ଦୈନିକ ରାଶିଫଳ: 23 ଫେବୃୟାରୀ 2022, ମା’ ମଙ୍ଗଳାଙ୍କ କୃପାରୁ ଏହି 5ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା, ଫେବୃୟାରୀ ମାସ ୨୩ ତାରିଖ, ବୁଧବାର, କୁମ୍ଭ ମାସ ୧୧ଦିନ, ଫାଲଗୁନମାସ, କୃଷ୍ଣପକ୍ଷ, ସପ୍ତମୀତିଥି, ବିଶାଖା ନକ୍ଷତ୍ର, ତୁଳାରାଶିରେ ଚନ୍ଦ୍ର ସକାଳ ୮ଟା ୫୫ମିନିଟ୍ ଗତେ ବିଛା ରାଶିରେ ଚନ୍ଦ୍ର । ଧୃବ ଯୋଗ ସକାଳ ୮ଟା ୨୫ମିନିଟ୍ ଗତେ ବ୍ୟାଘାତ ଯୋଗ । ବବ କରଣ ଦିବା ୪ଟା ୫୬ମିନିଟ୍ ଗତେ ବାଳବ କରଣ । କର୍କଟ ରାଶିର ଘାତବାର । ତାଳ ନ ଖାଇଲେ ଭଲ ଦିବା ୪ଟା ୫୬ମିନିଟ୍ ପରେ ନଡିଆ, ଆମିଷ ନ ଖାଇଲେ ଭଲ । ଯୋଗିନୀ- ବାୟବ୍ୟେ ଦିବା ୪ଟା ୫୬ମିନିଟ୍ ପରେ ଐଶାନ୍ୟେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧ ତର୍ପଣ- ସପ୍ତମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୯ଟା ୭ମିନିଟ୍ ରୁ ୧୦ଟା ୩୩ମିନିଟ୍, ଦିବା ୧୨ଟା ରୁ ୧ଟା ୨୬ମିନିଟ୍, ରାତ୍ରି ୩ଟା ୬ମିନିଟ୍ ରୁ ୪ଟା ୪୦ମିନିଟ୍ । ଶୁଭସମୟ- ସକାଳ ୬ଟା ୧୫ମିନିଟ୍ ରୁ ୭ଟା ୪୫ମିନିଟ୍, ଦିବା ୧୦ଟା ୩୪ମିନିଟ୍ ରୁ ୧୧ଟା ୩୬ମିନିଟ୍, ଦିବା ୧ଟା ୫୬ମିନିଟ୍ ରୁ ୪ଟା ୫୮ମିନିଟ୍, ସନ୍ଧ୍ୟା ୬ଟା ୩୬ମିନିଟ୍ ରୁ ୧୦ଟା ୪୩ମିନିଟ୍, ରାତ୍ର ୨ଟା ୫ମିନିଟ୍ ରୁ ରାତ୍ର ୩ଟା ୫ମିନିଟ୍, ରାତ୍ର ୪ଟା ୪୧ମିନିଟ୍ ରୁ ୬ଟା ୧୨ମିନିଟ୍ । ପର୍ବଦିନ- ଅଷ୍ଟକା ଶ୍ରାଦ୍ଧ, କାଳାଷ୍ଟମୀ ।

