ଦୈନିକ ରାଶିଫଳ: ୩୧ ଅକ୍ଟୋବର ୨୦୧୮। ଆଜି ଏହି ୪ଟି ରାଶି ପାଇଁ ବହୁତ ଭଲ ସମୟ।  

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୩୧ ଅକ୍ଟୋବର ୨୦୧୮। ଆଜି ଏହି ୪ଟି ରାଶି ପାଇଁ ବହୁତ ଭଲ ସମୟ।

ମେଷ:-

କର୍ମକ୍ଷେତ୍ରରେ ଉନ୍ନତି କରିପାରିବେ। ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ। ପରିବାରରେ ସୁଖ-ଶାନ୍ତି ଯୋଗେ ସମସ୍ତ ଚିନ୍ତା ଦୂର ହେବ। ସମ୍ମାନର ସହ ଦିନଚର୍ଯ୍ୟା ସମ୍ପାଦନ କରିବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ଆର୍ଥିକ ପାରିବାରିକ ଏବଂ ବ୍ୟବସାୟୀକ କ୍ଷେତ୍ରରେ ଉନ୍ନତି ହେବ। ଖେଳ, କୁଦ, ପ୍ରତିଯୋଗିତା ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

କର୍ମ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ଓ ଶୁଭ ସୂଚନା ମଧ୍ୟ ପାଇବେ। ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ କେତେକ କ୍ଷେତ୍ରରେ ପ୍ରଶଂସିତ ହେବେ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। ବ୍ୟବସାୟରେ ସଫଳତା ଅର୍ଜନ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ। ଶାରିରୀକ ଅସୁସ୍ଥତା ଦୂରହେବ। ନୂତନକର୍ମ ନିଯୁକ୍ତିର ସୁଯୋଗ ପାଇବେ। ପ୍ରତିକାର- କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।

ମିଥୁନ:-

ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ଆତ୍ମବିଶ୍ଵାସ ବୃଦ୍ଧି ପାଇବ। ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ବ୍ୟବସାୟରେ ସଂଘର୍ଷ ମଧ୍ୟ ଦେଇ ବାଧା, ଶତୃ, ରୋଗ ଋଣର ଶୀକାର ହେବେ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ। ପ୍ରତିକାର- ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ।

କର୍କଟ:-

ମାଲିମୋକଦ୍ଦମାରେ ଜୟ, ରାଜନୀତିରେ ପୂର୍ଣ୍ଣ ସଫଳତା ପ୍ରାପ୍ତି, ବ୍ୟୟ ଅପେକ୍ଷା ଆୟ ଅଧିକ, ନୂତନ ସଂସ୍ଥାର ଆୟୋଜନ କରିବେ। କଳେବଳେ କୌଶଳରେ ସମସ୍ତ ପ୍ରକାର ଅଭିଳାଷ ପୂରଣ ହେବ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ବ୍ୟବସାୟରେ ଉନ୍ନତି ହେବ। କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ସନ୍ତାନ ସନ୍ତତିଙ୍କ ଦିଗରୁ ଶୁଭ ସମ୍ବାଦପାଇ ଖୁସିହେବେ। ପ୍ରତେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ପ୍ରତିକାର-ଭୋକିଲା ଲୋକକୁ ନିରାଶ କରିବେ ନାହିଁ।

ସିଂହ:-

ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୀତିରେ ପ୍ରଶଂସିତ ହେବେ। ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ। ସନ୍ତାନ ସୁଖ ମିଳିବ। ପ୍ରତିକୂଳ ପରିସ୍ଥିତି ଦୂରେଇଯିବ ଓ ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବ। ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନ ସାକ୍ଷାତକାର ପାଇଁ ଦୂରଯାତ୍ରା କରିବେ। ପଡା-ପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ମନ ଶାନ୍ତ ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନେଇ ପାରନ୍ତି। ପ୍ରତିକାର- ପିତା ମାତାଙ୍କ  ପଦସ୍ପର୍ଷ କରି ପ୍ରଣାମ କରନ୍ତୁ।

କନ୍ୟା:-

ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ପରିବହନରେ ବିଶେଷ ଲାଭବାନ ହେବେ। ଶତୃ  ପରାଜିତ ହେବେ ଓ ଶାରିରୀକ ଅସୁସ୍ଥତା ଦୂରହେବ। ଶୁଭକାମ କରି ପ୍ରଶଂସିତ ହେବେ। ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ। କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ନୂଆ ନିଯୁକ୍ତି ଯୋଗ ଅଛି। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ପ୍ରତିକାର- ବୃଦ୍ଧା ବୃଦ୍ଧଙ୍କୁ ସେବାକରୀ ଖାଦ୍ୟ ଦିଅନ୍ତୁ।

ତୁଳା:-

କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ମହିଳାମାନେ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ। ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ନୂତନ କର୍ମନିଯୁକ୍ତି, ନୂତନ ବ୍ୟବସାୟରମ୍ଭ, ଯାନ, ବାହନ, ଜାଗା, ଜମି, ଗୃହପୋକରଣ ଆଦି କ୍ରୟ କରିବା ପାଇଁ ଋଣ କରିବେ। ବ୍ୟବସାୟ ପାଇଁ ଦୂରଯାତ୍ରା କରି ମନ ଖୁସି ରହିବ। ସନ୍ତାନମାନଙ୍କ ଉନ୍ନତି ପାଇଁ ଆନନ୍ଦିତ ହେବେ। ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା ଦୂରେଇଯିବ। ପ୍ରତିକାର- ପିତା ମାତାଙ୍କ  ପଦସ୍ପର୍ଷ କରି ପ୍ରଣାମ କରନ୍ତୁ।

