ଭାଗ୍ୟର ଉନ୍ନତି ପାଇଁ ନିଜ ରାଶି ଅନୁସାରେ କରନ୍ତୁ ଏହି ସରଳ ଉପାୟ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଭାଗ୍ୟର ଉନ୍ନତି ପାଇଁ ନିଜ ରାଶି ଅନୁସାରେ କରନ୍ତୁ ଏହି ସରଳ ଉପାୟ।

ସମସ୍ତେ ଚାହାଁନ୍ତି କି ନିଜ ବ୍ୟାପାରରେ ଉନ୍ନତି ହେଉ ଓ ସେମାନେ ସଫଳତାର ଶିଖରରେ ପାଦ ଦିଅନ୍ତୁ। କିନ୍ତୁ ବ୍ୟବସାୟରେ ତ ଲାଭ କ୍ଷତି ଲାଗି ରହେ, ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ବ୍ୟବସାୟରେ ଆପଣଙ୍କର ସେମିତି ଉନ୍ନତି ଲାଗି ରହୁ ତେବେ ଏହି ସବୁ ଉପାୟ ନିଶ୍ଚିନ୍ତ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ ରାଶି-

ଏହି ରାଶିର ବ୍ୟକ୍ତି ନିଜ ବ୍ୟବସାୟ କ୍ଷେତ୍ରରେ ମାଟି କିମ୍ବା କାଚ ପାତ୍ରରେ ପାଣି ଭରିକି ରଖନ୍ତୁ। କାଚ ପାତ୍ରରେ ପାଣି ରାଖୀ ସେଥିରେ ପାଞ୍ଚଟି ଧଳା ଫୁଲ ରଖିଦିଅନ୍ତୁ। ପାଣିକୁ ସବୁଦିନ ବଦଳାଇବେ। ଲୁହା, ଷ୍ଟିଲ ବା ଅନ୍ୟ କୌଣସି ଧାତୁ, ପାଣି ଜଗରେ ପାଣି ଭରିକି ରଖନ୍ତୁ ନାହିଁ। ମିଠା ଖାଇ ଜଳ ପି ପ୍ରସ୍ଥାନ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ।

ବୃଷ ରାଶି-

ଏହି ରାଶିର ବ୍ୟକ୍ତିମାନେ ନିଜ ବ୍ୟବସାୟ ସ୍ଥଳରେ ଉଜ୍ଵଳ ଏବଂ ଫିକା ରଙ୍ଗର ପ୍ରୟୋଗ କରି ସାଜସଜ୍ଜା କରିବା ଉଚିତ। ବସିବା ସ୍ଥାନ ଦ୍ଵାରର ସମ୍ମୁଖରେ ନ କରି କେଉଁ ଏକ କୋଣରେ କରିବା ଆବଶ୍ୟକ।

ମିଥୁନ ରାଶି-

ଏହି ରାଶିର ବ୍ୟକ୍ତି ନିଜ ଦୋକାନ ବା ବ୍ୟବସାୟ ସ୍ଥଳରେ ପତ୍ର ଲଗା ଫୁଲ ଆଣି ରଖନ୍ତୁ। ସ୍ଥାନ ବାହାରେ ୫ଟି ସବୁଜ ଗଛ ଲଗାନ୍ତୁ। କାର୍ଯ୍ୟ କ୍ଷେତ୍ରରେ କୌଣସି ଭଙ୍ଗା ବା ପୁରୁଣା ବସ୍ତୁ ରଖନ୍ତୁ ନାହିଁ।

କର୍କଟ ରାଶି-

କର୍କଟ ରାଶିର ବ୍ୟକ୍ତି ନିଜ ଦୋକାନର ପୂଜା ଘରେ କୌଣସି ପବିତ୍ର ନଦୀର ଜଳ ଆଣି ଏକ କାଚ ପାତ୍ରରେ ଭରି ରଖନ୍ତୁ। ଏହା ବ୍ଯତୀତ କାର୍ଯ୍ୟସିଦ୍ଧି ଯନ୍ତ୍ର ନିଜ ପୂଜା ଘରେ ରଖି ପ୍ରତ୍ୟକ ଦିନ ଦର୍ଶନ କରନ୍ତୁ। ସବୁ ପୂର୍ଣ୍ଣିମାରେ ନିଜ ଦୋକାନର ପ୍ରବେଶ ଦ୍ଵାରର ଦୁଇ ପାର୍ଶ୍ଵରେ କିଛି ଗଙ୍ଗାଜଳ ନିଶ୍ଚିନ୍ତ ଛିଞ୍ଚନ୍ତୁ।

ସିଂହ ରାଶି-

ସିଂହ ରାଶିର ବ୍ୟକ୍ତି ନିଜ ବ୍ୟବସାୟ ସ୍ଥଳରେ ଏମିତି ସ୍ଥାନରେ ବସନ୍ତୁ ଯେମିତିକି ବାହାରୁ କୌଣସି ବ୍ଯକ୍ତିର ମୁହଁ ଦେଖାଯିବ ନାହିଁ। ଅଷ୍ଟମୀ ଦିନ ମାଟିର ସିଂହ ମନ୍ଦିରରେ ଦାନ କରନ୍ତୁ।

କନ୍ୟା ରାଶି-

କନ୍ୟା ରାଶିର ବ୍ୟକ୍ତି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଦୂର୍ଗା ଚାଳିଶାର ପାଠ କରନ୍ତୁ। କାଠର ଆସବାବପତ୍ର ବ୍ୟବହାର କରନ୍ତୁ। ଏହା ବ୍ଯତୀତ ନିଜ ଦୋକାନ ସମ୍ମୁଖରେ ଗାଇକୁ କଞ୍ଚା ଘାସ ଖାଇବାକୁ ଦିଅନ୍ତୁ।

