ଘରେ ଲାଗିରହୁଥିଲେ କଳହ କରନ୍ତୁ ଏହି ଛୋଟ ଉପାୟ, ତା ପରେ ଦେଖନ୍ତୁ ଚମତ୍କାର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୁନିଆରେ ପରିବାର ଠାରୁ ବଡ ସୁଖ କିଛି ନାହିଁ । କିନ୍ତୁ ଆଜି କାଲି ଗୃହ କ୍ଲେଶ ଏକ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି । ଯେଉଁ କାରଣରୁ ବହୁତ ଲୋକମାନେ ପରିବାରର ସୁଖରୁ ବଞ୍ଚିତ ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଲା ଯଦି ଘରେ ନକରାତ୍ମକ ଊର୍ଜା ଅଧିକ ଥାଏ ତେବେ ଗୃହକ୍ଲେଶ ସୃଷ୍ଟି ହେବା ସାଧାରଣ ହୋଇଯାଏ । କିଛି ପରିବାର ମଧ୍ୟରେ ସବୁବେଳେ କଳି ଝଗଡା ଲାଗିରହିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହି ଘରେ କଦାପି ସୁଖ ଶାନ୍ତି ମିଳେ ନାହିଁ ଓ ମାତା ଲକ୍ଷ୍ମୀ ଦେବୀ ମଧ୍ୟ ବାସ କରନ୍ତି ନାହିଁ । ସେହିପରି ଗ୍ରହମାନଙ୍କ ଅଶୁଭ ଦୃଷ୍ଟି ହେତୁ ମଧ୍ୟ ପରିବାରରେ ସମସ୍ୟା ଦେଖାଦିଏ । ବାସ୍ତୁଦୋଷ ଥିଲେ ମଧ୍ୟ ପରିବାରରେ ଆଶାନ୍ତି ଲାଗିରୁହେ । ଏହିସବୁ ସଙ୍କଟରୁ ରକ୍ଷା ପାଇବା ପାଇଁ କିଛି ଉପାୟମାନ ରହିଛି ଯାହା କି ଚିନ୍ତାରୁ ମୁକ୍ତି ମିଳିବ ।

ଘରର ଦକ୍ଷିଣ ଓ ପୂର୍ବ ଦିଗରେ ବାସ୍ତୁ ପିରାମିଡ ସ୍ଥାପନା କଲେ ଗୃହକ୍ଲେଶ ହୁଏ ନାହିଁ । ଦକ୍ଷିଣ ପୂର୍ବ ଦିଗକୁ ଅଗ୍ନିକୋଣ କୁହାଯାଏ । ଏହି ଦିଗରେ ବାସ୍ତୁ ପିରାମିଡ ସ୍ଥାପନା କଲେ କଳହ ଦୂର ହୁଏ ଓ ଘରର ସଦସ୍ୟ ନିରୋଗୀ ଏବଂ ଭଲ ବିଚାରବନ୍ତ ହୋଇଥାନ୍ତି ।

ଘରେ ମାତା ଲକ୍ଷ୍ମୀଙ୍କ ସହିତ ଭଗବାନ ଶ୍ରୀ ହରି ବିଷ୍ଣୁଙ୍କ ମୂର୍ତ୍ତି ରଖିଲେ ଗୃହକ୍ଲେଶ ସମସ୍ୟା ବହୁତ ଦିନ ପର୍ଯ୍ୟନ୍ତ ଦୂରେଇଯାଏ । ଏହି ଯୋଡି ମୂର୍ତ୍ତି ବ୍ୟକ୍ତିର ଦାମ୍ପତ୍ୟ ଜୀବନର ସମର୍ପଣ ଭାବକୁ ଦର୍ଶାଇ ଥାଏ । ସପ୍ତାହରେ ଯେ କୌଣସି ଦିନ ବିଷ୍ଣୁ ମନ୍ଦିରକୁ ଯାଆନ୍ତୁ ଓ ଭଗବାନଙ୍କୁ ବେସନରେ ତିଆରି ଲଡୁ ଅର୍ପଣ କରନ୍ତୁ । ଏହି ପ୍ରସାଦ ଲଡୁକୁ ଶ୍ରଦ୍ଧାର ସହିତ ଗରିବ ମାନଙ୍କୁ ବାଣ୍ଟି ଦିଅନ୍ତୁ ।

କଳହରୁ ରକ୍ଷା ପାଇବା ପାଇଁ କେସରର ଉପାୟ ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିପାଇଁ ଆପଣଙ୍କୁ ଅଳ୍ପଟିକେ କେସରକୁ ପାଣିରେ ମିଶାଇବାକୁ ହେବ । ସକାଳୁ ଉଠି ଗାଧୋଇ ସାରିବା ପରେ ପୂଜା ପାଠ କରନ୍ତୁ ଓ କେସର ତିଳକ ଲଗାନ୍ତୁ । କ୍ଷୀରରେ କେସର ମିଶାଇ ପିଇଲେ ମଧ୍ୟ ଶାନ୍ତି ପ୍ରାପ୍ତି ହେବ ।

