ଦୈନିକ ରାଶିଫଳ: 24 ଫେବୃୟାରୀ 2022, ମା ଲକ୍ଷ୍ମୀଙ୍କ କୃପାରୁ ଏହି 3ଟି ରାଶି ହେବେ ଧନବାନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା, ଫେବୃୟାରୀ ମାସ ୨୪ ତାରିଖ, ଗୁରୁବାର, କୁମ୍ଭ ମାସ ୧୨ଦିନ, ଫାଲଗୁନମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି, ଅନୁରାଧା ନକ୍ଷତ୍ର ଦିବା ୧ଟା ୩୦ମିନିଟ୍ ଗତେ ଜ୍ୟେଷ୍ଠା ନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର । ହର୍ଷଣ ଯୋଗ । କୌଳବ କରଣ ଦିବା ୩ଟା ୪ମିନିଟ୍ ଗତେ ତୈତିଳ କରଣ । ତୁଳା, କୁମ୍ଭ ରାଶିର ଘାତବାର । ନଡିଆ, ଆମିଷ ନ ଖାଇଲେ ଭଲ ଦିବା ୩ଟା ୪ମିନିଟ୍ ପରେ ଲାଉ ନ ଖାଇଲେ ଭଲ । ଯୋଗିନୀ- ଐଶାନ୍ୟେ ଦିବା ୩ଟା ୪ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧ ତର୍ପଣ- ଅଷ୍ଟମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଏବଂ ନବମୀର ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୨ଟା ୫୩ମିନିଟ୍ ରୁ ୪ଟା ୧୯ମିନିଟ୍, ଦିବା ୪ଟା ୧୯ମିନିଟ୍ ରୁ ୫ଟା ୪୬ମିନିଟ୍, ରାତ୍ରି ୧୧ଟା ୫୯ମିନିଟ୍ ରୁ ୧ଟା ୩୩ମିନିଟ୍ । ଶୁଭସମୟ- ସକାଳ ୬ଟା ୧୪ମିନିଟ୍ ରୁ ୭ଟା ୪୫ମିନିଟ୍, ଦିବା ୧୦ଟା ୫୧ମିନିଟ୍ ରୁ ୧ଟା ୮ମିନିଟ୍, ରାତ୍ର ୨ଟା ୫୪ମିନିଟ୍ ରୁ ୩ଟା ୪୨ମିନିଟ୍ । ପର୍ବଦିନ- ଅନ୍ଵଷ୍ଟକା ଶ୍ରାଦ୍ଧ ।

ମେଷ:-ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ରାଜନୀତି କ୍ଷେତ୍ରରେ ସ୍ଵାଭିମାନ ରକ୍ଷାକରି ପ୍ରଶଂସିତ ହେବେ । ଉପରିସ୍ଥଙ୍କ ଶ୍ରଦ୍ଧାଭାଜନ ହେଲେ ମଧ୍ୟ ଅଧସ୍ତନଙ୍କ ଈର୍ଷା ଓ ଅସହିଷ୍ଣୁତାର ଶିକାର ହେବେ । ଧର୍ମକର୍ମରେ ରୁଚି ରହିବ । କର୍ମ କ୍ଷେତ୍ରରେ ବ୍ୟସ୍ତତା ଅନୁଭବ କରିବେ । ପ୍ରତ୍ୟେକ କର୍ମରେ ବାଧା ସୃଷ୍ଟି ହେଲେ ମଧ୍ୟ ସଫଳ ହେବେ । ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ବୃଷ:-ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । କର୍ମ ନିଯୁକ୍ତି ପାଇବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ରାଜନୀତିରେ କୃତକାର୍ଯ୍ୟ ହେବେ । ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ । ପ୍ରତିକାର:- ମୟୁର ଚନ୍ଦ୍ରିକାଟିଏ ପାଖରେ ରଖନ୍ତୁ ।

ମିଥୁନ:-ସମାଜ ସେବାରେ ସ୍ଵନାମ ଅର୍ଜନ କରିପାରିବେ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ମାନସିକ ଏକାଗ୍ରତା ବଜାୟ ରହିବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । କର୍ମକ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।

