ଦକ୍ଷିଣ ଦିଗକୁ ଗୋଡ କରି ଶୋଇବା ଉଚିତ ନୁହେଁ କାହିଁକି ? Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦକ୍ଷିଣ ଦିଗକୁ ଗୋଡ କରି ଶୋଇବାକୁ ସମସ୍ତେ ମନା କରନ୍ତି କାହିଁକି ? ଏହି ପ୍ରଶ୍ନ ଆପଣଙ୍କ ମନରେ ମଧ୍ୟ ଆସିଥିବ । ତେଣୁ ଅନ୍ୟ କାହାକୁ ଏହି ପ୍ରଶ୍ନ ବିଷୟରେ ମଧ୍ୟ ପଚାରି ବୁଝିଥିବେ । କିନ୍ତୁ ଲୋକମାନଙ୍କ ଠାରୁ ଏହି ପ୍ରଶ୍ନର ସଠିକ ଉତ୍ତର ପାଇନଥିବେ । ଯଦି ଆମେ ଧାର୍ମିକ ମାନ୍ୟତା ବିଷୟରେ ଜାଣିବାକୁ ଚାହିଁବା ତେବେ ଏହା ଏକ ବୈଜ୍ଞାନିକ ତଥ୍ୟ ଅଟେ । ଯାହା କି ଆମେ ସେହି ଧର୍ମକୁ ପାଳନ କଲେ ତାହା ବୈଜ୍ଞାନିକ ଲାଭ ମଧ୍ୟ ମିଳିଥାଏ । ସେହିପରି ଏକ ଧାର୍ମିକ ମାନ୍ୟତା ଅଛି ଯେ ଦକ୍ଷିଣ ଦିଗକୁ ଗୋଡ କରି ଶୁଅନ୍ତି ନାହିଁ । ଦକ୍ଷିଣ ଦିଗକୁ ଗୋଡ କରି ଶୁଅନ୍ତି ନାହିଁ କାହିଁକି? ଆସନ୍ତୁ ଜାଣିବା ଦକ୍ଷିଣ ଦିଗକୁ ଗୋଡ କରି ନ ଶୋଇବା ପଛରେ କଣ ଧାର୍ମିକ ମାନ୍ୟତା ରହିଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆମର ଗୁରୁଜନମାନେ ଯଦି କୌଣସି ନୂଆ ଜାଗାକୁ ଯାଇଥାନ୍ତି ତେବେ ସେ ଶୋଇବା ବେଳେ ପ୍ରଥମେ ଯେପରିକି ଦକ୍ଷିଣ ଦିଗକୁ ଗୋଡ କରି ନ ଶୋଇବାକୁ ଦେଖନ୍ତି । ଧାର୍ମିକ ମାନ୍ୟତା ଅନୁସାରେ ଦକ୍ଷିଣ ଦିଗକୁ ଗୋଡ କରି କଦାପି ଶୋଇବା ନାହିଁ । ଏହି ଧାର୍ମିକ ମାନ୍ୟତାରେ ଆମକୁ ଯଶସ୍ଵୀ କରୁଥିବା ପିତୃପୁରୁଷଙ୍କ ସମ୍ବନ୍ଧ ଦକ୍ଷିଣ ଦିଗରେ ଜଡିତ ହୋଇଛି । ସେଥିପାଇଁ ଦକ୍ଷିଣ ଦିଗକୁ ଗୋଡ କରି ନ ଶୋଇବା ଉଚିତ୍ । ଏଥିରେ ପିତୃପୁରୁଷଙ୍କର ଅପମାନ ହୋଇଥାଏ । ଯାହା କି ଆମର ଯଶ କୀର୍ତ୍ତି ବଢିବାରେ ବାଧା ସୃଷ୍ଟି ହୁଏ ।

ଶୋଇବା ପୋଜିଶନ ସହିତ ଜଡିତ ଅନ୍ୟ ଧାର୍ମିକ ମାନ୍ୟତା –

୧- ଶାସ୍ତ୍ର ଅନୁସାରେ ଶୋଇବା ପୂର୍ବରୁ ପ୍ରଥମେ ଚିତ୍ତ ଶାନ୍ତ ରହିବା ଉଚିତ୍ ।

୨- ଶୋଇବା ପୂର୍ବରୁ ଭଗବାନଙ୍କୁ ଧ୍ୟାନ କରିବା ଉଚିତ୍ ଓ ସୁନ୍ଦର ଜୀବନଯାପନ ପାଇଁ ଆଭାର ପ୍ରକଟ କରିବା ଉଚିତ୍ ।

୩- ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ କଦାପି ନ ଶୋଇବା ଉଚିତ୍ ।

୪- ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଶୋଇବା ଅନୁଚିତ୍ । ଶୋଇବା ଦୁଇ ଘଣ୍ଟା ପୂର୍ବରୁ ଖାଇବା ଉଚିତ୍ ।

୫- ରାତିରେ ଶୀଘ୍ର ଶୋଇବା ଉଚିତ୍ ଓ ସକାଳେ ଶୀଘ୍ର ଉଠିବା ଉଚିତ୍ । ଏହାଦ୍ଵାରା ଶରୀର ଓ ମନ ସ୍ଵସ୍ଥ ଓ ନିରୋଗୀ ହୋଇଥାଏ ।

ଦକ୍ଷିଣ ଦିଗକୁ ଗୋଡ କରି ନ ଶୋଇବା ପଛରେ ଏହି ବୈଜ୍ଞାନିକ ମହତ୍ଵ ରହିଛି –

ଯେତେବେଳେ ଆମେ ଉତ୍ତର ଆଡକୁ ମୁଣ୍ଡ କରି ସୋଇଥାଉ ଆମ ଶରୀର ପୃଥିବୀର ଚୁମ୍ବକୀୟ ତରଙ୍ଗ ସହିତ ଅନୁରୂପରେ ଆସିଯାଏ । ଏହା ଶରୀରରେ ଥିବା ଆଇରନ ସ୍ମରଣଶକ୍ତି ସଂଚାରିତ ହୋଇଥାଏ । ଏଥିରେ ମୁଣ୍ଡ ସମ୍ବନ୍ଧିତ ରୋଗ ହେବାର ସମ୍ଭାବନା ବଢିଯାଏ । ଏହା ବ୍ୟତୀତ ପୂର୍ବପୁରୁଷ ଓ ଗୁରୁଜନ ମାନଙ୍କୁ ମାନ ସମ୍ମାନ ଦେଇଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!