ବୈବାହିକ ଜୀବନରେ ସମସ୍ତ ସମସ୍ୟା ନିଶ୍ଚୟ ଦୂର ହେବ, ପତି-ପତ୍ନୀ ଏକତ୍ର କରନ୍ତୁ ଏହି ୭ଟି ଉପାୟ!

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବୈବାହିକ ଜୀବନରେ ସମସ୍ତ ସମସ୍ୟା ଦୂର ହେବ, ଯଦି ପତି-ପତ୍ନୀ ଏକତ୍ର ଏହି ୭ଟି ଉପାୟ ଅବଲମ୍ବନ କରିବେ

ବୈବାହିକ ଜୀବନରେ ସମସ୍ତ ସମସ୍ୟା ଦେଖା ଦେଉଥିଲେ ଓ ପତି – ପତ୍ନୀଙ୍କ ମଧ୍ୟରେ କଳହ ହେଉଥିଲେ ଘର କେବେ ସ୍ଵର୍ଗରେ ପରିଣତ ହେବ ନାହିଁ। ଘରେ ସବୁବେଳେ ଅଶାନ୍ତିର ବାତା ବରଣ ଦେଖା ଦେବ। ଯାହାକି ଆପଣଙ୍କ ସୁଖ ଶାନ୍ତି ଭଙ୍ଗ କରିବ। ଏହା କେବେ କେବେ ଗ୍ରହ ଦୋଷର କାରଣ ଯୋଗୁ ହୋଇପାରି ଥାଏ। ଏହି ୭ଟି ଉପାୟ ଅବଲମ୍ବନ କଲେ ବୈବାହିକ ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ। ଏହି ଉପାୟ ଶାସ୍ତ୍ରରେ ମଧ୍ୟ କୁହାଯାଇଛି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ନକରାତ୍ମକକୁ ଦୂର କରିବା ପାଇଁ

ପରିବାର ରେ ଶାନ୍ତି ଆଣିବା ପାଇଁ  ସକାଳୁ ଶୀଘ୍ର ଉଠି ଗୃହର ଅନାବନା ଓ ଅଳିଆ ସାମଗ୍ରୀ ବାହାର କରି ସଫା କରିଦେବ ଓ ପରେ ସ୍ନାନ କରିବ। ପୂଜା କରି ସାରିବା ପରେ ଘରେ ବାସ୍ନା ବା ସୁଗନ୍ଧିତ ଧୂପ – ଦୀପ ଜଳେଇବ। ଏଥିରେ ଘରେ ସକାରାତ୍ମକ ବୃଦ୍ଧି ପାଏ।

ଦାନ, ପୂଣ୍ୟ ଓ ସେବା

ଘରେ ସୁଖ ଶାନ୍ତି ଆଣିବାକୁ ହେଲେ ଦାନ, ପୂଣ୍ୟ କରିବା ଉଚିତ୍। ଗରିବମାନଙ୍କୁ ଦାନ ଦେଲେ ବଡ – ବଡ ସମସ୍ୟା ଦୂର ହୋଇଯାଏ।

ଦାମ୍ପତ୍ୟ ଜୀବନ ଗୁରୁ ଗ୍ରହଙ୍କ ଦ୍ଵାରା ପ୍ରଭାବିତ ହୋଇଥାଏ

ଗୁରୁ ଗ୍ରହ ଦୋଷ ଦୂର କରିବା ପାଇଁ ଗୁରୁବାର ଦିନ ହଳଦୀ ଖଣ୍ଡ ଦାନ କରିବ। ଏହି ଗ୍ରହ ବୈବାହିକ ଜୀବନରେ ପ୍ରଭାବିତ ହୋଇଥାଏ, ସେଥିପାଇଁ ଏହି ଉପାୟ ମଧ୍ୟ କରିବା ଉଚିତ୍। ମଙ୍ଗଳ ଗ୍ରହ ଦୋଷ ଦୂର କରିବା ପାଇଁ  ମଙ୍ଗଳବାର ଦିନ ମସୁରଡାଲି ଦାନ କରିବ। ମଙ୍ଗଳର ଅଶୁଭ ସ୍ଥିତି ପ୍ରଭାବରେ ପତି – ପତ୍ନୀଙ୍କ ମଧ୍ୟରେ ବାଦ – ବିବାଦର ସମ୍ଭାବନା ଥାଏ।

ଭଗବାନଙ୍କ ଯୋଡା ମୂର୍ତ୍ତି ପୂଜା କରନ୍ତୁ

ଭଗବାନ ଶିବ – ପାର୍ବତୀ, ଶ୍ରୀରାମ – ସୀତା ଓ ବିଷ୍ଣୁ – ଲକ୍ଷ୍ମୀଙ୍କ ଯୋଡି ପତି – ପତ୍ନୀ ଏକତ୍ର ପୂଜା କଲେ ସମସ୍ୟା ଦୂର ହୋଇଥାଏ।

ସୁଖୀ ରହିବାର ମୂଳମନ୍ତ୍ର

ଶାସ୍ତ୍ରରେ ଲେଖା ଯାଇଥିବା ଏହି ଉପାୟ ଆପଣ ଅବଶ୍ୟ କରନ୍ତୁ, ଏହାର ଲାଭ ମଧ୍ୟ ନିଶ୍ଚୟ ହେବ। ପରସ୍ପର ଠାରୁ ନିଜକୁ ଶ୍ରେଷ୍ଠ ଦେଖେଇବା ପାଇଁ ଚେଷ୍ଟା କର ନାହିଁ। ସ୍ଵାମୀ – ସ୍ତ୍ରୀ ଏକତ୍ର ଆଗକୁ ବଢନ୍ତୁ। ସୁଖୀ ବୈବାହିକ ଜୀବନରେ ସ୍ଵାମୀ – ସ୍ତ୍ରୀ ଯେତେ ଏକତ୍ର ହୋଇ ଆଗକୁ ବଢିବ ସେତିକି ହିଁ  ସୁଖରେ ଦିନ କାଟିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!