ସ୍ତ୍ରୀ ଓ ପୁରୁଷ ମାନଙ୍କ ଜୀବନକୁ ପରିବର୍ତ୍ତନ କରିଥାଏ ଏହି ରତ୍ନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଫଳିତ ଜ୍ୟୋତିଷ ଶାସ୍ତ୍ରରେ ଯେମିତି ଶୁକ୍ର ଗ୍ରହଙ୍କର ମହତ୍ଵ ରହିଛି ଠିକ୍ ସେହିପରି ଶୁକ୍ର ଗ୍ରହଙ୍କର ରତ୍ନର ମଧ୍ୟ ବହୁତ ମହତ୍ଵ ରହିଛି । ଜ୍ୟୋତିଷଙ୍କ ମତରେ ଜାତକର କୁଣ୍ଡଳୀରେ ଯେ କୌଣସି ଦୁର୍ବଳ ଗ୍ରହଙ୍କୁ ବଳ ଦେବା ଓ ମଜବୁତ୍ କରିବା ପାଇଁ ସେହି ଗ୍ରହଙ୍କର ରତ୍ନ ପିନ୍ଧିବା ଉଚିତ୍ । ଆପୋଲ ରତ୍ନ ଶୁକ୍ର ଗ୍ରହଙ୍କ ରତ୍ନ ଅଟେ । ଯାହାର ଜାତକରେ ଶୁକ୍ର ଗ୍ରହଙ୍କ ଆଧିପତ୍ୟ ଥାଏ ଓ ଶୁକ୍ର ଦୁର୍ବଳ ହୋଇଥାନ୍ତି ସେହି ଜାତକ ବ୍ୟକ୍ତିକୁ ଏହି ରତ୍ନ ଧାରଣ କରିବାକୁ କୁହାଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯଦି ଜାତକରେ ଶୁକ୍ର ଗ୍ରହ ନୀଚ ହୋଇ କନ୍ୟା ରାଶିରେ କେତୁ ଗ୍ରହଙ୍କ ସହିତ ମିଶି ସ୍ଥିତ ହୋଇ ଦୁଃଖ ଭାବରେ ଥିବେ ବା ଦୁର୍ବଳ ହୋଇଥିବେ ତେବେ ଏହି ଜାତକ ବ୍ୟକ୍ତିକୁ ଜୀବନରେ କଦାପି ଆର୍ଥିକ ଉନ୍ନତି ହୁଏ ନାହିଁ । ତେଣୁ ଆର୍ଥିକ ଅଭାବ ହେତୁ ସବୁ ସମସ୍ୟା ଦେଖାଦିଏ । ସୁଖ ସୁବିଧା ମିଳେ ନାହିଁ ଓ ଜୀବନରେ ସମୃଦ୍ଧି ମିଳେ ନାହିଁ । ତେଣୁ ଏହି ଜାତକ ବ୍ୟକ୍ତିର ଶୁକ୍ର ଗ୍ରହକୁ ବଳ ଦେବା ପାଇଁ ଆପୋଲ ରତ୍ନ ଧାରଣ କରିବାକୁ ପରାମର୍ଶ ଦିଆଯାଇଥାଏ ।

ଓପାଲ ଧାରଣ କରିବାର ଲାଭ-

ଓପାଲ ଧାରଣ କରିଲେ ଜାତକ ବ୍ୟକ୍ତିର ଶୁକ୍ର ଗ୍ରହ ମଜବୁତ୍ ହୁଅନ୍ତି । ଏହା ବ୍ୟକ୍ତିର ବ୍ୟକ୍ତିତ୍ଵରେ ଆକର୍ଷଣ ବୃଦ୍ଧି ପାଏ । ଜୀବନରେ ଆର୍ଥିକ ଉନ୍ନତି ବୃଦ୍ଧି ପାଏ ଓ ଆର୍ଥିକ ପକ୍ଷ ମଜବୁତ୍ ହୁଏ । ସେହିପରି ସମୃଦ୍ଧି ବଢେ ଓ ମହତ୍ଵାକାଂକ୍ଷାର ପୂର୍ତ୍ତି ହୁଏ । ପୁରୁଷ ମାନଙ୍କ ପାଇଁ ଏହି ରତ୍ନ ଧାରଣ କରିବା ତାଙ୍କର ବୈବାହିକ ଜୀବନ ପାଇଁ ମଧ୍ୟ ବହୁତ ଶୁଭ ହୋଇଥାଏ ।

ତାଙ୍କ ଜୀବନରେ ମଧୁରତା ବଢେ ଓ ବୈବାହିକ ଜୀବନ ସ୍ଥିର ରହିଥାଏ । ଯେଉଁ ପୁରୁଷମାନଙ୍କ ଜାତକରେ ଶୁକ୍ର ଗ୍ରହ ଦୁର୍ବଳ ହୋଥାଏ ସେମାନଙ୍କର ବିବାହରେ ବାଧା ସୃଷ୍ଟି ହୁଏ । ସେମାନଙ୍କ ପାଇଁ ଆପୋଲ ଧାରଣ କରିବା ବିବାହ ଯୋଗକୁ ମଜବୁତ୍ କରିଥାଏ । ଯଦି ଜାତକରେ ଶୁକ୍ର ଗ୍ରହଙ୍କ ଦଶା ଚାଲୁଥାଏ ତେବେ ଆପୋଲ ରତ୍ନ ଧାରଣ କରିଲେ ଶୁକ୍ର ଗ୍ରହଙ୍କ ଦଶାରେ ଭଲ ଶୁଭଫଳ ମିଳିଥାଏ ।

ଆର୍ଟିକ୍ଲଟି ଭଲ ଲ୍ଗିଥିଲେ ଲାଇକ ଓ ଶେୟାର କରନ୍ତୁ, ଆଗକୁ ଏହିଭଳି ଜ୍ଯୋତିଷ ସମ୍ବନ୍ଧିତ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!