ମେଷ:-ବ୍ୟବସାୟରେ ଭଲ ଲାଭ ପାଇବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଶତୃ ପରାଜିତ ହେବେ । ବାକିଥିବା ଅର୍ଥପ୍ରାପ୍ତି ହେବ । ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ । ନିଜ ଆତ୍ମୀୟ ଲୋକଙ୍କ ସହ ସାକ୍ଷାତ ହେବ । ଆର୍ଥିକ ଚିନ୍ତା ଦୁରହେବ ଓ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ । ବିରୋଧୀମାନେ ହଇରାଣ ହେବେ । କର୍ମଚାରୀମାନେ କର୍ମ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-ଶତୃମାନେ ଦୁର୍ବଳ ହେବେ ଏବଂ ଆୟରପନ୍ଥା ସହଜ ହେବ । ବନ୍ଧୁ ପରିବାର ଠାରୁ ସୁଖ ମିଳିବ । ପରିଶ୍ରମ ଦ୍ଵାରା ବ୍ୟବସାୟ ବଢିବ । ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବା ପାଇଁ ଆୟୋଜନ କରିବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ସାମାଜିକ ଉତ୍ସବରେ ଯୋଗ ଦେବେ । ରାଜନୀତି କାର୍ଯ୍ୟରେ ସଫଳତା ମିଳିବ । ଧନଲାଭ ହେବାରୁ ଖୁସି ହେବେ । କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।

ମିଥୁନ:-ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ସହ ପ୍ରଶଂସା ପାଇବେ । ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ବାଦବିବାଦ, ପରୀକ୍ଷା, ପ୍ରତିଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ବ୍ୟବସାୟବୃଦ୍ଧି ଆର୍ଥିକ ଉନ୍ନତିରେ ସଫଳତା ଓ ମାନ ଓ ସମ୍ମାନ ବୃଦ୍ଧି ହେବ । ଆତ୍ମୀୟ- ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ ଓ ଗୃହୋପକାରଣ କ୍ରୟକରିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କର୍କଟ:-ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ । ସହକର୍ମୀ ମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ । ଶତୃମାନେ ପରାଜିତ ହେବେ । ବ୍ୟବସାୟରେ ସାମାନ୍ୟ ଲାଭ ଓ ବକେୟା ଅର୍ଥ ଆଦାୟ ହେବ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବର ଅଭାବ ଦେଖା ଦେବ । ବନ୍ଧୁଙ୍କର ମାଙ୍ଗଳିକ କାର୍ଯ୍ୟର ଦାୟିତ୍ୱ ନେଇ ଧାଁ ଦଉଡ଼ କରିବା ଫଳରେ କଷ୍ଟ ସ୍ୱୀକାର କରିବେ । ବନ୍ଧୁ ସମାଗମ ହୋଇ ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ପୁରାତନ ରୋଗର ଉପସମ ହୋଇ ଶରୀର ସୁସ୍ଥ ରହିବ । ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ । ପାରିବାରିକ ସ୍ତରରେ ଭୁଲ ବୁଝାମଣାର ସମାଧାନ ହୋଇ ଉନ୍ନତି ମୂଳକ ପଦକ୍ଷେପ ନେବେ । ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ ଓ ଅଧାଥିବା କାର୍ଯ୍ୟ ପୂରଣ ହେବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ । ରାଜନୀତିରେ ସଫଳତା ମିଳିବ । ପ୍ରତିକାର- ଗୋମୁତ୍ର ଓ ଫିଟିକିରିରେ ଦାନ୍ତସଫା ରଖନ୍ତୁ ।

