍ୟ ଜାଳୟ ପାରିବେ ।

ଶୁକ୍ର-

ଶୁକ୍ର ଗ୍ରହଙ୍କର କୃପା ପ୍ରାପ୍ତି ପାଇଁ ବ୍ୟକ୍ତିକୁ ଚାଉଳ ଅଟା ରେ ଦୀପ ତିଆରି କରି, ଗାଈ ଘିଅ ଦ୍ଵାରା ଦୀପକୁ ପ୍ରଜ୍ଵଳିତ କରିବା ଦରକାର । ଯଦି କୌଣସି ବ୍ୟକ୍ତିକୁ ଶୁକ୍ର ଅଶୁଭ ଫଳ ଦେଉଛନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ନଡିଆର ଉପରି ଟାଣ ଚୋପାରେ ଗାଈ ଘିଅ ଦ୍ଵାରା ଦୀପ ଜାଳାଇବା ଆବଶ୍ୟକ । ଏହା କରିବା ଦ୍ଵାରା ଶୁକ୍ର ଗ୍ରହଙ୍କର ପୂର୍ଣ୍ଣ କୃପା ରୁହେ ।

ଶନି-

 

ଶନି ଦେବ ଯିଏ କି ନ୍ୟାୟର ଦେବତା ବା କର୍ମ ଫଳ ଦାତା ଯଦି ଆପଣଙ୍କ କୁଣ୍ଡଳୀରେ ଅଶୁଭ ଅବସ୍ଥାରେ ଅଛନ୍ତି, ତେବେ ତାଙ୍କୁ ଶୁଭ କରିବା ପାଇଁ ବ୍ୟକ୍ତିକୁ ଲୁହା ରେ ତିଆରି ଦୀପ ରେ ସୋରିଷ ତେଲ ଦେଇ ଦୀପ ଲଗାଇବାକୁ ପଡିବ । ଧ୍ୟାନ ରଖିବେ ଯେ ସେହି ଭଳି ଏକ ଦୀପ ଓସ୍ତ ଗଛ ତଳେ ମଧ୍ୟ ରଖିବେ ।

ରାହୁ-

 

ରାହୁ ଙ୍କୁ ଶାନ୍ତି କରିବା ପାଇଁ ମଧ୍ୟ ଲୁହା ଦୀପରେ ସୋରିଷ ତେଲ ଦେଇ ଦୀପ ଲଗାଇବା ଆବଶ୍ୟକ ।

କେତୁ-

କେତୁ ଗ୍ରହ ମଙ୍ଗଳ ଭଳି ଆଚରଣ କରେ, ସେଥିପାଇଁ ମିଶ୍ରିତ ଧାତୁ ର ଦୀପ ଶୁଦ୍ଧ ଘିଅ ରେ ପରଜ୍ଵଳିତ କରିବା ଆବଶ୍ୟକ ।

ମାଟିର ଦୀପ ପ୍ରାଏ ସମସ୍ତ ଦେବୀ ଦେବତାଙ୍କ ପାଇଁ ଠିକ ବୋଲି କୁହା ଯାଏ । କିନ୍ତୁ ଗ୍ରହ ମାନଙ୍କୁ ଶାନ୍ତି କରିବା ପାଇଁ ଯେଉଁ ସବୁ ଦୀପ କୁହାଗଲା ସେହି ସବୁ ଦୀପ ଲଗାଇବା ଉଚିତ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!