ବିଛା:-

ବ୍ୟବସାୟର ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ। ପଡିରହି୍ଥିବା କାର୍ଯ୍ୟକୁ ପୂର୍ଣ୍ଣକରିବାର ଦୃଢ଼ତା ଆସିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନୀତିରେ କୃତକାର୍ଯ୍ୟ ହେବେ। ସାଧୁ, ସତ୍ୟବାଦୀ, ଧର୍ମାତ୍ମା, ଗୁରୁବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନହେବ। ସଫଳତା ଏବଂ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାର ସମସ୍ୟା ସୁଧୁରି ଯିବ। ଧନ ଲାଭ ହେବାରୁ ମନ ଖୁସି ରହିବ। କର୍ମ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ଓ ଶୁଭ ସୂଚନା ମଧ୍ୟ ପାଇବେ। ପ୍ରତିକାର- ପିତା ମାତାଙ୍କ  ପଦସ୍ପର୍ଷ କରି ପ୍ରଣାମ କରନ୍ତୁ।

ଧନୁ:-

ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ସଂଘର୍ଷ ଦ୍ଵାରା ସଫଳତା ମିଳିବ। ପ୍ରତେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ମହିଳାମାନେ ନିଜର ଇଚ୍ଛା ବିରୋଧରେ କୌଣସି କାର୍ଯ୍ୟ କରିବା ଅନୁଚିତ୍। ବାଣିଜ୍ୟ କ୍ଷେତ୍ରର ବ୍ୟସ୍ତତା ନେଇ ସୁଖଶାନ୍ତି ଦୂରେଇଯିବ। ଜମି, ଜମା, ଘରବାଡ଼ି ନେଇ ଅଦାଲତର ଦ୍ୱାରସ୍ଥ ହୋଇ ପାରନ୍ତି। କର୍ମକ୍ଷେତ୍ରରେ ସନ୍ତୋଷ, ଭ୍ରମଣକାଳରେ କ୍ଲେଶ, ସହକର୍ମୀଙ୍କ ସହ ବିବାଦ ଦେଖା ଦେଇପାରେ। କାର୍ଯ୍ୟ ପୁରଣରେ ବିଳମ୍ବ ହେବ। ପ୍ରତିକାର- ଆରାଧ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟନ୍ତୁ।

ମକର:-

ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବ। ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ଅଳ୍ପ ପରିଶ୍ରମରେ ବହୁତ ଧନ ଲାଭ ହେବ। ସବୁଥିରେ ସଫଳତା ମିଳିବ। ଅଟକିଥିବା ବା ଉଧାର ଦେଇଥିବା ଟଙ୍କା ମିଳିଯିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ସମୟ ଗୁଡିକ ହସ ଖୁସିରେ ବିତିବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ପ୍ରତିକାର- ଗାଈକୁ ଗୁଡ ରୁଟି ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହୋଇପାରେ। ପରୀକ୍ଷା, ପ୍ରତି ଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ। ବାଣିଜ୍ୟ କ୍ଷେତ୍ରରେ ଉନ୍ନତମାନର ଫଳପାଇବେ। ଶତୃମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ। କର୍ମକ୍ଷେତ୍ରରେ ପଦୋନ୍ନତି ବନ୍ଧୁ ଲାଭ ଓ ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ମହିଳାମାନେ ଉଚିତ ପନ୍ଥା ଗ୍ରହଣ କରି ବ୍ୟବସାୟରେ ସଫଳତା ପୂର୍ବକ ସମସ୍ୟାର ସମାଧାନ କରିପାରିବେ। ସେୟାର ବଜାରରେ ମୁନାଫା ମିଳିବ ଓ ପୁରୁଣା ନିବେଶ ଲାଭ ଦେବ। ପ୍ରତିକାର- ପିତା ମାତାଙ୍କ  ପଦସ୍ପର୍ଷ କରି ପ୍ରଣାମ କରନ୍ତୁ।

ମୀନ:-

ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ବ୍ୟବସାୟ ଓ କର୍ମ କ୍ଷେତ୍ରରେ ଆୟ ବୃଦ୍ଧି ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ମାଲିମୋକଦ୍ଦମାରେ ସଫଳତା ମିଳିବ। ସଂମ୍ପତ୍ତି ସମ୍ବନ୍ଧିୟ ମାମଲା କାହାର ମଧ୍ୟସ୍ଥତା ଦ୍ଵାରା ଦୂର ହେବ। ନିଜ ଲୋକ ମନମୋଟିଆ ହେବେ। ସନ୍ତାନଙ୍କ ଚିନ୍ତାରେ ମାନସିକ ଚିନ୍ତା ବୃଦ୍ଧି ହେବ। ପ୍ରତିକାର- ପିତା ମାତାଙ୍କ  ପଦସ୍ପର୍ଷ କରି ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!