ଯଦି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁଦିନ ଝଗଡା, ବାଦ ବିବାଦ ବା ମାନ ମନାନ୍ତର ହେଉଥାଏ ତେବେ ଏଥିରୁ ରକ୍ଷା ପାଇବା ପାଇଁ ନିଜର ଶୋଇବା ଘରେ ରାଧା କୃଷ୍ଣଙ୍କର ଯୋଡି ଫଟୋ କାନ୍ଥରେ ଲଗାଇବା ଉଚିତ୍ । ଏପରି କଲେ ଜୀବନ ପରିବର୍ତ୍ତନ ହେବ ଓ ଦମ୍ପତ୍ତିଙ୍କ ମଧ୍ୟରେ ପ୍ରେମ ସୃଷ୍ଟି ହେବ ।

ଆପଣ ଯେପରି ଦୀପାବଳୀ ଦିନ ରାତିରେ ଦୀପ ଜଳାଇ ମାତା ଲକ୍ଷ୍ମୀଙ୍କୁ ଆଶୀର୍ବାଦ ମାଗନ୍ତି ଓ ତାଙ୍କ କୃପା ପାଇବା ପାଇଁ ପ୍ରାର୍ଥନା କରୁଛନ୍ତି ଠିକ୍ ସେହିଭଳି ପ୍ରତିଦିନ ଗାଈ ଘିଅରେ ଦୀପ ଜଳାଇ ତୁଳସୀ ଗଛ ମୂଳରେ ଦିଅନ୍ତୁ । ଦୀପ ଜଳାଇବା ବେଳେ ମାତା ତୁଳସୀଙ୍କୁ ଗୃହରେ ଶାନ୍ତି ପାଇବା ପାଇଁ ପ୍ରାର୍ଥନା କରନ୍ତୁ । ଏହିପରି ସବୁଦିନ କଲେ ପରିବାରରେ ସୁଖ ଶାନ୍ତି ମିଳିଥାଏ ।

ଯଦି ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେଉଛି, ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ମତଭେଦ ଉତ୍ପନ୍ନ ହେଉଛି ତେବେ ସୋମବାର ଦିନ ଦୋମୁଖୀ ରୁଦ୍ରାକ୍ଷ ଧାରଣ କଲେ ଗୃହକ୍ଲେଶ ଦୂର ହୋଇଯାଏ । ଦୋମୁଖୀ ରୁଦ୍ରାକ୍ଷରେ ସାକ୍ଷାତ ଭଗବାନ ଶିବ ଓ ପାର୍ବତୀ ବାସ କରନ୍ତି । ଏହାକୁ ଧାରଣ କରିଲା ପରେ ଆପଣଙ୍କର ଅଟକି ଥିବା କାର୍ଯ୍ୟ ପୂରଣ ହେବ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ପାଏ ।

ଯଦି ଘରେ ସକାଲେ ରୁଟି ତିଆରି କରୁଛନ୍ତି ତେବେ ସେଥିରୁ ପ୍ରଥମ ରୋଟି ବାହାର କରି ନିଜେ ଗାଇକୁ ଖାଇବାକୁ ଦିଅନ୍ତୁ ଓ କଳହରୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରନ୍ତୁ । ଗୋମାତାର ସେବା କରିଲେ ମନରେ ଶାନ୍ତି ମିଳିଥାଏ । ପରିବାରର ସବୁ ସଦସ୍ୟ ମିଶିକରି ନିଜର ସକ୍ଷମ ଅନୁସାରେ କଦଳୀ ଆଣି ଗୁରୁବାର ଦିନ ଗରିବମାନଙ୍କୁ ବାଣ୍ଟନ୍ତୁ ।

ଲୁଣ ପାଣିରେ ଘର ପୋଛିଲେ ଗୃହକ୍ଲେଶରୁ ମୁକ୍ତି ପାଇବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଘର ପୋଛିବା ପୂର୍ବରୁ ସେହି ପାଣିରେ କିଛି ଲୁଣ ମିଶାଇ ଦିଅନ୍ତୁ, ଯଦି ସମୁଦ୍ର ପାଣି ରଖିଛନ୍ତି ତାହା ମଧ୍ୟ ମିଶାଇ ଘର ପୋଛନ୍ତୁ । ଏହିପରି ପୋଛିଲେ ଘରର ନକରାତ୍ମକ ଦୂର ହୋଇଯାଏ । ଏହି ଉପାୟ ଘରର ବାସ୍ତୁଦୋଷ ମଧ୍ୟ ଦୂର କରିଥାଏ ।

ଯଦି ଆପଣଙ୍କ ଘରେ ଜୋତା ବା ଚପଲ ଏଠିସେଠି ପଡି ରହୁଥାଏ ତେବେ ଘରେ ନେଗେଟିବ ଏନର୍ଜି ମିଳିଥାଏ । ଏହି ଘରେ କ୍ଲେଶ ସୃଷ୍ଟି ହେବା ସାଧାରଣ କଥା ଅଟେ । ଜୋତା ବା ଚପଲ ରଖିବା ପାଇଁ ଏକ ସ୍ଥାନ ତିଆରି କରନ୍ତୁ । ଯେପରିକି ସମସ୍ତେ ସେହି ସ୍ଥାନରେ ଜୋତା ବା ଚପଲ ରଖିବେ । ଧ୍ୟାନ ରଖିବାକୁ ହେବ ଯେ ଘରର ଦ୍ଵାର ମୁହଁରେ ଜୋତାଚପଲ ଯେମିତି ଓଲଟାଇ ନ ରୁହେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!