କନ୍ୟା:-ସାଧୁ, ସତ୍ୟବାଦୀ, ଧର୍ମାତ୍ମା, ଗୁରୁବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନହେବ । ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ଶତୃମାନେ ମଥାନତ କରିବେ । ପିଲା ମାନଙ୍କ କାର୍ଯ୍ୟରେ ଖୁସି ହେବେ । ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ବିଦେଶ ଯାତ୍ରା ଯୋଗ ଅଛି । କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ଲାଗିବ । କ୍ରୋଧ ନିୟନ୍ତ୍ରଣ ନ ରଖିଲେ ଅନେକ କ୍ଷତି ହେବ । ଯାତ୍ରା କାଳରେ ଯନ୍ତ୍ରଣା ଭୋଗିବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ତୁଳା:-ସାମାଜିକ କ୍ଷେତ୍ରରେ ସୁଖ ସମୃଦ୍ଧି ବୃଦ୍ଧି ଓ ପ୍ରଶଂସିତ ହେବେ । ଅଚାନକ ଧନପ୍ରାପ୍ତି, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବେ । ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ । ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ । ଜନସେବାରେ ନିଜକୁ ନିୟୋଜିତ କରିବେ । କର୍ମ କ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁ ଶାନ୍ତି ପାଇବେ । ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ଦୂର ସ୍ଥାନକୁ ଯାତ୍ରା କରିବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ବିଚ୍ଛା:-ଶିକ୍ଷା କ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ । ପୁରାତନ ରୋଗର ଉପସମ ହୋଇ ଶରୀର ସୁସ୍ଥ ରହିବ । ଚାକିରୀ ସମ୍ବନ୍ଧୀୟ କାର୍ଯ୍ୟ ହୋଇଯିବ । ନୂତନ ଯୋଜନାରେ ସଫଳତା ମିଳିବ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ତରବରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡକୁ ନଜର ଦେଇ କର୍ମ କରିବା ଉଚିତ୍ । ପ୍ରତିକାର- ନାଲି ରୁମାଲ ଟିଏ ପାଖରେ ରଖନ୍ତୁ ।

ଧନୁ:-ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନ ପ୍ରାପ୍ତି ହେବ । ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେସ କରିବେ । ଈର୍ଷାପରାୟଣ ବ୍ୟକ୍ତିମାନେ ଦୂରେଇ ଯିବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରତିକାର- ହଳଦୀ ଚନ୍ଦନ ଟୀକା ମୁଣ୍ଡରେ ଲଗାନ୍ତୁ ।

ମକର:-ସାମାଜିକ ସ୍ତରରେ ସମ୍ମାନଲାଭ କରିବେ । ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁ ନୂତନ ବ୍ୟବସାୟର ଯୋଜନା କରିବେ । ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟି ହେବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଜୀବନସାଥିଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ପ୍ରତେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ ରହିବ । କର୍ମ କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

କୁମ୍ଭ:-ଅନ୍ୟମାନଙ୍କୁ ସାହାଯ୍ୟ କରିବେ, ତେଣୁ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ । ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହେବ । ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚାତୁରୀ କଥାକହି କାର୍ଯ୍ୟ ପୂରଣ କରିବେ । ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡିବ । ଭାବନାର ବଶୀଭୂତ ହୋଇ ଅମିନୀ, ଜାମିନି, ମଧ୍ୟସ୍ଥତା କଲେ କଷ୍ଟ ସ୍ଵୀକାର କରିବେ । ପରିବାରରେ ଅଶାନ୍ତି ଦେଖାଦେବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମୀନ:-କର୍ମପ୍ରତି ଉତ୍ସାହ ଏବଂ ଦାମ୍ପତ୍ୟ ସୁଖ ବୃଦ୍ଧିହେବ । ଯେଉଁ କାର୍ଯ୍ୟରେ ହାତ ଦେବେ ଉନ୍ନତି ଦେଖାଦେବ । ପରିବାରରେ ମାଙ୍ଗଳିକ କାର୍ଯ୍ୟର ଦାୟିତ୍ଵ ନେଇ ମାନପ୍ରତିଷ୍ଠା ବଢିବ । ପନିପରିବା ବ୍ୟବସାୟୀମାନେ ବିଶେଷ ଲାଭାନ୍ଵିତ ହେବେ । ମଉଜ-ମସ୍ତିରେ ସମୟ କଟିପାରେ । ରାଜନୀତି କ୍ଷେତ୍ରରେ ଅସନ୍ତୋଷ, ଭ୍ରମଣକାଳରେ କ୍ଲେଶ, ସହକର୍ମୀଙ୍କ ସହ ବିବାଦ ସୃଷ୍ଟି ହୋଇପାରେ । ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍ । ପ୍ରତିକାର- ଗୋମୁତ୍ର ଓ ଫିଟିକିରିରେ ଦାନ୍ତସଫା ରଖନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!