କର୍କଟ:-କର୍ମକ୍ଷେତ୍ରରେ ଉଚ୍ଚବର୍ଗରୁ ସମ୍ମାନ ଓ ଶ୍ରଦ୍ଧାର ସ୍ରୋତ ଛୁଟିବ । ସେବା ଭବନରେ ଉଦଦ୍ବୁଦ୍ଧ ହୋଇ ଅନେକଙ୍କର କଲ୍ୟାଣ କରିବା ସୁଯୋଗ ପାଇବେ । କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ । ପରାଧୀନତା ବେଡିରେ ଶୃଙ୍ଖଳିତ ହୋଇ ମଧ୍ୟ ନିଜସ୍ଵ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇବେ । ପରକଥାରେ ପଡି ପରିବାର ଲୋକଙ୍କୁ ଭୁଲ୍ ବୁଝିବେ । ଆମୋଦ ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ସିଂହ:-ମୂଲ୍ୟବାନ ବା ସୌଖୀନ ପଦାର୍ଥ ସଂଗ୍ରହ ତଥା ନିର୍ମାଣ କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ସମର୍ଥ ହୋଇ ପାରିବେ । ପାରିବାରିକ ସୁଖ ସମୃଦ୍ଧିରେ ମୁଖ୍ୟଭୂମିକା ତୁଲାଇବେ । ଆର୍ଥିକ ଦିଗରୁ ସୁବିଧା ଜନକ ପରିସ୍ଥିତି ଦେଖାଦେବ । ବ୍ୟବସାୟ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଧନମାନ ଦିଗରୁ ସୁରକ୍ଷିତ ରହିବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଅଧିକ ଭାଗ୍ୟବାଦୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-କଳକାରଖାନା ଓ ଶିଳ୍ପ ପ୍ରଭୃତିର ମାଲିକମାନେ ଏବଂ କଣ୍ଟ୍ରାକ୍ଟରମାନେ ଆନନ୍ଦିତହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଆୟ ଉତ୍ତମ ଓ ବ୍ୟୟ ହ୍ରାସ ପାଇବାସହ ଏକ ସଙ୍ଗେ ପ୍ରଚୁର ଅର୍ଥଲାଭ ଯୋଗ ରହିଛି । କୌଣସି ବ୍ୟାଙ୍କରୁ ମଧ୍ୟ ଋଣ ପାଇବା ଯୋଗ ଅଛି । ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ । ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । ପ୍ରତିକାର:-ଗଙ୍ଗାଜଳ ସେବନ କରନ୍ତୁ ।

ତୁଳା:-କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ରାଜନୀତିରେ ସଫଳତା ଏବଂ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ । କାର୍ଯ୍ୟ ପୁରଣରେ ବିଳମ୍ବ ହେବ । ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ । ସତର୍କ ନ ହେଲେ ମାନସିକ ଚାପବୃଦ୍ଧି ଓ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ସମୟ ଗୁଡିକ ହସ ଖୁସିରେ ବିତିବ । ରୋଜଗାର ସମସ୍ୟା ସୁଧୁରି ଯାଇ ଧନ ଲାଭ ହେବାରୁ ମନ ଖୁସି ରହିବ । ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ, ବିବହୋତ୍ସବର ସଂକେତ, ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ । ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ । ରାଜନୀତିରେ ପ୍ରଶଂସିତ ହେବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧିହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ଧନୁ:-ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ । ବାଣିଜ୍ୟ ବ୍ୟବସାୟ, ପରିବହନରେ ଆଶାଜନକ ସଫଳତା ହାସଲ କରିବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ରାଜନୀତି କ୍ଷେତ୍ରରେ ଉନ୍ନତିକର ହେବ । ପ୍ରତିକାର- ଗୋମୁତ୍ର ଓ ଫିଟିକିରିରେ ଦାନ୍ତସଫା ରଖନ୍ତୁ ।

ମକର:-ବ୍ୟବସାୟରେ ସଫଳତା ଅର୍ଜନ କରିବା ସହ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ଦୂରଯାତ୍ରାର ସୁଯୋଗ ପାଇବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ରାଜନୀତି କ୍ଷେତ୍ରରେ ଆତ୍ମବିଶ୍ଵାସ ବୃଦ୍ଧି ପାଇବ ଓ ଉଚିତପନ୍ଥା ଗ୍ରହଣ କରି ସଂଘର୍ଷ ଦ୍ଵାରା ସଫଳତା ମିଳିବ । ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । କର୍ମକ୍ଷେତ୍ରଟି ସୁଦୃଢ ହେବ । ପ୍ରତିକାର- ନୀଳ ରୁମାଲ ଟିଏ ପାଖରେ ରଖନ୍ତୁ ।

କୁମ୍ଭ:-ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇବେ । ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ । କର୍ମ କ୍ଷେତ୍ରରେ ଉନ୍ନତି କରି ପାରିବେ । ପରିବାରରେ ଆଦରପାଇ ସୁଖଭୋଗ କରିବେ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ । ନିଜ ଲୋକମାନେ ବିଶ୍ଵାସ ଘାତକତା କରିବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମୀନ:-ସମାଜ ସେବାରେ ସ୍ଵନାମ ଅର୍ଜନ କରିପାରିବେ । ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖେ-ଦୁଃଖେ ଚଳିବାରେ ବାଧା ଉପୁଜିବ ନାହିଁ । ପାରିବାରିକ କ୍ଷେତ୍ରରେ ଗୋଟିଏ ପାଖରେ ଶ୍ଣେହ ଶ୍ରଦ୍ଧାର ସ୍ରୋତ ଛୁଟୁଥିଲାବେଳେ ଅନ୍ୟ ପାଖରେ ଉପେକ୍ଷା ଓ ଅଶାନ୍ତିର ନିଆଁ କୁହୁଳିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!