ଘରକୁ ଲାଲ୍ ରଙ୍ଗର ପିମ୍ପୁଡି ଆସିବା ଦେଇଥାଏ ଏହି ସଂକେତ- Shakuna Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଘରେ ଲାଲ୍ ରଙ୍ଗର ପିମ୍ପୁଡି ଆସିବା ଅଶୁଭ କୁହାଯାଏ । ସେଥିପାଇଁ ପିମ୍ପୁଡିକୁ ଦେଖିଲେ ଅଟା ବା ହଳଦୀ ପକାଇ ବିଦା କରିଦେଉ । କଣ ଲାଲ୍ ରଙ୍ଗର ପିମ୍ପୁଡି ଆସିବା ଅଶୁଭ ହୋଇଥାଏ ? ଘରେ ଲାଲ୍ ରଙ୍ଗର ପିମ୍ପୁଡି ଆସିଲେ କଣ ହୁଏ ଆସନ୍ତୁ ଜାଣିବା । ଆପଣ ମଧ୍ୟ ଘରେ ବେଳେବେଳେ ଲାଲ୍ ରଙ୍ଗର ପିମ୍ପୁଡି ଆସିବା ଦେଖିଥିବେ । ଯେବେ ବର୍ଷା ଦିନ ଆସିଲେ ପିମ୍ପୁଡି ଘରର କୋଣରେ, ରୋଷେଇଘରେ ଆଦି ଅନେକ ଜାଗାରେ ପିମ୍ପୁଡି ଦେଖାଯାନ୍ତି । ତେଣୁ ପିମ୍ପୁଡିକୁ ଦେଖିଲେ ଆମେ ଅଟା ବା ହଳଦୀ ପକାଇ ବିଦା କରିଦେଉ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି ଯେ ଅଚାନକ ଭାବରେ କାହିଁକି ପିମ୍ପୁଡି ଆମ ଘରେ ଆସିଛନ୍ତି ? ସବୁବେଳେ ମୌସୁମୀବାୟୁ ପରିବର୍ତ୍ତନ ହେଲେ ଘରେ ପିମ୍ପୁଡି ଦେଖାଯାନ୍ତି । କିନ୍ତୁ ଅନ୍ୟ ସମୟରେ ଅଚାନକ ଭାବରେ ଘରେ ବା ଅଫିସରେ ପିମ୍ପୁଡି ଦେଖାଦେବା କଣ ଆମକୁ କିଛି ସଂକେତ ଦେଇଥାଏ ? ପିମ୍ପୁଡି ଆସିଲେ କଣ ହୋଇପାରେ ? କହିବାକୁ ଗଲେ ପିମ୍ପୁଡି ଦୁଇଟି ରଙ୍ଗର ଦେଖାଯାଏ । ଗୋଟିଏ ଲାଲ୍ ଓ ଅନ୍ୟଟି କଳା ପିମ୍ପୁଡି ।

ଘରକୁ ଲାଲ୍ ରଙ୍ଗର ପିମ୍ପୁଡି ଆସିଲେ କଣ ହୋଇଥାଏ ?

ଏପରି ମାନ୍ୟତା ଅଛି କି ପିମ୍ପୁଡିମାନଙ୍କର ଶନି ଓ ରାହୁ ଗ୍ରହଙ୍କ ସହିତ ସମ୍ବନ୍ଧ ରହିଛି । ପିମ୍ପୁଡି ହେଲେ ଶୁଭ ଅଶୁଭ ମାନିବାର ଏକ କଥା ମଧ୍ୟ ରହିଛି । ପିମ୍ପୁଡିକୁ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ପ୍ରତୀକ ମନାଯାଏ । ପୁରାଣରେ ଅଛି ଯେ ପ୍ରହଲାଦଙ୍କୁ ମାରିବା ପାଇଁ ଅନେକ ଉପାଯରେ କଷ୍ଟ ଦିଆଯାଇଥିଲା । ଦିନେ ହିରଣ୍ୟକାଶ୍ୟପ କହିଥିଲେ ଯେ ଯଦି ଭଗବାନ ହରିଙ୍କ ଉପରେ ଏତେ ବିଶ୍ଵାସ ଅଛି ତେବେ ଏହି ତତଲା ଲୁହା ଖମ୍ବରେ ସୋଇ ଦେଖାଅ ।

