ଏହି 4ଟି ରାଶିର ବ୍ୟକ୍ତି ହୋଇଥାନ୍ତି ଆଦର୍ଶ ପିତା, ଛୁଆଙ୍କ ପାଇଁ ବନନ୍ତି ଉଦାହରଣ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଙ୍କୁ ମାତା ଓ ସୂର୍ଯ୍ୟଙ୍କୁ ବାପାଙ୍କ କାରକ ଭାବରେ ବିଚାର କରାଯାଏ । ଜାତକ କୁଣ୍ଡଳୀର ଦଶମ ଭାବକୁ ଜାତକର ପିତା ବା ବାପାଙ୍କର ବିଚାର କରାଯାଏ । ସବୁ ବ୍ୟକ୍ତିର ଜୀବନରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ପିଲାଦିନରେ ବାପା ପିଲାମାନଙ୍କ ପାଇଁ ହିରୋ ହୋଇଥାନ୍ତି । ଜ୍ୟୋତିଷ ବିଜ୍ଞାନ ଅନୁସାରେ କିଛି ବିଶେଷ ରାଶିର ଜାତକ ଭଲ ବାପା ହୋଇଥାନ୍ତି । ସେମାନେ ତାଙ୍କ ପିଲାମାନଙ୍କୁ ବହୁତ ସ୍ନେହ ଆଦର କରିଥାନ୍ତି । ନିଜ ପିଲାମାନଙ୍କର ଖୁସି ପାଇଁ ଯେ କୌଣସି ଖର୍ଚ୍ଚ କରିବାକୁ ପ୍ରସ୍ତୁତ ହୋଇଥାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସେମାନେ ନିଜ ପିଲାମାନଙ୍କର ଭଲ ଲାଳନ ପାଳନରେ ଅଧିକ ଗୁରୁତ୍ଵ ଦେଇଥାନ୍ତି । ପିଲାମାନଙ୍କର ଭଲ ଶିକ୍ଷା ଦେବା ସହିତ ଭଲ ବ୍ୟବହାରିକ ଜ୍ଞାନ ମଧ୍ୟ ଦିଅନ୍ତି । ମା ବାପାଙ୍କ ଠାରୁ ହିଁ ପିଲାମାନଙ୍କୁ ପ୍ରଥମ ଶିକ୍ଷା ମିଳିଥାଏ । ଯଦି କୌଣସି ପିଲାଙ୍କୁ ଜଣେ ଭଲ ବାପା ମା ମିଳିଥାଏ ତେବେ ସେହି ପିଲାମାନଙ୍କର ଜୀବନ ଭଲରେ ବିତେ । ଆସନ୍ତୁ ଜାଣିବା କେଉଁ ରାଶିର ଜାତକ ବ୍ୟକ୍ତି ଜଣେ ଭଲ ବାପା ହୋଇଥାନ୍ତି ।

ବୃଷ ରାଶି- ବୃଷ ରାଶିର ବ୍ୟକ୍ତିମାନେ ନିଜ ପିଲାମାନଙ୍କ ପାଇଁ ଭଲ ବାପା ହୋଇଥାନ୍ତି । ଏମାନେ ପିଲାମାନଙ୍କର ଭଲ ଯତ୍ନ ନେଇଥାନ୍ତି । ପିଲାମାନଙ୍କ ପ୍ରତି ତାଙ୍କର ସ୍ନେହ ଶ୍ରଦ୍ଧା ତାଙ୍କୁ ଭଲ ବାପା କରିଥାଏ । ନିଜ ପିଲାଙ୍କର ଦାୟିତ୍ଵକୁ ଭଲ ଭାବରେ ବୁଝନ୍ତି । ପ୍ରତ୍ୟେକ ସ୍ଥାନରେ ଆପଣ ନିଜ ପିଲାମାନଙ୍କୁ ସମର୍ଥନ କରନ୍ତି । ପିଲାଙ୍କୁ ଦେଇଥିବା ନୈତିକ ଶିକ୍ଷା ଓ ମୁଲ୍ୟବାନ କଥା ପ୍ରତି ସବୁବେଳେ ମନ ରଖନ୍ତି । ଆପଣ ଧୈର୍ଯ୍ୟର ସହିତ ପିଲାମାନଙ୍କର ଲାଳନ ପାଳନ କରନ୍ତି ।