ତୁଳା ରାଶି-

ନିଜ ଦୋକାନର ମଧ୍ୟ ଭାଗରେ ବସିବା ସ୍ଥାନ କରନ୍ତୁ। ସାତଟି ନଡିଆ ନାଲି କପଡାରେ ବାନ୍ଧି କାର୍ଯ୍ୟ କ୍ଷେତ୍ରର ଟଙ୍କା ରଖିବା ସ୍ଥାନରେ ରଖି ଦିଅନ୍ତୁ, ସେଥିରେ ଅନ୍ୟ କୌଣସି ପଦାର୍ଥ ରଖନ୍ତୁ ନାହିଁ। ଶୁକ୍ରବାର ଠୁ ଆରମ୍ଭ କରି ପୂଜା ଘରେ ସୁଗନ୍ଧିତ ପୁଷ୍ପ ଆଣି ରଖନ୍ତୁ। ମା ଦୂର୍ଗାଙ୍କ ଦର୍ଶନ କରିବା ପରେ ଦୋକାନ ଖୋଲନ୍ତୁ। ଦୋକାନରେ ସାଜସଜ୍ଜା ଏବଂ ସ୍ବଚ୍ଛତାରେ ଅଧିକ ଧ୍ୟାନ ଦିଅନ୍ତୁ।

ବିଛା ରାଶି-

ନିଜ ବ୍ୟବସାୟ ସ୍ଥଳର ମୁଖ୍ୟ ଦ୍ବାରର ଦୁଇ ପାର୍ଶ୍ଵରେ ସିନ୍ଦୁର ଦ୍ଵାରା ସ୍ଵସ୍ତିକ ଚିହ୍ନ ବନାନ୍ତୁ। ଦୋକାନର ମନ୍ଦିରରେ ମଙ୍ଗଳବାର ଓ ଶନିବାର ଦିନ ନାଲି ରଙ୍ଗର ପୁଷ୍ପ ଚଢାନ୍ତୁ। କାର୍ଯ୍ୟ ସ୍ଥଳକୁ ଆସିବା ଆଗରୁ ନିଜର ଗୁରୁଜନ ମାନଙ୍କର ଆଶୀର୍ବାଦ ନେଇ ଆସନ୍ତୁ।

ଧନୁ ରାଶି-

ଧନୁ ରାଶି ବ୍ୟକ୍ତି ନିଜ କାର୍ଯ୍ୟ ସ୍ଥାନରେ ଧଳା ଚନ୍ଦନର ଏକ କାଠିକୁ ଗୋଟେ ଗୋଲାପି ରଙ୍ଗ କପଡାରେ ଗୁଡାଇକି ରଖନ୍ତୁ। ଦୋକାନର ମନ୍ଦିରରେ ଶୁଦ୍ଧ ଦେଶୀ ଘିଅର ଦୀପ ଜଳାନ୍ତୁ। ନିଜେ ବସୁଥିବା ସ୍ଥାନର ପଛପଟେ ପୂଜା ଘର କରନ୍ତୁ ନାହିଁ। ଗୁରୁବାର ଦିନ ହଳଦୀ ରଙ୍ଗର ଫୁଲ ମନ୍ଦିରରେ ପୂଜା କରନ୍ତୁ।

Hands typing on laptop at work desk

ମକର ରାଶି-

ବ୍ୟାପାରରେ କ୍ଷତି ହେଉଥିଲେ ଶନିବାର ଦିନ ମାଟି ପାତ୍ରରେ ଘୋଡଣି ଲାଗାଇ ତାକୁ ଅଠା ଦେଇ ବନ୍ଦ କରି ଦୋକାନରେ ରଖି ଦିଅନ୍ତୁ। ବୁଧବାର ଦିନ ସକାଳୁ ତାକୁ ପ୍ରବାହିତ ଜଳରେ ଘୋଡଣି ନ ଖୋଲି ସେମିତି ଭସେଇ ଦିଅନ୍ତୁ।

କୁମ୍ଭ ରାଶି-

ଶନିବାର ଦିନ ଏକ ମାଟି ପାତ୍ରରେ ଘୋଡାଣି ଦେଇ ରଖନ୍ତୁ। କିଛି କଳା ରାଶି ସେହି ଘୋଡଣି ଉପରେ ରଖନ୍ତୁ, ତା ପରଦିନ ସେହି ମାଟି ପାତ୍ରଟି ରାଶି ସହିତ ଦାନ କରି ଦିଅନ୍ତୁ। ନାଲି ଏବଂ ଧଳା ରଙ୍ଗର ପ୍ରୟୋଗ କରନ୍ତୁ ସାଜସଜ୍ଜା ପାଇଁ।

ମୀନ ରାଶି-

କାର୍ଯ୍ୟ କ୍ଷେତ୍ରକୁ ଯିବା ଆଗରୁ ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ନେଇ ଯାଆନ୍ତୁ। ଗୁରୁବାର ଦିନ ହଳଦୀ ରଙ୍ଗର ଫଳ ଆଣି କାର୍ଯ୍ୟ ସ୍ଥଳରେ ରଖନ୍ତୁ, ତା ପରେ ତାକୁ କୌଣସି ଭିକାରୀକୁ ଦାନ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!