ଏହିପରି ପ୍ରହଲ୍ଲାଦ ଯେତେବେଳେ ନିଜ ସାଧନା ଶକ୍ତିରେ ଭଗବାନ ଶ୍ରୀ ବିଷ୍ଣୁଙ୍କୁ ପିମ୍ପୁଡି ରୂପରେ ସେହି ଖମ୍ବ ଉପରେ ବୁଲିବାର ଦେଖିଲେ ସେ ଖୁସିରେ ସେହି ଖମ୍ବ ଉପରେ ସୋଇ ପଡିଲେ । ତାତିଥିବା ଲୁହା ଖମ୍ବ ଶୀତଳ ହୋଇଗଲା । ମାନ୍ୟତା ଅଛି ଯେ ପିମ୍ପୁଡି ରୂପରେ ଧାରଣ କରିଥିବା ନାରାୟଣଙ୍କୁ ଭୋଜନ କରାଇଲେ ରାହୁ ଓ ଶନି ଗ୍ରହଙ୍କ କ୍ରୋଧଭାବ ଶାନ୍ତ ହୋଇଯାଏ । ଅନେକ ଲୋକମାନେ ପିମ୍ପୁଡି ଘରେ ଆସିଲେ ଅଶୁଭ ବୋଲି ମାନିଥାନ୍ତି । ଏହା ସହିତ ପିମ୍ପୁଡି ପାଖରେ ଅଟା ପକାଇଲେ ଋଣ କରଜରୁ ମୁକ୍ତି ମିଳିଥାଏ ।

ଘରେ ଲାଲ୍ ରଙ୍ଗର ପିମ୍ପୁଡି ଆସିଲେ କଣ ହୋଇଥାଏ-

ବିଜ୍ଞାନ ମତରେ ଯେ କୌଣସି ପଶୁକୁ ଶୁଭ ଅଶୁଭ କହିବା ଅନୁଚିତ୍ । ଘରେ ଲାଲ୍ ରଙ୍ଗର ପିମ୍ପୁଡିକୁ ଅଶୁଭ କହିବାର ତାତ୍ପର୍ଯ୍ୟ ଲାଲ୍ ରଙ୍ଗର ପିମ୍ପୁଡି କାମୁଡିଲେ ବହୁତ ଶୀଘ୍ର ଦରଜ ହୋଇଯାଏ ଓ ଖଣ୍ଡିଆ ମଧ୍ୟ ହୋଇଯାଏ । ପ୍ରାୟତଃ ପିମ୍ପୁଡି ଖାଇବା ଜିନିଷ ପାଖରେ ବୁଲନ୍ତି । ପୁରୁଣା କାଳର ଲୋକମାନେ ରୋଷେଇ କରି ଖାଦ୍ୟକୁ ଘୋଡାଇ ରଖୁନଥିଲେ । ତେଣୁ ପିମ୍ପୁଡିମାନେ ରୋଷେଇ ଘରେ ଓ ଖାଦ୍ୟରେ ବୁଲନ୍ତି । ସେହିପରି କଳା ରଙ୍ଗର ପିମ୍ପୁଡି ଖାଦ୍ୟ ନେଇ ବାହାରକୁ ଚାଲିଯାଏ । କିନ୍ତୁ ଲାଲ୍ ରଙ୍ଗର ପିମ୍ପୁଡି ଖାଦ୍ୟ ଉପରେ ରହି ଖାଦ୍ୟକୁ ନଷ୍ଟ କରନ୍ତି ଓ କାମୁଡି ଦିଅନ୍ତି । ଲାଲ୍ ରଙ୍ଗର ପିମ୍ପୁଡି କାମୁଡି ଥିବାରୁ ଅଶୁଭ ସଂକେତ ବୋଲି କୁହାଯାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!