ମିଥୁନ- ମିଥୁନ ରାଶିର ଜାତକ ବ୍ୟକ୍ତି ନିଜ ପିଲାମାଙ୍କ ପାଇଁ ଜଣେ ଭଲ ବାପା ହେବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ପିଲାମାନଙ୍କର ଯତ୍ନ ପାଇଁ ବହୁତ ଧ୍ୟାନ ଦିଅନ୍ତି । ସବୁବେଳେ ପିଲାମାନଙ୍କୁ ଭଲ କଥା ଶିଖେଇବା ପାଇଁ ପ୍ରୟାସ କରିଥାନ୍ତି । ଆପଣ ଚାହାଁନ୍ତି ଯେ ଖେଳ ହେଉ ବା ପାଠ ପିଲାମାନେ ସବୁ କ୍ଷେତ୍ରରେ ସଫଳ ହୁଅନ୍ତୁ । ଏହି ରାଶିର ଜାତକ ନିଜ ବ୍ୟବହାରରେ ନିଜ ପିଲାମାନଙ୍କର ବିଶ୍ଵାସକୁ ଜିତିଥାନ୍ତି ।

କର୍କଟ- ଏହି ରାଶିର ଜାତକ ବ୍ୟକ୍ତି ନିଜ ପିଲାମାନଙ୍କୁ ବହୁତ ଭଲ ପାଇବା ସହିତ ନୈତିକ ମୂଲ୍ୟ ଶିଖାଇଥାନ୍ତି । ନିଜ ପିଲାଙ୍କ ପ୍ରତି ତାଙ୍କର ସମ୍ପର୍କ ବହୁତ ସଂବେଦନଶୀଳ ହୋଇଥାଏ । ଆପଣ ଜଣେ ଆଦର୍ଶ ବାପା ହେବା ପାଇଁ ନିଜ ଦାୟିତ୍ଵକୁ ଭଲରେ ତୁଳାଇଥାନ୍ତି । ଏହି ରାଶିର ଜାତକ ବ୍ୟକ୍ତିମାନେ କେବଳ ବାପା ନୁହଁନ୍ତି ବରଂ ନିଜ ପିଲାମାନଙ୍କ ପାଇଁ ଆଦର୍ଶ ଅଟନ୍ତି ।

ମକର ରାଶି- ଏହି ରାଶିର ଜାତକ ବ୍ୟକ୍ତିମାନେ ନିଜ ପିଲାମାନଙ୍କୁ ଭଲରେ ଲାଳନ ପାଳନ କରିଥାନ୍ତି । ପିଲାଙ୍କୁ ପ୍ରତ୍ୟେକ ସୁଖ ଦେବାକୁ ଚେଷ୍ଟା କରନ୍ତି, ଯାହାକି ଆପଣ କଦାପି ଅନୁଭବ କରିବେ ନାହିଁ । ଏହି ରାଶିର ବ୍ୟକ୍ତିମାନେ ଧୈର୍ଯ୍ୟବାନ ହୋଇଥାନ୍ତି । ପିଲାମାନଙ୍କୁ କାରବାର ମାଧ୍ୟମରେ ନମନୀୟତା, କଠିନ ପରିଶ୍ରମ ଓ ସଚ୍ଚୋଟପଣ ଶିଖାନ୍ତି ଓ ଶିକ୍ଷା, ଜ୍ଞାନର ମହତ୍ଵ ବିଷୟରେ କହିଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!